STORYMIRROR

Sunanda Mohanty

Abstract Children Stories Children

3  

Sunanda Mohanty

Abstract Children Stories Children

ତିନିବନ୍ଧୁଙ୍କ କାହାଣୀ

ତିନିବନ୍ଧୁଙ୍କ କାହାଣୀ

5 mins
131


  ତିନିବନ୍ଧୁ ସାଙ୍ଗ ହୋଇ ସକାଳେ ମର୍ଣ୍ଣିଙ୍ଗ ୱାକ କରିବାକୁ ଯିବା ବେଳେ ବଲ ଖେଳୁଥିବା ପିଲାମାନଙ୍କ ସଙ୍ଗେ କିଏ ଟିକେ ବଲ ଗଡା଼ଇ ଦୁଇ ଚାରି ରାଉଣ୍ଡ ଖେଳି ଦିଅନ୍ତି ତ କିଏ ପିଲାମାନେ ଖେଳୁଥିବା କ୍ରିକେଟ ନେଇ ବ୍ୟାଟିଙ୍ଗ ଆରମ୍ଭ କରିଦିଅନ୍ତି. ପୁଣି ତାଙ୍କ ଭିତରେ ଥିବା ଅବସର ପ୍ରାପ୍ତ ଶିକ୍ଷକ କୁହନ୍ତି ଭାଇ ସାରା ଜୀବନ ପିଲାଙ୍କୁ ପଢ଼ାଇବା ଭିତରେ ଶିଶୁ ମନ ଟିଏ ଅସ୍ଥିମଜ୍ଜା ଗତ ହୋଇ ରହିଯାଇଛି ଏ ହୃଦୟରେ. ନିଜ ମନ ଭିତରେ ଥିବା ମନ ଏବେବି ଛୋଟ ପିଲା ହୋଇ ପିଲାଙ୍କୁ ଖୋଜୁଥିବାରୁ ସାଇ ପଡୋଶୀ ଓ ଆଖ ପାଖର ପିଲାମାନଙ୍କୁ ଡାକି ପଢେଇବା ସହିତ ତାଙ୍କ ସହିତ ଫୁଟବଲ, କ୍ରିକେଟ, ଭଲି ବଲ, ବାସ୍କେଟ ବଲ ଇତ୍ୟାଦି ଖେଳିବା ସହ ଗଣେଷ ପୂଜା ଓ ସରସ୍ବତୀ ପୂଜା କରି ନୂଆ ପୋଷାକ ପିନ୍ଧିବାରେ ଖୁବ ଆନନ୍ଦ ପାଏ. ଏଥିପାଇଁ କୌଣସି ଦେୟ ନେଉନଥିବାରୁ ପିଲାଙ୍କ ପିତା ମାତା ମଧ୍ୟ ସହଯୋଗ ହାତ ବଢ଼େଇ ସେମାନଙ୍କୁ ମୋ ଘରକୁ ଛଡା ଅଣା କରିବା ସହ ପିଲାଙ୍କ ଭିତରେ ଲାଗୁଥିବା, ଛୋଟ ମୋଟ କଳି ଭାଙ୍ଗିବାରେ ସାହାୟତା ପ୍ରଦାନ କରୁଛନ୍ତି. ଅବସରପ୍ରାପ୍ତ ଶିକ୍ଷକ ବନ୍ଧୁ ବିନାୟକ ବାବୁଙ୍କ କଥା ଶୁଣି ଅନ୍ୟ ଦୁଇ ବନ୍ଧୁ ସାବାସୀ ଦେବା ସହ ନିଜ ନିଜର ଅନୁଭୂତି ବଖାଣିବାକୁ ଲାଗିଲେ ।

   ସୁଧାକର ବାବୁ କହୁଥିଲେ ନିଜ ବଳ,ବୟସ, ବୁଦ୍ଧି ଓ ଶିକ୍ଷା ଦ୍ୱାରା ଆୟତ୍ତ କରିଥିବା ଧନ ସମ୍ପତ୍ତି ମୋହରେ ବଡ଼ଭାଇର ନିଅଣ୍ଟିଆ ସଂସାର ଦେଖି ସାହାଯ୍ୟ କରିବା ଦୂରେ ଥାଉ ବରଂ ବଡଭାଇଙ୍କର ନିପାରିଲା ପଣିଆକୁ ଉପହାସ କରି ଚାଲିଲି. ତାଙ୍କ ଦ୍ୱାରା କିଛି ହେବନି କହି ମୋ ଛାତ ଘର ଉପରେ ବସି ତାଙ୍କ ଚାଳ ଘରକୁ ଦେଖି ଆତ୍ମସନ୍ତୋଷ ପ୍ରକାଶ କଲି. ଶେଷକୁ ଇନ୍ଦିରା ଆବାସ ଯୋଜନାରେ ପାଇଥିବା ଟଙ୍କା କେଇଟାରେ ଛାତ ଘର ଖଣ୍ଡେ କରିପାରୁନଥିବା ବଡଭାଇର ସାହାୟତା କରିବା ବଦଳରେ ଅକର୍ମା ଓ ଲଷ୍ମୀଛଡା ବୋଲି କହିଛି. ବଡ଼ଭାଇର ତିନିଗୋଟି ପିଲା, ଖାଦ୍ୟ, ବସ୍ତ୍ର, ଶିକ୍ଷା ଅଭାବରେ ଛଟପଟ ହେଲାବେଳେ ମୋ ସ୍ତ୍ରୀ ପିଲାଟିଏ ନଥିବା ଦୁଃଖରେ ମତେ ଛାଡ଼ି, ସ୍ୱର୍ଗକୁ ଟିକେଟ କାଟି ଚାଲିଗଲା ପରେ ପରେ ଭୂମିକମ୍ପରେ ମୋ ଘର ଉଜୁଡି ଗଲା. ଭାଇ ଭାଉଜ ଓ ପିଲାମାନେ ମତେ ଆଶ୍ରା ଦେଇଛନ୍ତି.ବଡଭାଇର ବଡ଼ ପୁଅ ସକାଳୁ ଦାଦା ଦାଦା କହି ଉଠାଇ, ଚା ଦେଲାବେଳେ ସାନପୁଅ ଆଇସକ୍ରିମ ଆଣି ମୋ ପାଟିରେ ଦିଏ. ଖାଲି ସେତିକି ନୁହେଁ ବର୍ଷା ଦିନେ ମୁଢିପାଗ କରି ଖୁଆଇ ଦେଲା ବେଳେ, ଶୀତ ଦିନେ ତା ସ୍କାର୍ଫ ମୋ ଦେହରେ ପକାଇ ହସୁଥିଲା ବେଳେ ମୋର ଖୁବ ଇଛାହୁଏ ପିଲାଦିନ ପରି ବଡଭାଇକୁ ଥରେ କୁଣ୍ଢେଇ ଧରିବାକୁ, ଆଉ ଗୁଡ଼ି ଉଡେଇବାକୁ, ପୁଣି ଲୁଡୁ, ବାଗୁଡ଼ି, ଡୁଡୁ ଖେଳିବାକୁ. ନେଡି ଗୁଡ଼ କହୁଣୀକୁ ବୋହିଯାଇଛି ସିନା. ନିଜ ପାପରେ ପିଲାଦିନ କଥା ପାଶୋରି ପୁଣି ପୁଣ୍ୟ ନେଇଆସିଛନ୍ତି ପିଲାଦିଟା. ସତରେ ପିଲା ଦିନର ପିଲାମନ କେଡେ ସୁନ୍ଦର ସତରେ. ଚେଷ୍ଟା କରୁଛି ପୁଣି ପିଲା ହୋଇ ବଡ଼ଭାଇ କାନ୍ଧରେ ନାଉ ନହେଲେ ବି କାନ୍ଧରେ କାନ୍ଧ ମିଶାଇ ହଳ ନେଇ ବିଲକୁ ଯାଇଥିବା ଭାଇ ପାଇଁ ଭାତ ନେଇଯିବି ଆଉ ଦୁଇ ପୁଅଙ୍କୁ ଉଚ୍ଚଶିକ୍ଷା ଦେଇ ବଡଭାଇଙ୍କର ଆଶା ପୁରଣ କରିବି. ଅନ୍ୟ ଦୁଇବନ୍ଧୁ ସୁଧାକର ବାବୁଙ୍କ ପିଠିରେ ହାତ ରଖି ସାନ୍ତ୍ୱନା ଦେଉଥିଲେ.

  ଏଥର କଥା ଆରମ୍ଭ କଲେ ଅମର ବାବୁ. କହିଲେ ପିଲାଦିନେ ଧୂଳି ଖେଳର ସାଥି କାଦମ୍ବିନୀଙ୍କୁ ଜୀବନ ସାଥି ରୂପେ ପାଇବା ପରେ, ପ୍ରଥମ କେଇବର୍ଷ ମୋ ଜୀବନରେ ଫଗୁଣର ରଙ୍ଗ ଓ ଶ୍ରାବଣର ମହକ ଭରି ଯାଇଥିଲା. ଆମେ ଦୁହେଁ ରାତି ଦିନ ଏକାକାର କରି ପିଲାମନକୁ ଜାବୁଡି ଧରି ଲୁଡୁ ତାସ ଖେଳୁ ଖେଳୁ କାଦମ୍ବିନୀ ପାଲଟି ଯାଇଥିଲା ପୋଖତ ଘରଣୀ. ମୋର ତଥା ମୋ ପରିବାର ସଦସ୍ୟମାନଙ୍କ ଖବର ସୁଚାରୁ ରୂପେ ବୁଝିବା ସହ ଘରର ଯାବତୀୟ ଭଲ ମନ୍ଦ, ଜାନିଯାତ୍ରା, ଗଲା ଆସିଲା ବନ୍ଧୁବାନ୍ଧବ ସହ ଅତିଥି ଅଭ୍ୟାଗତ, ଗୁଆବନ୍ଧୁ ବେଭାର ଦିଆ ନିଆ ବୁଝୁ ବୁଝୁ କେମିତି ଓ କେତେବେଳେ ଆମ ଅଫିସର ନୂଆ ଜଏନ କରିଥିବା କଳିକା ପ୍ରେମରେ ପଡିଲି ମତେ ଜଣାଅନାହିଁ . ହେଲେ ପ୍ରେମିକା କେବେ ସ୍ତ୍ରୀ ହେଇପାରେନା ବୁଝିବା ବେଳକୁ, କାଦମ୍ବିନୀ ତା ବାପ ଘରେ. କଳିକାଠୁ ପ୍ରତାରଣା ପାଇବା ପରେ ଝୁରୁଛି କାଦମ୍ବିନୀ ସହ ବିତାଇ ଥିବା ପିଲାଦିନର ସ୍ୱପ୍ନର ବାଲିଘର, ଯାହା ସତ ହେଉ ହେଉ ମିଛ ହେଇଯାଇଛି, ପୁଣି କାଦମ୍ବିନୀ ପାଖକୁ ଫେରିଯିବାର ସତସାହାସ ମୋର ନାହିଁ କହି ଭାଙ୍ଗି ପଡୁଥିବା ଅମର ବାବୁଙ୍କୁ ଅନ୍ୟ ଦୁଇ ବନ୍ଧୁ କହିଥିଲେ, ପୁଣି ଶିଶୁ ହେଇଯାଅ , ନିଜ ଝିଅର ଶିଶୁ ମନ ପୁଣି କିଣି ନେଇ କାଦମ୍ବିନୀ ପାଖରେ ପହଁଞ୍ଜିଯାଅ ବନ୍ଧୁ. ଅମର ଭାବୁଥିଲେ ସତେତ. ଏଥର ସେ ସବୁବେଳେ ଝିଅ ସହ ଫୋନ କରୁଥିଲେ.ଡାକୁଥିଲେ ହେ ଇଶ୍ୱର ଥରେ ମାତ୍ର କ୍ଷମା କର ।

   ତିନିବନ୍ଧୁ ବିନାୟକ, ସୁଧାକର ଓ ଅମର ପରସ୍ପର ଭିତରେ କଥା ହୋଇ ଆଗେଇ ଚାଲିଥାଆନ୍ତି. ଗୋଟେ ପଡିଆରେ ବିନାୟକ ବାବୁଙ୍କ, ପିଲାମାନେ କଥା ହେଉଥିବାର ଦେଖି, ଅନ୍ୟ ଦୁଇବନ୍ଧୁ ଯାଇ, ଟିକେ ଦୂରରେ ବସି ଶୁଣିବାକୁ ଲାଗିଲେ. ସେମାନେ କଥାବାର୍ତ୍ତା କରୁଥିଲେ କି , ଆସନ୍ତା ଗୁରୁ ଦିବସରେ ଆମେ ବିନାୟକ ସାରଙ୍କୁ କଣ ଉପହାର ଦେବା. ସାର ତ କୌଣସି ଜିନିଷ ଗ୍ରହଣ କରିବେ ନାହିଁ ତେଣୁ ଆମେ ସମସ୍ତେ ଭଲ ମଣିଷଟିଏ ଲେଖାଏଁ ହେବାକୁ, ସାରଙ୍କ ଗୋଡ଼ ଛୁଇଁ ପ୍ରଥମେ ଶପଥ କରିବା. ଅନ୍ୟ ଜଣେ କହୁଥିଲା ସାରଙ୍କୁ ଗୀତା ଓ ଭାଗବତ ବହି ସହ ମର୍ଣ୍ଣିଙ୍ଗ ୱାକ ପାଇଁ ଭଲ ବାଡ଼ି ଖଣ୍ଡିଏ ଦେବା. ଆଉ ଜଣେ କହୁଥିଲା ସାରଙ୍କ ସହ ଖେଳିବାକୁ ଗୋଟେ ଭଲ ଗୁଡ଼ି, ଗୋଟେ ବଲ ଓ ବ୍ୟାଟ ସହ ଲୁଡୁ ପାଲି ଦେବା. ପୁଣି ଜଣେ କହୁଥିଲା, ସାରଙ୍କ ପାଇଁ ଶାଲଟିଏ ଆଣି ତାଙ୍କ ଦେହରେ ଘୋଡେଇ ଦେଇ କହିବା ଆମକୁ ଥରେ ଆଲିଙ୍ଗନ କରି ଆମର ସବୁ ଦୋଷ କ୍ଷମା କରିଦେବାକୁ. ଦୁଇ ବନ୍ଧୁ ଫେରିଆସି ସବୁକଥା ବିନାୟକ ବାବୁଙ୍କୁ କହିଥିଲେ ଆଉ ସେସବୁ ଶୁଣି ବିନାୟକ ବାବୁ କାନ୍ଦି ପକାଇ ଥିଲେ ।

   ଆଉ ଟିକେ ବାଟ ଗଲାପରେ ସୁଧାକର ବାବୁଙ୍କ ଦୁଇ ପୁତୁରା କଣ କଥା ହେଉଥିବାର ଶୁଣି, ବିନାୟକ ବାବୁ ଓ ଅମରବାବୁ ସାଙ୍ଗ ହୋଇ ଟିକେ ଦୂରରେ ରହି ଶୁଣିବାକୁ ଲାଗିଲେ. ଦୁଇଭାଇ କହୁଥିଲେ, ଆମେ ବଡ଼ ହେଲା ପରେ କେବେ ବି ଅଲଗା ରହିବା ନାହିଁ. ସୁଧାକର ଦାଦାଙ୍କ ପାଇଁ ବାପା କେତେ ମନଦୁଃଖ କରୁଛନ୍ତି. ଖୁଡିଙ୍କୁ ହରାଇ, ଘର ଦୈବ ଦୁର୍ବିପାକରେ ହରାଇ ସେ କେତେ ମନଦୁଃଖରେ ଥିବେ ବୋଲି ଆମ ବାପା ବୋଉ ଯେପରି କଷ୍ଟ ପାଉଛନ୍ତି ଆମେ ବଡ଼ ହେଲେ ବାପା ବୋଉଙ୍କ ସହ ଦାଦାଙ୍କୁ ମଧ୍ୟ ସବୁବେଳେ ଭଲରେ ରଖି ଯୌଥ ପରିବାରରେ ଚଳିବା. ସେମାନଙ୍କ କଥା ଶୁଣି ଦୁଇଭାଇ ଫେରିଆସି ସୁଧାକର ବାବୁଙ୍କୁ କହିବାରୁ ସେ ପ୍ରଭୁଙ୍କୁ ଡାକି ଡାକି କହୁଥିଲେ ତାଙ୍କ ବଡଭାଇ, ଭାଉଜ ଓ ଦୁଇ ପୁତୁରାଙ୍କ ପାଖ ଛାଡ଼ି ଆଉ କୁଆଡେ ଯିବେନି ବରଂ ବଡଭାଇଙ୍କ ସହାୟତା କରି ପ୍ରାୟଶ୍ଚିତ କରିବେ. ପୁଣି ଆଗକୁ ବଢୁଥିଲେ ତିନିବନ୍ଧୁ ।

 ଠିକ ଏତିକି ବେଳେ ସ୍କୁଟିରେ ଯାଉଥିବା ଯୁବକ ଓ କିଶୋରୀ ଦୁହେଁ ପଡିଯାଇ ଉଠି ପାରୁନଥିବା ଦେଖି ତିନିବନ୍ଧୁ ସେ ଦୁହିଁଙ୍କୁ ଉଠାଇ ଏବଂ ଗାଡି ଉଠାଇଲା ପରେ ଜାଣିଥିଲେ ଝିଅଟିର ହାତ ଭାଙ୍ଗି ଯାଇଛି ଓ ତା ବାପାଙ୍କ ପରିଚୟ ଦେବାକୁ ଯାଇ ସେ ଅମର ବାବୁଙ୍କ ନାମ କହୁଛି, ପୁଣି ବାପାଙ୍କୁ କେବେ ଦେଖିନି ମା କାଦମ୍ବିନୀଙ୍କ ସହ ମାମୁଁ ଘରେ ରହୁଥିବା କଥା କହି ଉଠିପାରୁନଥିବା ଝିଅଟିକୁ ଓ ଖଣ୍ଡିଆ ଖାବେରା ହୋଇଥିବା ପୁଅ ଦୁହିଁଙ୍କୁ ଡାକ୍ତରଖାନା ନେଇ ସାରିବା ପରେ ପୁଅଟିକି ତାଙ୍କ ଘରେ ଛାଡ଼ିଦେବାକୁ ବିନାୟକ ଓ ସୁଧାକର ବାବୁ ଚାଲିଯିବା ପରେ. ଅମର ଝିଅଟିକୁ ନିଜ ଘରକୁ ଆଣି ସେଵା ଶୁଶ୍ରୁଷା ଯୋଗାଇ ଦେବା ପରେ ଝିଅଟି ଜାଣିଥିଲା ସେ ଫୋନରେ କଥା ହେଉଥିବା ଏହି ବ୍ୟକ୍ତି ହିଁ ତା ବାପା.ଦଉଡି ଆସିଥିଲେ କାଦମ୍ବିନୀ. ଝିଅକୁ ନେଇଯାଇଥିଲେ ଜୋର କରି. ଅଟକେଇ ରଖିବାକୁ ଯାଇ ମଧ୍ୟ ପାରିନଥିଲେ ଅମର ବାବୁ ।

   କିଛି ଦିନ ପରେ ପୁଣି ଝିଅଟି ସେହି ପୁଅ ସହ ଆସି ବାପା ଆମରଙ୍କୁ କହିଥିଲା,ସେ ଏ ପୁଅକୁ ପିଲାଦିନରୁ ଭଲ ପାଉଛି ତେଣୁ ତାକୁ ହିଁ ବିବାହ କରିବାକୁ ଚାହେଁ.ମାଆ କାଦମ୍ବିନୀ ମନା କରୁଛନ୍ତି ଶୁଣି ଅମର ବାବୁ ଏଥିପାଇଁ ସେ ଦାୟୀ ବୋଲି କହି ତାଙ୍କ ଜୀବନରେ ଯେମିତି ପିଲାଦିନୁ ଭଲ ପାଇଥିବା କାଦମ୍ବିନୀଙ୍କୁ ବିବାହ କରିସାରିବା ପରେ, ସ୍ତ୍ରୀ ମାନଙ୍କ ମନକଥା ନବୁଝି ସେ ହିଁ ଅବାଟରେ ଯିବାରୁ କାଦମ୍ବିନୀ ଝିଅ ସହ ଆଜିଯାଏଁ ବାପାଙ୍କ ଘରେ ରହୁଛନ୍ତି କହିବା ସହ ପ୍ରାୟଶ୍ଚିତର ସୁଯୋଗ ଖୋଜୁଥିଲେ ବି ପାଉ ନାହାଁନ୍ତି କହିବା ପରେ, ଝିଅ ରୁପାଲୀ କହିଥିଲା ମୁଁ ଆଉ ମାମୁଁ ଘରକୁ ଯିବିନି ବାପା. ଏଇଠି ରହି ସମାଧାନ କରିବି.ସତକୁ ସତ କାଦମ୍ବିନୀ ଆସିଥିଲେ. ରୁପାଲୀକୁ ଭଲ ପାଉଥିବା ପୁଅ ନିଶିଥ କେବେ ବି ଜୀବନରେ ରୁପାଲୀକୁ ଧୋକା ଦେବନି କହିବା ସହ ଅମର ବାବୁଙ୍କ ପରି କେବେ ରୁପାଲୀ ବା ନିଜ ସ୍ତ୍ରୀକୁ ଅପମାନ କି ଅସମ୍ମାନ କରିବ ନାହିଁ କହିଥିଲା ନିଶିଥ. ତାର ଏପରି କହିବା ପରେ କାଦମ୍ବିନୀଙ୍କୁ ଅମର ଭୁଲ ମାଗିଥିଲେ.ସହି ପାରି ନଥିଲେ କାଦମ୍ବିନୀ.ଓଡ଼ିଆ ଘରର ସ୍ତ୍ରୀଟିଏ ନାରୀରୁ ନାରାୟଣୀ ପାଲଟି ଯାଇପାରେ. ଠିକ ସେମିତି ନାରାୟଣୀରୁ ପତିବ୍ରତା ସ୍ତ୍ରୀ ଟିଏ. ଠିକ ଦେବୀ ମାଆ ଦୁର୍ଗାଙ୍କ ଭଳି. କେତେବେଳେ ସେ କାଳୀ ତ କେତେବେଳେ ମହିଷାମର୍ଦ୍ଦିନୀ ଦୁର୍ଗା ତ କେତେବେଳେ ସତୀ,ସାବିତ୍ରୀ, ସୀତା ଓ ପାର୍ବତୀ.ନିଶିଥ ଓ ରୁପାଲୀ ମିଶି କାଦମ୍ବିନୀ ଓ ସୁଧାକରଙ୍କ ହସ୍ତ ଯୋଡି, ଭୂମିଷ୍ଠ ପ୍ରଣାମ କଲାବେଳେ ଦୁଇ ବନ୍ଧୁ ବିନାୟକ ଓ ସୁଧାକର ପହଞ୍ଚି ତାଳି ମାରୁଥିଲେ ।



Rate this content
Log in

Similar oriya story from Abstract