kamal kumar dash

Abstract

4  

kamal kumar dash

Abstract

ଥାଳି

ଥାଳି

1 min
188



ରିମାର କୋଭିଡ଼ ପଜେଟିଭ ଆସିଲା ପରେ ସେ ଗୋଟେ ଘରେ ନିଜକୁ ବନ୍ଦ କରିନେଲା | ବଡ଼ ଝିଅ ଲିମାକୁ କହିଲା ସବୁ ମେଡ଼ିସିନ ଓ ପାଣି ବୋତଲ ଦେବାକୁ |ସାନ ପୁଅ ଲିକୁ, ଯିଏ ପଂଚମରେ ପଢେ କିଛି ବୁଝି ହିଁ ପାରୁ ନଥିଲା | ପାଖ ଘର ଵାଲା ଆଣ୍ଟି ଟିଫିନ ଆଣି ଗେଟ ପାଖରେ ରଖି ବେଲ ମାରି ଚାଲିଗଲେ |ପରେ ଫୋନ୍ ରେ କହିଲେ ମା'ରେ କିଛି ଦର୍କାରହେଲେ କହିବୁ | ମା ଘର ଭିତରୁ ଥାଇ କହିଲେ ମାରେ ତମେ ଦି ଜଣ ମିଳି ମିଶି ରହ ଡ଼ରନି ବାପା କାଲି ଆସିବେ | ଆଣ୍ଟି ଗେଟ ପାଖରେ ଟିଫିନ ରଖିଛନ୍ତି ଆଣି ଖାଅ ଓ ମତେ ଗୋଟେ ଥାଳିରେ ଦେ | ଲିମା ଟିଫିନ ଖୋଲି ଦେଖିଲା ଭାତ ଡାଲି ତରକାରୀ ସବୁ ଅଛି | ଗୋଟେ ଥାଳିରେ ମମି ପାଇଁ ସବୁ ବାଢି ମମି ଘରର କବାଟ ପାଖରେ ରଖି ଆସିଲା ଓ ମମି କୁ କହିଲା ତମ ଖାଇବା ନିଅ | ମମି କବାଟଖୋଲି ତାଙ୍କ ଖାଇବା ନେଲାବେଳେ ଲିକୁ ମମି ମମି କହି ଦୌଡ଼ି ଗଲା ତା ମମି ଆଡ଼କୁ, ମମି ତାକୁ ନ ଚାହିଁ କବାଟ ବନ୍ଦ କରିଦେଲା  ଓ ପଛରେ ତାକୁ ଫୋନ୍ ରେ ବୁଝାଇଲେ, ବାପରେ ମତେ  କରୋନା  ରାକ୍ଷସୀ ଧରିଛି, ତୁ ଆସେନା ତତେ ଧରି ପକେଇବ | ଲିଲି କୁ ମମି କୁ ପଚାରିଲା ସେ ରାକ୍ଷସୀ ଯଦି ରାତିରେ ଖାଇଗଲା ? ମମି କହିଲେ ନା ଲାମୁଁ ମେଡ଼ିସିନ ଖାଉଛି କିଛି ଦିନ ଗଲେ ସେ ଆମଘର ଛାଡ଼ି ଚାଲିଯିବ | ତା ପର ଦିନ କୁ ବାବା ଆସି ପହଁଚିଲେ ଓ ଟିକେ ରେଷ୍ଟ ପରେ ଘର କାମ ଆରଂଭ କଲେ | 

              ରୋଷେଇ ସରିଲା ପରେ ରାମବାବୁ ମ୍ୟାଡମ୍  ଙ୍କୁ  ତାଙ୍କ ଥାଳି ରଖିବାକୁ କହିଲେ | ମାଡାମ ଥାଳି ରଖିଲା ପରେ ମାସ୍କ ପିନ୍ଧି ରାମ ବାବୁ ସେ ଥାଳିରେ ଭାତ ଦଳି ସବୁ ବାଢିଲେ | ଟିକେ ଉପରୁ ସେ ଥାଳିରେ ସବୁ ଢ଼ାଳୁ ଢ଼ାଳୁ ଡାଲି ତଳେ ଢ଼ାଲିଗଲା | ସବୁ ବାଢ଼ିଲା ପରେ ମାଡାମ କବାଟ ଖୋଲି ଥାଳି ଉଠାଇନେଲେ, ମାତ୍ର ଡାଲି ଢାଳିଥିବାରଦେଖି ଟିକେ ରାଗିଗଲେ ଓ କହିଲେ ଗୋଟେ ଥାଳି ସଜାଡିକି ଦେବାକୁ ହେଉନି ଏବେ ଫ୍ଲୋର ସଫା କର l ପଛରୁ ଝିଅ କହୁଥିଲା ମମି ସବୁବେଳେ ଥାଳି ଆମକୁ ଦେଉଥିଲା ହେଲେ ଆଜି ଆମକୁ ଥାଳି ତାକୁ ଦେବାକୁ ପଡୁଛି | 


Rate this content
Log in

Similar oriya story from Abstract