ସୁରଭି
ସୁରଭି
ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ
ଖଲିଙ୍ଗି ,ସାନଖେମୁଣ୍ଡି ବ୍ଲକ୍ ରେ ଚଳିତ ଶିକ୍ଷାବର୍ଷରେ "ସୁରଭି" -୨୦୧୯, ଶିକ୍ଷା ଅଧିକାର ,ସମଗ୍ର ଶିକ୍ଷା ଅଭିଜାନ ତରଫରୁ ଆଜି ତା ୨୧-୧୦-୨୦୧୯ ସୋମବାର ଦିନ ପ୍ରାଥମିକ ବିଦ୍ୟାଳୟ ଖଲିଙ୍ଗିରେ ଆୟୋଜିତ ହୋଇ ଯାଇ ଥିଲା ।
କ୍ଲଷ୍ଟରର ସମସ୍ତ ୧୬ଟି ସ୍କୁଲରୁ ବହୁତ ସଂଖ୍ୟାରେ ଛାତ୍ର ଛାତ୍ରୀ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଏଇଠି ସକାଳ ୯ ଘଣ୍ଟ ସମୟରୁ ଆସିବା ଆରମ୍ଭ ହୋଇଯାଇଥିଲା ।କିଛି ପିଲା ବାପା ମାଁ ,ଅଭିଭାବକଙ୍କ ସହିତ,କିଛି ସ୍କୁଲ୍ ସାର୍ ଙ୍କ ସହିତ ,ଆଉ କିଛି ଅଟୋ ,କାର୍ ,ବସ୍ ରେ ନିଜେ ନିଜ ବ୍ୟବସ୍ଥାରେ ପହଞ୍ଚିଥିଲେ ।
ମୁଁ ଆଦର୍ଶ ନାହାକ ଏବଂ କିଛି ମୋର ସାଙ୍ଗ ଦିବ୍ୟଜ୍ୟୋତି ,ଶମ୍ଭୂ ,ଅମର ,ପୂଜା ,ଆମ ବିଦ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଲିଙ୍ଗି ତରଫରୁ ପାଖରେ କ୍ଲଷ୍ଟର ସ୍କୁଲଟି ଥବା ହେତୁ ,ଚାଲି ଚାଲି ପହଞ୍ଚିଗଲୁ ।ସାଙ୍ଗ ମାନଙ୍କ ସହ ମିଶି ଚାଲି ଯିବାର ମଜା ନିଆରା ଥିଲା ।
ଗୀତ ,ନାଚ ,ଚିତ୍ର,ହସ୍ତଶିଳ୍ପ,ତର୍କ ,ସୃଜନାତ୍ମକ ଲିଖନ ,ପ୍ରବନ୍ଧ ,ଭାଷଣ ,କୁଟ,ବତ୍କୃତା ଏପରି ବହୁତ ଗୁଡାଏ ପ୍ରତିଯୋଗିତାରେ ,ଆମ ମାନଙ୍କ ଆଗ୍ରହ ନେଇ ଅଂଶ ଗ୍ରହଣ କରିବା ପାଇଁ ଉଦ୍ଘୋଷକ ସାର୍ ମାଇକ୍ ରେ ଘୋଷଣା ବାରଂବାର କରୁଥିଲେ । ପ୍ରତି ବିଭାଗ ପାଇଁ ଭିନ୍ନ ଭିନ୍ନ ବଖରା ଥିଲା ,ବିଚାରକ ମଣ୍ଡଳୀ ସାର୍ ମାନେ ବସିଥାଆନ୍ତି । ମୁଁ ଭାଷଣରେ ଆଗ୍ରହ ରଖୁଥିଲି ,ତେଣୁ ପ୍ରଥମେ ଭାଷଣରେ ନିଜ ନାମ ରେଜିଷ୍ଟ୍ରେସନ୍ କରାଇନେଲି । ଜଣେ ଛାତ୍ର ୨ଟି ବିଭାଗରେ ନିଜ ନାମ ଦେବା ବ୍ୟବସ୍ଥା ଥିଲା ।ଏଣୁ ଦ୍ବିତୀୟରେ ସୃଜନାତ୍ମକ ଲିଖନରେ ଭାଗନେବା ପାଇଁ ଆଗ୍ରହ ପ୍ରକାଶ କରି ନିଜ ନାମ ଦେଲି ।
ଭାଷଣ ପ୍ରକୋଷ୍ଟରେ ମୁଁ ବସିଥାଏ ।ମୋ ସହିତ କ୍ଲଷ୍ଟରର ଅନ୍ୟାନ୍ୟ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ବସିଥାଆନ୍ତି ,ମୁଁ ୩ ନଂବରରେ ଯାଇ ବିଚାରକ ମଣ୍ଡଳିଙ୍କ ପାଖରେ ମଞ୍ଚ ଉପରେ ମୋ ବକ୍ତବ୍ୟ ରଖିବି ,ସମୟ ପାଖ ହୋଇ ଆସୁଥିବା ଦେଖି ,ମୋ ଉତ୍କଣ୍ଠା ବଢୁଥାଏ । ଠିକ୍ ସମୟରେ ଡାକଟିଏ ମାଇକ୍ ରୁ ଶୁଭିଲା ,ମୋ ନାମ ''ଆଦର୍ଶ ନାହାକ ,ଅଷ୍ଟମ ଶ୍ରେଣୀ ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ" । ଏଇ ବିଦ୍ୟାଳୟରେ ମୁଁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିଲି ,ସବୁ ମୋର ଚିହ୍ନା ଜଣା ସାର୍ ଦିଦି ମାନେ ।
ମୁଁ ମୋ ନିଜର ବିଶ୍ବାସକୁ ବଢାଇ ସମାଜକୁ ଆଜି ମୋ ଶବ୍ଦରେ କିଛି ମନ୍ତବ୍ୟ ଦେବାର ଅଛି ,ମୁଁ ନିଶ୍ଚିତ ରୂପେ ଅନ୍ୟ ପ୍ରତିଯୋଗିଙ୍କ ଠାରୁ ଉତ୍ତମ ,ନିଜକୁ ପ୍ରତିପାଦିତ କରିବାକୁ ଯାଇ ,ମାଇକ୍ କୁ ଧରିଲି ,ମୋ ବିଦ୍ୟାଳୟରେ ପ୍ରତି ସପ୍ତାହର ଶନିବାର ଶେଷ ନିର୍ଘଣ୍ଟରେ ଆମ ପିତବାସ ପାଢି ସାର ପିଲାମାନଙ୍କୁ ନେଇ E ।ocution ,ଭାଷଣ ,ବତ୍କୃତା ପ୍ରତି ଆଗ୍ରହ ସୃଷ୍ଟି କରାନ୍ତି ।ଭାଷଣ ଦେବା ସମୟରେ କିପରି ଛିଡା ହେବା ,ମାଉଥ୍ କୁ କିପରି ଧରିବା ,ବିଷୟକୁ ଆରମ୍ଭ କିପରି କରିବା , ପ୍ରତିଟି ପୂର୍ବ ଧାରଣାକୁ ମ
ୁଁ ଏଇଠି ମୋ ପାଖରେ ଜାଗ୍ରତ କରାଇ ,ମୋ ବକ୍ତବ୍ୟ ଆରମ୍ଭ କଲି । ପୁରସ୍କୃତ ହେବା ,ପ୍ରଥମ ହେବା ,ଏଇ ସବୁ ମନରେ ନ ଆଣି ,ମୁଁ ମୋ ଆଗ୍ରହକୁ ସମ୍ମାନ ଦେବା ଲକ୍ଷରେ ଆଗକୁ ବଢିଲି ,ନିର୍ଦ୍ଧାରିତ ସମୟରେ ମୁଁ ବକ୍ତବ୍ୟ ସମାପ୍ତ କରି ନିଜ ସ୍ଥାନକୁ ଫେରି ଆସି ବସିଲି ।ଅନ୍ୟ ମାନଙ୍କ କହିବା ଶୈଳୀ ,ବିଷୟକୁ ଅନୁଧ୍ୟାନ କରୁଥିଲି ।
କିଛି ସମୟ ମଧ୍ୟରେ ପ୍ରତିଯୋଗିତା ଗୁଡିକ ସରିଆସିଲା. ।ଆମ କ୍ଲଷ୍ଟର CRCC ଚିନ୍ତାମଣୀ ସାର ସମସ୍ତଙ୍କୁ ଖାଇବା ପ୍ରସ୍ତୁତି ହୋଇଯାଇଛି କହି ,ସମସ୍ତ ଉପସ୍ଥିତ ଶିକ୍ଷକ ,ସାର୍ ଦିଦି ମାନଙ୍କ ସହଯୋଗରେ ଆମେ ପ୍ରଥମେ ଡେଟେଲ୍ ,ସାବୁନ୍ ଲଗାଇ ନିଜ ମୁହଁ ହାତ ଗୋଡ ଧୋଇ ସଫା ସୁତରା ହେଲୁ ,ପରେ ଧାଡି ଧାଡି ହୋଇ ପିଲାମାନେ ବସିଲୁ । ଧୁଆ ଖଲି ପତ୍ର ପ୍ରଥମେ ପଡିଗଲା ।ଲୁଣ ,ଲେମ୍ବୁ ,ଭାତ ,ଡାଲି ,ଘାଣ୍ଟ ତରକାରୀ ,ସାଲାଡ ,ପାମ୍ପଡ ,ପାଣି ସବୁ ସାର୍ ମାନେ ବାଲଟି ,ଡଙ୍କି ,ବେସନ ଧରି ବାଢୁଥିଲେ ।ଖାଦ୍ୟ ସମସ୍ତଙ୍କ ପତ୍ରରେ ଲାଗିବା ପରେ ,ସମସ୍ତେ ଭୋଜନ ମନ୍ତ୍ର କରି ଖାଇବା ଆରମ୍ଭ କଲୁ । ପାଟି ତୁଣ୍ତ ନ କରି ଶାନ୍ତ ମନରେ ସମସ୍ତେ ଆନନ୍ଦରେ ଖାଇସାରି,ପାଣି ପିଇ ହାତ ଧୋଇ ,ନିଜ ନିଜ କ୍ଲାସ୍ ରୁମ୍ କୁ ଗଲାବେଳେ ବିଚାରକ ମଣ୍ଡଳି ବିଚାର କରସାରିଥିଲେ ।
ଆମ ପିଲାମାନଙ୍କ ମଧ୍ୟରୁ ବିଭାଗର ପ୍ରଥମ ,ଦ୍ବିତୀୟ ,ତୃତୀୟ ସ୍ଥାନର ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିବା ପାଇଁ ' ପ୍ରତିଭା ପ୍ରମାଣ ପତ୍ର '
ବଡ ବଡ ସିଲ୍ କପ୍ ସବୁ ଆସିଥାଏ ।ମଞ୍ଚ ବି ସଜା ସରିଥାଏ । ବ୍ୟାନର ,ମାଇକ .ଚେୟାର ରେ ସୁରଭି ମଞ୍ଚ କମ୍ପୁଥାଏ । ସବୁ ପିଲାଙ୍କ ଆନନ୍ଦ ଆକାଶ ଛୁଆଁ ।ସରକାରଙ୍କ ଯୋଜନାକୁ ଅଭିଭାବକ ,ଗାଁ ଲୋକେ ପ୍ରଶଂସା କରୁଥାନ୍ତି ।ପିଲାମାନଙ୍କ ହସ ହସ ମୁହଁ ଭିତରେ ,ମଞ୍ଚ ଉପରେ ଆମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହୋଦୟ ତଥା ସାର୍, ଦିଦି ଅନ୍ୟାନ୍ୟ ମୁଖ୍ୟ ଅତିଥି,ସମ୍ମାନୀତ ଅତିଥି ବସିଥାଆନ୍ତି ।
କିଛି ଜଣ ଛାତ୍ର ଛାତ୍ରୀ ସମ୍ମାନୀତ ହେବା ପରେ ମୋ ନାମ ,'ଆଦର୍ଶ ନାହାକ' ଡକାଗଲା ,ମୁଁ ମଞ୍ଚ ଉପରକୁ ଚଢିଗଲି ,ମୋ ହାତରେ ସବୁ ସମ୍ମାନୀୟ ଗୁରୁ ମାନେ କିଏ ସିଲ୍ ,କିଏ ପ୍ରମାଣ ପତ୍ର ଧରାଇ ଦେଲେ ।ଫଟୋ ବାଲା କ୍ୟାମେରା ଧରି ମୋର ଫୋଟ ଉଠାଇଲେ ।ମୁଁ ବହୁତ ଖୁସି ,ଗର୍ବ ଅନୁଭବ କଲି ।ସୁରଭି
ପିଲାମାନଙ୍କର ପର୍ବ ।ଆନନ୍ଦର ପର୍ବ ।ପ୍ରତି ବର୍ଷ ଆମେ ଏହି ସୁରଭିକୁ ଅପେକ୍ଷା କରିଥାଉ ।
ସଭାରେ ପୁରସ୍କୃତ ,ସମ୍ମାନ କାର୍ଯ୍ୟକ୍ରମ ସହ ଆମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଭାଷଣ ମୁଖ୍ୟ ଆକର୍ଷଣ କରୁଥିଲା । ସୁରଭି କାହିଁକି ପାଳନ କରାଯାଏ ,ସୁରଭି କିପରି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଲୁକ୍କାୟୀତ ପ୍ରତିଭା ଅନ୍ବେଷଣ କରୁଥାଏ ।ଏହାର ମଙ୍ଗଳକାରୀ ପଦକ୍ଷେପ ଗୁଡିକ ଆମ ପୂର୍ବତ୍ତନ ଏବଂ ବର୍ତ୍ତମାନର CRCC ତଥା ବୟୋଜ୍ୟେଷ୍ଠ ଗୁରୁ ମାନେ ମଞ୍ଚରେ ନିଜ ବକ୍ତବ୍ୟରେ କହୁଥିଲେ ।
ଶେଷରେ ସୁରଭିର ସମାପ୍ତ ଘୋଷଣା ପରେ ଆମେ ନିଜ ନିଜ ସ୍କୁଲ ସାର୍ ଦିଦି ମାନଙ୍କ ସହ ଯିଏ ଯାର ଘରକୁ ଫେରିଲୁ ।