Mihir Tripathy

Children Stories Inspirational

3  

Mihir Tripathy

Children Stories Inspirational

ବନ୍ୟଜନ୍ତୁ ସୁରକ୍ଷା

ବନ୍ୟଜନ୍ତୁ ସୁରକ୍ଷା

1 min
422



ତାପସ ଗୋଟିଏ ଛୋଟ ଛୁଆ । ଥରେ ତା'ର ଗାଁ କୁ ହାତୀପଲ ଆସିଥିଲା । ଗୁଡାଏ ଗଛ ଗାଁର ଭାଙ୍ଗିଦେଲେ 

ବେଶି ଉପଦ୍ରବ କଲେ । ଗାଁରେ କୋକୁଆ ଭୟ ଖେଳିଗଲା । କିଏ ବି ଘରୁ ବାହାରକୁ ଯାଇପାରିଲେ ନାହିଁ । ଗାଁର ଗୁଡାଏ ଘର ହାତୀମାନେ ଭାଙ୍ଗିଦେଇ ଚାଲିଗଲେ ।


ତାଙ୍କ ଗାଁ ଠାରୁ ଅଳ୍ପ ଦୂରରେ ରେଳଗାଡି ଯାଉଥାଏ। ଥରେ ରେଳ ଲାଇନ୍ ପାର ହୋଇ ହାତୀ ମାନେ ଯାଉଥିବା ସମୟରେ ରେଳ ଧକ୍କାରେ ଦୁଇଟି ହାତୀ ଖଣ୍ଡିଆ ଖାବରା 

ହୋଇଯାଇଥିଲେ ଓ ଆଉ ଗୋଟିଏ ମରିଯାଇଥିଲା ।


ଏ ସବୁ ତାପସ ଦେଖୁଥାଏ । ଥରେ ସେ ତା ଅଜାଙ୍କୁ ପଚାରିଲା ,ଅଜା ହାତୀ ତ ବଣରେ ରହେ ନଚେତ୍ ମୁଁ ହାତୀକୁ ଚିଡିଆଖାନାରେ ଦେଖିଛି ,ହେଲେ ଆମ ଗାଁକୁ ହାତୀ କାହିଁକି ଆସୁଛି ।


ଜେଜେ କହିଲେ ,ନାତିଆ ଆମେ ସବୁ ନିଜ ନିଜ ସୁବିଧାରେ ଚଳିବା ପାଇଁ ସାଧାରଣତଃ ବଣ ଉପରେ ନିର୍ଭର କରୁ । ଗଛ ହାଣି ହାଣି ବଣ ପଦା କରିଦେଲୁ ।

ଅଧିକ ମାତ୍ରାରେ ଅଭୟାରଣ୍ୟ ବି କରିଲୁନି । ହାତୀ ବଣରେ ରହେ । ଘଞ୍ଚ ଜଙ୍ଗଲରେ ରହେ । ତା' ଘର ତ ଆମେ ଭାଙ୍ଗିଦେଲୁ । ସିଏ ଏବେ ରାଗିଯାଇ ଆମ ଘର ଭାଙ୍ଗୁଛି ।

ଆଉ ରେଳ ଲାଇନ୍ ପାର ହେବା ବେଳେ ରେଳଗାଡି ଚାଳକ ହାତୀ ରହିବା ଅଞ୍ଚଳକୁ ଚିହ୍ନଟ କରିପାରୁନି । ତେଣୁ ହାତୀକୁ ରେଳଗାଡି ଚକୁଡି ମାରୁଛି ।


ସମୟ ଥାଉଣୁ କିଛି ପଦକ୍ଷେପ ନ ନେଲେ ହାତୀ ଭଳି ବଡ ଜୀବ ଆମ ଦୁନିଆରୁ ଲୋପ ପାଇଯିବେ ।  


ତାପସ ହଁ ଠିକ୍ କହିଛ ଜେଜେ କହି ସବୁ କଥାକୁ ବୁଝିଲା ।


Rate this content
Log in