ଲେଟିନ୍
ଲେଟିନ୍


ଦିନକର ଘଟଣା । ସକାଳ ୬ଘଣ୍ଟ ବାଜିଲାଣି । ଝିଅ ରିମାର ନିଦ ଭାଙ୍ଗି ନ ଥାଏ । ବିଞ୍ଛଣାରେ ପଡି ଅଳସ ଭାଙ୍ଗୁଥାଏ । ସେପଟେ ମାଁ ବାରିପଟୁ ପାଟି କରି ଡାକିଲେ ରିମା ,ଉଠେ ଏବେ ,ଦିନ ଯାକର କାମ ଅଛି । ତୁ ସ୍କୁଲ ଯିବୁ , ଚା ଜଲ୍ଦି ଜଲ୍ଦି ଶୌଚ ସାରି ଗାଧୋଇ ହୋଇ ଆସିଯିବା ।
ସରକାରଙ୍କ ଟଙ୍କାରେ ତାଙ୍କ ଘର ବାରି ପଟେ ଗୋଟିଏ ଲେଟିନ୍ ଟିଏ ବାପା ତିଆରି କରିଛନ୍ତି ,କିନ୍ତୁ ସେଥିରେ ତାଲା ଗୋଟିଏ ଝୁଲାଇ ଥାନ୍ତି । ପରିଷ୍କାର କରି ରଖି ଥାଆନ୍ତି ,ତାହାକୁ କେବେ ବି ବ୍ୟବହାର କରନ୍ତି ନାହିଁ ।
ରିମା ସବୁବେଳେ ସକାଳେ ମାଁଙ୍କ ସହ ବାରିପଟ କେନାଲ ହିଡକୁ ଯାଏ ,ଦୁହେଁ ସେଇଠି ଲୁଗା ପାଲଟି ପେଟ ମଇଳାକୁ ସଫା କରନ୍ତି । ସେହି ହିଡ ଉପରେ ଏମିତି ତାଙ୍କ ଗାଁ'ର ଅନେକ ଅଭଦ୍ରଙ୍କ ଭଳିଆ ମୁହଁକୁ ସିଏ ,ତା ମୁହଁକୁ ଆଉ କିଏ ଚାହିଁ ଆଗ ପଛ ମୁହାଁ ମୁହିଁ ବସି ବସି ଦାନ୍ତ ଘଷା ,ଝାଡା ଯିବା ତା ପରେ କେନାଲ୍ ତୋଠରେ ହାତ ମାଟି ,ଗାଧୁଆ ସାରି ନିତି ଦିନ ଭଳି ଘରକୁ ଫେରନ୍ତି ।
ଥରେ ଆମ ଡି.ଇ .ଓ ଶ୍ରୀ ସନାତନ ପଣ୍ଡା ସାର୍ ରିମାର ସ୍କୁଲ୍ ପରିଦର୍ଶନରେ ଯାଇ ଥାଆନ୍ତି । ରିମାର ଶ୍ରେଣୀ ବି ବୁଲିବାକୁ ଗଲେ ପାଠ ପଢା, ଖାଇବା ,ବିଭିନ୍ନ ହାଲ୍ ଚାଲ୍ ପିଲାଙ୍କ ବୁଝୁ ବୁଝୁ ,ପିଲାମାନେ ତୁମେ ସବୁ ଲେଟିନ୍ ବ୍ୟବହାର କରୁଥିବ ତ ବୋଲି ପଚାରିଦେଲେ ।
ହଁ ,ସାର୍ ସ୍କୁଲରେ ଆମେ ସମସ୍ତେ ଲେଟିନ୍ ବ୍ୟବହାର କରୁଛୁ ବୋଲି ସମସ୍ତେ କହିଲୁ ।
ଡି.ଇ.ଓ. ସାର୍ ପଚାରିଲେ ଆଉ ଘରେ । ଆମେ ସବୁ ଲାଜରେ ମୁହଁ ତଳକୁ କରିନେଲୁ ଜାଣିଛୁ ଆମ ପ୍ରଧାନ ଶିକ୍ଷକ ସଦାବେଳେ କହିଥାଆନ୍ତି, ରାସ୍ତା କଡରେ ଖୋଲାରେ ଝାଡା ବସିବା ନାହିଁ । ଖୋଲାରେ ମଳ ତ୍ୟାଗକଲେ ବିଭିନ୍ନ ରୋଗ ସୃଷ୍ଟି ହୋଇ ବ୍ୟାପେ ,ଦୁର୍ଗନ୍ଧ ହୁଏ ,ଗାଁ ଅସନା ହୁଏ ,ଝିଅ ବୋହୁଙ୍କ ସମ୍ମାନ ନଷ୍ଟ ହୁଏ । ଆମ ସାର୍ ମାନେ ତ ସକାଳେ ଆମେ ଗାଁ ଲୋକମାନେ ଖୋଲାରେ ଝାଡା ବସିଥିବା ସମୟରେ ପାଖକୁ ଯାଇ ଗୋଲାପ ଫୁଲ ଦିଅନ୍ତି ଏପରି ଖୋଲାରେ ରାସ୍ତାରେ କେନାଲ୍ ହିଡରେ ଝାଡା ବସିବାକୁ ବାରଣ କରନ୍ତି ।
କିନ୍ତୁ ଡି.ଇ.ଓ. ସାର୍ ଙ୍କ କଥାଟା ମୋ ମନରେ ବସିଗଲି ଘରକୁ ଯାଇ ପ୍ରଥମେ ବାପାଙ୍କୁ କହି ଲେଟିନ୍ ର ତାଲାଟି ଖୋଲି ଦେଲି ଘରେ ସମସ୍ତଙ୍କୁ ବୁଝାଇଲି ତା ପରେ ଅନ୍ୟ ସାଥି ସାଙ୍ଗ ମାନଙ୍କୁ ନେଇ ଗାଁରେ ଗୋଟିଏ ସଭା କଲୁ, ସ୍କୁଲର ସବୁ ପିଲା ମିଶି ଗାଁର ସମସ୍ତଙ୍କୁ ଖୋଲାରେ ନ ଝାଡା କରି ଲେଟିନ୍ ରେ ବସିବାକୁ ବୁଝାଇଲୁ ।
ମୋ କଥାରେ ଘରେ ବି ସମସ୍ତେ ରାଜି ହୋଇଗଲେ । ଆଉ ଗାଁରେ ବି କିଏ ଖୋଲାରେ ,ରାସ୍ତା କଡରେ ,ବିଲ ,କେନାଲ ହିଡରେ ଝାଡା ବସିଲେନି । ଏବେ ଆମ ଗାଁ ରେ ସମସ୍ତଙ୍କ ଲେଟିନ୍ ଅଛି । ସମସ୍ତେ ଲେଟିନ୍ ବ୍ୟବହାର କରୁଛୁ । ଆଉ ଆମ ଗାଁ ଏବେ ସୁନ୍ଦର ,ନିର୍ମଳ ଆଉ ସଫା ବାସ୍ନା ବାସ୍ନା ଲାଗୁଛି । କିଏ ଆମ ଗାଁ କୁ ଦେଖି ପ୍ରଶଂସା କଲେ ମୋତେ ବେଶି ଖୁସି ଲାଗୁଛି ।