Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Mihir Tripathy

Inspirational

2  

Mihir Tripathy

Inspirational

ଚାଲ ଅଳିଆ ସଫା କରିବା

ଚାଲ ଅଳିଆ ସଫା କରିବା

1 min
464



ଦିନକର ଘଟଣା, ବରଷା ହେଉଥାଏ । ସମୟ ଦିନ ୧୧ଟା ଘର ଭିତରକୁ ଯାଉଛି ମୁନୁ-

ବୋଉ ବୋଉ ଡାକ ଦେଇ..


ମୁନୁ :ବୋଉ ବୋଉ 

ବୋଉ :କଣ ହେଲା କିରେ ପୁଅ ।

 - ତୁ ସ୍କୁଲକୁ ଯାଇ ଥିଲୁ ନା

 -ଫେରି କି ଆସିଗଲୁ

 -ଆଜି ସ୍କୁଲ ଛୁଟି କି ?


ମୁନୁ : କଣ କହିବି ଲୋ ବୋଉ , ଆଜିର ବରଷାରେ ଆମ ସ୍କୁଲରେ ଆଣ୍ଠୁଏ ପାଣି । ସାର୍ ସ୍କୁଲ ଭିତରେ ପାଣି ଦେଖି ଆମକୁ ଘରକୁ ଫେରି ଯିବାକୁ କହିଲେ ।


ବୋଉ :କାହିଁ !! ସ୍କୁଲରେ କାହିଁକି ପାଣି ଜମୁଛି, ସ୍କୁଲ କଣ ଖାଲରେ ଅଛି କି, ଯେ ରାସ୍ତାର ପାଣି ସ୍କୁଲକୁ ଚାଲି ଯାଉଛି ?


ମୁନୁ:ନା ଲୋ ବୋଉ ! ଆମ ଗାଁର ଆମ ଲୋକମାନଙ୍କ ଯୋଗୁଁ,ସେଇ ସ୍କୁଲ ପାଖେ ଅଳିଆ ଗଦା କରିବେ, ପାଳ ଗଦା କରି ଖଳା କରିବେ,ମାଟି ବାଲି ସ୍କୁଲ୍ ରାସ୍ତା ଉପରେ ଜମା ରଖିବେ, ଗାଈ ଗୋରୁଙ୍କୁ ସେଇ ପାଖରେ ବାନ୍ଧି ରଖିବେ । ଆହୁରି ଶୁଣେ... ରାସ୍ତା ପଖା ନାଳରେ ଧିରେ ଧିରେ ମଇଳା ଅସନା ପକାଇ ପକାଇ ପୋତି ଦେଇଥିବେ । ବରଷା ଦିନେ ଗାଁର ପାଣି ନିଷ୍କାସନ ଆମ ସ୍କୁଲ ଭିତର ଦେଇ କରିଥାଆନ୍ତି ,ସତେ ଯେପରି ଆମ ସ୍କୁଲ ଗୋଟିଏ ଗୋଚର ଜମି ।


ବୋଉ :ଏବେ ବୁଝିଲିରେ ପୁଅ ... ତୁମ ସ୍କୁଲ ବରଷା ଦିନେ କାହିଁକି ଛୁଟି ହୋଇଯାଏ ।


ଆଗକୁ ଆମେ ସମସ୍ତେ ମିଶି ସ୍କୁଲ ପରିବେଶ ସଫା ରଖିବା ।


Rate this content
Log in