Mihir Tripathy

Inspirational

3  

Mihir Tripathy

Inspirational

ବାଣ କିଣିବିନି

ବାଣ କିଣିବିନି

1 min
602



ନାତି : ଜେଜେ ଚାଲ ବାଣ କିଣିବା

ଜେଜେ : କି ' ରେ ଆଜି ମୋ ନାତିର ବାଣ କିଣିବା ପାଇଁ କିପରି ମନ ହୋଇଗଲା । ନାତି: ଶୁଣୁନ କି ? ପଡିଶା ଘର ,ରାନୁ କିପରି ଢୋ ଢା କରି ବାଣ ଫୁଟଉଛି, ଧୁଆଁ ଛାଡୁଛି

ଚାଲ ଆମେ ବି ବାଣ କିଣିବା  । ମୁଁ ବି ଢୋ ଢୋ କରି ବାଣ ଫୁଟାଇବି ,ଧୁଆଁ ଛାଡିବି । ଜେଜେ: ରହି ଯା ,ଆହୁରି ଦିନ ଅଛି ,ଏବେ ମୋର ସମୟ ନାହିଁ । କେବେ ସୁବିଧା ଦେଖି ମୁଁ ତୋ ପାଇଁ ବାଣ କିଣି ଦେବି ।


ନାତି : ଜେଜେ ,ତୁମେ ବାଣ ଫୁଟାଇବନି କି । ଜେଜେ :

ନା ' ରେ ମୁଁ ବାଣ ଫୁଟାଏନି  । ବାଣ ଫୁଚାଇବାରେ ମୋର ଆଗ୍ରହ ନାହିଁ । ଏପରି ନାତି ଓ ଜେଜେଙ୍କ କଥା ଚାଲିଥାଏ 

ସେପଟେ ମରିଗଲି ମରିଗଲି କହି ବଡ ପାଟିରେ କାନ୍ଦ ରଡି ଶୁଭିଲା । ସମସ୍ତେ ଧାଇଁ ଆସିଲେ । ନାତି ଜେଜେ ସହ ବି ଗଲା ।


ନାତି : ଜୋଜେ ,ମୁଁ ଆଉ ବାଣ ଫୁଟାଇବିନି । ମୋ ପାଇଁ ଆଉ ତୁମେ ବାଣ କିଣିବନି । ଜେଜେ : କି ' ରେ ,ଏବେ କହୁଥିଲୁ ,ବାଣ କିଣିବା ପାଇଁ  ? ପୁଣି ଏବେ ମନା କରୁଛୁ । ନାତି : ଦେଖୁନ ପଡିଶା ଘର ରାନୁକୁ

ବାଣ ଫୁଟଉ ଫୁଟଉ କିପରି ତା'ର ହାତରେ ବାଣ ଫୁଟିଗଲା ତାହାର ମୁହଁ ,ହାତ ବାଣ ନିଆଁରେ ପୋଡିଗଲା

ଏବେ ସିଏ କେତେ କାନ୍ଦୁଛି । ତାକୁ ବେଶି କଷ୍ଟ ହେଉଥିବ ।


ଜେଜେ : ହଁ ରେ ନାତି ବାଣ ବହୁତ ଲୋକଙ୍କୁ

ଖଣ୍ଡିଆ ଖାବରା କରିଛି । ହାତ ପେଟ ଗୋଡ ପୋଡିଛି

ଆଖି ଫୁଟାଇଛି । କିଏ କିଏ ତ ବାଣ ଫୁଟାଇ ମରିଯାଇଛନ୍ତି ।


ନାତି : ଜେଜେଙ୍କ ଭଳି ମୁଁ ଆଉ କେବେ ବି ବାଣ କିଣିବିନି

କି ବାଣ ଫୁଟାଇବିନି ।ଏଇ ଦୀପାବଳିରେ ଚାଲ ।ବିଭିନ୍ନ ରଙ୍ଗର ଲାଇଟ୍ ଲଗାଇବା । ଘର ସଜାଇବା 

ମିଠା ବାଣ୍ଟି ବାଣ ଅମାବାସ୍ୟା ରେ ଏହି ଦୀପାବଳୀ ପର୍ବକୁ ପାଳନ କରିବା ।


Rate this content
Log in

Similar oriya story from Inspirational