Mihir Tripathy

Inspirational

2  

Mihir Tripathy

Inspirational

ବର୍ଷା ଦିନର କଥା

ବର୍ଷା ଦିନର କଥା

1 min
441



ଦିନକର ଘଟଣା l ଏ ହେ ବର୍ଷା ପଡିଲାଣି l ଭାଇ ପାଠ ପଢିବାକୁ ସ୍କୁଲକୁ ଯାଇଛି l କିପରି ଫେରିବ ? ନା ଛତା କି ରେଇନ୍ କୋଟ୍ ନେଇନି l ବର୍ଷାରେ ଓଦା ହୋଇଯିବ ବୋଧେ l ସାର୍ଟ ପେଣ୍ଟ ସବୁ ପାଣି ପାଣି ହୋଇଯିବ l ଗତ ଥର ଏଇମିତି ବର୍ଷା ହେଉଥିଲା l ଭାଇ ଓଦା ସରବଡ ହୋଇ ସ୍କୁଲରୁ ଫେରିଥିଲା l ଧିରେ ଧିରେ ତା'ର ନାକରୁ ପାଣି ବୋହିଲା, ଛିଙ୍କ ହେଲା l ଦେଖିଲା ବେଳକୁ ରାତିରେ ତାର ଦେହ ତାତୁଥିଲା l ଜ୍ବର ହୋଇଗଲାl ବୋଉ ମୋର ରାତି ସାରା ଚେତା ରହି ଓଦା କନା ଥରକୁ ଥର ଭାଇର କପାଳରେ ଲଗାଉ ଥିଲା l ବାପା ସମୟ ଦେଖି ଡକ୍ଟର ଦେଇଥିବା ଔଷଧରୁ ବଟିକା ଦେଉଥାନ୍ତି l ଘରଟା ଡାକ୍ତରଖାନା ପାଲଟି ଯାଇଥିଲା l ଭାଇର ଜ୍ବର କିପରି ଭଲ ହେବ, ସମସ୍ତଙ୍କର ଚିନ୍ତା l ଡକ୍ତର କହିଥିଲେ ବର୍ଷାରେ ତିନ୍ତିବାରୁ ଭାଇକୁ ଜ୍ବର ହୋଇଛି l ଭାଇରାଲ୍ ଫିଭେର୍ l ଦୁଇ ତିନି ଦିନର ପଥି ମେଡିସିନ୍ ରେ ରହିଲେ ଜ୍ବର ଭଲ ହୋଇ ଯିବ l ସତକୁ ସତ ଦୁଇ ତିନି ଦିନ ପରେ ଭାଇର ଜ୍ବର ଭଲ ହୋଇଗଲା l ଆଉ ଥରେ ବର୍ଷା ଦେଖି ଡର ଲାଗୁଛି l ବର୍ଷା ହେଲେ ଛତା ଧରି ରେଇନ୍ କୋଟ୍ ପିନ୍ଧି ଘର ବାହାରକୁ ଯାଉଥ l ନଚେତ୍ ମୋତେ ଡର ଲାଗୁଛି l କାଳେ ପୁଣି ଥଣ୍ଡା ହୋଇଯିବ l ଜ୍ବର ଆସିଯିବ l



Rate this content
Log in

Similar oriya story from Inspirational