STORYMIRROR

Trushna Das

Tragedy Inspirational

3  

Trushna Das

Tragedy Inspirational

ସୁରଭି (ଆଜିର ରମାଦେବୀ)

ସୁରଭି (ଆଜିର ରମାଦେବୀ)

3 mins
312

ସୁରଭି ଗୋଟିଏ ଧନୀ ଜମିଦାର ପରିବାରର ଝିଅ। ତାର ବୟସ ଦଶ ବର୍ଷ। ବାପା ମାଆଙ୍କ ଗୋଟିଏ ବୋଲି ଝିଅ, ବହୁତ ଗେହ୍ଲି। ତାଙ୍କ ପରିବାରର ଗୋଟିଏ ବୋଲି ଝିଅ। ବଡ଼ ବାପା ବଡ଼ ମାଆ, କାକା ଖୁଡୀ କାହାରି ବି ଝିଅ ନାହିଁ। ତେଣୁ ସୁରଭି ସମସ୍ତଙ୍କ ଗେହ୍ଲି। ତେଣୁ ସୁରଭି କେବେ ଅଭାବ ଅସୁବିଧା ଜାଣି ପାରି ନାହାଁନ୍ତି । ପଇସାର ମୂଲ୍ୟ ବୁଝି ନାହିଁ। ଦିନକୁ ଦିନ ସେ ବଦମାସ ହୋଇ ଚାଲିଛନ୍ତି ।


ସୁରଭିର ଜେଜେ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ନାତୁଣୀର ଏପରି ମନ ଭାବ ଦେଖି ଚିନ୍ତାରେ ଥାଆନ୍ତି। ଯେତେବେଳେ ସେ ବୁଝାଇବାକୁ ଚେଷ୍ଟା କରନ୍ତି ସେ ବୁଝି ପାରେନି ଏବଂ ଜେଜେମା ଗେହ୍ଲ କରି ତାକୁ ଓଲଟି ଜେଜେବାପାଙ୍କ ଉପରେ ରାଗି କୁହନ୍ତି ସେ ଛୋଟ ଛୁଆଟା। ସେ କଣ ଏ ସବୁ ବୁଝି ପାରିବ।ବେଳ ଆସିଲେ ଆପେ ଠିକ ହୋଇ ଯିବ। ତୁମେ ବୁଢା ହେଲଣି କାହିଁକି ତା ପଛରେ ପଡିଛ କୁହନା। ଏହା ଶୁଣି ଜେଜେବାପା ଚୁପ ହୋଇ ଯାଆନ୍ତି। 


ଦିନେ ସୁରଭିର ବିଦ୍ୟାଳୟରେ ସାହିତ୍ୟ ଶିକ୍ଷୟିତ୍ରୀ ବହିରେ ଥିବା ଗୋଟିଏ ବିଷୟ ରମାଦେବୀଙ୍କ ଜୀବନୀ ପଢାଇଲେ।ସୁରଭିଙ୍କୁ ରମାଦେବୀଙ୍କ ଜୀବନୀ ବହୁତ ଭଲ ଲାଗିଲା। ସେ ଆସି ଜେଜେବାପାଙ୍କ ପାଖରେ ଗେହ୍ଲି ହୋଇ ଜେଜେବାପାଙ୍କୁ ରମାଦେବୀଙ୍କ ଜୀବନୀ ବିଷୟରେ ଭଲ କରି କହିବାକୁ କହିଲେ। ଜେଜେବାପା ମଧ୍ୟ ତାଙ୍କୁ ରମାଦେବୀଙ୍କ ବିଷୟରେ କହିଲେ ଯେ ରମାଦେବୀ କିଏ ଥିଲେ, ସେ କିପରି ଭାବରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଲେ, କେମିତି ସେ ମହାତ୍ମାଗାନ୍ଧୀଙ୍କ ଅହିଂସା ନୀତି ଦ୍ୱାରା ପ୍ରଭାବିତ ହୋଇଥିଲେ, ସେ ସ୍ୱାଧୀନତା ସଂଗ୍ରାମରେ କଣ କଣ କରିଥିଲେ, ଦୁଃଖୀ ଦରିଦ୍ରଙ୍କର ସହାୟତା କିପରି କରିଥିଲେ, ସ୍ୱାଧୀନତା ପାଇଁ କାରାଗାର ଓ ଅନ୍ୟ କେତେ କଷ୍ଟ ସହିବାକୁ ପଡ଼ି ଥିଲା, ସ୍ୱାଧୀନତା ପରେ ବି କିପରି ଭାବରେ ସେ ସମାଜ ସେବା କରିଥିଲେ ଆଦି ବିଷୟରେ।

ତାପରେ ଜେଜେବାପା ଦେଖିଲେ ସୁରଭି ରମାଦେବୀଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି। ଦୁଃଖ କଣ, ଟଙ୍କାର ମୂଲ୍ୟ କଣ ଆଦି ଟିକେ ଟିକେ ବୁଝିଲେଣି। 


କିଛି ଦିନ ପରେ ସୁରଭିଙ୍କ ଜନ୍ମଦିନ ଥିଲା। ଜନ୍ମଦିନରେ ସୁରଭିଙ୍କୁ ବହୁତ ପ୍ରକାର ଉପହାର ମିଳିଲା। ହେଲେ ସୁରଭିଙ୍କୁ ଜେଜେବାପା ଦେଇଥିବା ଉପହାରଟି ବହୁତ ଭଲ ଲାଗିଲା। ତାହା ହେଉଛି ରମାଦେବୀଙ୍କ ଜୀବନୀ ପୁସ୍ତକ। 


ସୁରଭି ପଢାରୁ ଟିକେ ଫାଙ୍କା ପାଇଲେ ସେହି ପୁସ୍ତକକୁ ପଢନ୍ତି। ଏବେ ସୁରଭି ରମାଦେବୀଙ୍କ ଚିନ୍ତାଧାରାକୁ ଧିରେ ଧିରେ ଅନୁସରଣ କରିବାକୁ ଲାଗିଲେଣି ।ଗରିବ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ସହି ପାରୁ ନାହାଁନ୍ତି।ସେ ଗରିବ, ଦୁଃଖୀ, ରୋଗୀ ଲୋକମାନଙ୍କ ପ୍ରତି ଦୟା ଦେଖାଉଛନ୍ତି ଏବଂ ଯେତିକି ପାରୁଛନ୍ତି ସେମାନଙ୍କ ସେବା ଓ ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ଧିରେ ଧିରେ ସେ ପରିବର୍ତ୍ତନ ହେଲେଣି। 


ସୁରଭି ବଡ଼ ହୋଇ ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଗୋଟିଏ ଏନ୍.ଜି.ଓ ଖୋଲିଛନ୍ତି। ସେ ଦୁଃଖୀ ଦରିଦ୍ର, ରୋଗୀ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତିା କିଛି ବର୍ଷ ତଳେ ତାଙ୍କ ଗାଁରେ ବନ୍ୟା ଆସି ବହୁତ କ୍ଷୟକ୍ଷତି ହୋଇଥିଲା। ତାଙ୍କର ଏନ୍.ଜି.ଓ ନିଜ ପାରୁ ପର୍ଯ୍ୟନ୍ତ ଗାଁ ଲୋକଙ୍କ ସାହାଯ୍ୟ କରିଥିଲେ।ସମଗ୍ର ଭାରତର ଯେଉଁଠି ବି କିଛି ସମାଜ ସେବା ଆବଶ୍ୟକ ଥାଏ ସୁରଭି ଓ ତାଙ୍କ ଏନ୍. ଜି.ଓ ଯାଇ ସହାୟତାର ହାତ ବଢାଉ ଥିଲେ। 


ନାରୀଙ୍କ ସମ୍ମାନ ଓ ଶିକ୍ଷା ପ୍ରତି ସୁରଭି ସବୁବେଳେ ସମ୍ବେଦନଶୀଳ ଥିଲେ।ସମସ୍ତେ ତାଙ୍କ କାର୍ଯ୍ୟକଳାପ ଦେଖି ତାଙ୍କୁ ଆଜିର ରମାଦେବୀ ବୋଲି କହିବାକୁ ଲାଗିଲେଣି।


ସୁରଭି ଏବେ ସମଗ୍ର ଭାରତରେ ନିଜ ସମାଜ ସେବା ପାଇଁ ପ୍ରସିଦ୍ଧ ହୋଇଗଲେଣି। ତାଙ୍କୁ ଭାରତ ସରକାରଙ୍କ ତରଫରୁ ବହୁତ ପୁରଷ୍କାର ବି ମିଳିଛି।


ସୁରଭି ଏମିତି ନିଜକୁ ସମାଜ ସେବାରେ ନିୟୋଜିତ କରିଥିଲେ ଏବଂ ବିବାହ ନ କରିବାକୁ ସ୍ଥିର କରିଛନ୍ତି ଏବଂ ନିଜ ପରିବାର ଲୋକଙ୍କୁ ଭି କହି ସାରିଛନ୍ତି। ପରିବାର ଲୋକ ବୁଝାଇଲେ ବି ସେ କୁହନ୍ତି ମୁଁ ନିଜ ଜୀବନକୁ ସମାଜ ସେବାରେ ନିୟୋଜିତ କରି ସାରିଛି। ବିବାହ ବନ୍ଧନରେ ବାନ୍ଧି ହେଲେ ମୁଁ ତାହା ଠିକରେ କରି ପାରିବି ନାହିଁ। ମୋତେ କେହି ବିବାହ ପାଇଁ ବାଧ୍ୟ କରନ୍ତୁ ନାହିଁ। 


ଏମିତି ସେ ବହୁତ କମ ବୟସରେ ସମାଜର ଜଣେ ପ୍ରସିଦ୍ଧ ସମାଜସେବୀ ହୋଇ ସାରିଛନ୍ତି। 


ହଠାତ୍ କରୋନା ନାମକ ମହାମାରୀ ବ୍ୟାଧି ସମଗ୍ର ବିଶ୍ୱକୁ ଗ୍ରାସ କରିଛି। ସବୁଆଡେ ବ୍ୟାପି ଯାଇଛି। ସୁରଭି ନିଜ ଜୀବନକୁ ନ ଦେଖି ଲୋକମାନଙ୍କୁ କରୋନାରୁ ରକ୍ଷା କରିବାରେ ନିୟୋଜିତ ହୋଇଛନ୍ତି। ସେ ରୋଗୀଙ୍କ ସେବା ମଧ୍ୟ କରିଛନ୍ତି।ତାଙ୍କ ଏନ୍. ଜି. ଓ ମଧ୍ୟ ଗରିବମାନଙ୍କୁ ଆର୍ଥିକ ସାହାଯ୍ୟ କରିଛି। 


ଏମିତି ସୁରଭି ରୋଗୀଙ୍କ ସେବା ଯତ୍ନ ଦ୍ୱାରା ଶହ ଶହ ରୋଗୀଙ୍କୁ ଭଲ କରିଛନ୍ତିା ହେଲେ ଦୁଃଖର କଥା ସେ ନିଜେ ଗତ ଅଗଷ୍ଟ ମାସରେ କରୋନାରେ ପିଡ଼ୀତ ହୋଇ ମାତ୍ର ବିତିଶି ବର୍ଷରେ ଇହଧାମ ତ୍ୟାଗ କଲେ।ମରିବା ଆଗରୁ ନିଜର ସବୁ ସମ୍ପତ୍ତି ଲୋକଙ୍କ ସେବାରେ ନିୟୋଜିତ ହେଉ ବୋଲି ଉଲ୍ କରି ଦେଇଥିଲେ।ତାଙ୍କ ମୃତ୍ୟୁରେ କେବଳ ଓଡିଶାବାସୀ ନୁହଁ ବରଂ ସମଗ୍ର ଭାରତବାସୀ ଦୁଃଖ ପ୍ରକାଶ କଲେ। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା ସୁରଭି ଆଜିର ରମାଦେବୀ ଆଉ ଏ ଦୁନିଆରେ ନାହାଁନ୍ତି।


Rate this content
Log in

Similar oriya story from Tragedy