ସୁନନ୍ଦା
ସୁନନ୍ଦା


ପ୍ରାୟ ରାତି ସାଢେ଼ ଆଠଟା ପସମୟାଖାପାଖି ହେବ ।
ସୁନନ୍ଦା ଏପର୍ଯନ୍ତ ଘରକୁ ଫେରିନି । ସକାଳୁ ଯାଇଚି
ଯେ ଯାଇଛି ଏପର୍ଯ୍ୟନ୍ତ ଦେଖା ନାହିଁ । ଦେବବ୍ରତ ବାବୁ ଏବଂ ଅରୁନ୍ଧତୀ ଦେବୀ ବ୍ୟସ୍ତ ବିବ୍ରତ ହୋଇପଡୁଛନ୍ତି । ଚାରିଆଡେ ଖୋଜା ଖୋଜି କରୁଛନ୍ତି ତା ସାଙ୍ଗମାନଙ୍କ ପାଖକୁ କଲ୍ ବି କରି ସାରିଲେଣି ହେଲେ କେହି ବି ସୁନନ୍ଦା ଵିଷୟରେ କିଛି ବି କହିପାରୁନାହାନ୍ତି । ଵାଧ୍ୟ ହୋଇ ଦେବବ୍ରତ ଵାଵୁ ଥାନାରେ ଏତଲା ଦେଵାକୁ ବାଧ୍ୟ ହେଲେ । ସେଥିରେ ଵି କିଛି ଲାଭ ହେଲାନି । ପୋଲିସମାନେ ସୁନନ୍ଦାକୁ ଖୋଜିବାରେ ଅସଫଳ ରହିଲେ ।
ହଠାତ୍ ଦିନେ ଏକ ଅପରିଚିତ ନମ୍ବରରୁ କଲ୍
ଆସିଲା, ଅରୁନ୍ଧତୀ ଦେବୀ ହ୍ୟାଲୋ କହିଲା ବେଳକୁ
ଅପରପକ୍ଷରୁ ଶୁଭିଲା ମମି ମୁଁ ସୁନନ୍ଦା କହୁଛି । ମୋ
ପାଇଁ ମୋଟେ ଵ୍ୟସ୍ତ ହେବନି । ତୁମ ମାନଙ୍କୁ ନ ଜଣେଇ
ମୁଁ ଅନୁରାଗଙ୍କ ସହ ଦିଲ୍ଲୀ ପଳେଇ ଆସିଛି । ତାଙ୍କ
ସହିତ ମୋ ଵାହାଘର ମଧ୍ୟ ସରିଗଲାଣି । ସେ ବହୁତ
ଭଲ ମମି । ମୁଁ ତାଙ୍କୁ ବହୁତ ଭଲପାଏ ମମି । ସେ
ପେଶାରେ ଜଣେ ଡାକ୍ତର ଆଉ ଦିଲ୍ଲୀ ଏମସ୍
ହସପିଟାଲରେ କାର୍ଯ୍ୟରତ । ମୁଁ ଵହୁତ ଭାଵିଥିଲି
ତୁମ୍ଭମାନଙ୍କୁ ଜଣେଇ ଆସିଵି ଵୋଲି ହେଲେ ପାପାଙ୍କୁ
ତୁମେ ଜାଣିଛ, ମାମା ସେ କେବେ ରାଜି ହୋଇ ନ ଥାଆନ୍ତେ ,ମୋତେ ସିଧା ସୁଟ୍ କରିଦେଇଥାଆନ୍ତେ । ଵାଧ୍ୟ ହୋଇ ମୁଁ ଏ କଦମ ଉଠେଇଲି । ତୁମେ ଦିଜଣ ମୋତେ କ୍ଷମା କରିଦେବ ପ୍ଲିଜ୍ ।
ମୋବାଇଲର ଲାଉଡସ୍ପିକର୍ ଅନ୍
ଥିବାରୁ ଦେବବ୍ରତ ଵାଵୁ ପାଖରେ ଠିଆ ହୋଇ ସବୁ କଥା
ଶୁଣି ଥିଲେ ରାଗରେ ନିଆଁବାଣ ହୋଇଗଲେଣି । ଚିତ୍କାର କରି ଉଠିଲେ ସେ ଝିଅ ସାଙ୍ଗରେ ଆମର କିଛି ସମ୍ପର୍କ ନାହିଁ । ଯିଏ ଆମ ମାନ ସମ୍ମାନକୁ ଖାତିରି ନ କରି ଏ ଅପକର୍ମ କଲା ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତା ମୁହଁ ଚାହିଁବିନି । କାଲି କୂଳପୁରୋହିତଙ୍କୁ ଡାକି ତା ଶୁଦ୍ଧିକ୍ରିୟା କରିଵି । ସେ ଆମ ପାଇଁ ମରିସାରିଛି । ଆଉ ଦିନେ ଫୋନ୍ କରିବାକୁ ଚେଷ୍ଟା କରିବୁନି । ଏମିତି ଅନେକ କିଛି ......... କହିଗଲେ ଯାହା ମନକୁ ଆସିଲା । ସୁନନ୍ଦା ଵାପାଙ୍କ କଟୁ କଥା ଶୁଣି ଟିକିଏ ଵି ମନଦୁଃଖ କଲାନି କାରଣ ତା ପାଖରେ ତା ଅନୁରାଗଙ୍କ ଭଲପାଇଵା ଅଛି । ତାକୁ ପାଥେୟ କରି ସାରା ଜୀବନ ସେ ବଞ୍ଚିଵାର ଶପଥ ନେଇ ମନ୍ଦିରରେ ଦେଵୀ ମାଆଙ୍କ ସମ୍ମୁଖରେ
ଅନୁରାଗଙ୍କ ଠାରୁ ମଥାରେ ସିନ୍ଦୂର ପିନ୍ଧିଛି । ଅନୁରାଗ ସତରେ ଜଣେ ଭାରି ଭଲ ମଣିଷଟିଏ । ସୁନନ୍ଦାକୁ ସେ ଵହୁତ ଭଲ ପାଆନ୍ତି । ତାର ଵହୁତ ଯତ୍ନ ନିଅନ୍ତି, ତାକୁ ସମ୍ମାନ ଦେଵାରେ କେଵେ ଵି ଅଵହେଳା କରନ୍ତିନି,ସେ ଜାଣନ୍ତି ତାଙ୍କ ପାଇଁ ସୁନନ୍ଦା ତା ଵାପା ମାଆ, ସାଙ୍ଗସାଥି ସଭିଙ୍କୁ ଛାଡି ପଳେଇ ଆସିଛି ସୁଦୂର ଦିଲ୍କୀକୁ ।
କଲେଜରେ ପଢ଼ିବା ଵେଳେଦିଜଣଙ୍କର ଦେଖାହୁଏ । କେବେ ତାଙ୍କ ସମ୍ପର୍କ ପ୍ରେମର ରୂପ ନିଏ ସେମାନଙ୍କୁ ଜଣା ନାହିଁ । ପରସ୍ପର ପ୍ରତି ଅତ୍ୟଧିକ ଭଲପାଇଵା ଶେଷକୁ ଦିନେ ଵିଵାହରେ ପ୍ରତିଫଳିତ ହୁଏ ।
ଅନୁରାଗ ତାଙ୍କ ସାମ୍ରାଜ୍ୟର ସାମ୍ରାଜ୍ଞୀ ଵନେଇ ରଖିଛନ୍ତି
ସୁନନ୍ଦାକୁ ଢାଳି ଦେଇଛନ୍ତି ଅଜସ୍ର ସ୍ନେହ ଶ୍ରଦ୍ଧାର ଵର୍ଷା ।
ଉନ୍ମୁକ୍ତ ଆକାଶରେ ଵିହଙ୍ଗ ପରି ଘୂରି ଵୁଲୁଛନ୍ତି ସେମାନେ
ମନରେ ଭରି ଅଦ୍ୟମ ଆଶା ଆଉ ଉଜ୍ୱଳ ଭବିଷ୍ୟତର
ସୁଚିନ୍ତିତ କଳ୍ପନାକୁ ନେଇ । ଅନୁରାଗଙ୍କ ପ୍ରେମ ଆଗରେ
ଦୁନିଆର ସଵୁ ସୁଖ ତୁଚ୍ଛ ଲାଗୁଥିଲା ସୁନନ୍ଦାକୁ ।
ସଵୁ ଠିକ୍ ଠାକ୍ ଚାଲିଥିଲାଵେଳେ ହଠାତ୍
ସୁନନ୍ଦା ଶୁଣିଵାକୁ ପାଇଲା ଟିଭିରେ, ସମ୍ବାଦପତ୍ରରେ
କୋରୋନାର ପ୍ରଚାର ପ୍ରସାର ଜୋର୍ ସୋର୍ ରେ ଚାଲିଛି । ଏମିତି ଏକ ଭାଇରସ୍ ଚୀନ୍ ରୁ ଆସିଛି । କୋରନା ରୋଗୀକୁ ଛୁଇଁଲା ମାତ୍ରେ ସେହି ରୋଗରେ ଆକ୍ରାନ୍ତ ହେବା ଅବସମ୍ଭାବୀ । ଠାକୁରଙ୍କୁ ଡାକେ ହେ ପ୍ରଭୁ ମୋ ପ୍ରିୟ ଜନ୍ମଭୂମିକୁ ନ ଆସୁ ଏ ରୋଗ । ହେଲେ ଦେଖୁ ଦେଖୁ ଇଟାଲୀ, ଚୀନ୍ କୁ ପଛରେ ପକାଇ ଭାରତରେ କୋରନା ରୋଗୀ ସଂଖ୍ୟା ଵଢିବାକୁ ଲାଗିଛି
। ଆଉ ଅନୁରାଗଙ୍କ ଲାଗିଛି ହସପିଟାଲରେ ଚଵିଶି ଘଣ୍ଟିଆ ଡ୍ୟୁଟି । ରୋଗ ନିୟନ୍ତ୍ରଣ କରିବାକୁ ଯାଇ ସରକାର ଦେଶବ୍ୟାପୀ ଲକ୍ ଡାଉନ୍, ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏଥିପାଇଁ ସୁନନ୍ଦା, ଅନୁରାଗଙ୍କ ଦେଖାସାକ୍ଷାତ ଵନ୍ଦ ପ୍ରାୟ ହୋଇଯାଇଛି ।
ଘରେ ଏକୁଟିଆ ରହି ପାଗଳ ପ୍ରାୟ ଲାଗୁଛି ସୁନନ୍ଦାଙ୍କୁ ।
ଅନୁରାଗଙ୍କୁ କଲ୍ କରିଵାକୁ ଵି ଟାଇମ୍ ନାହିଁ । ରୋଗୀଙ୍କ
ସଂଖ୍ୟା ଅତ୍ୟଧିକ ହସପିଟାଲରେ । ବେଳେ ଵେଳେ ଗୋଟେ ଦି ମିନିଟ୍ ପାଇଁ କଲ୍ କରି ଦିଅନ୍ତି ମଝିରେ ମଝିରେ ।
ଆଜିକୁ ପ୍ରାୟ ଦୁଇ ମାସ ହେବ ଅନୁରାଗ ଘରକୁ
ଆସିନାହାନ୍ତି । ହେଲେ ଅନ୍ୟ ସାଙ୍ଗ ଡାକ୍ତରମାନେ ଘରକୁ ଅଳ୍ପ ସମୟ ହେଉ ପଛେ ଆସୁଛନ୍ତି । ଅନୁରାଗଙ୍କ କଲ୍ ଏ ଦି ଚାରି ଦିନ ହେବ ମୋଟେ ଆସୁନି । ଗଭୀର ଚିନ୍ତାରେ ସୁନନ୍ଦା । ଆଜି ସ୍ଥିର କରିଛି ଯା ହେଉ ପଛେ ସେ ଆଜି ଅନୁରାଗଙ୍କୁ ଦେଖା କରିଵାକୁ ଯିବ । ସବୁ କାମ ସାରି ହସପିଟାଲରେ ପହଞ୍ଚଲା । ସୁନନ୍ଦା ସେଠି ଯାହା ଶୁଣିଲା ଯାହା ଦେଖିଲା ତା ପାଦତଳୁ
ମାଟି ଖସିଲା ପରି ଲାଗିଲା । ସେ ମୂର୍ଚ୍ଛା ହୋଇ ପଡିଗଲା । ମେଡିକାଲ ଵେଡ୍ ରେ ଶୋଇ ରହିଛି ଅନୁରାଗଙ୍କ ମୃତ ଦେହ । ଦିନ ରାତି କୋରନା ରୋଗୀଙ୍କ ସେବା କରି କରି ନିଜେ ସେ ରୋଗରେ ଶିକାର ହୋଇ ପଡ଼ିଛନ୍ତି ଏବଂ ଶେଷରେ ମୃତ୍ୟୁ । ବହୁତ ଅନୁରୋଧ କରିଥିଲେ ତାଙ୍କ ପ୍ରାଣପ୍ରିୟା ସୁନନ୍ଦାଙ୍କୁ ନ ଜଣେଇବା ପାଇଁ । କାଳେ ସେ ଦେଖା କରିବା ପାଇଁ ହସପିଟାଲ୍ କୁ ପଳେଇ ଆସିବେ । ଵହୁତ ଦିନ ହେଲା ଦେଖା ନ କରିଥିବାରୁ କାଳେ ତାଙ୍କୁ ଆଲିଙ୍ଗନ କରିନେଵେ । ତାକୁ କାଳେ କୋରନା ହୋଇଯିଵ ଏ ଭୟରେ ମନା କରିଥିଲେ
ସଭିଙ୍କୁ ।
ମୃତ୍ୟୁର ଅଳ୍ପ ସମୟ ପୂର୍ବରୁ ଗୋଟିଏ ଚିଠି ଦେଇଯାଇଛନ୍ତି ସୁନନ୍ଦାକୁ ଦେଵା ପାଇଁ । ସୁନନ୍ଦାର ହୋସ୍ ଆସିଲା ପରେ ଧରେଇ ଦେଲେ ଅନୁରାଗଙ୍କ ଶେଷ ସନ୍ତକ ଚିଠି ଟିଏ । ଚିଠିଟି ଵୁକୁରେ ଜାଵୁଡି ଧରି ପାଗଳିଙ୍କ ଭଳି ଭୂମିରେ ଲୋଟି କାନ୍ଦୁଥାଏ । ତାଙ୍କ ମୃତଶରୀରକୁ ସୁନନ୍ଦାଙ୍କୁ ସ୍ପର୍ଶ କରିବାକୁ ଟିକେ ବି ଦେଲେନି । ହସ୍ପଟାଲର କର୍ମଚାରୀ ମାନେ ଶବକୁ ସେଇଠି ହିଁ ଦାହ କରିଦେଲେ । ସୁନନ୍ଦା ଆଜି
ଏକୁଟିଆ ହେଇଯାଇଛି । ଏ ଦୁନିଆରେ ଅନୁରାଗଙ୍କ ଛଡା ଆଉ କିଏ ବା ଅଛି ??ତା ଜୀବନଟା ତାକୁ ଵୋଝ ପ୍ରାୟ ଲାଗୁ ଥିଲା । ସାଥି ହୋଇ ଵଞ୍ଚିବା ମରିଵାର ପ୍ରଣ ନେଇଥିବା ସାଥି ତାର ତାକୁ ଚିରଦିନ ପାଇଁ ଛାଡି ଦେଇ ଚାଲି ଯାଇଛନ୍ତି ଏ କଥା ତାର ମୋଟେ ଵିଶ୍ୱାସ ହେଉ ନ ଥିଲା ।
କାନ୍ଦି କାନ୍ଦି ଚିଠିଟି ପଢ଼ିବା ଆରମ୍ଭ କଲା
ପ୍ରିୟତମା ମନର ମାନସୀ ମୋର,
ମୋର ସ୍ନେହ ନେବ । ଭଗବାନଙ୍କ
ଦ୍ୱାରା ଅଭିନବ ସୃଷ୍ଟି ଥିଲ ତୁମେ ମୋ ପାଇଁ । ଭଗବାନଙ୍କ
ଦତ୍ତ ଅପୂର୍ବ ଉପହାର ଥଲ ତୁମେ ମୋର । ତୁମ ସହ
ଗୋଟେ ଜନ୍ମ ନୁହଁ ହଜାର ଜନ୍ମ କାଟିବାକୁ ଚାହେଁ ହେଲେ
ମୁଁ ହତଭାଗାଟା । ମୋତେ ଝୁରି ମନ କଷ୍ଟ କରିବନି । ତୁମକୁ ମା ରାଣ । ଅତୀତକୁ ଭୁଲି ଆଗକୁ ଵଢିଵ । ମୁଁ ମୋର ସମସ୍ତ ସମ୍ପତ୍ତି ତୁମ ନାଁ ରେ ଉଇଲ୍ କରିଦେଇଛି । ତୁମ କାମରେ ଆସିବ । ମୋ ସ୍ମୃତିକୁ ମନରୁ ପୋଛି ଦେଵ । ଅନ୍ତିମ ଵିଦାୟ ଦିଅ ମୋତେ ସୋନୁ । ଚିଠି ପଢ଼ି ସୁନନ୍ଦା ଆଖିରେ ଲୁହର ବନ୍ୟା । ହତୋତ୍ସାହ ହୋଇ ଅନେଇ ରହିଛି ଉନ୍ମୁକ୍ତ ଆକାଶ ଆଡ଼େ ।