Akshayakumar Dash

Inspirational Others

2  

Akshayakumar Dash

Inspirational Others

ସୁନ୍ଦରୀ ସ୍ତ୍ରୀ

ସୁନ୍ଦରୀ ସ୍ତ୍ରୀ

3 mins
154


ବିବାହ କରିବାକୁ ହୁଏ ।ସଂସାର ବାନ୍ଧିବାକୁ ପଡେ ।ପ୍ରତେକ ପୁରୁଷ ପାଇଁ ପତ୍ନୀ ଚୟନ କରିବାକୁ ପଡେ । କାଁହୁ କଣ ପାଇଁ ରାଧା ସୃଷ୍ଟି ର ନିୟମ । ଆମ ଭିତରେ କାଁହୁ ଓ ରାଧାର ସଂଯୋଗ ଉଜିପିତ । ସୁଶୀଳା ଦେଖିବାକୁ ଗୋଟିଏ ଚାଉଳରେ ଗଢ଼ା ।ରୂପବତୀ ବି ଗୁଣବତୀ । ଚମ୍ପା ରଙ୍ଗର ଚେହେରା । ମୁଖ ସୌନ୍ଦର୍ଯ୍ୟ ଅନୁପମ । ଠିଆ ନାକ, ସୁଢଳ ଚିବୁକ, ତୋଫା ଦାନ୍ତପନ୍ତି କୁ ନୟନ ଯୁଗଳ ଯେକୌଣସି ଲୋକଙ୍କୁ ଆକୃଷ୍ଟ କରାଏ । ଏଇ ସୁନ୍ଦର ଚେହେରା ଥିଲା ତାହା ପାଇଁ ଅଭିଶାପ । ତାର ସ୍ୱାମୀ ହୁଏତ ତାକୁ ଭଲ ପାଉଥିଲା, ହେଲେ ଲୋକମାନଙ୍କ ମୁଖରୁ ସୁଶୀଳାର ପ୍ରଶଂସା ଶୁଣିଲେ ତାର ମୁଣ୍ଡକୁ ପିତ ଚଢି ଯାଉଥିଲା । କାହାକୁ କିଛି ନକହି ସିଧା ଘରେ ସୁଶୀଳା ଉପରେ ରାଗ ତାର କ୍ରୋଧ । ମୁଣ୍ଡରେ ଲମ୍ବା ଓଢଣା ଦେଇ ରହିବାକୁ ତାଗିଦ କରୁଥିଲା । କାଁହୁ ଥିଲା କଦାକାର, କଳା ଦେହକୁ, ଛେପଟା ନାକ ମୁଖ୍ୟ କଥା ଅତ୍ୟନ୍ତ ଅସୁନ୍ଦର । ତେଣୁ ଲୋକମାନେ ସୁଶୀଳାକୁ ଦେଖି ତାହାସହିତ କାଁହୁ କୁ ତୁଳନା କରି, ବିରୋଧ ମତ ଦିଅନ୍ତି । ଏତେ ସୁନ୍ଦର ରମଣୀ ର ସ୍ୱାମୀ ଜଣେ କୁଶ୍ଚିତ କଦାକାର ହୋଇପାରେ, ଏହି କଥା କାଁହୁ ଶୁଣିଲେ ତାର କ୍ରୋଧ ସୁଶୀଳା ଉପରେ ସୁଝାଇ ତାକୁ ଓଢଣା ଲମ୍ବେଇ ରହିବାକୁ ତାଗିଦ କରେ । କେତେ ବେଳେ କେମିତି ସୁଶୀଳାର ଓଢଣୀ ପବନରେ ମୁଣ୍ଡରୁ ଖସିଗଲେ ଲୋକଙ୍କୁ ଦେଖିବାର ସୁଯୋଗ ମିଳେ, ଲୋକମାନେ କାଁହୁ କୁ ଟାହୁଲି ମାରନ୍ତି । କାଁହୁ ଘରେ ଆସି ସୁଶୀଳାକୁ ମାରଧର କରିବା ସହିତ ଗାଳିଗୁଲଜ କରେ ।ସୁଶୀଳାର ସ୍ଵଭାଵ, ତାର ସ୍ୱାମୀ ପ୍ରତି କର୍ତ୍ତବ୍ୟ ଓ ଶାଶୁ ମା ପ୍ରତି ଭକ୍ତି ଅତୁଟ ଥାଏ । କେବେ ପରିବାର ର ବିରୋଧରେ କୌଣସି କାମ କରିନାହିଁ । ଘର କାମ ସହିତ ରୋଷେଇ ଓ ଶାଶୁଙ୍କ ଯତ୍ନ ନେବା କୋଉଥିରେ ଉଣା କରେନାହି । ଏହାସହିତ ବିବାହ ବେଳୁ ବାପା ଘରୁ ଆଣିଥିବା କୃଷ୍ଣ କଂ ବିଗ୍ରହ କୁ ନୀତି ପୂଜା କରେ । କାଁହୁ ଆର୍ଥିକ ଅନାଟନ ରେ ଥିବା ବେଳେ ସୁଶୀଳା ନିଜ ଘରେ ଥିବା ଗାଈର କ୍ଷୀରକୁ ଦହି କରି ବଜାର କି ଗ୍ରାମରେ ବିକି ଘର ଚଳାଇବାରେ ସହଯୋଗ କରେ । ଏସବୁ ସତ୍ତ୍ୱେ ସୁଶୀଳା ଉପରେ କାଁହୁର ବିଶ୍ୱାସ ରହେ ନାହିଁ । ତାର ମନରେ ଭୟ କାଳେ ସୁଶୀଳା ତାକୁ ଛାଡି କାହାସହିତ ଚାଲିଯିବ । ଏହି ମନର ଭୟ ପାଇଁ ସୁଶୀଳା ଉପରେ ନୀତି ଦାଗିଦ କରେ କାଁହୁ ।ସୁଶୀଳା କୁ ଡରେଇ ଭୟ ଦେଖେଇ ତାହାର ପୌରୁଷତ୍ୟ ଜାହିର କରେ । ଜଣେ ସନ୍ୟାସୀ ସେଇ ଗାଁର ମୁଣ୍ଡରେ ରୁହନ୍ତି ।ଦିନେ ସନ୍ୟାସୀ ଙ୍କୁ ଦହି ଦେଇ ସୁଶୀଳା ଫେରିଲା ଘରକୁ । ତାର ସ୍ୱାମୀ କାଁହୁ ସୁଶୀଳା ଉପରେ ପ୍ରହାର କଲେ, କାରଣ ଥିଲା, ସେଇ ଭଣ୍ଡ ସାଧୁ ବୋଲି କାଁହୁ ର ପ୍ରତିବାଦ ଥିଲା । କିନ୍ତୁ ଗ୍ରାମର ଲୋକମାନେ ସାଧୁଙ୍କୁ ଦେବଦୂତ ରୂପେ ପାଇ ତାଙ୍କର ଦୁଃଖ ସୁଖ ସାଧୁ ଅଚିରେ ସମାଧାନ କରନ୍ତି । ସାଧୁ ଥିଲେ ଜଣେ ବିରାଗୀ ସିଦ୍ଧ ସନ୍ୟାସୀ । ତାଙ୍କ ସ୍ପର୍ଶରେ ବହୁରୋଗ, ଏପରିକି ମୃତ ବ୍ୟକ୍ତିକୁ ଜୀବଦାନ କରିବା ଦୃଷ୍ଟାନ୍ତ ଅଛି । କିନ୍ତୁ ଏସବୁ କାଁହୁ ଭଣ୍ଡ ବୋଲି କହି ତାର ପତ୍ନୀକୁ ସେଠାକୁ ଯିବାକୁ ବାରଣ କରୁଥିଲା । ସୁଶୀଳା କୁ ଏଥିନିମନ୍ତେ ନିଆଁ ହୁଳା ଧରି ତାର ସୌନ୍ଦଯ୍ୟ ମୁଖକୁ ପୋଡ଼ିଦେବା ପାଇଁ ସୁଶୀଳାର ଶାଶୁ ଧାଇଁ ଆସିଲା । ସ୍ୱାମୀ କାଁହୁ ମଧ୍ୟ ତାକୁ ପ୍ରହାର କଲା । ସୁଶୀଳା ଅନ୍ୟ କୌଣସି ଉପାୟ ନପାଇ ସାଧୁବାବାଙ୍କ ଶରଣ ପଶିଲା । ଶାଶୁ ଅତ୍ୟନ୍ତ କ୍ରୋଧରେ ପକ୍ଷା ଘାତ ରେ ପଡିଗଲେ । କାଁହୁ ଗାଁରେ ନଥିଲା । ସୁଶୀଳା ଶାଶୁକୁ ଧରି ବାବା କଂ ନିକଟକୁ ଆସି ଶାଶୁ ଙ୍କର ଆରୋଗ୍ୟ କାମନା କଲା । ଏହିସମୟରେ କାଁହୁ ମଧ୍ୟ ଏସବୁ ସେଇ ଭଣ୍ଡ ବାବାଙ୍କ ଗୁଣିଗାରେଡି ଖେଳ ବୋଲି ଭାବି ଭୁଜାଲି ଧରି ସାଧୁଙ୍କୁ ମାରିଦେବା ପାଇଁ ଧାଇଁ ଆସିଲା । ସାଧୁ ଗୋଟିଏ ଆରିସଧରି ଥିଲେ, ସେଇ ଅରିସୀର ପ୍ରତିବିମ୍ବ ରୁ କାଁହୁ ଦେଖିଲା ଯେ ସେ ଜଣେ ରାକ୍ଷସ ପରି ଚେହେରା ଧାରୀ ମଣିଷ ପରି ଦିଶୁଛି । ଏସବୁ ବାବାଙ୍କ ଭଣ୍ଡାମୀ ଭାବି ବାବାଙ୍କୁ ବିଭିନ୍ନ ଗାଳି ଗୁଲଜ କଲା । ବାବା ଶାନ୍ତ ମନରେ କହିଲେ, ତୁମେ ଅଟକିଲ କାହିଁକି ? ଯାହା ଚାହୁଁଛ ତାହା କରି ପାର । ତୁମେ ପିଲା ବେଳୁ ଏପରି ନିଷ୍ତୁର ନଥିଲା । ବିବାହ ପରେ ସୁଶୀଳାକୁ ବିବାହ କରି ସୁଖରେ ଥିଲ । ଏବେ ତୁମ ମନର ଭୟ ସବୁ ତୁମକୁ କ୍ରୋଧ ରୂପରେ ପ୍ରକାଶ କରି ତୁମର ପତ୍ନୀ ଉପରେ ସୁଝାଉଛ । ଫଳରେ ତୁମ ପ୍ରତିବିମ୍ବ ତୁମ ଭିତରେ ରାକ୍ଷସର ରୂପେ ନେଇଛି । ବାହାର ଲୋକଙ୍କ ଠାରୁ ତୁମ ପତ୍ନୀ ଙ୍କର ସୁନାମ ଶୁଣି ତୁମେ ଖୁସି ହେବା ପରିବର୍ତ୍ତେ ହିଂସ୍ର ସାଜି ସ୍ତ୍ରୀ ଉପରେ ଅତ୍ୟାଚାର କରି ଚାଲିଛ ।ତୁମର ପତ୍ନୀ ଶ୍ରୀକୃଷ୍ଣ ଙ୍କୁ ପୂଜା କରି ତାଙ୍କ ଭିତରେ ତୁମକୁ ଦେଖନ୍ତି, ଅଥଚ ତୁମେ କ୍ରୋଧରେ ସେଇ ମୂର୍ତ୍ତି କୁ ଫୋପାଡ଼ି ଦେଲ । ଏହି ତୁମର ଦ୍ରୁବଳତା ଯେ ତୁମେ ତୁମ ପତ୍ନୀ କାଳେ ଅନ୍ୟ କେଉଁ ବ୍ୟକ୍ତି ସହିତ ସମ୍ପର୍କ ରଖିବେ, ତେଣୁ ତାକୁ ନିଜ ପୁରୁଷ ପଣିଆ ଜାହିର କରି ତାର ସରଳତାର ସୁଯୋଗ ନେଲ । ତୁମ ମା ମଧ୍ୟ ତୁମକୁ ଆକଟ କରିବା ପରିବର୍ତ୍ତେ ତୁମକୁ ସହଯୋଗ କଲେ ।ଏପରି ଗୁଣବତୀ ବହୁ ଉପରେ ଅନ୍ୟାୟରେ ଅତ୍ୟାଚାର କଲେ ।ତୁମ ମାକଂ ରୋଗ ମୁକ୍ତ ନିମିତ୍ତ ସୁଶୀଳା ମଧ୍ୟ କାନ୍ଦି କାନ୍ଦି ଜଣାଉଛି । ଶାଶୁ ସାଧୁଙ୍କ କଥା ସବୁ ଶୁଣି ଆସ୍ତେ ଆସ୍ତେ କଥା କହି ପାରିଲା ନିଜର ନିଷ୍ତୁର ବ୍ୟବହାର ପାଇଁ ସୁଶୀଳା କୁ କ୍ଷମା ମାଗିଲା । ସାଧୁବାବାଙ୍କ ଆଶୀର୍ବାଦ ପାଇ ସମ୍ପୂର୍ଣ ଆରୋଗ୍ୟ ଲାଭ କଲେ । ନିଜ ପୁତ୍ର କୁ ସୁଶୀଳାର ସୁଶୀଳ ସ୍ଵଭାଵ ବିଷୟରେ ପ୍ରଶଂସା କଲେ । ନିଜର ଭ୍ରମ ବିଚାର ତଥା ପୁତ୍ର ପ୍ରତି ଅହେତୁକ ଶ୍ରଦ୍ଧା ରଖି ତାର ପତ୍ନୀକୁ ପୋଡ଼ିଦେବା ପରି ପଦକ୍ଷେପ ପାଇଁ ନିଜକୁ ଘୃଣିତ ବୋଲି କ୍ଷମା ସୁଶୀଳା ଠାରୁ ଚାହିଁଲେ । କାଁହୁ ତାର ଭ୍ରମ ବୁଝିପାରିଲା । ସାଧୁ ବାବାଙ୍କ ନିକଟକୁ ଯାଇଁ ତାର କୃତ କର୍ମ ପାଇଁ କ୍ଷମା ମାଗିଲା । ସୁଶୀଳା କୁ ମଧ୍ୟ କ୍ଷମା ମାଗିଲା । ସାରା ପରିବାର ଏବେ ସୁଖରେ ରହିଲେ ।


Rate this content
Log in

Similar oriya story from Inspirational