ସୁନା ପର ଦିଆ ହଂସ
ସୁନା ପର ଦିଆ ହଂସ


-ଏଇ ବୁଢାଘର ଟିରେ ଆମେ ସବୁ ଖାଲି ଶରୀରେ ବୁଢା । ମନ ଟି ଠିକ୍ ତୁମ ପରି କୁନି ।
- ସତେ । ଆଚ୍ଛା ....ତୁମେ କାହାଣୀ ଜାଣ ?? କୁହ ତ ଗୋଟେ ।
-ଆଚ୍ଛା ହଉ !
ପଞ୍ଚତନ୍ତ୍ରର ସୁନା ପରଦିଆ ହଂସର ଗପଟି ବନେଇ ଚୁନେଇ ତାକୁ କହୁ କହୁ ମୁଁ ଦେଖିଲି ସେ ସବୁ ସୁନା ପର ମୋରି ଦେହ ସାରା, ମୁଁ ହି ସେ ହଂସ ଆଉ ଲମ୍ବି ଆସୁଥିବା ନଖୁଆ, ବାଳୁଆ, କଣ୍ଟକଣ୍ଟିଆ ପଂଝା ଭିତରେ କବଳିତ ମୁଁ ।
ଶେଥା ପଡିଯାଉ ଯାଉ ସେ ପୁଣି ହଲେଇ ଦେଇ କହିଲା ,ଆଚ୍ଛା ସେ ହଂସକୁ କଣ ସେମାନେ ସେ ପାଇଁ କିଲ୍ କରିଦେଲେ?
ଡରଡରିଆ ଆଖି ,ମୁଁ ନିଜ ଦେହକୁ ଆଖି ବୁଲେଇ ଦେଖିଆସିଲି ଗୋଟେ ପରସ୍ତ ।
କହିଲି ,ନା ରେ ତାର ଆଉ ସୁନା ପର ଉଠିଲାନି ତ ସେ ଦୂର ପୋଖରୀକୁ ଚାଲିଯାଇ ଶାନ୍ତିରେ ରହିଲା ଆଉ ଗୋଟେ କୁନି ପରୀ ହାତରୁ ଦାନା ଖାଇଲା।
ଝପ୍ କି ମୋ କୋଳରୁ ଡେଇଁ ପଡି କୁରୁଳି କୁରୁଳି ତାଳି ମାରି ନାଚିଗଲା ବୃଦ୍ଧାଶ୍ରମର ଦୟାଳୁ ମେଣ୍ଟର ତା' ପାପାଙ୍କ କୋଳକୁ ଆଉ ବଡ ଗଦଗଦ୍ ହେଇ କହିଲା ,ଜାଣିଲ ପାପା ସେ ଅଜା ଗୋଟେ ବଢିଆ ଗପ କହିଲେ ......ସୁନା ପର ବାଲା ହଂସର ।ଆଉ ସେ ଲାଷ୍ଟ କୁ ଗଡ୍ ବ୍ଲେସ୍ କଲେ ବୋଲି ବଞ୍ଚି ଗଲା ।ୱାଓ ନା ।
ମୁଁ ଭାବୁଥିଲି
ମୁଁ ତ ନିଜେ ହିଁ ଗୋଟେ କାହାଣୀ ।
ସେ ହାତ ସବୁ ତ ସେଇ ହଂସ ର ମାଂସରେ ତିଆରି ହେଇଥିଲେ ନା ।