Akshayakumar Dash

Abstract Others

2  

Akshayakumar Dash

Abstract Others

ସୁଖ

ସୁଖ

1 min
382


ଜଣେ ଭଦ୍ରଲୋକ ଫେସବୁକରେ ପ୍ରଶ୍ନଟିଏ କଲେ । ପ୍ରଶ୍ନଥିଲା ସୁଖ କଣ? ବିଭିନ୍ନ ସ୍ଥାନରୁ ବଂଧୁ ମାନଙ୍କର ବିଦବତାର ପରିଚୟ ସ୍ୱରୂପ ଉତ୍ତର ମିଳିଲା । ଜଣେ ଲେଖିଲେ ଦୁଃଖର ବିପରୀତ ସୁଖ, ଅନ୍ୟ ଜଣେ ଅତି ଆନନ୍ଦ, ଆଉ ଜନେ ନିଦ୍ରାରେ ସୋଇବା ହେଉଛି ସୁଖ । ଅନ୍ୟାନ୍ୟ ବହୁ ବଂଧୁ ସୁଖକୁ ଅଭିଶାପ, କିଏ ଖୋଡ଼ିଆ ଗୁଣ ତ କିଏ ଖୋଜିବା ଦିନିଷ ମିଳିଗଲେ ସୁଖ ମିଳେ ବୋଲି ଅର୍ଥ ଲେଖିଲେ । ଜଣେ ବୟସ୍କ ବଂଧୁ ସୁଖ ମନୁଷ୍ୟର ଏକ ମାନସିକ ଅବସ୍ଥା ଯାହାର କାରଣ ଇନ୍ଦ୍ରିୟ । ମୋଟ ଉପରେ ଇନ୍ଦ୍ରୟ ଗ୍ରହଣକରୁଥିବା ବସ୍ତୁ ,ଗନ୍ଧ ,ସ୍ପର୍ଶ ଦୃଶ୍ୟ ,ସବ୍ଧ ଆଦି ସୁଖ ।


ସୁଖ ସମସ୍ତେ ଚାହାନ୍ତି । ପଶୁ ପକ୍ଷୀ ଠାରୁ ମନୁଷ୍ୟ ପଯ୍ୟନ୍ତ । ଅଧିକ ସୁଖ ପ୍ରାପ୍ତି ମନୁଷ୍ୟ ଚାହେଁ । କାରଣ ହେଲା ମନୁଷ୍ୟ ଜୀବନକୁ ଅନୁଧ୍ୟାନ କଲେ ଇତର ପ୍ରାଣୀଙ୍କ ଠାରୁ ଭିନ୍ନ । ଶିକ୍ଷା, ବୃତି, ସଞ୍ଚୟ କରି ବଳିଷ୍ଠ ଜୀବନଯାପନ କରିବାକୁ ଚେଷ୍ଟାକରେ । ଭଲ ଖାଇବ ପିନ୍ଧିବ ଆରାମ କରିବ ଏଥିପାଇଁ ବ୍ୟଥିତ । ସବୁ ମିଳିଗଲେ ସୁଖ । ପରେ ପରେ ଆଉ ଏକ ଅବସ୍ଥାକୁ ଆମନ୍ତ୍ରଣ କରେ ତାହା ଅସମର୍ଥ ଜୀବନ । ଆଲୋକ ନଥିଲେ ଅନ୍ଧକାର ହଟିନଥାନ୍ତା ।ଆମ ଇଚ୍ଛାର ପୂର୍ଣ୍ଣଛେଦ ହିଁ ସୁଖ । ସୁଖ କିନ୍ତୁ ଆମପ୍ରାଣର ଇଚ୍ଛାକୁ ପୂର୍ଣ୍ଣ କରେ ନି । ପ୍ରାଣ ଚାହେଁ ଅତିଇନ୍ଦ୍ରିୟ ସୁଖ । ଅତୀନ୍ଦ୍ରିୟ କହିଲେ ସୃଷ୍ଟିର ମୂଳ ତଥ୍ୟ । ଅହଂ ବ୍ରହ୍ମଅସ୍ମି । ତେଣୁ ସୁଖ କେବଳ ଇନ୍ଦ୍ରୟ ଲାଳସା କହିବା ।


Rate this content
Log in

Similar oriya story from Abstract