ଶୁଣିଥିଲି ଦେଖିଲି ବୋଉ ମୋର
ସୁବର୍ଣ୍ଣ ସୀତା ହୋଇଗଲା
ଚଳ ଚଞ୍ଚଳ ମଣିଷଟା ମୋ ବୋଉ
ବାପାଙ୍କୁ ଛଅ ତୁଣ ନଅ ଭଜା ପରଷୁଥିଲା
ବାପା ଚାଲିଗଲା ପରେ
ଏକଦମ ଚୁପ ହୋଇଗଲା
ତ ପୁଅ ସହରକୁ ନେଲା
ବୋଉ କାଳେ ବେସିନ ମଇଳା କରିବେ
ବୋହୁ ଜଗିରହିଥିଲା
ନାତି ମଧ୍ୟ ଢେର ରାତିରେ ନିଶାରେ
ଘରକୁ ଫେରି କାନ୍ଥକୁ ତେଲ ଚିକିଟା କରୁଥିଲା
ବୋଉର ଦୋଷ ସେ କରିଥିବେ ବୋହୁ କହୁଥିଲା
ଯେମିତି ତକିଆ ଖୋଳ ବେଡ଼ସିଟ ଓ ଖଟତଳ
ବୋଉଙ୍କ ଯୋଗୁଁ ଅପରିସ୍କାର ହେଉଥିଲା
ବୋଲି ବୋହୁ ଘୋଷି ହେଉଥିଲା
ଏକଦମ ଚୁପ ହୋଇଯାଇଥିବା ବୋଉକୁ
ଭଲ କରିବାକୁ କେବଳ ନିଦ ଔଷଧ ଦିଆଗଲା
ତଥାପି ବାପାଙ୍କ ଫୋଟୋରେ ପଡ଼ିଥିବା ଫୁଲମାଳ
ମାସ ମାସ ବର୍ଷ ବର୍ଷ ସଫାହେଉନଥିବା
କାରଣ ବୁଝିନପାରି ବୋଉ ଚାହିଁରହୁଥିଲା
ଓଳେଇବାକୁ ଚାହିଁ ବୋଉର ଗୋଡ଼ ଖସିଯିବା
ଦୋଷ ବୋଉର ହିଁ ଥିଲା
ବେସିନ ସାରା ପାନଛେପ କୋଉଠୁ ଆସିଲା
ବୋହୁ ସନ୍ଧାନ କରୁଥିଲା
ଅକସ୍ମାତ ଉପରକୁ ଚାହିଁ ବୋଉ କାଠ ହୋଇଗଲା
ସମସ୍ତେ ତଳେ ଶୁଆଇ ପାଦ ଛୁଇଁଲା ବେଳେ
ବାପାଙ୍କ କାନ୍ଥଲଗା ଫଟୋ କେମିତି ଏମିତି
ଚକଚକ କରୁଥିଲା କିଏ ଜାଇଁଲା
ବୋଉ କିନ୍ତୁ କୋକେଇକୁ ଯିବା ପୂର୍ବରୁ
ସୁବର୍ଣ୍ଣ ସୀତାମାତା ପରି ମତେ ମନେହେଲା