STORYMIRROR

shibaram dalai

Tragedy Others

2  

shibaram dalai

Tragedy Others

ସତ୍ୟର ସନ୍ଧାନ

ସତ୍ୟର ସନ୍ଧାନ

2 mins
130


     ଲିଟୁ ଛାତ ଉପର ବାଢା କୁ ଧରି ସନ୍ଧ୍ୟା ସମୟରେ ଗାଁ ର ବଡ଼ବଡୁଆ ଦୃଶ୍ୟ ଉପଭୋଗ କରୁଥିଲା ।ଆଖିରେ ତାହାର ଟଳମଳ ଲୁହ ଜୁଆର ପରି କୂଳ ଛୁଇଁବା କୁ ବସିଥାଏ ।

  ଲିଟୁ ର ଜେଜେ ଲିଟୁକୁ ଘରେ ନ ପାଇ ଛାତ ଉପରକୁ ଯାଇ ଦେଖନ୍ତି ତ ଲିଟୁ ଛାତ ର ଗୋଟେ କଣ ମୁଣ୍ଡରେ ବାଢ଼ା କୁ ଧରି ଗାଁ ଆଡକୁ ଚାହିଁ ରହିଥାଏ ।

   ସତ୍ୟବ୍ରତ ବାବୁ(ଜେଜେ)ଙ୍କ ପୁତ୍ର ବିୟୋଗ ର ଦୁଇ ବର୍ଷ ବିତିଗଲେ ବି ସେ ଲିଟୁ ଭିତରେ ନିଜର ପୁଅକୁ ଖୋଜି ଚାଲିଛନ୍ତି ।ଦୁଇ ବର୍ଷ ପୂର୍ବେ କେତେ ଖୁସିରେ ଲିଟୁ ତା ଡାଡି ମମି ଙ୍କ ସହ ବଡ଼ବଡୁଆ ପାଳନ କରିଥିଲା ।ଏକଥା ଭାବିଲା ବେଳକୁ ସତ୍ୟବ୍ରତ ବାବୁ ଙ୍କ ଆଖି ଛଳଛଳ ହେଇଆସିଲା ।ବାମ ହାତରେ ଦୁଇ ଆଖିରୁ ଲୁହ ପୋଛି ଲିଟୁ ଆଡ଼କୁ ପାଦ ବଢ଼ାଇଲା । ଲିଟୁ କାନ୍ଧରେ ହାତ ରଖି ତାକୁ ଭାବନା ରାଇଜ ରୁ ଫେରାଇ ଆଣିଲେ ।କହିଲେ ଲିଟୁ ବାବା ଚାଲ ଡାଡି ଙ୍କ ଆତ୍ମା ଶାନ୍ତି ପାଇଁ ଆମେ ବଡବଡୁଆ ଡାକିବା ।

    ନଅ ବର୍ଷ ର ଲିଟୁ ଜେଜେଙ୍କ ହାତକୁ କାନ୍ଧରୁ କାଢ଼ି ଦେଇ କହିଲା ଜେଜେ ତୁମେ ମମି ପରି ବି ମିଛ କହୁଛ ।ଜେଜେ କହିଲେ ନାହିଁ ବାବା ମୁଁ ତୁମକୁ ଜମା ମିଛ କହୁନି ।ଲିଟୁ ଆକାଶ ଆଡେ ଆଙ୍ଗୁଠି ଦେଖେଇ କହିଲା ଜେଜେ ତୁମେ ତ କହୁଥିଲ ମୋ ଡାଡି ମରିଯାଇ ସେହିଠାରେ ତାରା ହେଇ ରହିଛନ୍ତି ।

ଜେଜେ କହିଲେ ହଁ ତ........

ଲିଟୁ କହିଲା ତୁମେ ମିଛ କହୁଛ ଜେଜେ "ମୁଁ ଆଉ ତୁମେ ପ୍ରତିଦିନ ଶୋଇବାକୁ ଗଲା ପରେ ମୁଁ ଦେଖେ ଡାଡି ଆମ ଘର କଡ ଗଛ ଚଢ଼ି ମମି ଙ୍କୁ ଦେଖା କରିବାପାଇଁ ଆସୁଛନ୍ତି" ।ମମି ଙ୍କ ସହ ଗପସପ ହେଇ ପୁଣି ସେହି ଗଛ ଦେଇ ତଳକୁ ଚାଲିଯାନ୍ତି । ସକାଳୁ ମମି ଙ୍କୁ ଯେବେ ଡାଡି ଙ୍କ ବିଷୟରେ ପଚାରେ ମୋତେ ସେ ମିଛ କହି ବାଡ଼ାନ୍ତି । 

    ସତ୍ୟବ୍ରତ ବାବୁ ଲିଟୁ କୁ ସେଦିନ ସିନା ଭୁଲେଇ ଦେଲେ, ହେଲେ ଲିଟୁ ପଚାରିଥିବା ପ୍ରଶ୍ନ ତାଙ୍କ ମନକୁ ପ୍ରତିମୁହୂତ୍ତରେ ବିବ୍ରତ କରୁଥିଲା ।

    ବଡ଼ବଡୁଆ ଚାଲିଯିବାର ଗୋଟେ ମାସ ପରେ ସତ୍ୟବ୍ରତ ବାବୁ ଅସଲ ସତ୍ୟ ର ସନ୍ଧାନ କଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy