STORYMIRROR

Dr Jharana Satapathy

Inspirational

3  

Dr Jharana Satapathy

Inspirational

ସଟ୍ ଡାଉନ ଭୁବନେଶ୍ୱର

ସଟ୍ ଡାଉନ ଭୁବନେଶ୍ୱର

1 min
11.8K

ଛାତ ଉପରେ ସଂନ୍ଧ୍ୟା ସମୟରେ ହେଉ କିମ୍ବା ସକାଳେ ହେଉ ଚାରିଘେର ଚକର କାଟିଲା ବେଳେ ସବୁବେଳେ ନଜରକୁ ଆସିଥାଏ ଭୁବନେଶ୍ବର ସହରର ମୂଖ୍ୟ ରାସ୍ତା । କେନ୍ଦ୍ର ସରକାର ଲକ୍ ଡାଉନର ଏକୋଇଶ ଦିନ କଡାକଡି ନିର୍ବ୍ଦେଶ ସର୍ତ୍ତେ ଅମାନିଆ ହୋଇ ବିଭିନ୍ନ ବାହାନା ଦେଖାଇ ଘରୁ ଲକ୍ଷ୍ମଣ ରେଖା ଡେଇଁ ପ୍ରାୟ ପ୍ରତ୍ୟେକ ଦିନ କିଏ ଗାଡିରେ, ସାଇକେଲରେ ନଚେତ୍ ଚାଲି ଚାଲି ଯାଉ ଥାନ୍ତି ।ଦୂରଵିକ୍ଷଣ ଯନ୍ତ୍ରରେ ମୁଁ ନିତି ନଜର କରୁଥାଏ । କିନ୍ତୁ ଆଜି ନିସ୍ତବ୍ଧ ଲାଗୁଥିଲା ସଂପୂର୍ଣ୍ଣ ରାସ୍ତା ।ନଥିଲା ଗାଡିର ବିକଟାଳ ଶବ୍ଦ ।ଯୁଆଡେ ଚାହିଁଲେ ରାଜରାସ୍ତା ଖାଁ ଖାଁ । ଦିଶୁଥିଲା ସଂପୂର୍ଣ୍ଣ ଭୁବନେଶ୍ବର ପୁରା ଠପ୍ । ଦୂରରୁ କେଇ କିଲୋମିଟର ପର୍ଯ୍ୟନ୍ତ ଦେଖା ଯାଉଥିଲା ବାଇନା କୁଲରରେ ସଂପୂର୍ଣ୍ଣ ଦୃଶ୍ୟ । ଖାଲି ନଜରରେ ପଡୁଥିଲା ଗାଇ ଗୋରୁ ଉପରେ । କେବଳ ସହର ରାସ୍ତାକୁ କବ୍ଜା କରିଥିଲେ କିଛି କୁକୁର, ବୁଲା ଗାଇ ଏବଂ ଷଣ୍ଢ । ସେମାନେ ମୁକ୍ତଭାବେ ବିଚରଣ କରିବାକୁ ସୁବିଧା ପାଇ ପାରୁଥିଲେ ।ସେମାନଙ୍କୁ ଆକଟ କରିବାକୁ କେହି ନ ଥିଲେ ।ସେମାନେ ଵୋଧେ ଭାବୁଥିଵେ ଏ ମାନବ ସମାଜ ଗଲେ କୁଆଡେ? ସବୁଆଡେ ଖାଲି ଖାଁ ଖାଁ ।ଯେଉଁ ଛକରେ ରାତି ପାହିଲେ ଭିଡ ଜମୁଥିଲା ଆଜି ଥିଲା ସବୁ ଖାଁ ଖାଁ ।ମଝିରେ ମଝିରେ ଖାଲି ଶୁଭୁଥିଲା ପୁଲିସ ଗାଡି ଏବଂ ଆମ୍ବୁଲେନସର ଶବ୍ଦ । କରୋନା ଭୂତାଣୁର ସଂକ୍ରମଣ ଉପରେ ରୋକ ଲଗାଇବାକୁ ହେଲେ ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଏକମାତ୍ର ମାଧ୍ୟମ ।ମହାମାରୀ କରୋନା ଠାରୁ ରକ୍ଷାପାଇବା ପାଇଁ ଏହା ହିଁ ଗୋଟିଏ ବାର୍ତ୍ତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational