STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

ସ୍ତ୍ରୀ

ସ୍ତ୍ରୀ

1 min
350


ବହୁଦିନ ପରେ ବାଡ଼ିପଟକୁ ଯାଇ ସୁସ୍ମିତା ଚମକି ପଡିଲେ, କଖାରୁଗଛ ଲଟେଇ କେତେ କଖାରୁ ଫୁଲ ସହ କଷି ଧରିଛି, ଆଉ ମାଙ୍କଡ଼ଟିଏ ବସି କଖାରୁ କଷି ଖାଉଛି ଯେତିକି ନଷ୍ଟ କରୁଛି ତାଠୁ ଅଧିକା, ହେ ହେ କଲେ ଯାଉନି, ଯିବବା କାହିଁକି, ତା ପାଇଁ ବିସ୍କୁଟ ଥୁଆ ଏ ଘରେ, ଆସେ,ଜାଫ୍ରି ବାଟେ ହାତ ବଢ଼େଇ ବିସ୍କୁଟ ଖାଇ ଚଳିଯାଏ, ବଳିପଡିଥିବା ରୁଟି ସବୁ କୁକୁରକୁ ଦିଆଯାଏ ତ ବେଳେ ବେଳେ ମାଙ୍କଡ଼ ନେଇଯାଏ, ଆଜି ବି ଅଧାତୋଳା ହୋଇ ପଡ଼ିଥିବା କାନ୍ଥ ଉପରେ ଆରାମରେ ବସି ମାଙ୍କଡ଼ କଖାରୁ କଷି ଖାଇଲା ବେଳେ, ତଳେ କୁକୁର ତାକୁ ଚାହିଁ ଭୋ ଭୋ ହେଉଥିଲେ ବି ଲାଞ୍ଜ ହଲାଉଥିଲା ଆତ୍ମୀୟତାର ଝଲକରେ l

  ସୁସ୍ମିତା ସବୁଦିନ ପରିବା କାଟିଲା ବେଳେ କଖାରୁ ମଞ୍ଜି କଲରା ମଞ୍ଜି, ଅମୃତଭଣ୍ଡା ମଞ୍ଜି ସବୁ ଅଲଗା କରି ରଖି ବାରିପଟକୁ ଛାଟି ଦିଅନ୍ତି ତ କଖାରୁ, କଲରା ଗଛ ମାଡି ଫୁଟିଛି କଖାରୁ ଫୁଲ ଓ କଲରା କଷି, କଖାରୁ କଷି ସିନା ଖାଉଛି ମାଙ୍କଡ଼ ହେଲେ କଲରା ଆଉ କଖାରୁ ଫୁଲ ତ ନଷ୍ଟ କରୁନି ନା.ତହିଁ ଆରଦିନ କଲରା ଗୁଡିକ ତୋଳି ସାରି କଖାରୁ ଫୁଲ ତୋଳିବାକୁ ହାତ ବଢେଇଛନ୍ତି, କୋଉଠିଥିଲା ମାଙ୍କଡ଼ଟି ଡେଇଁ ଆସି କଖାରୁ ଫୁଲ ଉପରେ ଫଣା ଟେକିଥିବା ନାଗସାପଟିକୁ ଧରି ଦୂରକୁ ଫିଙ୍ଗି ଦେଲା, ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ରକ୍ଷା ପାଇ ସୁସ୍ମିତା ଥରି ଥରି ଆସିବା ବେଳକୁ ଦାଣ୍ଡପଟେ ସ୍ୱାମୀ ଷଣ୍ଢକୁ ପେଜ ତୋରାଣି ବାଲଟି ବଢ଼େଇ ଦେଉଥିଲେ ଆଉ ସବୁକଥା ଶୁଣି ମନ ଖୋଲା ହସ ହସି କହୁଥିଲେ ମୁଁ ପରା ସେଇଥିପାଇଁ ଆମ ଘର ନାମ ସ୍ୱାପଦ ନିଵାସ, ରଖିବାକୁ କହୁଥିଲି ତ ସୁସ୍ମିତା ଚିଡିଯାଇ ହଁ ସେଇ ସ୍ୱାପଦ ମାଙ୍କଡ଼ ଯୋଗୁଁ ତ ବଞ୍ଚିଲି, ତଥାପି ସ୍ୱାମୀ ଜଗଦିଶ ଖୋଲା ହସ ହସି କହୁଥିଲେ ତୁମ ମନ ଖୋଲା ତ ସେଇଥିପାଇଁ ଭଗବାନ ମାଙ୍କଡ଼ ହୋଇ ତୁମକୁ ନାଗସାପଠୁ ବଞ୍ଚେଇ ଦେଲେ, କିଛିଟା ଆତ୍ମସନ୍ତୁଷ୍ଟିରେ ସ୍ତ୍ରୀ ସୁସ୍ମିତା ଶିଡ଼ି ଚଢ଼ୁଥିଲେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy