Shatabdee Bal

Abstract

4  

Shatabdee Bal

Abstract

ସତରେ ଏ ପୁଷ୍ପ କାହାର

ସତରେ ଏ ପୁଷ୍ପ କାହାର

4 mins
313



ପ୍ରତି ଅପରାହ୍ନରେ ବାଲକୋନିର ଛୋଟ ବଗିଚାରେ ଘଣ୍ଟାଏ ସମୟ ବିତେଇବା ଓ ନୀରବ ନିଶ୍ଚଳ ହୋଇ ଚାହିଁ ରହିଥିବା ମୁକ ଗଛ ଲତାଙ୍କୁ ଆଖି ପୁରେଇ ଦେଖିବା ଓ ମନର ଅହେତୁକ ବେଦନାକୁ ନିରୀହ ଗଛମାନଙ୍କ ସହିତ କଥା ମାଧ୍ୟମରେ କହିବା ଥାଏ ଟିକି ଦିଦିଙ୍କର ନୀତି ଦିନିଆ କାମ । ସ୍କୁଲରୁ ଆସିଲା ପରେ ଟିକିଏ ଫ୍ରେଶ୍ ହେଇ ସେ ଚାଲି ଯାଆନ୍ତି ନିଜର ବାଲକୋନିକୁ। ସେଠି ପହଞ୍ଚିଲା ପରେ ସତେ ଯେମିତି ମନ ପୁରିଯାଏ ତାଙ୍କର ଦିନ ସାରାର କ୍ଳାନ୍ତ ସେଇ ବୃକ୍ଷମାନଙ୍କର ସ୍ପର୍ଶ ପାଇଁ ସତେ ଅବା ରାସ୍ତା ଭୁଲି ଫେରି ଯାଉଥିଲା ଅନେକ ଦୂରକୁ। ଗଛରେ ପାଣି ଦେବା,ଘାସ ବାଛିବା,କୋଡା ଖୋସା କରିବା କାମ ସେ ନିଜେ କରନ୍ତି ।କାମ ସାରି ଆସିବା ପରେ ସନ୍ଧ୍ୟା ଆଳତି ଓ ପୂଜାରେ କିଛି ସମୟ ଅତିବାହିତ କଲାପରେ ଜଳଖିଆ ଖାଇ ରାତ୍ରି ଭୋଜନ ପ୍ରସ୍ତୁତି ଆରମ୍ଭ ହୁଏ ।


କେତେ ଥର ଟିକି ଦିଦିଙ୍କ ସ୍ବାମୀ ରାଜେଶ ମହାପାତ୍ର ବାବୁ କହିଲେଣି ସ୍କୁଲରୁ ଫେରି ଟିକିଏ ବିଶ୍ରାମ ନିଅ, ନବ ପ୍ରସବିନୀ ନାରୀ ଛୁଆ ପାଳିଲାପରି କାହିଁକି ସେ ଗଛ ପତ୍ର ସହିତ ଲାଗୁଛ। କେବେ କେବେ ଛୁଟି ଦିନରେ ଦେଖା ରେଖା କଲେ ତ ଚଳିବ। ଟିକି ଦିଦି ନ ଶୁଣିଲା ପରି ଚାହା କପ୍ ଟିକୁ ବଢ଼େଇ ଦିଅନ୍ତି ବାବୁଙ୍କ ହାତକୁ ଆଉ ଟିଭିର ନିଉଜ ଚାନେଲ ଲଗେଇଦିଅନ୍ତି। ଆଉ ତାଙ୍କ ସ୍ବାମୀଙ୍କ ନଜର ଟିଭି ଆଡ଼କୁ ଚାଲିଯାଏ।ଅବଶ୍ୟ ଛୁଆ ପାଳିବା କଥା ଶୁଣିଲେ ଟିକି ଦିଦିଙ୍କୁ ବୋହୁତ କଷ୍ଟ ହୁଏ କାରଣ ବିବାହ ର ଦଶବର୍ଷ ପୁରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବାପା ମାଆ ହେବାର ସୌଭାଗ୍ୟ ମିଳିନି ତାଙ୍କୁ ।ସତରେ ଯଦି ଛୁଆଟିଏ ଥାଆନ୍ତା ତାହାରି ହସ,କାନ୍ଦ, ଅଳୀ,ଅଝଟରେ ଦିନଟି ବିତିଯାଇଥାନ୍ତା କିନ୍ତୁ ଭାଗ୍ୟର ବିଡମ୍ବନା କିଛି ଅଲଗା। ଏ କଥା ଭାବି ଭାବି କେତେବେଳେ ଯେ ଆଖିର ଲୁହ ଓଠକୁ ଆସି ସ୍ପର୍ଶ କରୁଛି ତାହା କଳ୍ପନାର ବାହାରେ ।ହୁଏତ ନିଜର ଏହି ଖାଲି ପଣକୁ ଦୂରେଇ ଦେବା ପାଇଁ ଟିକି ଦିଦି ବାକି ସମୟକୁ ନିଜର ପ୍ରିୟର ସାଥି ଗଛ ମାନଙ୍କ ସହିତ ଅତିବାହିତ କରିଥାନ୍ତି । ସବୁଠାରୁ ବଡ଼ କଥା ହେଲା ଫୁଲ କଢ ଅବସ୍ଥା ଠାରୁ ଫୁଟି ଝାଉଳିବା ପର୍ଯ୍ୟନ୍ତ ଗୋଲାପ ଫୁଲ ମାନଙ୍କ ସହିତ ବୋହୁତ ଖୁସି ରେ ରହିଥାନ୍ତି ।ଅନେକ ରକମର ଗୋଲାପ ଫୁଲ ବାଲକୋନିର ଶୋଭାବର୍ଦ୍ଧନ କରିଥାଏ। ଘରକୁ ଆସିଥିବା ସମ୍ପର୍କୀୟଙ୍କୁ ଘଡ଼ିଏ ଏସବୁ ସୁନ୍ଦରତା ବନ୍ଦୀ କରି ରଖିଥାଏ । ଫୁଲ କୁଣ୍ଡରେ ଖତ୍ ସାର ଓ ମାଟି ଦେଇ ଲେମ୍ବୁ ଗଛଟିଏ ଲଗାଇଥିଲେ ଯେ ତାହା ସୁନୀଲ ଆକାଶ ବୁକୁରେ ତାରକାର ଆଭାସ ସୃଷ୍ଟି କରୁଛି ।ସେଥିରୁ ଗୋଟାଏ ତୋଳି ଆଣି ଟିପେ କଳା ଲୁଣ ସାଥେ ଚମଚେ ଚିନି ଦେଇ ସର୍ବତ ତିଆରିଲେ ଆଜିକାଲିର ଲିମକା, ପେପ୍ସି, ମାଜା ବି ଫିକା ପଡ଼ିଯିବ । କେହି ଯଦି କେବେ ଘରକୁ ଆସେ ସବୁ ଗଛର ଆତ୍ମଜୀବନୀ ଆରମ୍ଭ ହୋଇଯାଏ। କେଉଁ ଗଛ କେତେ ଟଙ୍କାରେ କିଣା ହେଲା କାହା ବାଡ଼ିରୁ କେଉଁ ଗଛ ଅଣା ହେଇଛି ଏସବୁରେ ସମୟ ଚାଲିଯାଏ କାରଣ ବୃକ୍ଷଲତା ସେତିକି ଆକୃଷ୍ଟ ଓ ଆକର୍ଷଣୀୟ ପରିବେଶ ସୃଷ୍ଟି କରିଥାଏ । ସବୁଦିନ ପରି ଦିଦି ସ୍କୁଲରୁ ଆସି ପହଂଚି ଯାଇଛନ୍ତି ନିଜ ସ୍ବପ୍ନର ପରିବେଶ ପାଖରେ ହଠାତ ଆଖି ପଡ଼ିଲା ରକ୍ତ ରଞ୍ଜିତ ଏକ ଗୋଲାପ ଫୁଲ ଉପରେ ।ବାସ୍ତବରେ ସେ ଫୁଲର ରଙ୍ଗର ବର୍ଣ୍ଣନା କରିବାର ଦକ୍ଷତା ମୋ ପାଖରେ ନାହିଁ ।ରକ୍ତପରି ଗାଢ଼ ନାଲିରଙ୍ଗର ଗୋଲାପ ଉପରେ ଦୁଇଟି ଭଅଁର ଓ କିଛି ପ୍ରଜାପତି ଉଡୁଥିଲେ। ହଠାତ ତାଙ୍କ ଆଖି ପଡ଼ିଲା ଫୁଟିଥିବା ଏକ ଫୁଲ ଉପରେ ଆରେ କାହିଁ ଗଲା ସେଇ ଫୁଲ ଏତେ ସ୍ନେହରେ ଯାହାକୁ ମୁଁ ପାଣି ଦେଇ ବଡ଼ କରିଥିଲି। ମହାପାତ୍ର ବାବୁଙ୍କୁ ଡାକି ପଚାରିଲେ ଦେଖିଲା ବେଳକୁ ସେ ଫୁଲକୁ କିଏ ଚୋରି କରି ନେଇଛି ।


ଆରେ ଦେଖନା ଏ ଗଛରୁ ସୁନ୍ଦର ଗୋଲାପ ଫୁଲଟିକୁ କିଏ କାଟି ନେଇଛି। କୋଉ ଦୁର୍ବୃତ୍ତ ହାତ ପହଞ୍ଚିଲା ଏ ସୁକୋମଳ ପୁଷ୍ପ ପାଖରେ । ତୋଳିବା ଆଗରୁ ଥରେ ତା ହାତ ଥରିଲାନି କେମିତି ଏମିତି ଅନେକ ପ୍ରଶ୍ନ। ଆଉ ଦେଖ ଏ ଥୁଣ୍ଟା ବେଣ୍ଟକୁ ଯିଏ କଣ୍ଟାର ଅସ୍ତ୍ର ଧରି ସଜାଗ ପ୍ରହରୀ ହୋଇ ଦିନରାତି ଜଗି ବସିଥିଲା ସେ କେମିତି ପରାଜିତ ସୈନିକ ପରି ନୀରବ ନିଶ୍ଚଳ ହୋଇ ଠିଆ ହୋଇ ରହିଛି। ଯିଏ ବି ଏହି ଫୁଲକୁ ନେଇଛି ସେ କଣ୍ଟାର ଆଘାତ ନିଶ୍ଚୟ ସହିଛି ତଥାପି ସେ ଫୁଲର ଆକର୍ଷଣ ଏତେ ନିବିଡ଼ ଯେ ନିଜ ମନର ଅହେତୁକ ଆହ୍ବାନ ଓ ଆବେଗର ଭାବନାରେ ବଶବର୍ତ୍ତୀ ହୋଇ ଆସିଛି ଧାଇ କେବଳ ଗୋଲାପ ତୁମରି ପାଇଁ। ଟିକି ଦିଦି ହଠାତ ପ୍ରଶ୍ନ କଲେ ସେ ଦୁର୍ବୃତ୍ତ ତମେ ନୁହ ତ...! କାହିଁ ତମ ହାତ ଦେଖି,ପ୍ରତିବାଦ କରିବାକୁ ଯାଇ କେତେ ଆଘାତ ଦେଇପାରିଛି ସେ ?ଏମିତି କହି ମହାପାତ୍ର ବାବୁଙ୍କର ହାତକୁ ଟାଣିଆଣି ଦେଖିଲେ ଦିଦି।


ଆରେ ହଁ ତୁମର ପାପୁଲିରେ କ୍ଷତ ତ ହେଇଛି।କଣ୍ଟା ଗଳି ସାମାନ୍ୟ ରକ୍ତ ବି ବାହାରିଛି ଆଉ ଶୁଖି ବି ଯାଇଛି।ଏମିତି କାହିଁକି କଲ।ନିଜେ ତ କଷ୍ଟ ସହିଲା ଆଉ ମୋର ପ୍ରିୟ ସାଥୀ ଗୋଲାପକୁ ବି ତୋଳିଦେଇ ତାହାର ସୁନ୍ଦରତାକୁ ନଷ୍ଟ କରିଦେଲ। ଟିକି ଦିଦିଙ୍କ କଥା ଶୁଣି ମହାପାତ୍ର ବାବୁ କହିଲେ ବେଳେ ବେଳେ ଖୁସି ପାଇବାକୁ ହେଲେ କଷ୍ଟ ସହିବାକୁ ପଡେ। ଏଥିରେ ହିଁ ପ୍ରକୃତ ଖୁସି ଲୁଚି ରହିଥାଏ ।ଆରେ ଛଡ଼ା ସେ କଥା ତମେ ବୁଝିପାରିବନି।ଆରେ ବାବା କାଲି ପରା ପ୍ରେମ ଦିବସ.....କାଲି ତୁମ ସାମ୍ନାରେ ତୋଳିବାକୁ ଯାଇଥିଲେ ତୁମେ କଣ ମତେ ତୋଲେଇ ଦେଇଥାନ୍ତ ସେଥିପାଇଁ ଆଜି ତୋଳି ଦେଇଛି ତୁମ ପାଇଁ । ଏ କଣ୍ଟାର ବେଣ୍ଟ ଠାରୁ ଆହୁରି ପ୍ରତିବାଦ କରିଥାନ୍ତ ତମେ ।


ଟିକି ଦିଦି କିଛି ସମୟ ନୀରବ ରହି ନିଜକୁ ନିଜେ ପ୍ରଶ୍ନ ପଚାରି ଚାଲିଥିଲେ ସତରେ ଏ ପୁଷ୍ପ କାହାର? ଏତେ ଯତ୍ନରେ ପାଣି, ଖତ, ସାର ,ଶ୍ରମ ଓ ଭଲ ପାଇବା ଦେଇ ବଢ଼େଇଥିବା ଲୋକର...ନା ଖରା, ବର୍ଷା, ଶୀତ, କାକର ସହି ସଜାଗ ପ୍ରହରୀ ପରି ଜଗି ରହିଥିବା କଣ୍ଟା ବେଣ୍ଟର.....ନା ସୂର୍ଯ୍ୟଙ୍କର୍ ଲାଲିମାକୁ ପାଇ ଖାଦ୍ୟ ପ୍ରସ୍ତୁତ କରି ବଞ୍ଚେଇଥିବା ଲାଲିମାର...ନା ତାର ରୂପ ଲାବଣ୍ୟରେ ମୁଗ୍ଧ ପ୍ରେମୀ ଯୁଗଳଙ୍କର...ନା ତାର ସୁକୋମଳ ପାଖୁଡାର ନରମ ସ୍ପର୍ଶ କାତର କଳା ଭଅଁରର...? ଆପଣ ମାନଙ୍କୁ ବି ପ୍ରଶ୍ନ ସତରେ ଏ ପୁଷ୍ପ କାହାର ?




Rate this content
Log in

Similar oriya story from Abstract