ପଳାଶ ର ଆତ୍ମକଥା
ପଳାଶ ର ଆତ୍ମକଥା
ସୁନ୍ଦର ପୃଥିବୀ ସରଞ୍ଚନା ର କଳ୍ପନା କରିବା ବାସ୍ତବିକ୍ ଏକ କଷ୍ଟ କାମ ।ଭଗବାନ ଙ୍କର ବଳିଷ୍ଠ ଚିତ୍ରର ପ୍ରମାଣ ସାଜିଛି ସାରା ବିଶ୍ବ । ନୀଳ ଗଗନ ର ଅନନ୍ତ ବୁକୁ ମଧ୍ୟରେ ସତେ କି ଜାବୁଡ଼ି ଧରିଛି ସମଗ୍ର ବିଶ୍ଵ କୁ ଆଉ ବିଶ୍ଵ ର ପ୍ରତେକ ସୃଷ୍ଟି ହୋଇଥିବା ଅବିଶ୍ୱସନୀୟ ବସ୍ତୁ କୁ ଠିକ୍ ଯେମିତି ସବୁଜ ବନାନୀ ମଧ୍ୟରେ ଗହଳ ବନ ଭିତରେ ଅତି ଆତ୍ମୀୟତା ଭାବ ଦେଖାଇ ନିସ୍ତେଜ୍ ଭାବରେ ଠିଆ ହୋଇ ରହିଛି ଆଗନ୍ତୁଙ୍କ ମାନଙ୍କ ଅପେକ୍ଷାରେ ।
ଜଣେ ଆଗନ୍ତୁ ଙ୍କ ଆସି ସବୁଜ କ୍ଷେତ ମଧ୍ୟରେ ଥିବା ପଳାଶ ଫୁଲ ର ଗଛ କୁ ଦେଖି ଅବାକ୍ ହୋଇ ଛିଡ଼ା ହୋଇଛି ଆରେ ଏତ ସେଇ ଗଛ ଯିଏ ଦୂର ଦିଗନ୍ତରୁ ମୟାରୁପି ଜାଲ ସଦୃଶ ଛଳନା ର ଫାସ ବୁଣି ରଖିଛି!ବାସ୍ତବରେ ଏହାର ରୂପ ରଙ୍ଗ ଏତେ ସୁନ୍ଦର ଯେ ଏହାକୁ ଥରେ ଯିଏ ଚାହିଁ ରହିଥିବ ଆଖି ସେଇ ଜାଗାରେ ହିଁ ଅଟକି ଯିବ। ବାସ୍ତବରେ ପଳାଶ ଫୁଲ ନିଜର ରୂପ ରଙ୍ଗ ର ଗରିମା ରେ ନିଜକୁ ଗୌରବାନିତ କରିବ କି ନିଜକୁ ତାଡନା ର ଗଭୀର ସମୁଦ୍ର ରେ ବୁଡ଼େଇ ଦେବ ତାହା ଭାବି ଭାବି ଆଜି ସେ ନିର୍ବାକ ପାଲଟିଯାଇଚି ।
ନିଜର ସୋନ୍ଦର୍ଯ୍ୟ କୁ ନେଇ ଗର୍ବ କରିବ କି ନିଜର ବାସ୍ନା ନଥିବା ଫୁଲର ଉପହାସ କରିବ ସେ ନିଜେ ବି ବୁଝିପାରୁନାହିଁ। ନିଜକୁ ନିଜେ ପ୍ରଶ୍ନ କରେ ସତରେ ମୋର କଣ ଭୁଲ ଥିଲା ଏମିତି ଏକ ଜନ୍ମ ନେଇ କି ଲାଭ ମିଳିଲା ମତେ। ନା କେବେ ଆଦର ପାଇଛି ନା ସମ୍ମାନ ନା କେବେ ପୂଜାରେ ଲାଗିଛି ନା କେବେ ସ୍ନେହର ପାତ୍ର ହେଇଛି ସତରେ ବଡ଼ ବିଚିତ୍ର ଏ ସୃଷ୍ଟି ଆଉ ସବୁଠାରୁ ବିଚିତ୍ର ଭଗବାନ ଙ୍କ ସରଞ୍ଚନା। ଫୁଲ ର କାମ ହୋଇଥାଏ ନିଜର ବାସ ରେ ଚତୁର୍ଦ୍ଦିଗ କୁ ନିଜର ଆୟତରେ ଆଣିବା....ଭଅଁର ଠୁ ଆରମ୍ଭ କରି ମଧୁମଖି ସମସ୍ତେ କୋମଳ ଫୁଲର ର ସୁମଧୁର ମହକରେ ବଶବର୍ତ୍ତୀ ହୋଇ ଫୁଲ ର କୋମଳ ପାଖୁଡ଼ାରେ ନିଜର ଜୀବନ ର ରସ ସଂଗ୍ରହ କରିବାରେ ଲାଗିପଡନ୍ତି।
ସତରେ ଏମିତି ଲାଗିଥାଏ ଏ ଫୁଲ କେବେଳ ଆଉ କେବଳ ମଧୁମଖି ଙ୍କ ପାଇଁ ହିଁ ଧରାଧାମକୁ ଆସିଛନ୍ତି।କିନ୍ତୁ ପଳାଶ ଫୁଲ ର ଦୁଃଖ ଓ ଅନ୍ତର ର ବେଦନା ର ତାଡନା ଅତି ହୃଦୟସ୍ପର୍ଶୀ।ସରସ ସୁନ୍ଦର ଶ୍ୟାମଳ ଖେତ ରେ ନୀରବ ନିଶ୍ଚଳ ହୋଇ ଗମ୍ଭୀର ଅବସ୍ଥା ରେ ପଳାଶ ଫୁଲ ର ସୁନ୍ଦର ବାର୍ତ୍ତା ଓ ଆବେଗ ନିଶ୍ଚିନ୍ତ ଭାବରେ ଯନ୍ତ୍ରଣାଦାୟକ ।
ନିଜର ଗରିମା କୁ ନିଜେ ବେଳେ ବେଳେ ଅନୁତାପ ର ତାଡନା ରେ ପେଶି ଚାଲିଥାଏ । ଫୁଲ ର ବାସ୍ତବତା ଲୋକ ଙ୍କ ଧ୍ୟାନ ଆକର୍ଷଣ କରିଥାଏ ଓ ପୂଜା କାର୍ଯ୍ୟରେ ଲାଗିଥାଏ... ଏତେ ସୁନ୍ଦର ହୋଇ ମଧ୍ୟ ନିଜର ଗରିମା କୁ ନେଇ କେବେ ଗର୍ବ କରେନାହିଁ।ନିଜକୁ ନିଜେ ପ୍ରଶ୍ନ କରେ ସତରେ ମୁଁ କଣ ସୁନ୍ଦର ଯଦି ହଁ ତାହେଲେ କଣ ପାଇଁ ମୁଁ କେବେ କାହାର କାମରେ ଲାଗେନାହିଁ । କଣ ପାଇଁ ମହୁମାଛି ମୋର ସୁନ୍ଦର ଫୁଲ କୁ ସ୍ପର୍ଶ ମଧ୍ୟ କରେନାହିଁ ? କଣ ପାଇଁ ଲୋକ ମାନେ ମତେ ପୂଜାରେ ଲାଗନ୍ତି ନାହିଁ?କଣ ପାଇଁ ସମସ୍ତେ ମୋ ପାଖକୁ ଆସି ଦୂରରୁ ମତେ ଦେଖି ଚାଲି ଯାଆନ୍ତି ଥରେ କାହାର ସ୍ପର୍ଶ ବି ମୋ ଶରୀର ଅନୁଭବ କରିନି ? ସତରେ କଣ ମୋର ଜୀବନ ଏତେ ମୂଲ୍ୟହୀନ ତାହେଲେ କଣ ପାଇଁ ସୃଷ୍ଟିକର୍ତ୍ତା ବିଶ୍ଵପାଳନହାର ପ୍ରଭୁ ମତେ ଜନ୍ମ ଦେଲ ? ଏଭଳି ଏକ ଅଲୋଡ଼ା ମୂଲ୍ୟହୀନ ଜୀବନ ର ମାନେ କିଛି ନଥାଏ....ଭଗବାନ ଙ୍କ ପାଦର ସ୍ପର୍ଶ ବି ମତେ ଆଜି ଯାଏ ମିଳିନାହିଁ କି କେବେ ମିଳିବ ନାହିଁ ?
ମୁଁ ସୁନ୍ଦର କି ଅସୁନ୍ଦର ତାହା ମତେ ଜଣାନାହିଁ କିନ୍ତୁ ମୋର ନାରଙ୍ଗୀ ରଙ୍ଗ ର ଫୁଲ ର ଚପଳ ହସରେ ମୁଁ ନିଶ୍ଚିନ୍ତ ତମର ମନକୁ ମୁଗ୍ଦ କରୁଥିବି ବୋଲି ମୋର ଆଶା... ତଥାପି ମୁଁ ବାକଶୂନ୍ୟ ବେଳେ ବେଳେ ନିରବତାର ଭଂଗୁର ଶବ୍ଦ ରେ ମୁଁ ଭାଙ୍ଗିଯାଏ ଭାବି ବସେ ସତରେ ମୁଁ କେତେ ମୂଲ୍ୟହୀନ କଣ ସାମାନ୍ୟ ପଥିକ ବି ମୋର ଛତ୍ରଛାୟା କୁ ଆସିବାକୁ ବି ପସନ୍ଦ କରୁନାହାନ୍ତି ।
ମୁଁ କାହିଁ କେବେଠୁ ଏମିତି ନୀରବ ଆଉ ନିଶ୍ଚଳ ହୋଇ ଚାହିଁ ରହିଛି ଏଇ ପଥ ଦେଇ ଯାଉଥିବା ପଥିକ ମାନଙ୍କୁ।କଷ୍ଟ ର ତାଡନା ଆଉ ବେଦନା ର ଗମ୍ଭୀର ଶବ୍ଦ ରେ ମୁଁ ଆଜି ବିଚଳିତ । ରାହା ପାଉନଥିବା ଅଶାନ୍ତ ରାସ୍ତା ର ପଥିକ । ତୃଷ୍ଣା ମେଣ୍ଟାଇବାକୁ ମଧ୍ୟ ଲୋକ ଟିଏ ପାଉନି ସତରେ କେମିତିକା ଜୀବନ ମୋହର। ସତରେ କଣ ଏ ଏକ ସଂଘର୍ଷମୟ ଜୀବନ କିନ୍ତୁ ଆଉ କେତେଦିନ ତାଡନା , ଲାଛନା, ବେଦନା ଓ ଦରଦ ଭିତରେ ବଞ୍ଚିବି ମତେ ବି ଟିକିଏ ପ୍ରେମ ଦରକାର । ସ୍ନେହ, ଆଦର, ଭଲପାଇବା ପାଇଁ ମୁଁ ମଧ୍ୟ ବ୍ୟାକୁଳ....ମୋର ଅନନ୍ତ ଶାଖପ୍ରଶାଖାଯୁକ୍ତ ଡାଳ କୁ ଥରେ ଦେଖ ନାରଙ୍ଗୀ ରଙ୍ଗ ର ପାଟଶାଢ଼ୀ ପିନ୍ଧି ସତରେ ଗଛର ଶୋଭାବର୍ଦ୍ଧନ କରୁଛି ମୋର ଏଇ ପୁଷ୍ପ ତଥାପି ମୁଁ ପାଉନି ଆଦର...ମାନୁଛି ମୋର ବାସ୍ନା ନାହିଁ ଆକୃଷ୍ଟ କରିବାର କଳା ମତେ ଜଣାନାହିଁ ତଥାପି ଲୋକ ଙ୍କୁ ଆଶ୍ରୟ ଟିକିଏ ଦେଇପାରିବି...ବଞ୍ଚିବା ପାଇଁ ଅମ୍ଳଜାନ ତ ଦେଇପାରିବି...ପଥିକ କୁ ଛାୟା ତ ପ୍ରଦାନ କରିପାରିବି କଣ ଏତିକି ବି ମତେ ସୁଯୋଗ ଦେବନି ।
ଥରେ ମତେ ଆପଣେଇ ଦେଖ ମୁ ତମମାନଙ୍କ ପାଇଁ ସବୁବେଳେ ତତ୍ପର ହୋଇରହିବି। ବାସ୍ ଏତିକି ମୋର ଗୁହାରୀ ବାସ ନଥାଏ କର ମତେ ଆଦର ରହିବି ମୁଁ ସାଥେ ତମର ଜୀବନରେ ଆସୁ ଯେତେ ଝଡ଼ ଝଞ୍ଜା ଲୁହା କି ପଥର । ବେଳେ ବେଳେ ଚିନ୍ତା ଓ ଅନୁଚିନ୍ତା ର ଆବେଗ ଭିତରେ ସମୟ ର ପରିବର୍ତନ ପରେ ପୁଣି ଥରେ ଫଗୁଣ ର ଆଗମନରେ ଧରାଧାମରେ ପଦାର୍ପଣ କରେ ଏକ ନୂତନ ସୂର୍ଯ୍ୟୋଦୟ ର ଅବକାଶ ନେଇ ।
