STORYMIRROR

Shatabdee Bal

Tragedy

4  

Shatabdee Bal

Tragedy

ବିଷାକ୍ତ ଦୁନିଆ

ବିଷାକ୍ତ ଦୁନିଆ

4 mins
280


ଏହି ମାଟି ଥିଲା ମର୍ଯ୍ୟାଦାର ମାଟି । ଏହି ମାଟି ଥିଲା ସଂସ୍କାରର ମାଟି । ଏହି ମାଟି ଥିଲା ଅତିଥି ଦେବୋ ଭବର ମାଟି ।ଏହି ମାଟି ଥିଲା ପିତୃଦେବୋ ମାତୃଦେବୋର ମାଟି । ଆଜି ଏହି ମାଟି ପାଲଟିଛି ବିଷଜ୍ୱାଳା ବିଷାକ୍ତର ମାଟି ।ଦିନଥିଲା ଏଇ ମାଟିରେ ପିତୃ ସତ୍ୟ ପାଳନ ପାଇଁ ମର୍ଯ୍ୟାଦା ପୁରୁଷରାମଚନ୍ଦ୍ର ଚଉଦ ବର୍ଷ ବନବାସ ଯାଇଥିଲେ । ଏହି ସେହି ମାଟି ନିଜ ବାପା ମା ଙ୍କୁ ବନ୍ଦୀରୁ ମୁକ୍ତ କରିବା ପାଇଁ ପୃଥିବୀରେ ଶାନ୍ତି ପ୍ରୀତି ସ୍ଥାପନ ପାଇଁ ନିଜେ ପ୍ରଭୁ ଶ୍ରୀକୃଷ୍ଣ ବନ୍ଦୀ ଗୃହରେ ଜନ୍ମ ନେଇଥିଲେ । ଏହି ସେହି ମାଟି ଯଉ ମାଟିରେ ନାବାଳକ ଶିଶୁ ଶ୍ରବଣ କୁମାର ନିଜର ମାତା ପିତା ଙ୍କୁ କାନ୍ଧରେ ନେଇ ତୀର୍ଥ କରାଇବାକୁ ଗଲାବେଳେରାଜା ଦଶରଥ ଙ୍କ ଆତ୍ମଘାତୀ ବାଣରେ ପ୍ରାଣ ବିସର୍ଜନ କରିଥିଲେ ।ଏହି ସେହି ମାଟି ଯଉ ମାଟିରେ ଗୁରୁବ୍ରତୀ ଆରୁଣି ଗୁରୁ ଙ୍କ ଆଦେଶ ପାଇଁ ବିଲରେ ହିଡ ହୋଇରହିଥିଲା । କିନ୍ତୁ ଆଜି ଏହି ମାଟି ବିଷାକ୍ତ ପାଲଟିଛି । ନିଃଶ୍ୱାସର ଜ୍ଵାଳା ପ୍ରତି ମୁହୂର୍ତ୍ତରେ ବିଶ୍ବାସର ବନ୍ଧ କୁ ଭାଙ୍ଗି ଚାଲିଛି । ବଞ୍ଚିବାର ଆଶା କ୍ଷୀଣ ହୋଇ ହୋଇ ଯାଉଛି ତଥାପି ସଂଘର୍ଷର ଆତ୍ମଗରିମା ପ୍ରତି ମୁହୂର୍ତ୍ତରେ ମନେ ପକେଇ ଦେଉଛି ପିତା ମାତା କରିଥିବା ବଳିଦାନର କରୁଣ ଚିତ୍ର । ନଶ୍ୱର ହୋଇ ଯାଇଛି ଶରୀର ତଥାପି ଅଛି ଧର୍ଯ୍ୟ ଆଉ ବଞ୍ଚିବାର ଆଶା ।ଆଜି ଏହି ମାଟିର ଗୁଣ କୁ ଉପସ୍ଥାପନା କରୁଛି ଏକ ଅଖ୍ୟାତ ଗ୍ରାମରୁ ।


ଅନେକ ସ୍ଥାନରେ ଦେଖାଯାଏ ସହରାଞ୍ଚଳର ପୁଅ ,ବୋହୂ ମାନେ ନିଜର ସମୟ ଅଭାବରୁ ହେଉ ଅଥବା ବଡଲୋକିଆ ଠାଣିରେ ହେଉ ବାପା ,ମା ଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିଦେଇ ଆସନ୍ତି । ସୁନ୍ଦରପୁର ଗ୍ରାମରେ ବାସ କରୁଥିଲେ ଲକ୍ଷ୍ମୀଧର ମହାପାତ୍ର ଓ ପତ୍ନୀ ଟିକି ।ବିବାହର ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କ କୋଳରେ ଛୁଆ ଟିଏ ନଥିଲା ।ସମସ୍ତେ ସେ ଦୁହିଁଙ୍କୁ ଅପୁତ୍ରିକ ଦୋଷରେ ଦୋଷାରୋପ କରୁଥିଲେ ।ସେ କଥା କୁ ଖାତିର ନକରି ସେମାନେ ନିଜ କାମ କରୁଥିଲେ। ଲୋକମାନଙ୍କ ସେବା,ସହଯୋଗ ଏସବୁରେ ସମୟ ଅତିବାହିତ କରୁଥିଲେ । ସେ ପରମ ଶିବଭକ୍ତ ଥିଲେ ଭଗବାନ ଆଶୁତୋଷ ଭକ୍ତିରେ ପ୍ରସନ୍ନ ହୋଇ ଏକ କନ୍ୟା ସନ୍ତାନ ଟିଏ ଦେଲେ । ଦୁଇ ସ୍ବାମୀ ସ୍ତ୍ରୀ ଙ୍କ ଖୁସି କହିଲେ ନସରେ । ଏତେ ଦିନର ବ୍ୟବଧାନ ପରେ କୋଳରେ କନ୍ୟାରତ୍ନ ଟିଏ ଭଗବାନ ଦେଇଥିବାରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଲା। କନ୍ୟାର ନାମରଖିଲେ କୃପା ।କୃପା ଦେଖିବାକୁ ଯେମିତି ସୁନ୍ଦର ପାଠରେ ବି ବୋହୁତ ଚତୁର । ଦଶମ ପରୀକ୍ଷାରେରାଜ୍ୟର ଟପ୍ପର ହେଲା । ସେ ମେଡିକାଲ୍ ସାଇନ୍ସ ପଢ଼ିବ ବୋଲି ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ଵ ବିଦ୍ୟାଳୟ କୁ ଚାଲିଆସିଲା । ଦ୍ୱିତୀୟ ବର୍ଷର ପାଠ ପଢା ଶେଷ ବେଳକୁ ପିତା ଙ୍କର ସ୍ଵର୍ଗବାସ ହୋଇଗଲା ।ପଇସାର ଅଭାବ ନଥିବାରୁ ସବୁ କାମ ହିନ୍ଦୁରୀତିନୀତି ହିସାବରେ ସରିଲା ଓ କୃପା ପୁଣି ଦିଲ୍ଲୀ ଫେରିଗଲା ।


ତୃତୀୟ ବର୍ଷର ପାଠ ପଢ଼ିବ କଣ କୃପା ପଡ଼ିଗଲା ଏକ ଯୁବକ ପ୍ରେମରେ । ତାର ମା କୁ ଏସବୁ କଥା ଜଣା ନଥାଏ, ବ୍ରାହ୍ମଣ ଲୋକ ପୂର୍ବରୁ ରାଜାରଜୁଡ଼ା ସମୟରୁ ଅଚଲାଚଳ ସମ୍ପତିର ମାଲିକ । ଝିଅ ପାଖକୁ ପଇସା ପଠେଇଚାଲେ ଝିଅ ପାଠ ନପଢ଼ି ପ୍ରେମରେ ଲିପ୍ତରହେ ।କୃପା ଏବେ ସେ ପିଲା କୁ କୋର୍ଟରେ ବିବାହ କରିସାରିଥିଲା। କିଛିଦିନ ପରେ କୃପା ଗ୍ରାମ କୁ ଆସିଲା ମା କୁ ଭୁଲେଇ ସମସ୍ତ ସମ୍ପତି ନିଜ ନାରେ କରିଦେଲା ଓ ମା କୁ ନେଇ ଏକ ବୃଦ୍ଧାଶ୍ରମରେ ଛାଡ଼ିଦେଇ ଫେରିଗଲା ନିଜ ପ୍ରେମିକ ପାଖକୁ ।ନିଜର ଜନ୍ମିତ ମାଆ ପ୍ରତି ଟିକେବି ଦରଦ ନଥିଲା । ଯୋଉ ମାଆ ନିଜ ଅନ୍ତଫାଡି ବକ୍ଷର ଅମୃତ ପାନ କରିଥିଲା ଯିଏରାତିରାତି ଅନିଦ୍ରାରହି ତାକୁ ଲାଳନପାଳନ କରିଥିଲା ଯିଏ ଦଶ ମାସ ଗର୍ଭ ଯନ୍ତ୍ରଣାର ଜ୍ଵାଳା ସହିଥିଲା ଆଜି ସେହି ମାଆର ମୂଲ୍ୟ କିଛି ନଥିଲା । ଗ୍ରାମର ସମସ୍ତ ସମ୍ପତି ବିକ୍ରୀ କରି ସେ ଦିଲ୍ଲୀରେ ଗୋଟେ ଫ୍ଲାଟ୍ କିଣିଲା ଓ ତାର ପ୍ରେମିକ ସହିତ ରହିଲା । ବୃଦ୍ଧାଶ୍ରମରେ ଥିବା ମାଆ ତାର ଅପୁତ୍ରିକ ଦୋଷ କୁ ବୋହୁତ ପ୍ରଶଂସା କରି ବହୁନି ବାହୁନି କାନ୍ଦୁଥିଲା। ମାତୃତ୍ଵ ଲାଭ କରିବା କେତେ ପୁଣ୍ୟ କି ପାପ ତାର ହିସାବ ନିକାଶ କରୁଥିଲା ।ଅନ୍ତର ଆତ୍ମ ତାର ବୁକୁଚିରି ସତେ ଯେମିତି ବାହାର କୁ ଆସିଯାଉଥିଲା ।ଦୁଃଖର ତାଡନାରେ ପ୍ରତି ମୁହୂର୍ତ୍ତରେ ଜଳିଜଳି ମାରୁଥିଲା ସେ ନିରୀହ ମାଆ।


ଆଜିର ପୁଅ ଆଉ ଝିଅ କିଛି କମ ନୁହନ୍ତି ,ଝିଅ କାଳେ ଚୌରାଅଶି ନର୍କରୁ ବାପା ମାଆ ଙ୍କୁ ଉଦ୍ଧାର କରେ କିନ୍ତୁ ପ୍ରେମ ପାଖରେ ସବୁ ହାର ମାନିଗଲା।ମୋ ଝିଅ କୃପା ଭଳି ଝିଅ ତ କାହାର ବୋହୂ କାହାର ପତ୍ନୀ ହୋଇ କେଉଁ ମାନଙ୍କୁ ନେଇ ବୃଦ୍ଧାଶ୍ରମରେ ରଖୁଛନ୍ତି। ସେଥିରେ ବା ପୁରୁଷ ମାନେ କଣ କରିପାରିବେ ,ନାରୀ ଯଦି ଚିଡ଼ିଆଖାନା ପୁରୁଷ ହେଉଛି ପଶୁ ।ଯଦି ସେ ପଶୁ ଭିତରୁ କିଏ ପ୍ରକୃତ ପୁରୁଷ ବାହାରି ବାପା ମାଆ ଙ୍କ ପ୍ରତି ହେଉଥିବା ଅନ୍ୟାୟର ପ୍ରତିବାଦ କରେ ତେବେ ତାକୁ କାନୁନ୍ ନାରୀ ନିର୍ଯାତନାର କେଶରେ ଗୁନ୍ଥି ଦେଇ ଆଜୀବନ ଦଣ୍ଡରେ ଦଣ୍ଡିତ ହୁଏ । ସତରେ କଣ ଧର୍ମ ଅନ୍ଧ ଯେଉ ମାଟିରେରାମ,କୃଷ୍ଣ ଜନ୍ମ ନେଇ ପିତାମାତା ଙ୍କ ସ୍ନେହ  ଓ ଶ୍ରଦ୍ଧାର ପୁତ୍ର ହୋଇଥିଲେ ଆଜି କାହିଁକି ଏ ମାଟିର ସନ୍ତାନ ମାନେ ଏମିତି ।ଆଉ ଏହି ଦୁର୍ବଳତାର ସୁଯୋଗ ନେଇ ଗଢ଼ି ଚାଲିଛି ମାଳ ମାଳ ବୃଦ୍ଧାଶ୍ରମ । ସେହି ବୃଦ୍ଧା ଶ୍ରମରେ ଅନେକ ଲୋକ ପ୍ରାଣ ହରାଇଛନ୍ତି କାରଣ ଥରେ ନିଜ ପ୍ରିୟଜନଙ୍କୁ ଏଠିରଖିଲା ପରେ କାହାର ଦେଖ ନଥାଏ । ଏହି ଭଳି ଅନେକ କଥା ଚିନ୍ତା କରିଲା ବେଳେ ବେହୋଶ ହୋଇ ପଡିଗଲେ ମାଆ ଟିକି । ଖବର ତୁରନ୍ତ ବାବା ଙ୍କ ପାଖରେ ପହଞ୍ଚିଲା ।ବାବା ତୁରନ୍ତ ଆସି ବୁଢ଼ୀ ପାଖରେ ପହଞ୍ଚିଲେ ଓ ବୁଢ଼ୀ ମୁଣ୍ଡ କୁ ନିଜ କୋଳରେରଖି କହିଲେ ମୁଁହ ଖୋଲ ମାଆ କହି ତୁଳସୀ ପାଣି ଟିକିଏ ଦେଲେ ।କହିଲେ ମାଆ ଉଠ ସମୟ ହୋଇନାହିଁ ତମେ ମତେ ଏକା କରି କେମିତି ଯାଇପରୁଛ ।ତୁମ ପରି ମାଆ ମାନଙ୍କର ସେବା କରିବାକୁ ପରା ମୋର ଜନ୍ମ ।ଏହି ମିଠା ବାଣୀ ଶୁଣି ବୁଢ଼ୀରୁଦ୍ଧ କଣ୍ଠରେ କହି ଉଠିଲା, ନାହିଁରେ ବାପ ମୋର ଆଉ ସମୟ ନାହିଁ ସମୟ ସରି ଯାଇଛି କେବେଲ ତୋର ଏହି ମିଠା କଥା ପଦକ ଶୁଣିବା ପାଇଁ ଅଟକିରହିଥିଲି ।ତୋ ଭଳି ପୁଅ ସବୁ ଦୁଃଖୀ ଦରିଦ୍ର ଲୋକଙ୍କୁ ମିଳୁ।ଗଲାବେଳେ ଏତିକି କହୁଛି ତୁ ମୋର ସମସ୍ତ କାର୍ଯ୍ୟ କରିବୁ ମୋର ଝିଅ କୁ ଖବର ଦେବୁନି । ଯିଏ ବଞ୍ଚି ଥାଉ ଥାଉ ମାରିଦେଇ ଚାଲିଗଲା ତାକୁ ଜଣେଇବା କିଛି ଦରକାର୍ ନାହିଁ ।ଆଉ ତୋ ଆଶ୍ରମ କୁ ମୋ ଭଳି ଜଉ ବାପା ମାଆ ଆସିବେ ଆଦର ସହିତ ପାଛୋଟି ନେବୁ ତୋ ଆଶ୍ରମରେରଖିବୁ ତୋର ବୋହୁତ ମଙ୍ଗଳ ହେବ ।ଆଉ ଯେଁଉ ପୁଅ ଝିଅ ଆମ ଭଳି ଲୋକଙ୍କୁ ଏଠାରେ ଛାଡ଼ିଯିବେ ସେ ତାଙ୍କ କର୍ମ ନିଜେ ଭୋଗ କରିବେ ।ଏହା କହି ମାଆ ଟିକି ବାବା ଙ୍କ କୋଳରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ।ବାପା ମା ହେଉଛନ୍ତି ପ୍ରଥମ ଭଗବାନ ତାଙ୍କୁ କଷ୍ଟ ଆଉ ଦୁଃଖ ଦେଇ ଯେତେ ପୂଜାପାଠ କଲେ ବି ତାର କିଛି ମୂଲ୍ୟ ନଥାଏ । ଜାଗ୍ରତ ହୁଏ ହେ ମୃତ୍ୟୁର ପଥିକ ସାଜିଥିବା ସମାଜର ପାଠୁଆ ବାବୁ ଓ ବାବୁଆଣି ମାନେ ।


Rate this content
Log in

Similar oriya story from Tragedy