ଓଡ଼ିଆ ଗଳ୍ପ ଓ କବିତା - ୧

Inspirational

4  

ଓଡ଼ିଆ ଗଳ୍ପ ଓ କବିତା - ୧

Inspirational

ସତପଥ

ସତପଥ

2 mins
403



ମହାତ୍ମା ବୁଦ୍ଧ ବିଭିନ୍ନ ଯାଗା ବୁଲି ଲୋକମାନଙ୍କୁ ସତ ମାର୍ଗରେ ପରିଚାଳିତ ହେବାପାଇଁ ପ୍ରବଚନ ଦେଉଥାନ୍ତି । ଏଇକ୍ରମରେ ସେ ଆସି ଶ୍ରୀବତ୍ସି ନଗରୀରେ ରହୁଥାନ୍ତି । ତାଙ୍କ ପ୍ରବଚନ ଶୁଣିବାପାଇଁ ଦୂରଦୂରାନ୍ତରୁ ଲୋକମାନେ ଆସି ରୁଣ୍ଡ ହେଉଥାନ୍ତି । ବୁଦ୍ଧଙ୍କର ବାଣୀଶୁଣି ବହୁଲୋକ ନିଜ ଆଚାରବିଚାରରେ ପରିବର୍ତ୍ତନ ଆଣୁଥାନ୍ତି । ଲୋକମାନଙ୍କୁ ସତପଥରେ ପରିଚାଳିତ ହେବାପାଇଁ ସେ ପରାମର୍ଶ ଦେଉଥିବାରୁ ଲୋକଙ୍କ ଉପରେ ଏହାର ପ୍ରଭାବ ମଧ୍ୟ ପଡୁଥାଏ । ବୁଦ୍ଧଙ୍କର ପ୍ରବୋଚନ ଅଲେକ ଲୋକଙ୍କର ଦୁଢଖମଯ ଜୀବନକୁ ସୁଖମୟରେ ପରିଣତ କରି ଦେଉଥାଏ ।


     ଦିନକର କଥା । କିଛିଲୋକ ବୁଦ୍ଧଙ୍କ ପାଖକୁ ଆସି କହିଲେ, “ପାଖ ଜଙ୍ଗଲରେ ଜଣେ ଡାକୁ ରହୁଛି, ଯେଉଁମାନେ ସହରକୁ ସେଇ ଜଙ୍ଗଲ ରାସ୍ତାଦେଇ ଯାଉଛନ୍ତି ଯାଉଛନ୍ତି ସେମାନଙ୍କ ଠାରୁ ସେ ଟଙ୍କା ପଇସା ଲୁଟକରି ଲେଉଛନ୍ତି । ଏମିତିକି ମଧ୍ୟ ମାରି ଦେଉଛନ୍ତି । ଯାହା ଫଳରେ ସେଇ ଜଙ୍ଗଲ ରାସ୍ତାରେ ଲୋକମାନଙ୍କର ଚଳପ୍ରଚଳ ବନ୍ଦ ହୋଇଗଲାଣି ।”


     ଏଭଳି କଥା ଶୁଣି ବୁଦ୍ଧଦେବ ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଲେ, ଆପଣ ମାନେ ନିରାଶ ହୁଅନ୍ତୁ ନାହିଁ । ମୁଁ ଜଙ୍ଗଲକୁ ଯାଇ ସେଇ ଡାକୁ ସହିତ ଆଲୋଚନା କରିବି । ମୋର ବିଶ୍ୱାସ ସେ ନିଶ୍ଚିତ ଭାବରେ ମୋର କଥା ରଖିବ । ଡାକୁ ବୃତ୍ତି ପରିତ୍ୟାଗ କରି ସେ ସତ୍ ପଥରେ ସାମିଲି ହେବ ।


     ଏହିପରି ଭାବରେ ସେ ନିଜର ଭକ୍ତମାନଙ୍କୁ ଆଶ୍ୱାସନା ଦେଇ ଜଙ୍ଗଲ ଦିଗକୁ ଅଗ୍ରସର ହେଲେ । ଜଙ୍ଗଲର ମଝିଆମଝି ପହଞ୍ଚିବା ପରେ ହଠାତ୍ ଏକ କର୍କଶ ସ୍ୱର ଶୁଭିଲା ରହିଯା ।


     ବୁଦ୍ଧଦେବ ସେଇଠି ଅଟକି ଗଲେ । ହଠାତ୍ ଏକ ବୁଦା ମୂଳରୁ ଜଣେ ଡାକୁ ବାହାରି ଆସିଲା । ବୁଦ୍ଧଦେବଙ୍କ ଆଗରେ ଠିଆ ହେଲା । ଡାହାଣ ହାତରେ ତାର ଏକ ଖଣ୍ଡା, ବାମହାତରେ ଲାଠି, ବଡବଡ ନିଶ । ତାକୁ ଦେଖି ବୁଦ୍ଧଦେବ ବିଚଳିତ । ବରଂ ଶାନ୍ତ ଭାବରେ କହିଲେ, “ମୁଁ ତ ରହିଗଲି, ହେଲେ ତୁ କେତେବେଳେ ରହିବୁ?”


     ଏହା ଶୁଣି ଡାକୁଟା କିଛି ସମୟ ପାଇଁ ସ୍ତବ୍ଧ ହୋଇରଲା । ସେ ଦେଖୁଥିଲା ଭଗବାନ ବୁଦ୍ଧଙ୍କ ଚେହେରାରେ କ୍ରୋଦ୍ଧ ନାହିଁ । ଅତି ଶାନ୍ତ ଭାବରେ ସେ ତା ଆଗେ ଠିଆ ହୋଇଛନ୍ତି । ଭୟନାହିଁ ତାକୁ ଚୁପ୍ ରହିବାର ଦେଖି ବୁଦ୍ଧ ପଚାରିଲେ, “କହ, ଚୁପ୍ ରହିଲୁ କାହିଁକି ? ତୁ କେବେ ରହିବୁ ?”


       ଡାକୁ ଜଣକ କହିଲା “ମୁଁ ଆପଣଙ୍କ କଥା ଠିକ୍ ଭାବରେ ବୁଝିପାରିଲି ନାହିଁ ।” ବୁଦ୍ଧଦେବ ବୁଝାଇଦେଲେ, “ଏଭଳି ଜୀବନରେ ମୃତ୍ୟୁ ପର୍ଯ୍ୟନ୍ତ କେବଳ ଦୁଃଖ ହିଁ ଦୁଃଖ ଭୋଗ କରିବାକୁ ହେବ । ମୁଁ ତୁମକୁ ବନ୍ଧନ ମୁକ୍ତ କରି ସୁଖ ଦେବାକୁ ଆସିଛି । ତୁ ପୁରାପୁରି ଲୋଭରେ ପଡିଯାଇଛୁ । ମନେରଖ ଲୋଭ ହିଁ ବିନାଶର କାରଣ । ତାର ବଶବର୍ତ୍ତୀ ହୋଇ ଲୋକଙ୍କୁ ଲୁଟ କରୁଛୁ,ସେମାନଙ୍କୁ ହତ୍ୟା କରୁଛୁ, ଏଥିରୁ କେବେ ମୁକ୍ତ ହେବୁ ?”


     ଡାକୁ ଏଥରକ ବୁଝିଗଲା । ସେ ଏଥର ବୁଦ୍ଧଙ୍କ ପାଦତଳେ ପଡିଗଲା , କହିଲା “ମୋତେ ଏ ନରକରୁ ଉଦ୍ଧାର କରନ୍ତୁ, ମୁଁ ସତ୍ ମାର୍ଗରେ ବଞ୍ଚିବାକୁ ଚାହେଁ ।”

     ବୁଦ୍ଧଦେବ ତାଙ୍କୁ ନିଜର ଶିଷ୍ୟ ଭାବରେ ଗ୍ରହଣ କଲେ । ସେଇ ଦିନଠାରୁ ଗାଁ ଲୋକମାନଙ୍କ ମନରେ ଯେଉଁ ଡାକୁର ଭୟଥିଲା ତାହା ଦୂର ହେଲା । ଏବଂ ଗାଁ ଲୋକମାନେ ଜଙ୍ଗଲ ରାସ୍ତାରେ ଯିବା ଆସିବାକୁ ଆଉ ଭୟକଲେ ନାହିଁ । ସମସ୍ତେ ସୁଖଶାନ୍ତିରେ କାଳାତିପାତ କଲେ ଏବଂ ପ୍ରତିଦିନ ବୁଦ୍ଧଦେବଙ୍କ ପ୍ରବଚନ ଶୁଣିବାକୁ ବୁଦ୍ଧଙ୍କ ଆଶ୍ରମରେ ରୁଣ୍ଡ ହେଉଥାନ୍ତି । ବୁଦ୍ଧ ସେମାନଙ୍କୁ ସତପଥରେ ଯିବାକୁ ପ୍ରବଚନ ମାଧ୍ୟମରେ ବୁଝାଉଥିଲେ ।


Rate this content
Log in

Similar oriya story from Inspirational