Writer Roja Panda

Abstract

5.0  

Writer Roja Panda

Abstract

ସତ କହିଲେ ଜଗନ୍ନାଥ

ସତ କହିଲେ ଜଗନ୍ନାଥ

2 mins
407


ସୀତା ଆଉ ଗୀତା ଦୁଇ ଭଉଣୀ । ଗୋଟିଏ ମାଆ ପେଟରୁ ଜନ୍ମ ସିନା କିନ୍ତୁ ଦୁହିଁଙ୍କ ମଧ୍ୟରେ ଆକାଶ ପାତାଳ ଫରକ । ସୀତା ସବୁବେଳେ ସତ କହେ । ଗୁରୁଜନଙ୍କୁ ଭକ୍ତି କରେ । କିନ୍ତୁ ଗୀତା ବୋହୁତ ମିଛ କହେ । ଲୋକମାନଙ୍କୁ ଠକେ । ସୀତା ତାକୁ ସବୁବେଳେ ବୁଝାଏ ଯେ ," ସତ କହିଲେ ଜଗନ୍ନାଥ, ମିଛ କହିଲେ ମହାପାପ" । ଏସବୁ କିନ୍ତୁ ଗୀତା ବୁଝେନି । ସବୁବେଳେ ମିଛ କହି ଅନ୍ୟକୁ ଠକେ । ଥରେ ଗୀତା ଗାଁ ଦାଣ୍ଡ ଦେଇ ଯାଉଥିବା ସମୟରେ କିଛି ସାଧୁ ଲୋକଙ୍କୁ ଭେଟିଲା । ସେମାନେ ଗୀତାକୁ ଆଗ ଗାଁକୁ ରାସ୍ତା କେଉଁବାଟେ ବୋଲି ପଚାରିଲେ । ଗୀତା ମିଛରେ ଆର ଗାଁର ରାସ୍ତା ନକହି ଜଙ୍ଗଲ ରାସ୍ତାର ଠିକଣା କହିଦେଲା । ସାଧୁମାନେ ମଧ୍ୟ ଗୀତା କଥାକୁ ସତ ଭାବି ସେଇ ନିଘଞ୍ଚ ଜଙ୍ଗଲ ଆଡକୁ ମୁହାଁଇଲେ । ଗୀତା ଖୁସିରେ ତାଳି ମାରି ହସୁଥାଏ । ସାଧୁମାନେ ଏପଟେ ଜଙ୍ଗଲ ରାସ୍ତାରେ ବାଟବଣା ହେଇ ହତାଶ ହେଇପଡିଲେଣି । ସୀତା କୌଣସି କାମରେ ଜଙ୍ଗଲକୁ ଯାଇଥିଲା । ସେଠି ସୀତା ସେଇ ସାଧୁ ମାନଙ୍କୁ ହତାଶ ଅବସ୍ଥାରେ ଦେଖି ତାଙ୍କୁ ନେଇ ପାଖ ଗାଁରେ ଛାଡିଦେଲା । ସାଧୁମାନେ ସୀତାକୁ ବୋହୁତ ଆଶୀର୍ବାଦ ଦେଲେ । ପୁନଃର୍ବାର ସେଇ ସାଧୁମାନେ ପାଖ ଗାଁରୁ କାମ ସାରି ଫେରୁଥିଲେ । ବାଟରେ ଦେଖିଲେ ସୀତା ଆଉ ଗୀତା ଏକ କୂଅରେ ପଡି ଚିତ୍କାର କରୁଛନ୍ତି । ସାଧୁମାନେ ଚିତ୍କାର ଶୁଣି କୂଅ ନିକଟକୁ ଆସି ଜାଣିବାକୁ ପାଇଲେ ଯେ ଦୁହେଁ ଖେଳୁ ଖେଳୁ ଅଜାଣତରେ କୂଅରେ ପଡ଼ିଗଲେ । ସାଧୁମାନେ ତୁରନ୍ତ ଆସି ସୀତାକୁ ସେଇ କୂଅ ଭିତରୁ ଉଦ୍ଧାର କଲେ । ଗୀତାକୁ କିନ୍ତୁ ଉଦ୍ଧର ନକରି କହିଲେ ,ତୁ ତୋ ମିଛ କହିବାର ଫଳ ଭୋଗ କର । ଗୀତା ମିଛ କହିଥିବାରୁ ତାକୁ କେହି ସାହାଯ୍ୟ କଲେନାହିଁ । ସୀତା ସତ କହିଥିବାରୁ ଏବଂ ସାଧୁମାନଙ୍କୁ ସାହାଯ୍ୟ କରିଥିବାରୁ ଉଦ୍ଧର ପାଇଲା । ତେଣୁ ସତ କହିଲେ ଜଗନ୍ନାଥ ।



Rate this content
Log in

Similar oriya story from Abstract