Samar Ballav Bhoi

Inspirational

3  

Samar Ballav Bhoi

Inspirational

ସତ କହି ପଛେ ମଲେ ମରିବି

ସତ କହି ପଛେ ମଲେ ମରିବି

2 mins
188



ଯିଏ ସତ କହିବା ପାଇଁ ଚେଷ୍ଟା କରିଛି ଏବଂ କହିପାରିଛି, ସେମାନେ ଆଜି ମଣିଷ ସମାଜ ଚକ୍ଷୁରେ ଶତୃ ସାଜିଛନ୍ତି କିମ୍ବା ଶତୃ ଦୃଷ୍ଟିରେ ଦେଖାଯାଉଛି। ଥରେ ଜଣେ ବ୍ୟବସାୟୀ ନିଜ ବ୍ୟବସାୟ ରେ ପ୍ରବଳ ମାତ୍ରାରେ ଲାଭ କରି ଚାଲିଲେ। ତାଙ୍କର ଦୈନନ୍ଦିନ ଓ ସାମାଜିକ ଚାଲିଚଳନରେ ପରିବର୍ତ୍ତନ ବହୁ ମାତ୍ରାରେ ବଢ଼ିଗଲା, ସହରର ଲୋକମାନେ ତାଙ୍କ ବ୍ୟବସାୟ ଲାଭର ପରିମାପକୁ ବୁଝି ପାରିଲେ ନାହିଁ। ସେମାନେ ମନେ ମନେ ବିଚାରିଲେ ଯେ ଏତେ କମ୍ ଦିନ ମଧ୍ୟରେ ବ୍ୟବସାୟ ବାବୁ ଜଣକ ଏତେ ଲାଭବାନ ହେଲେ କିପରି? ସମୟ କ୍ରମେ ବ୍ୟବସାୟ ବାବୁଙ୍କର ଭିତିରି କଥା ପଦାକୁ ଆସିଲା। ବାହାର ଲୋକମାନେ ନିଜ ନିଜ ଭିତରେ କଥା କଟାକଟି ହେବାରେ ଲାଗିଲେ। କାହିଁକି ନା ସତ କେବେ ଲୁଚି ରହେନା, ଦିନେ ନା ଦିନେ ସତ୍ୟର ଆଲୋକ ଶିଖା ପ୍ରଜ୍ଜ୍ୱଳିତ ହୋଇଥାଏ।

ସହର ଲୋକମାନେ ତାଙ୍କ ବ୍ୟବସାୟର ଲାଭ ହେବାର ଉପାୟ ଖୋଜି ପାଇଗଲେ। ବ୍ୟବସାୟଙ୍କ ଅସାଧୁ ଉପାୟ କେବଳ ତାଙ୍କର ସହଯୋଗୀ ବ୍ୟକ୍ତି ଜଣକ ଜାଣିଥିଲେ। ସହଯୋଗୀ ବ୍ୟକ୍ତି ଜଣକ ସମୟର ଘଟଣା କ୍ରମେ ସତ୍ୟକୁ ଲୁଚାଇ ରଖି ପାରିଲେ ନାହିଁ। ସେହି ବ୍ୟକ୍ତି ଜଣକ ସମସ୍ତ ସହର ବାସୀଙ୍କ ନିକଟରେ ପରିପ୍ରକାଶ କରିଦେଲେ, ଫଳରେ ବ୍ୟବସାୟୀ ଜଣଙ୍କର ଅସାଧୁ ଉପାୟର ଲାଭବାନ ବିଷୟରେ ସହରବାସୀ ମାନେ ଜାଣିପାରିଲେ। ତାଙ୍କ ବ୍ୟବସାୟ ରେ ଘାଟା ହେଲା, ଆଗପରି ବ୍ୟବସାୟରୁ ଲାଭ ମିଳି ପାରିଲା ନାହିଁ। ଘଟଣା କ୍ରମେ ବ୍ୟବସାୟୀ ଜଣକ ଏହାର କାରଣ ଖୋଜି ବସିଲେ, ବ୍ୟବସାୟୀ ଜଣକ ଚିନ୍ତା କଲେ ବିଗତ ଦଶ ବର୍ଷ ମଧ୍ୟରେ ମୋର ଲାଭ ହିଁ ଲାଭ ଚାଲିଥିଲା, ଏବେ ଏହା ଘାଟା ହେଲା କିପରି ? ବ୍ୟବସାୟୀଙ୍କୁ ଜଣା ପଡିଗଲା ଯେ ଏ ବିଷୟରେ କେବଳ ଜଣକୁ ଜଣାଥିଲା, ଏ ବିଷୟରେ ସହଯୋଗୀ ଜଣକ କେବଳ ଜାଣି ଥିଲେ। ତାହେଲେ ଏଇ ସହଯୋଗୀ ବ୍ୟକ୍ତି ଜଣକ ତାଙ୍କ ଅସାଧୁ ଉପାୟ ବିଷୟରେ ସହରବାସୀଙ୍କ ନିକଟରେ ପରିପ୍ରକାଶ କରିଦେଇଛି, ବ୍ୟବସାୟୀ ଜଣକ କାହାକୁ କିଛି ନକହି ସହଯୋଗୀଙ୍କୁ ବ୍ୟବସାୟରୁ ବହିଷ୍କାର କରିଲେ। ଫଳରେ ସହଯୋଗୀ ବ୍ୟକ୍ତି ଜଣକ ନିଜ ଜୀବନ ରାସ୍ତାରେ ଭିକାରୀ ସାଜିଲେ। କାରଣ ବ୍ୟବସାୟୀ ଜଣକ ନିଜ କଟୁକ୍ତିରେ ଅନ୍ୟ ମାନଙ୍କୁ ପ୍ରବର୍ତ୍ତାଇ ସହଯୋଗୀ ଜଣକୁ କାମ ନ ଦେବାକୁ ଅନ୍ୟ ମାନଙ୍କ ନିକଟରେ ପ୍ରଚାର କଲେ, ଫଳରେ ସହଯୋଗୀ ଜଣକ ଦୁଃଖରେ ଭାଙ୍ଗିପଡିଲେ, ଯୁଆଡେ ଗଲେ ସମସ୍ତେ କାମ ପାଇଁ ମନା କରିଲେ । ଅନେକ ଦିନ ଧରି ସେ ବ୍ୟବସାୟୀଙ୍କ କାମ କରୁଥିଲେ, ହଠାତ୍ ଏମିତି ଏକ ସମୟ ତାଙ୍କ ଜୀବନ ରାସ୍ତାରେ କଣ୍ଟା ଭାବରେ ଛିଡ଼ା ହୋଇ ରହିଲା, ସେ ଆଉ ଆଗକୁ ପାଦେ ବଢି ପାରିଲେ ନାହିଁ । ସେ ମନେ ମନେ ଚିନ୍ତା କଲା ଯେ ଏସବୁ ସତ କହିବାରୁ ଏ ପରିଣାମ ମୋତେ ଭୋଗିବାକୁ ପଡ଼ିଲା। ଆଜିର ସମୟରେ ସତ କଥା ଶୁଣିବାକୁ ମଣିଷ ପାଖରେ ମଣିଷ ପଣିଆର ଘୋର ଅଭାବ। ସତରେ ସତ କହିବା କ'ଣ ଭୁଲ? ଯଦି ମୁଁ ସତ କହି ନଥାନ୍ତି ତେବେ ଜଣେ ଭଲ ସହଯୋଗୀ ଭାବରେ ବଂଚି ରହିଥାନ୍ତି,

ସତ୍ୟକୁ ସମର୍ଥନ କରୁଥିବା ବ୍ୟକ୍ତି କେବେ ଶତୃ ନୁହନ୍ତି, କେବଳ ସମୟ ଓ ପରିସ୍ଥିତିରେ ସେମାନେ ଅସତ୍ୟ ସହିତ ରହିଥାନ୍ତି। ସତ୍ୟ ପାଇଁ ମିଥ୍ୟାର ଆଶ୍ରୟ ନେବା ଜରୁରୀ ନୁହେଁ। ସତ କହି ପଛେ ମଲେ ମରିବି, ସତ କହିବାକୁ କାହିଁ ଡରିବି। 



Rate this content
Log in

Similar oriya story from Inspirational