STORYMIRROR

kamal kumar dash

Drama Inspirational

3  

kamal kumar dash

Drama Inspirational

ସରସ୍ୱତୀ ପୂଜା

ସରସ୍ୱତୀ ପୂଜା

1 min
342


    ଆଜି ସରସ୍ୱତୀ ପୂଜା | ଝିଅ ତା କଲେଜ ଯିବାକୁ ଜିଦ କଲା | ମୁଁ ବାହାରିଲି ତାକୁ କଲେଜ ନେଇ | ଗ୍ରୀନ ଡ୍ରେସ ରେ ସେ ଖୁବ ସୁନ୍ଦର ଦେଖାଯାଉଥିଲା | ତାକୁ କଲେଜ ଗେଟ ପାଖରେ ଛାଡି  ମୁଁ ଠିଆ ହେଲି | ମାତ୍ର ସେ ମତେ ତା ସହିତ ଯିବାକୁ କହିଲା | ମୁଁ ତା ପଛେ ପଛେ ଚାଲିଲି ତା ଅନର୍ସ କ୍ଲାସ କୁ | କିଛ ପିଲା ଆସିଥିଲେ ଓ ପୂଜା ଚାଲିଥିଲା | ମୁଁ ପଛରେ ଥିବା ଚେୟାର ରେ ବସିଗଲି | ପୂଜାରେ ତାଙ୍କର ଜଣେ ମାଡାମ ସ୍କାଏ ଶାଢୀରେ ଖୁବ ସୁନ୍ଦର ଦେଖା ଯାଉଥିଲେ | ଖୁବ ଚିହ୍ନା ଚିହ୍ନା ଲାଗୁଥିଲା ତାଙ୍କ ମୁଁହ ,କଲେଜ ବେଳର ସାଙ୍ଗ ନିତା ପରି | ତାକୁ ବି ସ୍କାଏ କଲର ଭଲ ଲାଗୁଥିଲା , କିଛି ପୁରୁଣା ଦିନର କଥା ମାନେ ପଡିଗଲା | ସମସ୍ତେ ପୁଷ୍ପାଞ୍ଜଳୀ ଦେବlକୁ ଉଠିଲେ, ମୁଁ ବି ଉଠି ଠିଆହେଲି | ପୂଜା ପରେ ଝିଅ ମୋ ପାଖକୁ ଆସିଲା ପ୍ରସାଦ ନେଇ ,ମୁଁ ତାକୁ ପଚାରିଲି ସ୍କାଏ ଶାଢୀର ମାଡାମ ଙ୍କ ନା | ସେ କହିଲା ନିତା ମାଡାମ , ଆମ ଏଚ ଓଡି , ଆପଣ ଚିହ୍ନି ଛନ୍ତି କି ? ମୁଁ କହିଲି ହଁ | ତା ପରେ ଆମେ ଦିଜଣ ତାଙ୍କ ଚାମ୍ବର କୁ ଗଲୁ | ମୁଁ କିଛି କହିବା ଆଗରୁ ସେ ମତେ ଚିହ୍ନି ଗଲା ଓ ହାଣ୍ଡସେକ କଲା ମୋ ସାଥିରେ | ବହୁତ ଖୁସି ହେଲା ସେ ଆଉ ମୁଁ ବି ,ଅଜଣା ସହରରେ ଜଣେ ପୁରୁଣା ସାଙ୍ଗକୁ ଦେଖି | କିଛି ସମୟ କଥା ବାର୍ତl କଲା ପରେ ମୁଁ ଘରକୁ ବାହାରିଲି | ଆମ ଘରକୁ ଆସିବାକୁ ନିତାକୁ ଅନୁରୋଧବି କଲି | ଝିଅ ତାପାଦ ଛୁଇଁ ମୁଣ୍ଡିଆମାରି ବାହାରିଲା ମୋ ସାଥିରେ | 


Rate this content
Log in

Similar oriya story from Drama