ସଫଳତା
ସଫଳତା
ରିଜିନ ଆଜି ସବୁ ସମ୍ବାଦ ପେପରର ସାମନା ପୃଷ୍ଠା ରେ। ପ୍ରଖ୍ୟାତ ଚିତ୍ରକର ଭାବରେ। ସେ ବି ମାତ୍ର ଅଠର ବର୍ଷ ବୟସରେ। ଅଠର ହଜାର ଚିତ୍ର ଗୋଟିଏ ବର୍ଷରେ ଆଙ୍କି। ସେ ବି ଅତି ନିଖୁଣ ଭାବରେ। ସାରା ଦୁନିଆ ପାଇଁ ସେ ବିସ୍ମୟ ପାଲଟିଛି। କେତେ କୁଆଡୁ ଶୁଭେଚ୍ଛା ର ପତ୍ରର ସୁଅ ଛୁଟିଛି ତା ପାଇଁ।
ଏବେ ତା'ର ସାକ୍ଷାତକାର ଚାଲିଛି ଦେଶର ସବୁଠୁ ବଡ ସମ୍ବାଦ ଚ୍ୟାନେଲ ସହ। ତା ଲାଗି ପ୍ରଥମ ପ୍ରଶ୍ନ ଥିଲା ସେ ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରି ପାରିଲେ କେମିତି? ଏତେ ଆତ୍ମବିଶ୍ୱାସ ତାଙ୍କ ମନରେ ଆସିଲା କେମିତି?
ସାରା ଦେଶ ଏ ପ୍ରଶ୍ନ ର ଉତ୍ତର ଶୁଣିବା ଲାଗି ବ୍ୟଗ୍ର ଥିଲା। ରିଜିନ କହିଲା-ଏସବୁ କେବଳ ମୋ ଜେଜେବାପା ଙ୍କ ଯୋଗୁଁ ସମ୍ଭବ ହୋଇଛି। ସେ ପିଲାଦିନେ ଗୋଟିଏ ଗଳ୍ପ ମୋତେ କହୁଥିଲେ। "ଦିନେ ଗୋଟିଏ କୂଅ ପାଖରେ ବାର ବର୍ଷ ର ପିଲା ଆଉ ତା ସହ ଛ ଅ ବର୍ଷର ପିଲାଟିଏ ,ଦୁହେଁ ମିଶି ଖେଳୁଥିଲେ। ଖେଳ ଖେଳୁ ଖେଳୁ ଅଜାଣତରେ
ବଡ ପିଲାଟି କୂଅରେ ପଡିଗଲା। ସାନ ପିଲାଟି ତାକୁ କୂଅ ଭିତରକୁ ପଡିଥିବା ଦଉଡା ସାହାଯ୍ୟ ରେ ଟାଣି ଟାଣି ଉପରକୁ ନେଇ ଆସିଲା। ଏକଥା ଗାଁ ଯାକ ର ଲୋକ କେହି ବି ବିଶ୍ୱାସ କଲେନି। ସମସ୍ତେ ମିଛ ବୋଲି ଭାବିଲେ। ସେଇ ବାଟ ଦେଇ ଜଣେ ସାଧୁ ଯାଉଥିଲେ। ତାଙ୍କୁ ଏ କଥା ସତ କି ମିଛ ପଚାରିବାରୁ କହିଲେ -ଏଥିରେ ଟିକେ ମାତ୍ର ମିଛ ନାହିଁ। କାହିଁକି ନା ସେ ଏ କାମଟି କରିପାରିବନି ବୋଲି ତାକୁ ଏକଥା କହିବା ଲାଗି ତା ଆଖପାଖରେ କେହି ବି ନଥିଲେ। ଏମିତି ସେ ନିଜେ ବି ନୁହେଁ। "
ବାସ୍! ଏଇ କାହାଣୀ ଟି ଜେଜେବାପା ଙ୍କର ମୋତେ ସବୁବେଳେ ପ୍ରେରଣା ଯୋଗାଇ ଆସିଛି କିଛି ନୂଆ କରି ଦେଖେଇ ବାକୁ। ୟାଛଡା ମୋ ଆଖପାଖରେ ସେମିତି କେହି ନଥିଲେ କହିବା ଲାଗି କି ମୁଁ ଏ କାମଟି କରି ପାରିବିନି ବୋଲି କେବେ ବି ଭାବିନି।
ଉପସ୍ଥିତ ଜନତା ଆଉ ତାକୁ ଶୁଣୁଥିବା ଲୋକ ତାଳି ମାରିବାକୁ ଲାଗିଲେ। ସମସ୍ତ ଙ୍କ ଓଠରେ ଜେଜେଙ୍କ ର ବାଃ ବାଃ!