Manorama Hati

Tragedy

3  

Manorama Hati

Tragedy

ନୂଆଘର

ନୂଆଘର

2 mins
257



ସେଦିନରାତିରେ ଭୋରରୁ ଏକ ଦୁଃସ୍ୱପ୍ନ ଦେଖିଲି । କେହି ଜଣେରାକ୍ଷସ ପରି ମଣିଷଟା ମୋ ହାତ ଗୋଡ କାଟି ଅସହ୍ୟ ଯନ୍ତ୍ରଣା ଦଉଛି । ମୁଁ ଚିତ୍କାର କରୁଛି । ତା ଆଗରେ ଅନୁରୋଧ କରୁଛି ଛାଡି ଦବା ପାଇଁ । ତଥାପି ସେ ଶୁଣୁ ନାହିଁ । ହଠାତ୍ ମୋ ଆଖି ଖୋଲି ଗଲା । ସବୁ କିଛି ଯେ ସ୍ୱପ୍ନ ଥିଲା ଜାଣିଲା ପରେ ବି ବିଶ୍ୱାସ ହଉ ନଥିଲା । ମୁହଁ ସାରା ଝାଳ । ସକାଳେ ଆମ ନୂଆ ଘରର ପ୍ରବେଶ ଉତ୍ସବ ଥିଲା । ଖୁବ୍ ଖୁସିର ମୁହୂର୍ତ୍ତ ଆମ ସମସ୍ତଙ୍କ ପାଇଁ । ବାପାଙ୍କର ଦୀର୍ଘ ପଚିଶ ବର୍ଷ ସ୍ୱପ୍ନ ସାକାର ହେଉଥିଲା । ସେଥିପାଇଁ ଏମିତି ଏକ ଦୁଃସ୍ୱପ୍ନ ବିଷୟରେ କାହାକୁ କିଛି ନକହିବା ଠିକ୍ ମନେ କଲି ।


 ବାପା କଫି ତିଆରି କରି ଆଣି କହିଲେ-ନେ, ଆଜି ଏଠି କଫି ପିଇବାର ଶେଷ ଦିନ । କାଲି ଠାରୁ ନୂଆ ଘରେ ପିଇବା ତୋର ମୋର । ମୁଁ ଦୋକାନରୁ ଫେରିବି ତୁ ଅଫିସରୁ ଫେରିବୁ । ଦୁହେଁ ବସି ଗାର୍ଡେନରେ କଫି ପିଇବା । ଦିନଯାକର କଥା ଘଟଣା ଆଲୋଚନା କରିବା ।  


ମା ଆସି କହିଲେ ଏଠି ବାପ ଝିଅ ବସି ଗପୁଥାଅ । ସେପଟେ ସବୁ କାମ ଅଧା ପଡିଥାଏ । ବନ୍ଧୁ ବାନ୍ଧବ ବାହାରିବେଣି ଆସିବା ଲାଗି । ତମେ ଜଲଦି ଯାଅ ବଜାରରୁ ମିଠା ନେଇଆସ । ବାକି ଆଉ ସବୁତ ଘରେ ଅଛି । ମୁଁ ଆଉ ଝିଅ ଏଠି କାମ ସାରି ନୂଆଘରକୁ ଯାଉଛୁ ।  


ସମୟ ଦଶଟା ବାଜିଲାଣି । ବନ୍ଧୁ ବାନ୍ଧବ ମାନେ ଅଧା ଅଧି ପହଞ୍ଚି ଗଲେଣି । ହେଲେ ବାପା ଏପର୍ଯ୍ୟନ୍ତ ଫେରିଲେନି ଯେ? ଖରାପ ସ୍ୱପ୍ନ ଟା ଦେଖିଥିବାରୁ ମୋତେ ଆଦୌ ଭିତରେ ଭିତରେ ଭଲ ଲାଗୁ ନଥାଏ । ସବୁ ଖୁସି ଭିତରେ ମନରେ ଆଶଙ୍କା ଖେଳି ବୁଲୁଥାଏ । ବାପାଙ୍କୁ କଲ୍ ଲଗେଇଲି । ହେଲେ ସୁଇଚ୍ ଅଫ ଦେଖେଇଲା । ମା ଏକଥା ଜାଣି ଖୁବ୍ ବ୍ୟସ୍ତ ହେଲା । ଭାରି ହେଳା ଲୋକ । ମୋବାଇଲ ଚାର୍ଜ୍ କରି ନଥିବେ । ଯେତିକି ମୁଁ କରି ଥିବି । କୋଉଠି କିଏ ଗପିବାକୁ ବୋଧେ ମିଳି ଯାଇଛି । ଗପ ଜମେଇଥିବେ । କି ଅବାଗିଆ ମଣିଷଟେ ସତରେ! ଇଆଡେ ଦୁନିଆ ଯାକର କାମ ପଡିଛି ଯେ! ସବୁବେଳେ ସବୁ ଦାୟିତ୍ବ ମୋ ମୁଣ୍ଡ ଉପରେ ଲଦି ଦେଇ ଆରାମରେ ଥାଆନ୍ତି ଆଉ ମୁଁ ହନ୍ତସନ୍ତ ହୁଏ ।  


ପୁଣି ଗୋଟିଏ ଘଣ୍ଟା ବିତିଗଲା । ଏଥର ମନକୁ ପାପ ଛୁଇଁଲା । ବାପା କେବେ ବି ଏତେ ଦାୟିତ୍ବ ହୀନ ହୁଅନ୍ତିନି । କିଛି ତ ଅସୁବିଧା ହେଇଛି । ମା ବି ମୁହଁ ଶୁଖେଇ ପଚାରିଲା-ବାପା କୁଆଡେ ଗଲେ କି? 


ଠିକ୍ ଏତିକିବେଳେ ଅଜଣା ନମ୍ବରରୁ କଲ୍ ଟିଏ ଆସିଲା । ମୁଁରିସିଭ୍ କଲାରୁ କହିଲ-ହାଲୋ । ଆପଣ ରମାକାନ୍ତଙ୍କ ପରିବାରରୁ କହୁଛନ୍ତି । ତାଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେ ଏବେ ସିଟି ହସପିଟାଲରେ । ଆପଣ ଆସି ତାଙ୍କ ଡେଡ୍ ବଡି ନେଇ ଯାଇ ପାରନ୍ତି । ମୋ ହାତରୁ ଫୋନ ଖସିଗଲା । ମୁଁ ଶବ୍ଦ ହୀନ ହେଇ ବସି ପଡିଲି । ଆକାଶଟା ମଥା ଉପରେ ଛିଡିଗଲା ଯେମିତି । ମା କାନ୍ଦି କାନ୍ଦି ପଚାରିଲା -ଏଇ! ସୋନା କଣ ହେଲା? ତୁ କିଛି କହୁନୁ କାହିଁକି?ବାପାଙ୍କର କଣ ହେଇଛି ନା କଣ? କିଏ ଫୋନ କରି ଥିଲା? 


ମୁଁ ମାଙ୍କୁ ଜୋରରେ ଜାବୁଡି ଧରି କହିଲି-ମା ବାପା ଆଉ ନାହାଁନ୍ତି । ବାରବାର ମନେ ପଡୁଥିଲା ମୋର ସକାଳୁ ସକାଳୁ ଦେଖିଥିବା ସେଇ ଖରାପ ସ୍ୱପ୍ନ । ସେ ସ୍ୱପ୍ନଟା ସତ ହେଇଗଲା କାହିଁକି କେଜାଣି? ବାପାଙ୍କ ଚାଲିଯିବା କୋଉ ଅସହ୍ୟ ଯନ୍ତ୍ରଣା ଠାରୁ କମ୍ ଥିଲା ଯେ ।  



Rate this content
Log in

Similar oriya story from Tragedy