STORYMIRROR

Samar Ballav Bhoi

Inspirational Children

3  

Samar Ballav Bhoi

Inspirational Children

ସଫଳତା ର ସ୍ପର୍ଶ

ସଫଳତା ର ସ୍ପର୍ଶ

2 mins
157


ପରୀକ୍ଷା କେନ୍ଦ୍ର ନିକଟରେ ଅନେକ ଭିଡ଼ ଲାଗିଥାଏ, ସମୀର ଠିକ୍ ୯:୩୦ ମିନିଟ ସମୟରେ ପରୀକ୍ଷା କେନ୍ଦ୍ର ଠାରେ ପହଞ୍ଚି ସାରିଥାଏ, ଅନେକ ଭିଡ଼, ଲମ୍ବା ଲାଇନ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବା ପାଇଁ। ସମୀର ପକେଟ ରୁ ପ୍ରବେଶ ପତ୍ର କାଢି ରୋଲ ନ଼ମ୍ବର ଦେଖି ଲାଇନ ଧରି ଛିଡା ହୋଇ ପଡ଼ିଲା। ସମୀର ଆଗରେ ୧୪ ଜଣ ପିଲା ଛିଡ଼ା ‌ହୋଇଥାନ୍ତି, ସମସ୍ତେ ବ୍ୟସ୍ତ କୁଆଡେ଼ ଡେରି ହୋଇଯିବ କି? ଗେଟ୍ ରେ ସମସ୍ତ ଙ୍କୁ ଚେକ୍ କରି ପରୀକ୍ଷା ରୁମ ଭିତରକୁ ଛଡା ଯାଉଥିଲା, ଯାହା ହେଉ ଠିକ୍ ସମୟରେ ସମସ୍ତଙ୍କୁ ଭିତରକୁ ପ୍ରବେଶ ମିଳିଗଲା। ସମସ୍ତେ ସମସ୍ତଙ୍କ ପରୀକ୍ଷା କକ୍ଷକୁ ଚାଲିଗଲେ, ପରୀକ୍ଷା ର ସମୟ ଅବଧି ଦୁଇ ଘଣ୍ଟା ଥିଲା, ‌ସମୀର ପରୀକ୍ଷା ସାରି ପରୀକ୍ଷା କେନ୍ଦ୍ରରୁ ବାହାର କୁ ଆସିଗଲା। ବାହାରେ ବାପା ଅପେକ୍ଷା ରେ ଥାଆନ୍ତି, ସମୀର ହସ ହସ ମୁହଁରେ ଆସି ବାପାଙ୍କ ପାଖରେ ପହଞ୍ଚିଲା। ବାପାଙ୍କୁ କିଛି କହିବା ପୂର୍ବରୁ ବାପା ପଚାରିଲେ ପରୀକ୍ଷା କେମିତି ହେଲା? ସବୁ ପ୍ରଶ୍ନ ଉତ୍ତର କଲୁ କି ନାହିଁ? ସମୀର କହିଲା ଭଲ ହେଇଛି, ହଉ ଶୀଘ୍ର ଗାଡ଼ିରେ ବସିପଡ୍ , ଘରେ ଯାଇ ସମ୍ପୁର୍ଣ୍ଣ ଭାବରେ କଥା ହେବୁ। ସମୀର ର ବାପାଙ୍କ ପ୍ରତି ଭାରି ଡର। ଘରେ ମା ଅପେକ୍ଷା ରେ ଥାଆନ୍ତି, ସମୀର କେତେ ବେଳେ ପହଞ୍ଚିବ? ପରୀକ୍ଷା ରେ କେମିତି ହେଲା ? ସବୁ ପ୍ରଶ୍ନ ଭିତରେ ସମୀର ମା। 

ଦିନ ୨ଟା ସମୟରେ ଘରେ ସମୀର , ତା ବାପା ଆସି ପହଂଚିଲେ, ହାତ ମୁଁହ ଧୋଇ ସମୀର ମା କୁ ଖାଇବା ଦେବାକୁ ଡାକିଲା, ମା ପଚାରିଲେ, ଆରେ ସମୀର ପରୀକ୍ଷା ରେ କେମିତି କ'ଣ ହେଲା? ମା! ପରୀକ୍ଷା ତ ଭଲ ହୋଇଛି, ଫଳାଫଳ କୁ ଅପେକ୍ଷା କର! ଏଥର ମୁଁ ସବୁ ପ୍ରଶ୍ନ ର ଉତ୍ତର ଭଲ ଭାବରେ ଦେଇଛି, ମା ତମେ ବିଶ୍ବାସ ରଖ ମୁଁ ନିଶ୍ଚିତ ସଫଳତା ପାଇବି। ବାପା ସେତେବେଳେ ପାଖରେ ବସି ଖାଇବାକୁ ପ୍ରସ୍ତୁତ ହେଉଥାନ୍ତି, ବାପା କହିଲେ ଖାଲି କଥାରେ କହିଦେଲେ ସଫଳତା ମିଳି ଯାଏନି , ସଫଳତା ପାଇଁ ପରିଶ୍ରମ ର ଆବଶ୍ୟକତା ଥାଏ, ତେବେ ତୁ ଯେମିତି ପରିଶ୍ରମ କରିଥିବୁ ସେହି ହିସାବରେ ସଫଳତା ପାଇବୁ। ସମୀର ବାପା କଥା ଉପରେ କେବେ ଉତ୍ତର ଫେରାଇ ପାରେନାହିଁ, ତଥାପି ଧିର କଣ୍ଠରେ କହିଲା, ବାପା ! ଆପଣ ଏଥର ମୁଁ ସଫଳ ନିଶ୍ଚିତ 

ହେବି, ମୁଁ ସେହି ବିଶ୍ଵାସରେ ପରୀକ୍ଷା ର ସବୁ ଉତ୍ତର ଦେଇଛି। ଆପଣ ଧୈର୍ଯ୍ୟ ଧରନ୍ତୁ ପରୀକ୍ଷା ର ଫଳାଫଳ ପର୍ଯ୍ୟନ୍ତ। ଦୃଢ଼ ବିଶ୍ବାସ ହିଁ ସଫଳତା ର ପାହାଡ଼ ଚଢ଼ାଇ ଥାଏ ବୋଲି ମୋର ବିଶ୍ବାସ। ଦୁଇ ମାସ ପରେ ଫଳାଫଳ ଆସିଲା, ସମୀର ପରୀକ୍ଷା ରେ ସଫଳତା ଅର୍ଜନ କରି ସାରିଥାଏ। ବାପା ମା'ଙ୍କ ବିଶ୍ବାସ ରେ ଏକ ଭିନ୍ନ ପରିଚୟ ଜନ୍ମିତ ହୁଏ ଯେତେବେଳେ ନିଜର ସନ୍ତାନ ଟି କୋୖଣସି କାର୍ଯ୍ୟରେ ସଫଳତା ଅର୍ଜନ କରେ। ଏହାହିଁ ସମୀର ଜୀବନ ଏକ ମୁହୁର୍ତ୍ତ ଯାହା ସେମାନେ ସମସ୍ତଙ୍କ ସମ୍ମୁଖରେ ପ୍ରକାଶ କରିଥାନ୍ତି। ସେହି ଦିନ ଠାରୁ ସମୀର ବାପା ମା ବହୁତ ଖୁସିରେ ରହିଲେ। ସମୀର ସଫଳତା ର ସ୍ପର୍ଶର ଅନୁଭବ ଅନ୍ୟ ସାଙ୍ଗ ମାନଙ୍କୁ ବହୁତ ପ୍ରେରଣା ଦେଇଥିଲା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational