Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Trushna Das

Tragedy

4.6  

Trushna Das

Tragedy

ସଞ୍ଜ ଆସିଲାଣିରେ

ସଞ୍ଜ ଆସିଲାଣିରେ

2 mins
67


ସଞ୍ଜ ଆସିଲାଣିରେ , ବାହୁଡି ଆ ବାବୁରେ, ଆସିବୁ କହି କାଇଁ ଆସିଲୁ ନାହିଁ ବାବୁରେ, ତୋର ବୁଢୀ ମାଆ ଜଗି ବସିଛିରେ, ତୋ ଆସିବା ବାଟକୁ ଚାହିଁରେ କାନ୍ଦି କହି ଉଠିଲା ସାବି ମିଉସୀ।


ସାବି ମାଉସୀର ପ୍ରକୃତ ନାମ ସାବିତ୍ରୀ। ଛୋଟ ବେଳୁ ତା'ର ବାହାଘର ହୋଇଯାଇଥିଲା ହରିଆ ମଉସା ସାଙ୍ଗରେ। ମଉସା ଭାରୀ ବଦମାସ, ମଦ ପିଇ ରାସ୍ତାରେ ଗଡିବା ଥିଲା ତା'ର ଅଭ୍ୟାସ। ବାହାଘର ଦୁଇ ବର୍ଷ ମଧ୍ୟରେ ସାବି ମାଉସୀର ଗୋଟିଏ ପୁତ୍ରର ସନ୍ତାନ ହେଲା। ତା'ର ନାମ ଚନ୍ଦନ ଦିଆ ହେଲା।ସାବି ମାଉସୀ ତାକୁ ଗେହ୍ଲରେ ଡାକେ ବାବୁ।


ପୁଅ ଚାରି ବର୍ଷର ହୋଇଥାଏ ମଉସା ମଦ ପିଇ ପିଇ ମରିଗଲା।ସାବି ମାଉସୀ ବହୁ କଷ୍ଟ କରି ପର ଘରେ କାମ କରି ପୁଅକୁ ପାଠ ପଢାଇ ଥିଲା।ପୁଅ ବଡ ହୋଇ ବ୍ୟାଙ୍କ ମ୍ୟାନେଜର ହୋଇ ସହରରେ ସ୍ତ୍ରୀ ପିଲାଙ୍କୁ ନେଇ ରହିଲା। ସାବି ମାଉସୀ ପାଠ ପଢା ଜାଣି ନ ଥିବାରୁ ଚନ୍ଦନ ତାକୁ ସମସ୍ତଙ୍କ ସାମନାରେ ଦେଉ ନଥିଲା। ସାବି ମାଉସୀ ଗାଁରେ ରହି ଏବେ ବି ପର ଘରେ କାମ ଚଳୁଥିଲା। 


ଠିକ୍ ଏତିକି ସମୟରେ କୋରଣାର ତାଣ୍ଡବ ଲୀଳା ଆରମ୍ଭ ହୋଇଛି। ଚାକରାଣୀ କାମ କରିବାକୁ ମନା କଲାରୁ ଚନ୍ଦନ ଗାଁକୁ ଯାଇ ମାଆକୁ ନିଜ ପାଖକୁ ନେଇ ଆସିଲା କାମ କରାଇବାକୁ। 


ଦୁଇ ତିନି ମାସ ପରେ ମାଉସୀର ଦେହ ଖରାପ ହେବାରୁ ଚନ୍ଦନ କୋରଣା ହୋଇଛି ବୋଲି ଭାବିଲା। ଆଉ ପାଖରେ ନ ରଖିବା ପାଇଁ ବାହାନା କରି ମାଆକୁ ଗାଁକୁ ନେଇଗଲା ଏବଂ ସଞ୍ଜରେ ଫେରି ଆସିବ ବୋଲି କହି ଗଲା ଯେ ଆଉ ଫେରିଲା ନାହିଁ ମାଉସୀ ପାଖକୁ। 

ପ୍ରତିଦିନ ସଞ୍ଜ ହେଲେ ମାଉସୀ କାନ୍ଦି କି କହୁଥାଏ ସଞ୍ଜ ଆସିଲାଣିରେ.... ଫେରିଆ ବାବୁରେ.......।


କିଛି ଦିନ ପରେ ଚନ୍ଦନକୁ ଖବର ଆସିଲା ମାଉସୀ ମରିବା ଖବର। କାଳେ କୋରଣାରେ ମରିଛି ଭାବି ପୁଅ ତା ପାଖରେ କାମ କରୁଥିବା ଲୋକଙ୍କୁ ଗାଆଁକୁ ପଠାଇ ମର ଶରୀରକୁ ସହରକୁ ନିଆଯିବା କଥା କହିଲା। କିନ୍ତୁ ଅଧା ରାସ୍ତାରେ ବୁଢୀର ଅନ୍ତିମ ସଂସ୍କାର କରାଇଲା କିନ୍ତୁ ନିଜେ ମାଆକୁ ଦେଖିବାକୁ ବି ଗଲା ନାହିଁ। 


କିଛି ଦିନ ପରେ ଗାଁର ସରପଂଚ ବାବୁ ସହରକୁ କାମରେ ଆସିଥିଲେ ଆଉ ଚନ୍ଦନକୁ ଦେଖା କରି ତିରିଶ ହଜାର ଟଙ୍କା ଦେଇ କହିଲେ ତା ମାଆ ନିଜ ଦେହକୁ ନ ଦେଖି କଷ୍ଟ କରି ପୁଅ ପାଇଁ ଟଙ୍କା ସଞ୍ଚୟ କରି ରଖିଥିଲା। ଆଉ ମରିବା ଆଗରୁ ସେ ଟଙ୍କା ଚନ୍ଦନକୁ ଦେବା ପାଇଁ କହିଥିଲା। ସରପଞ୍ଚ ବାବୁ ଚନ୍ଦନକୁ ସାବି ମାଉସୀ ତା ପାଇଁ କରିଥିବା ସବୁ କଷ୍ଟ କଥା ମଧ୍ୟ କହିଥିଲେ। 


ଚନ୍ଦନ ଏବେ ନିଜ ଭୁଲ ବୁଝି ଅନୁତାପ କରି ଭାବିଛି ସେ କେତେ ବଡ ପାପୀ।ଏମିତି ମାଆର ମୂଲ୍ୟକୁ ସେ ବୁଝି ପାରିନି କି ପୁଅର କର୍ତ୍ତବ୍ୟ ସେ କରିନି ଏମିତି କି ମାଆକୁ ଶେଷ ଥର ପାଇଁ ଦେଖିବାକୁ ବି ଯାଇ ନାହିଁ। 


ଶେଷରେ ସେ କାନ୍ଦି କି କହିଛି... ସଞ୍ଜ ଆସିଲାଣିରେ...ମାଆ ତୁ ବାହୁଡି ଆସରେ.... ତୋ ବାଟକୁ ଚାହିଁ ମୁଁ ବସିଛିରେ... ଶୋଇବାକୁ ତୋ କୋଳରେ.. ହୋଇବାକୁ ଗେହ୍ଲ ତୋ ସାଥୀରେ.....।.


କାନ୍ଦି କାନ୍ଦି କହୁଥାଏ ମାଆ ମୋତେ କ୍ଷମା କରି ଦେରେ....ମାଆ ସଞ୍ଜ ଆସିଲାଣିରେ...ତୁ ବାହୁଡି ଆ ରେ ......।



Rate this content
Log in

More oriya story from Trushna Das

Similar oriya story from Tragedy