Rasmi Rekha Tripathy

Inspirational Abstract

3  

Rasmi Rekha Tripathy

Inspirational Abstract

ସଂସ୍କାର (2)

ସଂସ୍କାର (2)

2 mins
7.1K



       ମୋ ବୋହୁ ଜିନସ୍ ପିନ୍ଧେ l ସର୍ଟସ୍ ବି ପିନ୍ଧେ l ଚୁଡି ଓ ସିନ୍ଦୂର ପିନ୍ଧିବାକୁ ସେ  କୁସଂସ୍କାର ବୋଲି ଭାବେ l ପ୍ରଥମେ ପ୍ରଥମେ ଅଡୁଆ ଲାଗୁଥିଲେ ବି ପରେ ଯେତେବେଳେ ଭାଇନାର ବୋହୁକୁ ଦେଖିଲି, ମୁଁ ଅନୁଭବ କରିପାରିଲି, ଭାଇନାର ବୋହୁ ତୁଳନାରେ ମୋ ବୋହୁର ସଂସ୍କାର କେତେ ଉଚ୍ଚକୋଟିର l ଭାଇନାର ବୋହୁ ଶାଢି ପିନ୍ଧେ l ସବୁବେଳେ ସାଜି ସୁଜି ହୋଇ ଥାଏ l ଘରକାମରେ ବି ପାରଙ୍ଗମ l କିନ୍ତୁ ସେ ଭାଇନାକୁ ହେଳା କରେ l ଅବଜ୍ଞା କରେ l ଦି ଓଳି ଖାଇବା ବାଢିଦେଲେ ତାର କର୍ତ୍ତବ୍ୟ ଶେଷ l ଦ୍ୱିତୀୟ ଥର ଭାଇନାକୁ କଣ ଦରକାର କେବେ ପଚାରିନାହିଁ ସିଏ l ଘରକୁ କିଏ ଆସିଲେ ଭାଇନା ସହ ପରିଚୟ କରେଇବା ଆବଶ୍ୟକ ମନେ କରେ ନାହିଁ ସିଏ lଏମିତି ଅନେକ ଛୋଟ ଛୋଟ କଥା l ଭାଇନାକୁ ଭଲ ଦେଖା ଯାଉ ନଥିଲା l ମୁଁ ଜବରଦସ୍ତ ତାକୁ ଆଣି ତାର ପରଳ କଢେଇବାର ବ୍ୟବସ୍ଥା କଲି l ପନ୍ଦର ଦିନ ଭାଇନା ରହିଲା ମୋ ଘରେ l ନା ପୁଅ, ନା ବୋହୁ l ଆସିବାତ ଦୂରର କଥା, ଫୋନ୍ କରି ଥରେ ପଚାରିବାର ଆବଶ୍ୟକତା ମଧ୍ୟ ମନେ କରି ନଥିଲେ ସେମାନେ l ହାତ ଟେକି ନିଜ ଇଛାରେ କାହାକୁ କିଛି ଦେବାର ସାହସ ନ ଥିଲା ଭାଇନାର l

       କିନ୍ତୁ ମୋର ଅତ୍ୟାଧୁନିକ ବୋହୁ ଏ ସବୁଥିରେ ମୁଣ୍ଡ ଖେଳାଏନି କେବେ ବି l ଆମର ମେଡିସିନ୍ ସରି ଯାଇଥିଲେ ତାକୁ କହିବାକୁ ହୁଏନା l ସରିବାର ଯଥେଷ୍ଟ ଆଗରୁ ସେ ସବୁ ଆଣି ରଖି ଦେଇଥାଏ l ସେ ଦିନ ମୋ ଯାଆର ହୃଦଘାତ ହେଲା l ଘରେ ପୁରୁଷ ଲୋକ କେହି ବି ନଥାନ୍ତି ସେଦିନ l ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ କରି ବୋହୁ ମୋର ପ୍ରଥମେ ତା ଜିଭ ତଳେ କଣ ଗୋଟେ ବଟିକା ରଖିଦେଲା ଔଷଧ ଡବାରୁ ବାହାର କରି l ସାଙ୍ଗେ ସାଙ୍ଗେ କାର୍ ବାହାର କରି ମୋତେ ନିର୍ଦ୍ଦେଶ ଦେଲା ଯାଆକୁ ନେଇ ପଛ ସିଟରେ ବସିବା ପାଇଁ l ଘର ଠାରୁ ଡାକ୍ତରଖାନା ଦଶ ମିନିଟର ରାସ୍ତା l ଡାକ୍ତର କହିଲେ ଜିଭ ତଳେ ସେଇ ବଟିକା ଠିକ୍ ସମୟରେ ଦିଆ ଯାଇଥିବା ଯୋଗୁଁ ମୋ ଯାଆର ଜୀବନ ରକ୍ଷା ହୋଇପାରିଲା l ମୁଁ ଅନୁଭବ କରୁଥିଲି ଦୁଇ ବୋହୁଙ୍କ ମଧ୍ୟରେ ସଂସ୍କାରଗତ ପାର୍ଥକ୍ୟକୁ l


Rate this content
Log in

Similar oriya story from Inspirational