STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Action

4  

ନାୟକ ଅକ୍ଷୟ ରାଜହସ୍ତୀ

Action

ସଂପର୍କର ମୂଲ୍ୟ

ସଂପର୍କର ମୂଲ୍ୟ

3 mins
373

        ସଂପର୍କର ସଂଜ୍ଞା ଖୋଜୁଥିଲା ଶେଫାଳୀ ରାତିର ଅନ୍ତିମ ଚରଣରେ l ଇପ୍ସିତ ପୁରୁଷ ସୁର୍ଯ୍ୟଦେବଙ୍କ ସହ ପ୍ରୀତି ଅଭିସାର ରଚନାର ଦୁର୍ବାର ଅଭିପ୍ସା ମନ ଓ ପ୍ରାଣକୁ ଅଥୟ କରୁଥାଏ ସିନା ହେଲେ ପହିଲି ସନ୍ଦର୍ଶନ ହେବା ଆଗରୁ ବୃନ୍ତଚ୍ୟୁତ ଯୋଗ ଘଟେ l ମିଳନ ଗୀତିକା ହୁଏ ଅଧୁରା l ଆଖିରେ ଆଖି ମିଶେଇ ଦି' ପଦ କଥାହେବା ଅଥବା ଟିକିଏ ଶକ୍ତିମୟଙ୍କ ଅଙ୍ଗସ୍ପର୍ଶ କୋମଳ ତନୁରେ ମାଖି କଳ୍ପିତ କାମନା ବାସନା ପୂର୍ଣ୍ଣାହୁତି ଦେବା ପାଇଁ ପ୍ରତୀକ୍ଷା କରନ୍ତି l ଅପ୍ରାପ୍ତିବୋଧ ହିଁ ସମୟଚକ୍ରରେ ପାଲଟିଯାଏ ଦୁଃଖ ଗଛ l ଆଶା ଆଶାରେ ରହିଯାଏ ଏଇଟା ଯେ ଆଜି ତା ନୁହେଁ ଯୁଗ ଯୁଗର ଅସମାହିତ ପ୍ରଶ୍ନଟିକୁ ପୁଣି ଉଠେଇ ଚାଲିଥିଲା ଶୀତୁଆ ନିଦରେ ଶୋଇଥିବା ବେଳେ l ଭାବୁଥିଲା କାଇଁ ସେ ପୁଣି ଗୁଡେ଼ଇତୁଡେଇ ହେବ ଶଙ୍କା ଜିଜ୍ଞାସାର ଚିରସତ୍ୟତା ସମ୍ପର୍କରେ l ସେ ଭୁଲି ଯାଇଥିଲା ନିଜ ଅସ୍ଥିତ୍ଵ ବିଷୟରେ l

ଝରା ଫୁଲ ଝରିଝରି ଯାଏ l

ଅଦମ୍ୟ ଇଛା ମରିମରି ଯାଏ ଆପେ ଆପେ l

 ମିଳନ ପର୍ବରୁ ବଞ୍ଚିତ ହୋଇ ବିଷାଦଗ୍ରସ୍ଥ ଅବସ୍ଥାରେ ସେ ସିନା ଜୀବନ ଅତିବାହିତ କରୁଥିଲା କିନୁ ସେ ଭୁଲି ଯାଉଥିଲା ସେଇ ଦିବ୍ୟ ଅମୃତ ବାଣୀ "ତୁମେ ନିଜକୁ ନିଜେ କ୍ଷମା କର, ଦୋଷ ପାଇଁ ନିଜକୁ ନିଜେ ଭର୍ତ୍ସନା କର, ଏହିପରି ସ୍ଵଂୟରକ୍ଷିତ ଓ ସ୍ଵଂୟ ସଜାଗ ରହିଲେ ତୁମେ ସୁଖୀ ହେବ ହିଁ ହେବ l"

ଯାକୁ ଦେଖି ଓଠ ଚିପି ହସୁଥିଲା ମୁହୁର୍ତ୍ତ l ବାଃ ବାଃ ରେ ଶେଫାଳୀ କହି କହି l ସେଦିନ ଏମିତି ଏକ ନିଦ୍ରିତ ରଜନୀ ବିରାଗ ଜନ୍ମେଇଥିଲା ଶାକ୍ୟରାଜବଂଶରେ କପିଳାବାସ୍ତୁ ରାଜଉଆସରେ l ଯୁବରାଜ ସିଦ୍ଧାର୍ଥଙ୍କୁ ବିଚଳିତ କରିଥିଲା ସଂସାରର ମୋହ l ବୈଦିକ ଅନନ୍ୟ ପଞ୍ଚପୁଷ୍ପ ମଧ୍ଯରୁ ଶେଫାଳୀ ତାର ଜ୍ୱଳନ୍ତ ଦୃଷ୍ଟାନ୍ତଟିଏ lକାହିଁକି ନା ତାର ଫୁଟିଲା ଫୁଲ ଦେହର ରଙ୍ଗ ନେଇ ଶ୍ୱେତବସ୍ତ୍ରରେ ଗେରୁଆ ରଙ୍ଗରେ ରଙ୍ଗାୟିତ କରୁଥିଲେ ବୌଦ୍ଧ ସନ୍ନ୍ୟାସୀଗଣ l ଯଶୋଧାରା ସମବୟସ୍କା l ସେ ନିଶ୍ଚିତ ହୋଇଥିଲେ ଯେ ସେ ବି ସିଦ୍ଧାର୍ଥଙ୍କ ସହ ଏକ ସମୟରେ ମୃତ୍ୟୁ ବରଣ କରିବେ l କିନ୍ତୁ ତାହା ଯଦି ସତକୁ ସତ ଘଟିଯାଏ,କିଛି ଦିବ୍ୟ ସନ୍ଦେଶ ଜଗତରେ ବାକି ରହିଯିବ, ଏ କଥା ଭାବିଭାବି ଦୁଃଖରେ ଭାଙ୍ଗି ପଡ଼ିଥିଲେ ଯଶୋଧାରା l

ସେ ମଧ୍ୟ ପ୍ରତି ମୁହୂର୍ତ୍ତରେ ଚେଷ୍ଟିତ ଥିଲେ ସିଦ୍ଧାର୍ଥଙ୍କ ବୈରାଗ୍ୟକୁ ଘରମୁହାଁ କରିବାକୁ କିନ୍ତୁ ହାୟଃ...

ଅସଫଳ ହେଲେ ଅପର ପକ୍ଷରେ ମାଉସୀ ଗୌତମୀ ମଧ୍ଯ ପୁନେଇଁ ରାତ୍ରୀରେ ଉଜାଗର ରହି ରାତିସାରା ବସ୍ତ୍ରବୁଣୁ ଥିଲେ କାଳେ ଯୁବରାଜଙ୍କ ଘରବାହୁଡ଼ା ହେବ l ମାନସିକ ପୂରଣ ପାଇଁ ଆଚରଣରେ ସୁଧାର ଆଣିବା ପାଇଁ ବୌଦ୍ଧ ସନ୍ନ୍ୟାସୀଙ୍କୁ ବସ୍ତ୍ରଦାନ କରୁଥିଲେ l

         ସମୟ ଗଡି ଚାଲିଥିଲା ମୁହୁର୍ତ୍ତକୁ ସାଥୀରେ ନେଇ lକିଛିଦିନ ଅନ୍ତେ ଘଟଣାକ୍ରମରେ ଶୟନକକ୍ଷରେ ଶୀତୁଆ ପବନରେ ପୁତ୍ର ରାହୁଲ ମାତାଙ୍କ ପେଟ ପାଖକୁ ଆଉଜି ହୋଇ ଦେହର ଉଷୁମ୍ ଟାଣି ଟାଣି ଶୋଇପଡିଥିଲେ l ବାସ୍ ଠିକ୍ ଏତିକିବେଳେ ଚାଉଁକିନା ନିଦ ଭାଙ୍ଗିଗଲା ଯୁବରାଜ ସିଦ୍ଧାର୍ଥଙ୍କର l ଉଆସ ଭିତରେ ଉତ୍ତର ମୁହାଁ ଲହୁଣୀ ଦୀପ ଜଳିଜଳି ଅନ୍ଧକାରକୁ ଠେଲି ଦେଇଥାଏ ଦୁରକୁ ଦୂରକୁ ଉଜ୍ଜ୍ବଳ ଆଲୋକ ବିଛୁରିତ କରି l ପରାଜିତ ସୈନିକ ପରି ଅପମାନିତ ଓ ପଳାତକ ହେଲେ ଅନ୍ଧାର ସମୂହ ସେଦିନ ବି ସମ୍ୟକ ଉତ୍ତର ମିଳିଥିଲା ତାଙ୍କୁ ସମ୍ପର୍କର ମଧୁ ଅର୍କର l

       ରାଜକୀୟ ପୋଷାକ ପରିଚ୍ଛେଦ, ଜୀବନ ପରିଚର୍ଯ୍ୟା ସବୁ ଫିକା ପଡି ଯାଇଥିଲା ବିଭୁଙ୍କ ସମ୍ପର୍କିତ ହେବା ପାଇଁ ସେ ଖୋଜୁଥିଲେ ସମ୍ପର୍କର ସମ୍ପର୍କୀୟ ମାନଂକୁ l ଯେଉଁ ଘଟଣା ସମୂହକୁ ନଗର ଭ୍ରମଣ ବେଳେ ଜଣେ ବୃଦ୍ଧ, ରୁଗ୍ଣବ୍ୟକ୍ତି ଓ କୋକେଇରେ ଶବ ବୁହା ଦେଖି ବିଚଳିତ ହୋଇ ଉଠିଲେ l ଭାରାକ୍ରାନ୍ତ ମନକୁ ମୁଣ୍ଡେଇ ଚାଲିଥିବା ବେଳେ ଦୈବାତ ଜନୈକ ପ୍ରସନ୍ନବଦନ ସନ୍ୟାସୀଙ୍କ ସହ ଦର୍ଶନ କରିବାର ପରମ ସୌଭାଗ୍ୟମଣିଲେ ସେ l ହେଲେ ଶୁଭ ମହୁରତ ହେଲା ଆଲୋକର ପର୍ବ ଦୀପାବଳୀ ଦିନ l ଅର୍ଦ୍ଧରାତ୍ରୀରେ ସାଂସାରିକ ମାୟା ବନ୍ଧନ କାଟି ଅଣତିରିଶ ବର୍ଷ ବୟସରେ ରାଜଉଆସ ତ୍ୟାଗକଲେ ଏବଂ ଏଥି ଉତ୍ତାରେପବିତ୍ର ବୋଧଦୃମ ତଳେ ତପସ୍ୟାରତ ହୋଇ ମାରା ନାମକ ମନ୍ଦ ଆତ୍ମାକୁ ପରାଜିତ କଲେ ସବୁଦିନ ପାଇଁ lସଂପର୍କର ବାଟ ଫିଟିଗଲା ଇଶ୍ଵରଙ୍କ ସହ ସମ୍ପର୍କିତ ହେବା ପାଇଁ l ଯୁଗଦ୍ରଷ୍ଠା ମୁହୂର୍ତ୍ତ ସେଦିନ ବହୁତ ଖୁସିହୋଇଗଲା ସେଦିନ କାହିଁକି ନା ପ୍ରତ୍ୟେକ ଦିନ ହିଁ ତା ଠୁ ଆରମ୍ଭ ଏବଂ ପ୍ରତ୍ୟେକ ଦିନ ହିଁ ଜୀବନକୁ ବଦଳାଇଥାଏ ସମ୍ପର୍କର ପରିଭାଷା ଲେଖି ଲେଖି ପୃଥିବୀକୁ କରିବାକୁ ଚେତନାମୟ ଓ ଆନନ୍ଦମୟ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action