Rasmi Rekha Tripathy

Inspirational Abstract Others

5.0  

Rasmi Rekha Tripathy

Inspirational Abstract Others

ସନ୍ନ୍ୟାସୀ

ସନ୍ନ୍ୟାସୀ

1 min
14.4K



       ସନ୍ନ୍ୟାସୀମାନଙ୍କର ଆସ୍ଥାନ ଆଡୁ ବୁଲି ଦେଇ ଆସି ପାଞ୍ଚ ବର୍ଷର ପୁଅ ମୋର ହଠାତ୍ ଘୋଷଣା କଲା, “ବୋଉ ମୁଁ ବଡ ହେଲେ ସନ୍ନ୍ୟାସୀ ହେବି l”

ତାର ଏ ଘୋଷଣାରେ ମୁଁ ଆଶ୍ଚର୍ଯ୍ୟ ହୋଇ ତାର କାରଣ ପଚାରିଲି l ସେ କହିଲା, "ସନ୍ନ୍ୟାସୀ ହେଲେ ଭଲ ଖାଇବାକୁ ମିଳିବ l"

ମୋତେ ହସ ବି ଲାଗିଲା ଆଉ ଦୁଃଖ ବି ଲାଗିଲା l ଆଶ୍ରମମାନଙ୍କରେ ଏ ସବୁ ନୀତିକୁ ମୁଁ କେବେ ବି ପସନ୍ଦ କରିପାରେନି l କିନ୍ତୁ ମୁହଁ ଖୋଲି କିଛି କହି ବି ହୁଏନି l ଭଗବାନଙ୍କ ପାଖରେ ତ ସମସ୍ତେ ସମାନ l ତେବେ ଏ ପାତର ଅନ୍ତର ନୀତି କଣ ପାଇଁ ? ପୁଅ ମୋର ଆଖି ଖୋଲି ଦେଲା l ମୁଁ ପୁଅକୁ ନେଇ ଆସିଥିଲି, ତା ଭିତରେ ଭଗବତ୍ ସତ୍ତାର ଉଦ୍ରେକ କରିବା ପାଇଁ l କିନ୍ତୁ ପୁଅ ମୋର ଯାହା ଦେଖିଲା, ତାହା ତାର ଭବିଷ୍ୟତ ପାଇଁ ମଙ୍ଗଳକର ନୁହେଁ ମୁଁ ଅନୁଭବ କରି ପାରିଲି ଓ ସେ ଦିନ ଠାରୁ ମୋର ସମ୍ମିଳନୀରେ ଯୋଗ ଦେବା ବନ୍ଦ ହୋଇଗଲା l


Rate this content
Log in

Similar oriya story from Inspirational