shibaram dalai

Tragedy

2  

shibaram dalai

Tragedy

ସଂଘର୍ଷ

ସଂଘର୍ଷ

2 mins
578



ନାନୀ ନାନୀ କଣ ପାଇଁ କାନ୍ଦୁଛୁ, କହନା ନାନୀ କଣ ପାଇଁ କାନ୍ଦୁଛୁ।ତୋତେ କିଏ କଣ କହିଲା,ମୁଁ ପଚାରିଲି। ନାନୀ ମୁଣ୍ଡ ହଲେଇ ଉତର ଦେଲା ହଁ ଆଉ କହିଲା ସମାଜ ।ମୁଁ ପଚାରିଲି ସମାଜ ସେ ପୁଣି କିଏ ? ଆଉ ଲୋକମାନେ ଏମିତି କଣ କହୁଛନ୍ତି "ତୁ ଗୋଟେ ବିଟପି, ଆଉ କାନ୍ଦୁଛି ଗରାଖ ମିଳିନଥିବେ" ।କଣ ନାନୀ ଆଜି ବଜାରରେ ଖବରକାଗଜ କଲମ ବିକ୍ରି କରିପାରିଲୁନାହିଁ,ତୁ କହନା କଣ ଖବରକାଗଜ କେହିନେଲେନାହିଁ । ଆଉ ....ବିଟପି  ମାନେ କଣ ? ତୁ ଛୋଟ ପିଲା, ତୁ ଯାଆ ଘରକୁ ମୁଁ କିଛି ସମୟପରେ ଯାଉଛି ନାନୀ ଉତ୍ତର ଦେଲା ।                             


ମୁଁ କିନ୍ତୁ ଏକ ଜିଦିଆ ଥିଲି ,ଏକ ନିଶ୍ୱାସରେ ଦୌଡ଼ିଗଲି ଘରଭିତରକୁ ଏବଂ ଗୋଡ ହାତ ଅଚଳ ଥିବା ଜେଜେଙ୍କୁ ପଚାରିଲି। ଜେଜେ ବିଟପି ମାନେ କଣ?ଜେଜେ ପ୍ରଥମେ ରାଗିଗଲେ ଆଉ ମୋତେ ବହୁତ ଗାଳିଦେଲେ ।ମୁଁ ଅଧିକ ଜିଦ କରି ନାନୀ ଆଉ ମୋର ରାଣ ଦେବାରୁ ସେ କହିଲେ ଜିଦ କରୁଛୁ ତ ଶୁଣ ।ଆମର ଗୋଟେ ସୁଖୀ ପରିବାର ଥିଲା ।ମୁଁ, ତୋ ବାପା, ତୋ ବୋଉ ,ତୁ ଆଉ ତୋର ନାନୀ ।କିଛି ବର୍ଷ ପୂର୍ବେ ଆମେ ତୋ ଜନ୍ମଦିନ ପାଳନ ପାଇଁ କିଣାକିଣି କରି ସାଲେପୁର ରୁ ଫେରିବା ସମୟରେ ସଡକ ଦୁର୍ଘଟଣାରେ ତୋ ବାପା ବୋଉ ଚାଲିଗଲେ ଆଉ ମୁଁ ସବୁଦିନ ପାଇଁ ଅଚଳ ହେଇଗଲି ।ବହୁତ ଚେଷ୍ଟାକରି ବିଫଳ ହେଲି ତୁମମାନଙ୍କୁ ବଡ଼ କରିବାରେ ,ମୁଁ ବି ଶେଷରେ ତୋ ନାନୀ ଉପରେ ବୋଝ ହେଇଗଲି । କିନ୍ତୁ ତୋ ନାନୀ ଦମ୍ଭର ସହ ଆଗକୁ ଗୋଡ଼ କାଢ଼ିଲା ମୋତେ ଆଉ ତୋତେ ସମାଜରେ ବଞ୍ଚେଇ ରଖିବା ପାଇଁ ।ତୋର ଭବିଷ୍ୟତ ଚିନ୍ତା କରି ପଢ଼ାରେ ଡୋରି ବାନ୍ଧିବା ସହ ଵସ ଷ୍ଟାଣ୍ଡରେ ଖରା ବର୍ଷା ଆଉ ଶୀତରେ ଖବରକାଗଜ ବିକିଲା ।



ଦିନେ ସନ୍ଧ୍ୟାରେ ଫେରୁଥିବା ସମୟରେ କିଛି କଞ୍ଚା ମାଂସ ଲୋଭୀ ପିଶାଚ ତାକୁ ନିଛାଟିଆ ଜାଗାକୁ ଟେକିନେଇ ତାର କଅଁଳ ଦେହର ମାଂସକୁ ଝୁଣୀ ଝୁଣୀ ଖାଇନେଇ ଆମ ଗାଁ ପୋଖରୀ କଡ଼ରେ ଫୋପାଡ଼ି ଦେଇ ଚାଲିଗଲେ। ସେହି ଦିନଠୁ ଆଜିଯାଏ ସେ ବଞ୍ଚି ରହିଛି ଏ ସମାଜରେ ସଂଘର୍ଷ କରି କରି ତୋର ଭବିଷ୍ୟତ ପାଇଁ । ଆଉ ଏ ସମାଜ ତାକୁ ବେଶ୍ୟା ନାଆଁ ରେ ସଜେଇ ଦେଇଛି । ଏତିକି କହିବା ସମୟ ଭିତରେ କେତେବେଳୁ ଜେଜେଙ୍କ କୋଛାମୋଛା ଆଖି କୋଣରୁ ତତଲା ଅଶ୍ରୁ ନିଗିଡି ଯାଇ ମୋ ମନରେ ଥିବା ବିଟପି ଶବ୍ଦର ମାନେ କୁ ଲିଭେଇ ସାରିଥିଲା ।      




Rate this content
Log in

Similar oriya story from Tragedy