ସମୟର ଚକ
ସମୟର ଚକ
ଦୂର ଦିଗ୍ବଳୟ ରେ ତପନ ମାଆ କୋଳରେ ଲୁଚିବାକୁ ବାହାରିଲେଣି । ଅଜୟ ଝରକା ପାଖରେ ଠିଆ ହୋଇ ଦେଖୁଥାଏ ।ମନ ରେ ତାର ଅସରନ୍ତି ପ୍ରଶ୍ନ ,ପଛରୁ ଡାକିଲା ମାନି ,କେତେଥର ଡାକିଲିଣି ଶୁଭୁଛି ନା ନାହିଁ ଚାହା କପ୍ ଟା ସରବତ ହୋଇଗଲାଣି ।ଅନ୍ଯ ମନସ୍କ ଭାବ ରେ ଅଜୟ କହିଲେ ହଉ ଗରମ କରିଦିଅ ଆସୁଛି ।ଆଜି କାହିଁକି ବୋଉ କଥା ଭାରି ମନେ ପଡୁଛି ,ଭଲଥିଲା ଛୋଟଥିଲି ।ବଡ ହେଲା ରୁ ବାପା ମା ଙ୍କ ଠାରୁ ଅଲଗା ଏବେ ନିଜେ ଜୟପୁର ରେ ସେଟଲ୍ ପୁଅ ବିଦେଶ ରେ ।ସେ ନିଜ ପସନ୍ଦ ରେ ବାହା ହୋଇ ଏବେ ସେଠିକା ବାସିନ୍ଦା।ତାର ଝୀଅଟିଏ ଛଅମାସ ହେବ ।ଝୀଅ କହୁଛି ବାହା ହବନି ।ଏଇ ମାନି ପାଇଁ ଏତେ କଥା ।ଯଦି ବାପା ବୋଉ ରାଜି ହେଇ ଯାଇଥାନ୍ତେ ଏତେକଥା ହୋଇ ନଥାନ୍ତା ।ମାନି ଛୋଟ ଜାତି ର ବୋଲି ବାପା ଅଡି ବସିଲେ ।ସମାଜ ବାଛନ୍ଦ କରିଦେବ ମୋ ମୁଣ୍ଡ ତଳକୁ ହୋଇଯିବ ଏମିତି କେତେ କଥା ।ମୁଁ ବି ରାଗ ରେ ଘର ଛାଡି ଦେଲି ।ଆଉ ପଛକୁ ଫେରି ଚାହିଲିନି ।କେତେ ଥର ମାନି କହିଛି ଯେତେହେଲେ ସେମାନେ ବାପା ମା ଚାଲ ଯିବା ଆଉ ରାଗ ନ ଥିବ ।କିନ୍ତୁ ମୋର ସାହସ କୁଳଉ ନଥାଏ ।ଦୀର୍ଘ ଏକୋଇଶୀ ବର୍ଷ ହେଇଗଲା ।ମୁଁ ଦୋଷୀ କିନ୍ତୁ ବାପା ମାନି କୁ ଗ୍ରହଣ କରିଥିଲେ ଏତେକଥା ଘଟି ନଥାନ୍ତା ।ମୋ ଝୀଅ ନୟନା ଜଣେ ଡକ୍ଟର ।ବାପା ଦେଖି କେତେ ଯେ ଖୁସି ହେଇଥାନ୍ତେ ।ୟା ଭିତରେ ଖାଇବା ଟାଇମ୍ ହୋଇଗଲାଣି କେଜାଣି କାହିଁକି ଆଜି ଏତେ ଭାବୁଛି ।ଝୀଅ ନଅଟା ବେଳେ ଫେରିଲା ।ଭ୍ଯାନିଟି ସୋଫା ଉପ ରେ ଫୋପାଡି ଦେଇ କହିଲା ମାମା ଆଜି ପୁରା ଟାୟାଡ ।ଭାରି ଭୋକ ।ମାନି କହିଲେ ଯା ଫ୍ରେସ୍ ହୋଇଆସମୁଁ ରୁଟି ଭଜା ଦଉଛି ବାପା ଙ୍କୁ ଡାକ
ମିଶି କି ଖାଇବ ।ଆଡି କଣ ହୋଇଛି କେଜାଣି ସଞ୍ଜବେଳ ଠାରୁ ପୁରା ଚୁପ୍ ଚାପ ।ଫ୍ରେସ ହୋଇ ଆସିଲା ପରେ ଡାଇନିଙ୍ଗ୍ ଟେବୁଲ ଉପରେ ସମସ୍ତେ ଖାଇ ବସିଲେ ।ଖାଉ ଖାଉ ନୟନା କହିଲା ପାପା ଆଜି ଏମିତି ଗୋଟେ କେଶ୍ ଆସିଲା ପୁରା ଲେଟ ହୋଇଗଲା ।ମାନି କହିଲେ କଣ କହୁନୁ ।ନୟନା କହିଲା ମାମା ମୁଁ ଆସିବାକୁ ବାହାରୁଥିଲି ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଜଣେ ବୄଦ୍ଧ ଙ୍କୁ ଦୁଇଜଣ ଆଣିଥିଲେ ବହୁତ କାକୁତି ମିନତି ହୋଇ କହୁଥାନ୍ତି ବଞ୍ଚାଇ ଦିଅ ।ସାଙ୍ଗେ ସାଙ୍ଗେ ଟ୍ରିଟମେଣ୍ଟ ହେଲା ।ତାଙ୍କର ଆକ୍ସିଡେଣ୍ଟ ହୋଇଥିଲା ।ବାଁ ସାଇଟ୍ ଟା ପୁଳା ଛେଲି ହୋଇଯାଇଥିଲା ଔଷଧ ଇଞେକ୍ ସନ ଦେବାରୁ ତାଙ୍କର ଚେତା ଫେରିଲା ।ଆଛା କହିଲ ମାମା ମୁଁ କଣ ଦେଖିବାକୁ ବାପା ଙ୍କ ପରି ? ।ମାନି କହିଲେ। ତୁ ଠିକ୍ ତୋ ବାପା ଙ୍କ ପରି ।ନୟନା କହିଚାଲିଲା ଶୁଣ ସେ ବୄଦ୍ଧ ଯେତେବେଳେ ଆଖି ଖୋଲିଲେ ମୋତେ ଦେଖି କହିଲେ ଠିକ୍ ସେଇ ମୁହଁ ସେଇଆଖି କହି ପୁଣି ବେହୋସ ହୋଇଗଲେ ।ସାଲାଇନ୍ ଔଷଧ ଚାଲିଥିଲା ନାଇଟ୍ ଡ୍ଯୁଟି ରେ କରୁଣା ମ୍ଯାମ୍ ଆସିଲା ରୁ ମୁଁ ଆସିଗଲି ।ମୁଁ ବୁଝିପାରୁନି ମୋତେ ଦେଖି ସେ ଏମିତି କାହିଁ କି କହିଲେ ।ସବୁ ଶୁଣିଲା ପରେ ଅଜୟ ବାବୁ କହିଲେ ତାଙ୍କ ଠିକଣା ଜାଣିଛୁ ।ନୟନା କହିଲା ନାଇଁପାପା ।ଅଜୟ କହିଲେ ମୁଁ କାଲି ତୋ ସହିତ ମେଡିକଲ୍ ଯିବି ।ନୟନା କହିଲା କାହିଁକି ବାପା ? ଅଜୟ କହିଲେ ତୁ ବୁଝି ପାରିବୁନି ।ରାତିସାରା ଅଜୟ ଙ୍କୁ ନିଦ ହେଲାନି ନୟନା କଥା ଶୁଣିଲାପରେ ଲାଗୁଛି ସେ ବୄଦ୍ଧ ବାପା ହେଇ ନଥିବେ ତ ।ଯଦି ବାପା ହୋଇଥାନ୍ତି ।ହେଭଗବାନତାଙ୍କୁସୁସ୍ଥରଖିଥାଅଏମିତି ଭାବୁଭାବୁ ରାତି ପାହିଲା।ଜଳଖିଆ ପରେ ବାପା ଝୀଅ ମାନି ତିନି ହେଁ ବାହାରିଲେ ମେଡିକଲ ।ନୟନା ସହିତ ସେ ରୋଗୀ ବେଡ ପାଖକୁ ଗଲେ ବୄଦ୍ଧ ଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦି ଉଠିଲେ ଅଜୟ ବାବୁ କିଏ କିଛି ବୁଝି ପାରୁନାହାନ୍ତି।କରୁଣାମ୍ଯାମ୍ କହିଲେ ପ୍ରଚୁର ରକ୍ତ ଚାଲିଯାଇଛି ।ତା ଗ୍ରୁପ୍ ର ବ୍ଳଡ ମିଳୁନି ।ନୟନା ପଚାରିଲେ ତାଙ୍କର ବ୍ଲଡ ଗ୍ରୁପ୍ କଣ ? ଏ ବି ଗ୍ରୁପ୍ କହିଲେ କରୁଣା।ଆଗକୁ ବଢି କହିଲେ ମୋର ଏ ବି ,ଗ୍ରୁପ୍ ।ସାଙ୍ଗେ ସାଙ୍ଗେ ଅଜୟ ବାବୁ ବ୍ଳଡ ଦେଲେ ବୄଦ୍ଧ ଙ୍କୁ ଦିଆଗଲା ତିନି ଘଣ୍ଟା ପରେ ସେ ଆଖି ଖୋଲିଲେ ।କାହାକୁ ଖୋଜିଲା ଆଖିରେ ଚାହୁଁଥାନ୍ତି ।ଟିକେ ପରେ ଅଜୟ ବାବୁ ଆସିଲେ ବାପା କହି କୁଣ୍ଢାଇ ଧରି କାନ୍ଦିଲେ ।ଏତେ ଦାମ୍ଭିକ ହୋଇଥିବା ଲୋକ ପୁରା ଭାଙ୍ଗି ପଡିଛନ୍ତି ବୄଦ୍ଧ କହିଲେ ଅଜୁ ,ବାପା ଭଲଅଛୁ ଆଖିରୁ ଧାର ଧାର ଲୁହ ବହି ଯାଉଥାଏ ।ନୟନା ସବୁ ନ ବୁଝିଲେ ବି କିଛି କିଛି ବୁଝି ସାରିଛି।କହିଲା ପାପା ବାହାରେ ବସିଥାଅ ମାମା କୁ ନେଇ କି ।ମୁଁ ଦେଖେ ଅବସ୍ଥା କେମିତି ଅଛି ।ଏହାପରେ ଆଠଦିନ ବିତି ଯାଇଛି ଅବନୀ ବାବୁ ପୁରା ସୁସ୍ଥ ଆଜି ଡିଶ୍ଚାର୍ଯ ହୋଇଯିବ ।ସବୁ ଲେଖା ଲେଖି ସରିଲା ପରେ ବାହାରକୁ ଆସିଲେ ।ନୟନା ପାଦଛୁଇଁ ପ୍ରଣାମ କଲା ମାନି ମଧ୍ଯ ।କୄତଜ୍ଞତା ଓ ଆନନ୍ଦ ରେ ଅବନୀ ଙ୍କ ଆଖିରୁ ଲୁହ ମାନୁ ନ ଥାଏକାର୍ ଭିତରେ ବସି ଘରକୁ ଗଲା ବେଳେ ଅଜୟ କହିଲେ ବାପା ମୋତେ କ୍ଷମା କରିଦିଅ ।ବୋଉ ର କଥା ତ କିଛି କହିଲନି ,ଦୀର୍ଗଶ୍ବାସ ନେଇ କହିଲେ ଅବନୀ ତୁ ଆସିଲା ପରେ ତୋ ବୋଉ ଖାଲି ତୋତେ ଝୁରିହେଲା ଅଳ୍ପ ଦିନ ପରେ ମୋତେ ଏକାକରି ଚାଲିଗଲା ତୋରତ ଠିକଣା କିଛି ନଥିଲା ମୁଁବି ରାଗରେ ଥିଲି ।ସମୟ ର ଚକ ଗଡିବାରେ କାହାରିକୁ ଅପେକ୍ଷା କରେ ନି ।ମୁଁ ଯଦି ସେ ସମୟ ରେ ତୁମ ମାନଙ୍କୁ ଗ୍ରହଣ କରିଥାନ୍ତି ଏତେ ହଇରା ଣ ହେଇନଥାନ୍ତି । ନୟନା କହିଲା ଜେଜେ ଯାହା ତ ହେବାର ହେଲାଣି ।ଏବେ ଆମେ ମିଶି ରହିବା ।ବୋହିଗଲା ପାଣି ଆଉ ଗଡିଗଲା ସମୟ କେବେ ଫେରେନା ।
