ସମୟ
ସମୟ
ସହି ନେବାର ହୃଦୟଟେ ଦେଖିଲ ବୋଲି
ଅଜାଡି ଦେଲ ଦୁନିଆ ଯାକର ଦୁଃଖ
କହିଲ ସହିଯାଅ ସମୟକୁ, ଏ ତ ସାମୟିକ
ହୁଏତ ଆଗାମୀ ସମୟ ବଦଳି ଯାଇପାରେ
ହେଲେ ଏଠି ସକାଳଟା କୋଉ ନୂଆ ଯେ, ଗତ କାଲି ପରି।
ଏଇ ସହିବାରେ କିଛି ନୂତନତ୍ବ ନାହିଁ
କୁରୁସଭା ତଳେ କିଏ ବା କାହାର ?
ପ୍ରତି ମୁହୂର୍ତ୍ତରେ ଦାୟିତ୍ଵର ଖଣ୍ଡା
ଝୁଲାଇ ଦିଆଯାଏ ମୁଣ୍ଡ ଉପରେ
ଜୀବନକୁ, ସମୟର ଉଜାଣି ସୁଅରେ ଭସାଇଦେବା ପରେ
ଜାଣେନା ଏହାର ଶେଷ କେଉଁଠି
ଏକ୍ଲା ନଈର କଥା କେବଳ ସୁଅ ହିଁ ବୁଝେ।
