Satyabati Swain

Comedy Drama Others

4.1  

Satyabati Swain

Comedy Drama Others

ଡିସେମ୍ବର ବାଇଶି

ଡିସେମ୍ବର ବାଇଶି

6 mins
397



ମାଲ୍ ଦାର୍ ପାର୍ଟିଟିଏ ମୋ ସ୍ନାକ୍ସ ଓ କଫି ଷ୍ଟଲ୍ ବୁକ୍ କରିଥିଲେ। ଏକା ଥରେ ପଚାଶଟି ଟେବୁଲ ବୁକ୍ ! ପୁରା ଷ୍ଟଲ୍ ଟି ବୁକ୍ କରିଥିଲେ କହିଲେ ଚଳିବ। ସହର ଛାତିରେ ମୋ କଫି ଓ ସ୍ନାକ୍ସର୍ ଅଦ୍ଭୁତ ଡିମାଣ୍ଡ। ଥରେ ଏ ଷ୍ଟଲରେ ଯେ ପାଦ ଥାପିଥିବ ବାରମ୍ବାର ଆସିବାକୁ ଚାହିଁବ।

କାହିଁକି ନା ଅଲଟା ମଡ଼ର୍ଣ୍ଣ ବେଶ ପରିପାଟି ସହ ଖାଦ୍ୟ ଓ ସ୍ୱାଦର ଅନନ୍ୟ ମହକ ଅନ୍ୟତ୍ର ବିରଳ କୁହନ୍ତି ମୋ ଗ୍ରାହକ ଈଶ୍ୱର।


ମା ଓ ବାବା ନାମରେ ନାମିତ ମୋ କଫି ଓ ସ୍ନାକ୍ସ ଷ୍ଟଲ୍" କିରଣ କୃଷ୍ଣ ଲଭର୍ସ ପଏଣ୍ଟ୍ ". ସଂକ୍ଷେପରେ କେ କେ ନାମରେ ବେଶୀ ଆଦୃତ ମୋ ଷ୍ଟଲ୍ ଟି ।


ଆଉ ଏକ ବୈଶିଷ୍ଟ୍ୟ ମୋ କେ କେ ଷ୍ଟଲ୍ ର ଅଛି ଯାହା ସବୁ ଲୋକଙ୍କ ଆଗ ପସନ୍ଦ।ଏଠି ଦିନ ମଜୁରିଆଠୁ ଆରମ୍ଭ କରି ଷ୍ଟାର ପର୍ଯ୍ୟନ୍ତ ସବୁ ଲୋକଙ୍କ ପାଇଁ ଜନ୍ମ ଦିନ,ବିବାହ, କିମ୍ବା ପ୍ରମୋସନ ହେଉ କି ପିଲାମାନଙ୍କ ସଫଳତା ପାଇଁ ପାର୍ଟି ଆୟୋଜନ କେବଳ ଅର୍ଡର କରିବାର ଅଛି।ପୁଣି ରିହାତି ସୁବିଧା ଅଛି ଦିନ ମଜୁରିଆଙ୍କ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ।ବିଜିନେସ୍ ମ୍ୟାନେଜେମେଣ୍ଟ୍ କରି ସାରିବା ପରେ ଦଶ ହଜାର ଟଙ୍କାର ମୁଣ୍ଡ ବିକିବା ଅପେକ୍ଷା ସାର୍ଟିଫିକେଟ୍ ବନ୍ଧା ପକାଇ ଲୋନ୍ ଆଣି ଛୋଟ ଏକ ଷ୍ଟଲ୍ ରୁ ଆଜି ବିଶାଳ ଦ୍ରୁମ ପାଲଟି ଯାଇଛି କେ କେ ଷ୍ଟଲ୍।


ଲଭର୍ସ ଙ୍କ ପ୍ରଥମ ଚଏସ୍ କେ କେ ଷ୍ଟଲ୍।ବେଶୀ ସାନ୍ଧ୍ୟ ସମୟରୁ ଭିଡ଼ ଜମି ଶେଷ ହୁଏ ରାତି ଏଗାରରେ।


ପନ୍ଦର ଜଣ ବନ୍ଧୁ ମୋ କେକେ ପରିବାରର ସଦସ୍ୟ।ସମସ୍ତେ ୱେଲ ଏଜୁକେଟେଡ୍। କର୍ମ ସଂସ୍ଥାନକୁ ନ ଖୋଜି ନିଜ ମର୍ଜିର ମାଲିକ ଆମେ ।ମାର୍ଜିନାଲ ପ୍ରଫିଟ ହେଉ ପଛେ ଲୋକେ ମୋ କେ କେ ଷ୍ଟଲ୍ ଆଦର ଓ ଅଭ୍ୟର୍ଥନା ପାଇ ସନ୍ତୁଷ୍ଟ ହେଉଛନ୍ତି ଏହା ଆମ ପାଇଁ ସବୁଠାରୁ ବଡ଼ ପାଉଣା ଥିଲା।


ମୋ ପରିବାରର ସମସ୍ତ ସଦସ୍ୟଙ୍କ ମୁହଁରେ ଆଉ ଗୋଟେ କଥା ଲକ୍ଷ୍ୟ କରିବେ; ସେଇଟି ହେଲା ମନ ଖୋଲା ହସ ଓ ମଧୁର ବ୍ୟବହାର।


କେ କେ ର ନାମକୁ ମାତ୍ର ଓନର୍ ମୁଁ।ମୋ ପନ୍ଦର ଜଣ ବନ୍ଧୁ ପ୍ଲସ ମୋତେ ମିଶାଇ ଭଡା ଟଙ୍କା ଓ ଆବଶ୍ୟକୀୟ ସଉଦା ବାଦ୍ ଯାହା ବଳେ ସମସ୍ତ ରୋଜଗାର ସମାନ ଷୋହଳ ଭାଗ ହୁଏ।ଯାହା ସବୁଠାରୁ ବଡ଼ ଉତ୍ସାହଜନଙ୍କ ସଫଳତାର ବିନ୍ଦୁ କେ କେ ର।ଏଠି ପ୍ରତ୍ୟେକ ବ୍ୟକ୍ତି ମାଲିକ ଓ ଚାକର ବି। ପ୍ରତ୍ୟେକ ସଦସ୍ୟ ଲାଗି ପଡନ୍ତି ଯଥା ସମ୍ଭବ ଯେତେ ଅଧିକ ଅର୍ଡର ଆଣିବାକୁ।ଯେତେ ଅଧିକ ଅର୍ଡର ସେତେ ଅଧିକ ସାଲାରୀ ହୋଇଥାଏ ଯେଣୁ।


କେ କେ ସହ ସମକକ୍ଷ କଫି ଷ୍ଟଲ୍ ଓ ସ୍ନାନକ୍ସ ମୋ ସହରରେ ଆଉ କେହି ନଥିଲେ।ଦିନେ ଦିନେ ପାଞ୍ଚରୁ ଦଶ ଅର୍ଡର ଆସେ।ଅତଏବ ମୋଟା ଅଙ୍କର ଦରମା ମିଳେ ଆମକୁ।


ଦିନକର ଘଟଣା।


"ଡିସେମ୍ବର ବାଇଶି" ତାରିଖର ଏକ ସନ୍ଧ୍ୟା।


ଚାରିଘଣ୍ଟା ଘଣ୍ଟା ପାଇଁ ଆସିଛି ସାତ ଲକ୍ଷ ଟଙ୍କାର ଅର୍ଡର। ମୋ ସମେତ କେ କେ ର ଅନ୍ୟ ପନ୍ଦର ଜଣ ସଦସ୍ୟ ଲାଗି ପଡିଛନ୍ତି ଜୋର୍ ସୋର୍ ହଲ୍, ଟେବୁଲ ଓ ସ୍ନାକ୍ସ ପ୍ରସ୍ତୁତରେ।ଏଇଟା ଗୋଟାଏ ବଡ଼ ଅର୍ଡର ଥିଲା ମାତ୍ର ଚାରି ଘଣ୍ଟା ପାଇଁ ସାତ ଲକ୍ଷ!!ଏମିତି ଅର୍ଡର ଯଦି ମାସକୁ ଦୁଇ ଚାରିଟି ଆସିଯିବ ତ କେ କେ ଉପରେ ନିର୍ଭର କରୁଥିବା ଷୋହଳ ଜଣ ଉଚ୍ଚ ଶିକ୍ଷିତ ଉଦୀୟମାନ ଯୁବକଙ୍କ ଭାଗ୍ୟ ବଦଳି ଯିବ !!


ମୋ ପନ୍ଦର ଜଣ ଯୁବବନ୍ଧୁଙ୍କ ଭିତରେ 'ଅଂଶୁ 'ମୋର ଅତି ଘନିଷ୍ଠ। ହୋଟେଲ୍ ମ୍ୟାନେଜେମେଣ୍ଟ୍ କରି ସେ ମୋ ସହ ଜଏନ୍ କରିଛି। ତାର ହଲ୍ , ଟେବୁଲ୍ ସଜ୍ଜା ଅନ୍ୟନ୍ୟ। କଫି ଓ ସ୍ନାକ୍ସ ଖାଇବା ଆଗରୁ ଲୋକେ ଚମତ୍କୃତ ହୋଇ ଆଗ ବାହାବା ଦିଅନ୍ତି ସାଜସଜ୍ଜାର।


ଦୁଇ ବର୍ଷ ହେଲା " ଡିସେମ୍ବର ବାଇଶି "ତାରିଖରେ ଅଂଶୁ ଦୁଇଟି ଟେବୁଲ ବୁକ୍ କରେ ,କ୍ୟାଣ୍ଡେଲ ଜାଳେ ,ବଡ଼ କେକ୍ କାଟେ ଆଶ୍ରାର ପିଲାଙ୍କ ଗହଣରେ।ଏହାର ପେମେଂଟ ସେ ନିଜ ସାଲାରୀରୁ କାଟିଦିଏ।କେଉଁ ଦିନ ମନେ ପକାଇ ସେ ଏହା କରେ ପଚାରିଲେ ହାଲକ୍କା ହସ ଟିଏ ହସିଦିଏ।


ଆଜି ବି ଡିସେମ୍ବର ବାଇଶି।ଅର୍ଡର ପୁରା କରିବା ଭିତରେ ମୁଁ ତାକୁ ତା ଟେବୁଲ ବୁକ୍ କରିବା କଥା ମନେ ପକାଇ ଦେଲି।ସେ କହିଲା ମୋର ମନେ ଅଛି ବିସ୍ମୟ ,ମାତ୍ର ଚାରି ଘଣ୍ଟାର ଅର୍ଡର।ତା ପରେ ତ ରାତି ସାରା ପଡିଛି ସେଲିବ୍ରେସନ୍ କରିବାକୁ।


ଠିକ୍ ଅଛି କହି ତା ପିଠି ଥାପୁଡ଼େଇ ଦେଲି।


ଅର୍ଡର ପାର୍ଟି ବନ୍ଧୁ ମାନଙ୍କ ଗହଣରେ ଠିକ୍ ଛଅଟାରେ ପହଞ୍ଚିଗଲେ।ଅତିଥି ଆଗମନରେ ବାଜି ଉଠିଲା ଆବାହାନୀ ସଙ୍ଗୀତ।ତା ସହ 'ସୁଶ୍ରୀ' କଣ୍ଠର ମହୁମିଶା ଗୀତ।ପ୍ରତ୍ୟେକ ଅତିଥିଙ୍କୁ ନିଜ ପରିଚୟ ସହ ସ୍ୱାଗତରେ ଗୋଲାପ ଫୁଲ ତୋଡା ଓ ବିଦାୟ ବେଳେ ସୁଗନ୍ଧରାଜ ଫୁଲର ତୋଡା ଦେଇ ନମସ୍କାର କରିବା ବିଧି ମୋ ଷ୍ଟଲ୍ ର ଅନ୍ୟ ଏକ ଅଭିନବ ଦିଗ ; ଯାହା ଗ୍ରାହକଙ୍କୁ ଟାଣି ଆଣିବାରେ ଆଉ ଗୋଟେ ଦିଗ।


ମୁଁ ଲକ୍ଷ୍ୟ କରିଛି ଅଂଶୁ ଯେତେବେଳେ ନିଜ ପରିଚୟ ଦେଇ କହିଲା, ହାଇ ଆଇ ଆମ୍ ଅଂଶୁମାନ ପାଲ୍ ,ଦ ଡିଯାଇନର ୱେଲ କମ୍ ଟୁ ଆୱାର୍ କିରଣ କୃଷ୍ଣ ଲଭର୍ସ ପଏଣ୍ଟ୍ ଓଣ୍ଡର୍ ୱାଲଡ୍  କଫି ଷ୍ଟଲ୍ । ଫୁଲଟି ନେଉ ନେଉ ପାର୍ଟି ଅର୍ଡର ଦେଇଥିବା ମିସେସଙ୍କ ଆଖିରେ ଅୟୁତ ବିସ୍ମୟ ଓ ଜିଜ୍ଞାସା ଫୁଟି ଉଠିଥିଲା।ଅଂଶୁ ବି ଆଶ୍ଚର୍ଯ୍ୟ ଓ ବାକ୍ ଶୁନ୍ୟ ହୋଇଗଲା କିଛି କ୍ଷଣ ଅନ୍ୟ ମନସ୍କ ହୋଇ।


ପାର୍ଟି ଅର୍ଡର କାରୀ ଏତେ ସୁନ୍ଦର ଘରୋଇ ଅଭ୍ୟର୍ଥନା ପାଇ ଖୁବ୍ ଖୁସି ଜାହିର କଲେ।ପ୍ରାୟତଃ କପୁଲ୍ ଆସିଥିଲେ ଏ କଫି ପାର୍ଟି ଏନ୍ଞ୍ଜୟ କରିବାକୁ।ସମସ୍ତଙ୍କ ବୟସ ଆନୁମାନିକ ପଇଁତିରିଶ  ଚାଳିଶି ବର୍ଷ ଭିତରେ।


ଆମ ଷ୍ଟଲ୍ ମେନୁ ଅନୁସାରେ ଆଗ କାଜୁ, ପେସ୍ତା ବାଦାମ , ଡ୍ରାଏ ଫୁଡୁସ୍ ସହ ଅଳ୍ପ କୋଲ୍ କଫି ଦିଆ ଗଲା। ତାପରେ ବାଇଶିଟି ଆଇଟମ୍ ର ଭିନ୍ନ ଭିନ୍ନ ସ୍ନାକ୍ସ ପରିବେଷଣ କରାଗଲା। ଇତ୍ୟାବସରରେ କେକ୍ ବି କଟା ଗଲା।ତାପରେ ହଟ୍ କଫି ଦେଇ ଗ୍ରାହକଙ୍କୁ ଆପ୍ୟାୟିତ କରାଗଲା ।ଶେଷକୁ ଥିଲା ଏକ ସୁବାସିତ ସାଧା ପାନ।


ପାର୍ଟି ଅର୍ଡର ଦେଇଥିଲେ ଏ ସହର ଜଣେ ଲବ୍ଧ ପ୍ରତିଷ୍ଠିତ ଏ କ୍ଲାସ କପୁଲ୍ ମିଷ୍ଟର ଆଣ୍ଡ ମିସେସ୍ ମିତ୍ର।ଆଜି ତାଙ୍କ ପ୍ରଥମ ମ୍ୟାରେଜ୍ ଆନିଭର୍ସାରି ଥିଲା।କେ କେ କଫି ଷ୍ଟଲ ସୁନାମ ପାଇଁ ସେ ଏଇଠି ତାଙ୍କ ଆନିଭର୍ସାରି ପାଳନ କରିବାକୁ ସ୍ଥିର କରିଥିଲେ। ଏହା କୁଆଡେ ତାଙ୍କ ମିସେସ୍ ରୁବୀ ମିତ୍ରଙ୍କ ଏକାନ୍ତ ଇଚ୍ଛା ଥିଲା।କାହିଁକି ନା ମିସେସ ରୁବୀ ମିତ୍ର ଜଣେ କଫି ପ୍ରେମୀ ଲେଡି।


ଯା ହେଉ ଶୁଣିବା ଠାରୁ ଯଥେଷ୍ଟ ଅଧିକ ଆୟୋଜନ ପୁଣି ନିଜ ଘର ମାହୋଲ ଦେବାର ସୁ ବନ୍ଦୋବସ୍ତ ପାଇ ମିଷ୍ଟର ମିତ୍ର ଅତ୍ୟନ୍ତ ଖୁସି ହୋଇ ଆଉ ପାଞ୍ଚ ଛଅ ମାସ ପରେ ପୁଣି ଏଇଠି ଆଉ ଗୋଟେ ଦିନ ବୁକ୍ କରିବା ସିଦ୍ଧାନ୍ତ ନେଲେ। କାରଣ ସେମାନେ ଆଉ ପାଞ୍ଚ ମାସ ପରେ ଡାଡି ମମ୍ମି ହେବାକୁ ଯାଉଛନ୍ତି।ତାଙ୍କ ଜୀବନକୁ ଯେଉଁ ନୂଆ ବେବିଟି ଆସିବ ତାର ଏକୋଇଶିଆ ପାର୍ଟି ଟି ମଧ୍ୟ ଏଇଠି କରିବେ ।


ମୋତେ ବହୁତ ଖୁସି ଲାଗିଲା।ସେମାନଙ୍କୁ ପୁନଶ୍ଚ ସୁଗନ୍ଧ ରାଜ ଫୁଲ ତୋଟାଟିଏ ଲେଖାଏଁ ଦେଇ ବିଦାୟ କରା ଗଲା।ମିସେସ ମିତ୍ରଙ୍କର ଆଖି  ବିଦାୟ ବେଳକୁ କାହାକୁ ଖୋଜିଲା ପରି ଲାଗୁଥିଲେ।କିନ୍ତୁ ପ୍ରକାଶ କରି ପାରୁ ନଥିଲେ।କେବଳ ଏତିକି କହିଲେ ଆପଣଙ୍କ କେ କେ ର୍ ପ୍ରତ୍ୟେକ ସଦଦ୍ୟ ଜଣେ ଜଣେ ଯାଦୁଗର।


ଏତେ ସୁନ୍ଦର କଂପିଳିମେଣ୍ଟ କେ କେ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ଯଥେଷ୍ଟ ଥିଲା।


ହଁ କେ କେ ସେଇ ମାନଙ୍କ ପାଇଁ ପ୍ରଥମ ଓ ଶ୍ରେଷ୍ଠ ପସନ୍ଦ ଯେଉଁମାନେ ଡ୍ରିଂକସ୍ କୁ ଅନାଦର କରନ୍ତି।


ବିଦାୟ ଦେବା ବେଳକୁ କିନ୍ତୁ ଅଂଶୁ ନଥିଲା। ମୁଁ ବିଚଳିତ ହୋଇ ପଡିଲି ଯେ ଡେରି ହୋଇ ଯାଉଛି ଅଂଶୁର ସେଲିବ୍ରେସନ୍।


ସମସ୍ତଙ୍କୁ ପଚାରିଲି ଅଂଶୁ କାହିଁ?


ଗହଳି ଓ ଦେବା ନେବା ଭିତରେ ଅଂଶୁ କୁଆଡେ ଯାଇଛି କେହି କହି ପାରିଲେ ନାହିଁ। କାରଣ ଡ଼ିଜାଇନରର କାମ କେବଳ ପାର୍ଟି ଆରମ୍ଭ ହେବା ପୂର୍ବରୁ।ଅଳ୍ପ ଟିକେ ପରିଚୟ ସହ ୱେଲକମ୍ ବେଳେ ତାର ଡିୟୁଟି ଥାଏ ଯାହା।ବିଦାୟ ବେଳକୁ ଅଂଶୁ କିନ୍ତୁ ନଥିଲା।


ଅନ୍ୟ ମାନଙ୍କୁ ଅଂଶୁ ପାଇଁ ଟେବୁଲ,କ୍ୟାଣ୍ଡେଲ ଓ କେକ୍ ରେଡି କରିବାକୁ କହି ତାକୁ ଖୋଜିବାକୁ ଗଲି।ମୁଁ ଜାଣେ ଅଂଶୁ କେବେ କେବେ ଛାତ ଉପରେ ଏକା ବସିବାକୁ ଭଲ ପାଏ, କାମରୁ ଫୁରୁସତ ପାଇଲେ।କିନ୍ତୁ ନା ସେଠି ବି ନଥିଲା।ଦୁଇ ବର୍ଷ ଭିତରେ ପ୍ରଥମ ବାର ଅଂଶୁ କାହାକୁ କିଛି ନ କହି ଯିବା ମୋତେ ଆଶ୍ଚର୍ଯ୍ୟ କଲା। କୁଆଡେ ଗଲା ତେବେ !


ରାତି ପ୍ରାୟ ବାରଟା ଆଶ୍ରା ବାଡିର ଶବ୍ଦ ଶୁଭିଲା।ମୁଁ ଶୋଇ ନଥାଏ, ଅଂଶୁ ଅପେକ୍ଷାରେ ଥାଏ ତା ଟେବୁଲ ସଜାଡି।


କିଏ ! ଅଂଶୁ !!


ସେ ସଜଡ଼ା ଟେବୁଲଟି ଦେଖିଲା ଏବଂ ସବୁ ଫିଙ୍ଗି ଦେଇ ଓ ଭୋ ଭୋ କାନ୍ଦି ଉଠିଲା।


ତା ପାଟିରୁ ଉତ୍କଟ ଗନ୍ଧ ବାହାରୁଥାଏ।


ଅଂଶୁ ତୁ ପିଇଛୁ !!


ତା ମୁଣ୍ଡକୁ ପିତ୍ତ ଛଡ଼ିଗଲା ବୋଧେ ମୋ ହ୍ବିଲ ଚେୟାର ଧରି ଜୋରେ ଘୁରାଇ ଦେଇ କହିଲା ଆଉ କଣ କରିଥାନ୍ତି କହ ? ଯାହା ପାଇଁ ପ୍ରତି ବର୍ଷ "ଡିସେମ୍ବର ବାଇଶି "ତାରିଖଟି ସେଲିବ୍ରେସନ୍ କରେ ଯେ ମୋତେ କଥା ଦେଇ ଠକି ଦେଇ ଚାଲି ଯାଇଥିଲା, ତାରି ମ୍ୟାରେଜ୍ ଆନିଭର୍ସାରି ଏତେ ମନ ଦେଇ ସଜାଉଥିଲି ମୁଁ ଆଜି !! କି ପରିହାସ ସମୟ ମୋ ସହ ଖେଳୁଛି !


ତା ମାନେ ମିସେସ ମିତ୍ର ତୋ...


ହଁ ରୁବି ଦେଓ ମୋ ଭଲ ପାଇବା।ମୋ ସହ ଜୀବନ ବିତେଇବ ସ୍ୱପ୍ନ ଦେଖେଇଲା।କେତେ ଆଶା କି ଅସୁମାରୀ ଭବିଷ୍ୟତ ଯୋଜନା କରିଥିଲା ମୋ ସହ ! ଶେଷରେ ଦୁର୍ଘଟଣାରେ ମୋର ଗୋଟେ ଗୋଡ଼ ଛୋଟା ହୋଇଗଲା ବୋଲି ମୋତେ ଛାଡ଼ି ନିରୁଦ୍ଦିଷ୍ଟ ହୋଇଗଲା।କେତେ ଖୋଜିଲି। ତା ଘର କଲିକତା ଯାଏ ବି ଗଲି।କିନ୍ତୁ ସେ ମୋତେ ଲାଷ୍ଟ ଦେଖାରେ ଯେଉଁ ଆଡ୍ରେସ ଦେଇଥିଲା ସେ ଠିକଣାରେ ସେମାନେ ନଥିଲେ। କୁଆଡେ ଟ୍ରାନସ୍ ଫର୍ ହୋଇଯାଇଥିଲା ତା ବାବାଙ୍କର।ପଡିଶା ତାଙ୍କର ଏତିକି କହିଲେ କି ହୋଇପାରେ ବିହାର।ସେଠିକୁ ବି ଗଲି କିନ୍ତୁ ଖୋଜି ଖୋଜି ନୟାନ୍ତ ହେଲି ବରଂ ତାକୁ ପାଇଲି ନାହିଁ। ଫୋନ୍ ନମ୍ବର ବି ସେ ଚେଞ୍ଜ୍ କରିଦେଇଥିଲା।ହ୍ଵାଟସ୍ ଅଫ୍ ଏବଂ ଫେସ୍ ବୁକ୍ ରେ ମୋତେ ବ୍ଲକ କରି ଦେଇଥିଲା।


"ଡିସେମ୍ବର ବାଇଶି " ତାରିଖରେ ଆମେ ପ୍ରଥମ କରି ବନ୍ଧୁ ହୋଇଥିଲୁ।ଏଇ ତାରିଖରେ ଆମେ ଡେଟ୍ ରେ ବି ଯାଇଥିଲୁ।ସେଇ ଡେଟ୍ ରେ ହୁଏତ କେବେ ନା କେବେ ମିଳିଯିବ ଭାବି ଡିସେମ୍ବର ବାଇଶିକୁ ସେଲିବ୍ରେଟ କରେ।


ମୋ ଭାଗ୍ୟ ଦେଖେ ବିସ୍ମୟ! ସେଇ ଡିସେମ୍ବର ବାଇଶି ରେ ତା ସହ ମୋର ଦେଖା ହେଲା ଏବଂ ଅଜାଣତେ ହେଉ ପଛେ ମୁଁ ତାରି ଆନିଭର୍ସାରି ପାଇଁ ସାଜ ସଜ୍ଜା କରୁଥିଲି !!


କହତ ମୋଠାରୁ ହତଭାଗା କିଏ ଅଛି!


ଓଃ ସେଇଥିପାଇଁ ମିସେସ୍ ମିତ୍ର କହୁଥିଲେ କେ କେ ଷ୍ଟଲ୍ ର ସମସ୍ତ କର୍ମଚାରୀଙ୍କ ହାତରେ ଯାଦୁ ଅଛି!! ସମସ୍ତେ ଯାଦୁଗର !!


ମନ କଥା ମନରେ ରଖି କହିଲି ସ୍ୱାର୍ଥପର ମଣିଷକୁ ପ୍ରେମ କରିବା ମୁର୍ଖତା ଅଂଶୁ। ତୁ ବୁଝୁ କି ସେ ତୋ ନିଃସ୍ୱାର୍ଥ ପ୍ରେମ ପାଇବାକୁ ଅଯୋଗ୍ୟ।ଭଲ ଥିଲୁ ପ୍ରେମ ବୋହୁଥିଲା। ଦୁର୍ଘଟଣା ଘଟି କଣ ଛୋଟା ହୋଇଗଲୁ ଯେ ପ୍ରେମ ଶୁନ୍ୟ ହୋଇଗଲା।ଏ କି ପ୍ରକାର ପ୍ରେମରେ ଅଂଶୁ !! ଆଉ ମୋତେ ଦେଖେ ତୋର ତ ଗୋଟିଏ ଗୋଡ଼ ଅକାମି ପୁଣି ଏବେ ହେଲା।କିନ୍ତୁ ଈଶ୍ୱର ଜନ୍ମରୁ ମୋ ଦୁଇ ଗୋଡ଼ ଏମିତି କରିଛନ୍ତି ଯେ ବିନା ହ୍ବିଲି ଚେୟାରେ ମୁଁ ଚଳିବା ମୁସ୍କିଲ। ମୋତେ ତ ପୁଣି ଶିକ୍ଷିତ ଗୁଣର ଝିଅଟିଏ ଜୀବନ ସାଥୀ ରୂପେ ମିଳିଛି?  କହ କେବେ ମୋ ପାଖେ ହିଁନ ମାନ୍ୟତା ଦେଖିଛୁ।ଆମେ ସ୍ୱାବଲମ୍ବୀ।ସବୁ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଥାଇ ଆମ ପରି ଅନେକ ହୋଇ ପାରିଛନ୍ତି କି?


ରୁବୀର ସ୍ମୃତି ପୋଛି ଦେ ଅଂଶୁ। ତା ସହ ଦେଖା ହେଲା ବେଳେ ନିଜକୁ ଦୁର୍ବଳ ନୁହେଁ ଦୃଢ଼ କର। ଦେଖିବୁ ସେ ତୋ ପ୍ରେମକୁ ଆଡେଇ ଭୁଲ୍ କରିଛି ନିଶ୍ଚୟ ଭାବିବ ଦିନେ। ବିସ୍ମୟ ! ଏ  ସ୍ମୃତିର ଅସହ୍ୟ ପୀଡା ,ଏତେ ତୀକ୍ଷ୍ଣ ଏହାର ଧାର କାହିଁକି କହି ପାରିବୁ? କଅଁଳ କରି ଚିରି କି କାଟି ଦେଉଛି ମୋ ନିର୍ବୋଧ ହୃଦୟକୁ ?


ରୁବୀ ସହ ବିତେଇଥିବା ପ୍ରତିଟି ମୁହୂର୍ତ୍ତ ମୋତେ ଟିକି ଟିକି କରି କାଟୁଛି । ଅସହ୍ୟ ଏ ପୀଡାରେ ବିସ୍ମୟ କହି ନଥ୍ କରି ପଡିଗଲା ଅଂଶୁ। ଅନ୍ୟ ବନ୍ଧୁ ମାନେ ଉଠି ପଡି ଟେକି ନେଲେ ଅଂଶୁକୁ ତା ବେଡ୍ କୁ।



Rate this content
Log in

Similar oriya story from Comedy