Prasant Kumar Senapati

Abstract

2  

Prasant Kumar Senapati

Abstract

ସ୍ମୃତି

ସ୍ମୃତି

1 min
1.6K


 ନଇ କୂଳ ଆମ୍ବ ତୋଟା । ବାର ବର୍ଷ ପୂର୍ବ, ସ୍କୁଲ୍ ରୁ ଫେରିବା ସମୟରେ ସେ ଗୋଡ କାଢି ଝଅଟି ଝଅଟି ଆସି ସାରିଥାଏ । ଆମ୍ବ ତୋଟା ସେପାଖେ ତା ଗାଁ , ଆମ୍ବ ତୋଟା ଏପାଖେ ମୋ ଗାଁ । ମୁଁ ପହଞ୍ଚିବା କ୍ଷଣି ସେ ଚାଲିଗଲା ଏବଂ ଯାଉ ଯାଉ ଇଶାରା ଦେଇଗଲା । ଆମ୍ବ ଗଛ ଦେହରେ କିଛି ଲେଖି ହୋଇଛି । ମନ ମେ ଲଡ୍ଡୁ ଫୁଟା । ପୁଣି ଦେଖିଲି ତ ମନ ଖଟା ହୋଇଗଲା । ସେ ବାଳିକା ଜଣକ କେଉଁ ଏକ କଠିନ ଧାତୁର ମୁନିଆ ଧାରରେ ଆମ୍ବ ଗଛ ଦେହରେ ଲେଖିଥିଲା  "ପ୍ରଶାନ୍ତ- ପିଙ୍କି ସେ ପଙ୍ଗା ମତ ଲେନା" । ପରେ ପରେ ଜାଣିଲି ହିନ୍ଦୀ ତାର ଫ୍ୟାଭରାଇଟ୍ ଓ ସେ  ପେଣ୍ଟିଙ୍ଗ କରିବା ବି ଜାଣେ ।

 ଆଜି ପର୍ଯ୍ୟନ୍ତ ସେ କଳାକାରୀ ଆମ୍ବ ଗଛ ଦେହରେ ଶୋଭା ପାଉଛି ବର୍ଷ ବର୍ଷ ଧରି । ଏହି ଗ୍ରୀଷ୍ମ ଅବକାଶ ସମୟରେ ସ୍କୁଲ୍ ଫ୍ରେଣ୍ଡ ଗେଟ୍ ଟୁଗେଦରରେ ଦେଖିଥିଲୁ ସାଙ୍ଗ ହୋଇ ।  କିନ୍ତୁ ବଦଳି ଯାଇଥିଲା ସମୟ, ତାର କୋଳରେ ଥିଲା ତିନି ବର୍ଷର ପୁଅ ଓ ମୋର ଆଙ୍ଗୁଠିକୁ କୁନି ହାତରେ ଧରିଥିଲା ମୋ ଦୁଇ ବର୍ଷର ଝିଅ ।

       ------:: ପ୍ରଶାନ୍ତ ସେନାପତି ::------


Rate this content
Log in

Similar oriya story from Abstract