STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ସମର୍ପିତ ପ୍ରାଣର ନିବେଦନ

ସମର୍ପିତ ପ୍ରାଣର ନିବେଦନ

3 mins
18


    ସୃଷ୍ଟିରେ ଧର୍ମ ସଂସ୍ଥାପନ ନିମିତ୍ତ ପାଳନ ଓ ସଂହାର ପାଇଁ ମହାପ୍ରଭୁ କଳା ଯାଦବ ଯୁଗେ,ଯୁଗେ ବିଭିନ୍ନ ଅବତାର ନେଇ ଧରାଧାମ କୁ ଆସିଥାନ୍ତି l ମହାଭାରତ ଯୁଦ୍ଧ ରେ ଅର୍ଜୁନଙ୍କ ସହିତ ଶ୍ରୀକୃଷ୍ଣ ଥାନ୍ତି l ଥରେ ଅର୍ଜୁନ ଶ୍ରୀକୃଷ୍ଣ ଙ୍କ ପାଖକୁ ଯାଇଥିଲେ l ତାଙ୍କୁ ଦେଖି ଶ୍ରୀକୃଷ୍ଣ କହିଲେ ତୁମେ ଏ ଯୁଦ୍ଧ ରେ ନିଶ୍ଚୟ ହାରିବ l କାରଣ ମୁଁ ଏ ଯୁଦ୍ଧ ରେ ଅସ୍ତ୍ର ଧରିବିନି l ଅର୍ଜୁନ କହିଲେ ମୁଁ ' କଣ ସେ କଥା ବୁଝିବା ପାଇଁ ଆସିଛି l ପ୍ରଭୁ ଶ୍ରୀ କୃଷ୍ଣ କହିଲେ ତାହେଲେ କ'ଣ ପାଇଁ ଆସିଛ??? ଅର୍ଜୁନ କହିଲେ ମୁଁ ' ଆପଣଙ୍କର ହେବା ପାଇଁ ଆସିଛି ଅର୍ଥାତ ମୁଁ ' ଆପଣଙ୍କୁ ସମର୍ପିତ l ଆପଣ ଅସ୍ତ୍ର ଧରିବା କ'ଣ ଆବଶ୍ୟକ ଅଛି l ତାପରେ ପାଣ୍ଡଵ ଓ କୌରବ ମାନଙ୍କ ଭିତରେ ମହାଭାରତ ଯୁଦ୍ଧ ର ପରିଣାମ ସମସ୍ତଙ୍କୁ ଜ୍ଞାତ ଅଛି ଆଜିର ଦିନରେ l ପ୍ରତ୍ୟେକ ସମୟ ହିଁ ପ୍ରଭୁଙ୍କର ଏହା ନିଜ ଭିତରେ ଅନୁଭବ ରେ ରହିବା ଆବଶ୍ୟକ l ଯାହା କିଛି ହେବ ବା ହେଉଛି ତା'ର କର୍ତ୍ତା ସ୍ୱୟଂ ଇଶ୍ୱର l ଆମେ ଭୁଲ କର୍ମ କରି ଠିକ ର ଆଶା ରଖିବା ଆମର ବୋକାମୀ l କାରଣ ନିଜର ଜ୍ଞାତସାର' ରେ ଆମେ ଜାଣିଛୁ କଣ ଭୁଲ ଓ କଣ ଠିକ ବୋଲି l ତଥାପି ଆମର ମୋହ ଆମ ଭିତରେ ପ୍ରବଳ ଯୋଗୁ ଆମେ ଜାଣି ବି ଅଜଣା ହେଉଛୁ l ଭାବର ନିଷ୍ପାପ ହୃଦୟଟିକୁ ଭଗବାନ ହିଁ ଖୋଜନ୍ତି l ବିକଳ ହୋଇଯାଆନ୍ତି ସେ ହୃଦୟ ପାଖରେ ପହଞ୍ଚିବା ପାଇଁ l କହିବାକୁ ପଡେନି ମୁଁ ପ୍ରଭୁଙ୍କର କି ପ୍ରଭୁ ମୋର ବୋଲି l ସରଳ ଜୀବନର ପରିଭାଷା ଜଟିଳତାର ଉର୍ଦ୍ଧରେ ସଦା l ସେଠି ପ୍ରାପ୍ତି ର ଆଶା ନ ଥାଏ କି ଜ୍ଞାନ, ବିଜ୍ଞାନ ର ଅସ୍ତ୍ର, କେବଳ ଶରଣ ଓ ସମର୍ପିତ ହେବାର ସବୁ ମୁହୂର୍ତ୍ତ ପାଇଁ ଭାବନା l


     କରୁଣା ରୂପକ ମୁକ୍ତାରେ ଚିକିମିକି କରୁଥିବା ହୃଦୟଟିଏ କାହାର ମାନ, ଅପମାନ, ନିନ୍ଦା କି ଅଭାବବୋଧରେ କେବେ ହାରିଯାଏନି l ବିନମ୍ରତାର ସହିତ ସବୁ କିଛି ତାର ଇଷ୍ଟଙ୍କୁ ସମର୍ପଣ କରି ଆନନ୍ଦରେ ପରମାନନ୍ଦ ଲାଭକରେ l ଶରୀର ନଶ୍ୱର ଜାଣି ବି ଧ୍ୟାନ କେନ୍ଦ୍ରିତ ହୁଏ ଏଥିପାଇଁ ଯେ ଏ ଶରୀର ହିଁ ଆତ୍ମା ସହିତ ପରମାତ୍ମାଙ୍କର ଯୋଗସୂତ୍ର କାରୀ l ଉଡାଣ ଯେତେ ଉଚ୍ଚ ହେଉ କିନ୍ତୁ ପ୍ରଭୁଙ୍କ ଉର୍ଦ୍ଧରେ ନୁହେଁ l ପୃଥିବୀରେ ସବୁ ସମ୍ଭବ କିନ୍ତୁ ପ୍ରଭୁଙ୍କର କୃପା ବିନା ନୁହେଁ ତ, ଯିଏ ସେ କୃପା ପ୍ରାପ୍ତି ହୋଇଛି ସେ ଜାଣିଛି ସେ କୃପାର ତୃଷ୍ଣାରେ ଭରି ରହିଥିବା ଅମୃତକୁ ...ପାଞ୍ଚାଳୀର ଭଲ ପାଇବାରେ କୋଟି ବସ୍ତ୍ର ଦେଇ, ମୃଗୁଣୀ, ଗଜର ଭାବ ସ୍ତୁତି ରେ ଉଦ୍ଧାର କରିବାକୁ ଧାଇଁଯାଇ, ଶବରୀ ମାଆର ଅପେକ୍ଷାର ଅନ୍ତକରି ଯିଏ କୃପାନିଧି, ଦୀନବନ୍ଧୁ, କୃପାସିନ୍ଧୁ ତାଙ୍କର ଶରଣରେ ଏ ଜୀବନର ଭୟ ବା କଣ ??? ଅକର୍ମା କୁ ଯିଏ କର୍ମ ପ୍ରଦାନ କାରୀ, କର୍ମରେ ନ ଥିଲେ ବି ଯିଏ ଭାବ ସମୁଦ୍ରରେ ଭିଜି, ଭିଜି ଯାଚିକି ସବୁ କିଛି ଦେଇ ଦିଅନ୍ତି ସେଇ ପୁରୁଷୋତ୍ତମଙ୍କୁ ସମର୍ପଣର ଭାବ, ଶ୍ରଦ୍ଧା ଟିକେ ହୃଦୟରେ ନିରନ୍ତର ରହିଥାଉ ହେ..... ନ ଚାହିଁଲେ କି ଭଜିବି ତୁମକୁ ଇଛାମୟ ଶ୍ରୀ ହରି ନାରାୟଣ l କୌଣସି ଉପଚାର ଜଣାନାହିଁ କିନ୍ତୁ ପ୍ରାଣବନ୍ତ ଏ ଜୀବନର ତପୋବନ, ଅଦୃଶ୍ୟରେ ଦୃଶ୍ୟହୁଏ ତମାମ ପ୍ରଶାନ୍ତି ଭରା ଦିବ୍ୟ ଅନୁଭବର ସଞ୍ଜିବନୀ l ପାର୍ଥିବ ଧନ, ସମ୍ପତ୍ତି ସମୁଦ୍ରର ଲୁଣି ପାଣିପରି କେବେ ବି ତୃଷ୍ଣା ମେଣ୍ଟାଇ ପାରେନି l ଭୌତିକ ସୁଖକୁ ନେଇ ଯିଏ ସଦା ଚେଷ୍ଟିତ ସେ କଣ ଏ ଶାଶ୍ୱତ ଚେତନା ଭିତରକୁ ଆସିବା ସମ୍ଭବ କି ?? ଏ ସବୁ କର୍ମର, ଭାଗ୍ୟର ଫଳ ହୋଇ ଥିଲେ ବି ଅହେତୁକ କୃପା ଯୋଗୁ ଏ ସବୁରୁ ନିବୃତ ହେବାର ମାଧ୍ୟମ ଆପଣ ହୁଅନ୍ତି ପତିତ କୁ ପତିତପାବନ ପରି.... ସେଥିପାଇଁ ତ ବିଚିତ୍ରକର୍ମା,କୃପାବାରିଧି ନାମ ଆର୍ତ୍ତର ଗଣ୍ଠିଧନ l


       ଶେଷରେ ପ୍ରାର୍ଥନା ହେ ବିଶ୍ୱମୂର୍ତ୍ତି ବାରମ୍ବାର ମୁହୁର୍ତ୍ତ, ମୁହୁର୍ତ୍ତରେ ଥାଅ ଆତ୍ମାର କ୍ଷଣରେ l "ଆଶ୍ରିତ ଯା'ର ସର୍ବ ବୃନ୍ଦାରକ, କେତେ ମାତ୍ର ମୁଁ ମୂଢ଼ ଅନେପକ.....ସେ ଅବର୍ଣ୍ଣନୀୟ ଶ୍ରଦ୍ଧା,ଭାବକୁ ଅହୋଭାଗ୍ୟରେ ଜୀବନ ପ୍ରାପ୍ତି କରେ ମହାବାହୁ l କେତେ ଲୁହ ଆତ୍ମସ୍ଥ ହୁଏ ଦୟାରେ ତୁମର... ଶରୀର ଓ ଆତ୍ମାର ସମ୍ପର୍କ ଅଭିନ୍ନ ପରି... ଏ ବନ୍ଧନ ଚିର କାମ୍ୟ ହେଉ କୃପାରେ ତୁମର l ଶ୍ରୀପଦ ପଙ୍କଜ ନୟନର ପଥେ ଆସୁ ବାରବାର.... ହେ କୃପା କୈବଲ୍ୟ ମହାଜନ ଏ ମନ ବୃନ୍ଦାବନରେ ନିତ୍ୟରାସ ରଚୁଥାଅ ମହାରାସର ବିଭୁତି ନିନାଦରେ ସାନିଧ୍ୟର ମହାର୍ଘ୍ୟ ସମ୍ପତ୍ତି ହୋଇ....ମୋର ଭାବ ଅର୍ଘ୍ୟକୁ ସ୍ୱୀକାର କରି ମୋର ଆପଣାରକୁ ମର୍ମ ବ୍ୟଥା, ବେଦନାକୁ ହରି ସର୍ବ ବିପଦରୁ ଉଦ୍ଧାର କର ହେ ମହାବାହୁ, ମୋ ଠାରୁ ସେ ବି ଅଧିକ ଆପଣଙ୍କୁ ବିଶ୍ୱାସ ର ନିଶ୍ୱାସ ରେ ଜୀବନକୁ ଅର୍ପିତ ସଦା l ନିଷ୍ପାପ ହୃଦୟର ନିଷ୍କପଟ ପ୍ରାଣ ବିରାଟ କରୁଣାରେ ଭରା ହେ ଦାରୁଘଟ ମୁରାରୀ ମୋହନ ଟାଳିବ ସଙ୍କଟ ମୋର ବିଶ୍ୱାସର ବହଳ ପ୍ରବାହରେ ସମର୍ପିତ ପ୍ରାଣର ତ୍ରିତାପକୁ ହରି ହେ ସଚ୍ଚିଦାନନ୍ଦ ବ୍ରହ୍ମ ଗୋପୀହୃଦ ଚନ୍ଦନ, ଅଗତିର ଗତି ନିଳାଦ୍ରିଶ ଉଡାଇ ପତିତତ୍ରାହି କେତନ,ପ୍ରାର୍ଥନା ମୋ ସ୍ୱୀକାର ହେଉ ଘେନ ମୋ ନିବେଦନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational