Pranati Jena

Abstract Inspirational Others

4.4  

Pranati Jena

Abstract Inspirational Others

ଅନୁଭବରେ ଶ୍ରୀଜଗନ୍ନାଥ

ଅନୁଭବରେ ଶ୍ରୀଜଗନ୍ନାଥ

5 mins
278



ଜଗତ କର୍ତ୍ତା, କାରକ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ଅପୂର୍ବ ଅଲୌକିକ ଦିବ୍ୟ ଭାରତୀ ଭାଗ୍ୟ କୁ ମହାଭାଗ୍ୟ ରେ ପରିବର୍ତ୍ତନ କରିଦିଏ l ନିଷ୍କାମ ଭାବନା ର ଚେତନା ହୃଦୟ ରେ ଭରିଯାଏ ତାଙ୍କର ଆଶୀର୍ବାଦ ଫଳ ରେ l ମୁଁ କାର ବିକାର ଲୁପ୍ତ, ସୁପ୍ତ ହୋଇଯାଏ ପରମାର୍ଥ ଚିନ୍ତା ଚେତନା ର ଉର୍ଦ୍ଧ ରେ l ଭାବ ର ଠାକୁର ଭାବ କୁ ହିଁ ଚାହିଁ ରହିଥାନ୍ତି l ନିର୍ମଳ ମନ ର ଶ୍ରଦ୍ଧା ପରଶ ପାଇଁ l ଆହା କି ସୁନ୍ଦର ସେ ଅମୃତ ଝରା ମମତା ର ଫଲ୍ଗୁ l ସେ ସାନିଧ୍ୟ ଠାରୁ ଆଉ ଏ ଜଗତ ର ପାର୍ଥିବ ମୋହ ତ ତୁଚ୍ଛ l ଅକାରଣ କାରଣ ଙ୍କର ଆକର୍ଷଣ ରେ l ସେ ଭାବ ର ଠାକୁର ହୋଇ ମଧ୍ୟ ଆତ୍ମା ର ଆତ୍ମଜ ପାଲଟି ଯାଆନ୍ତି l ମାଆ ମନ ର ବ୍ୟାକୁଳତା ପାଖରେ l ପ୍ରତି ମୁହୂର୍ତ୍ତ ରେ ସେ ହିଁ ଭାବନା, କାମନା, ବାସନା ପାଲଟି ଯାଆନ୍ତି ହୃଦୟର ଦିବ୍ୟ ସିଂହାସନ ରେ l ହୃଦୟ କୁ ଦେବାଳୟ କରି ଦିଅନ୍ତି ଅପୂର୍ବ କରୁଣା ର କାରୁଣିକ ହୋଇ l ମହ, ମହ ବାସ ଛୁଟି ଆସେ ତୁଳସୀ, ଅଗୁରୁ, କର୍ପୁର ବାସର l ରାତି ତ ଦିନ ପାଲଟି ଯାଏ ଅପୂର୍ବ ଦିବ୍ୟ ସମ୍ମୋହନ ରେ l ଏମିତି ଲାଗେ ହୃଦୟ ରେ.......

        ବ୍ରହ୍ମପଦ, ଇନ୍ଦ୍ରପଦ, ସମଗ୍ର ସାମ୍ରାଜ୍ୟ

        ରାଜଯୋଗ, ଜ୍ଞାନଯୋଗ ସିଦ୍ଧି, ମୋକ୍ଷ ପ୍ରାପ୍ତ ll

         ହରି ତୁଲେ ସରି ନୁହେଁ ଏ ସବୁ ସମ୍ପଦ

         ତାର ଚରଣl ର ବିନ୍ଦ ପ୍ରୀତି ର ଯା ମୂଲ ll


ମନ ର ରଜ୍ଜୁ ରେ ବନ୍ଧା ଭାବ ବିନୋଦିଆ l ଟିକେ ଏ ମନ ତାକୁ ଖୋଜିଲେ ସେ ଆସିଯାଏ ମନ ର ରୁଦ୍ଧ ଦୁଆର ଖୋଲି l କି ଆପଣା ର ପଣ ତା ଅମୃତ ଭରା ଆଖି ଦୁଇଟି ରେ l ମନ୍ତ୍ର, ତନ୍ତ୍ର କିଛି କାମ କରେ ନାହିଁ ଏ ଭାବ ଅତୁଟ ମମତା ପାଖରେ l ସୃଷ୍ଟି ର ସ୍ରଷ୍ଟା ହୋଇ ମଧ୍ୟ ସେ ନମନୀୟ, କମନୀୟ, ଶାନ୍ତ, ଦରଦୀ ହୃଦୟ ର ଅମୋଘ ଚେତନା l ଭାବ ରଂକୁଣା ଟିଏ l

     

         ଜନ୍ମାଷ୍ଟମୀ ର ଅମୃତ ଯୋଗ ଲଗ୍ନ ରେ ଶ୍ରୀ କୃଷ୍ଣ ଙ୍କର ଜନ୍ମଦିନ ପାଳନ ହୁଏ ମୋ ଘରେ l ମୋ ଝିଅ ର ଜନ୍ମଦିନ ବି ସେ ଦିନ l ଭଗବତ ଚିନ୍ତା ଚେତନା ଏ ପରିବାର ର ସମସ୍ତଙ୍କ ହୃଦୟ ରେ ତା ଦୟା ରୁ ଟିକେ ରହିଅଛି l ଝିଅ ତାକୁ ସଜାଇ ଦିଏ l ତାକୁ କହିଲି ମାଆ ରେ ତୁ ନୂଆ ପିନ୍ଧି ଆଜି ଠାକୁର ଙ୍କୁ ଟିକେ ସଜାଇ ଦେବୁ l ସେ ମୋତେ ଜିଦ କରି କହିଲା ନା ଆଜି ମୁଁ ସଜାଇବିନି l କଣ ପାଇଁ ବୋଲି ପ୍ରଶ୍ନ କଲି l କହିଲା ତାକୁ ତ ସବୁଦିନ ସଜ କରିବା ପାଇଁ କହୁଛ l କାଇଁ କେଉଁଦିନ ତ ମୋତେ ଅଭଡ଼ା ଆଣି ଦେଉନି l ଅଭଡ଼ା ପ୍ରତି ତାର ବହୁତ ଦୁର୍ବଳତା l ଯେତେ ବୁଝାଇଲି ହେଲାନି l ଗୋଟେ ଜିଦ ତୋ ପୁଅ କୁ କହ ମୋତେ ଆଜି ଅଭଡ଼ା ଦେବ ଯଦି ତାହେଲେ ସଜାଇବି l ମୁଁ ବି ସେଇ ଢଙ୍ଗରେ କହିଦେଲି ଧନ ରେ ତୋ ଭଉଣୀ ର ଜନ୍ମଦିନ ରେ ତା ପାଇଁ ପୁରୀ ରୁ ଅଭଡ଼ା ଆଣି ଦେବୁ ବାବା l ସେ ସ୍ମିତ ହସି ମୋତେ କହୁଛି ସତ ତ l ନା ମାଆ, ପୁଅ ମୋତେ ମିଶି ଠକିବା ପ୍ଲାନ ରେ ଅଛ l ମୁଁ କହିଲି ଆରେ ନା ସେ ଦେବ ପରା ମୁଁ କହିଲି l ସେ ଫୁଣି ଲାଗିଲା ମୋ ସହିତ କହ କେତେବେଳେ ଦେବ l ମୋ ପାଟି ରୁ ବି ଅଜଣାତରେ ବାହାରି ଆସିଲା ସନ୍ଧ୍ୟା ବେଳେ l

ପୂଜା ପାଇଁ ସବୁ ସଜାଡିଲି l ମୋ ଘରେ ଅନ୍ୟମାନେ ବି ପୂଜା ପାଇଁ ଆସନ୍ତି l ସନ୍ଧ୍ୟା ବେଳ ଆରତୀ ସାରି ବହି ପଢୁଛି l ବଡ଼, ବଡ଼ କୋଡୁଆ ରେ ଭାର ଆସିଲା ପରି ଅଭଡ଼ା ଆଣି ଜଣେ ଦେଇଗଲେ l କିଏ ବୋଲି କେହି ଜାଣି ନାହାନ୍ତି ବସିଥିବା ଅନ୍ୟମାନେ l ମୁଁ ଭିତରେ ବହି ପଢି ଆସିଲା ବେଳକୁ ଏ ସବୁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲି l ସମସ୍ତ ଙ୍କୁ ପଚାରିଲି l କେହି କହି ପାରିଲେନି l ମନ, ପ୍ରାଣ ସବୁ ସତେ ଯେପରି ନିଶବ୍ଦ ହୋଇ ଯାଇଥିଲା l ଆଖି ରୁ ଧାର, ଧାର ଲୁହ ରେ ତାକୁ ଜାବୋଡି ଧରି ମୋ ହୃଦୟର କୋହ କୁ ବୁଝାଉଥିଲି l ଧନ ରେ ଆଜି ଏ କଥା ଲେଖିଲା ବେଳକୁ ବି ମୋ ଆଖି ର ଲୁହ ବୋଲ ମାନୁନି l ଝିଅ ମୋର ହସୁଥିଲା ମୋତେ ଓ ମୋର ଭାବାବେଗ କୁ ଦେଖି l ଆଉ କିଏ ଆପଣାର କରିପାରେ ଏ ସବୁ ତା ବିନା l କିଛି ତ ଅଦେୟ ନାହିଁ ତୋ ସାନିଧ୍ୟ ରେ, ଏ ଦେହ ରଥ ରେ ଆତ୍ମାପକ୍ଷୀ ତ ତୁ ରେ ଧନମାଳି, ଗଳାମାଳି ମୋ ରଂକୁଣି ରତନ l ଅପାସୋରା ମୋର ପ୍ରାଣର ପ୍ରାଣରେ ବାବୁଧନ l କାହିଁ ଆଉ କିଏ ଅଛି ଏ ମିଛ, ମାୟା ସଂସାର ରେ ମୋ ପାଇଁ ଏତେ ହେବ ତୋ ପରି ଆପଣାର l ଏତିକି କେବଳ ମନ ରେ ଆସୁଥାଏ........

           

           ଅମୃତ ଭିଜା ସାନିଧ୍ୟ ତୁ କି ଦୁର୍ଲଭ ଧନ

           ପାଇଛି ଅନ୍ତରେ ଯିଏ ପ୍ରଶାନ୍ତି ରେ ପୂର୍ଣ୍ଣ ll

           ସକଳ ଚେତନା ମୋର ଆପାଳକ ରାଜ୍ୟେ

           ବରଷା, ବିଜୁଳି ତୁହି ଘୋର ମରୁ ପଥେ ll

           ବିଦଗ୍ଧ ପରାଣ ଝୁରେ ତୋ ପରଷ ପାଇଁ

           ମନ ର ଅମୃତ ବାସ୍ନା ଶିହରଣ ହୋଇ ll

           ଖେଳିଯାଏ ଦେହ, ମନ ତନୁ ପୁଲକାଇ ll


ବୁଝିଗଲା ଏ ମନ, ଆତ୍ମା ମୋର l ମୋ ଠାରୁ ମୋତେ ବେଶୀ ଭଲ ପାଉଥିବା ମୋ ଧନର ମମତାକୁ l ଅଗତି ର ଗତି ଅଶରଣ ଶରଣ ମୋ ପ୍ରାଣ ବଲ୍ଲଭକୁ, ଘୋର ତମସାରୁ ତା ଜ୍ୟୋତି ପାଖରେ ପହଞ୍ଚି ବା ପାଇଁ ତାର ସାନିଧ୍ୟ ପାଇବା ପାଇଁ ଟଙ୍କା, ପଇସା ଦରକାର ହୁଏନି l ପୂଜା ପାଠ ବି ଲୋଡେନି ସେ l ତାର ପ୍ରିୟ ହେବା ପାଇଁ ମନ ଟିଏ ଦରକାର l ନିଭୃତ ହୃଦୟ କୋଣ ରୁ ଶ୍ରଦ୍ଧା ମନ୍ତ, ତନ୍ତ୍ର ରେ ବାନ୍ଧି ହୋଇ ସବୁ କିଛି କରିପାରେ ସେ l ସେ ଚାହିଁବା କଥା ପୂର୍ଣ୍ଣ ହୁଏ l ହୃଦୟ ରେ ସେ ବିଶ୍ୱାସ ଦିଏ l ବିଶ୍ୱାସ ରେ ନିଶ୍ୱାସ ସବୁ ତାର ଇଚ୍ଛା l ମୁଁ, ମୋର ପାଖରେ ସେ ନ ଥାଏ l ଭାବ ରେ ବନ୍ଧା ସେ ଭାବ ର ଭୋକିଲା ପ୍ରାଣଟିଏ ହୋଇ l କାହିଁ ସେ ସୁଦାମା ର ଭାବ, ଶବରୀ ଅଇଁଠା ର ଅମୁଲ୍ୟ ମମତା ର ସିକ୍ତ ପ୍ରତ୍ୟେୟ ରେ ଭରା ବିଶ୍ୱାସ ର ଆତ୍ମ ଶିହରଣ l ଖାଲି ପାଇବା ପାଇଁ ମୋତେ ଠାକୁର ସଜାଇ ଭକ୍ତ ଟିଏ ହେବାର ଯାହା ଦୁର୍ବାର ବାସନା l ଖୋଜିବା ର ବ୍ୟାକୁଳତା, ଆକୁଳତା ର ସାନିଧ୍ୟ ରେ ସେ ତ ନିରନ୍ତର ପିପାସୁ ପ୍ରାଣଟିଏ l ଜୀବନ କୁ ନେଇ ସେ ଭାବ, ଭାବନା ରେ ଚିର ପ୍ରତେୟ ମାନ l ଖୁବ ପାଖରେ ଥାଇ ମଧ୍ୟ ଅନୁଭବ କରି ପାରେନି ହୃଦୟ l ଖୋଜିବା ର ବ୍ୟାକୁଳତା ରେ ଅନୁଭବୀ ଟିଏ ଅନୁଭବ କରିପାରେ l ପ୍ରତ୍ୟୋକ ଟି ଆତ୍ମା ରେ ଦିବ୍ୟ ଚେତନା କୁ ସେ ହିଁ ଭରି ଦିଏ ଏପରି ଘଟଣା କ୍ରମ ହୋଇ... ବହୁତ ଦିବ୍ୟ ଲୀଳା ଭିତରୁ ଏ ଲୀଳାର ପରିପ୍ରକାଶ ତାର ଇଚ୍ଛା ରେ l


        ତୁମେ ଧର୍ମ, କର୍ମ ମୋର ଜୀବନ ର ସାଥେ

        ଅଲଭ୍ୟ ସାନିଧ୍ୟ ସତେ ତନୁ ପୁଲକିତେ ll

        ଶ୍ରୀ ରାଧା ଗୋବିନ୍ଦ ପଦ ନିଶ୍ୱାସେ, ପ୍ରଶ୍ୱାସେ

        ପ୍ରକାଶ୍ୟ ନ ହୁଏ ବାକ୍ୟେ ହୃଦୟ ଆବେଗେ ll


ଆତ୍ମା ର ଡାକ ରେ ପରମାତ୍ମାଙ୍କର ସାନିଧ୍ୟ ଉପଲବ୍ଧି କରି ହୁଏ l ମିଛ, ମାୟା ଭିତରେ ଆବଦ୍ଧ ହୋଇ ଆମେ ଯାହା ଇଶ୍ଵରୀୟ ସତ୍ତାକୁ ଭୁଲି ମୋହ ଗ୍ରସ୍ତ ହେଉ l ସେଥିରୁ ନିସ୍ତାର କେବଳ ସେଇ ପରମ କାରୁଣିକ କୋଟି କୈବଲ୍ୟ ନାଥଙ୍କର ଶ୍ରୀପଦ ପଙ୍କଜରେ ଧ୍ୟାନ ରୂପକ ଶ୍ରଦ୍ଧାରୁ ହିଁ ପ୍ରାପ୍ତି ହୁଏ l




Rate this content
Log in

Similar oriya story from Abstract