Pranati Jena

Inspirational Others

4.3  

Pranati Jena

Inspirational Others

ଅନୁଭବ

ଅନୁଭବ

5 mins
224


ଏ ସାରା ସୃଷ୍ଟି ରେ ଆଉ କିଏ ବି ଅଛି ତୋ ପରି ଧନ I ନିୟମ କୁ ନିତିକୁ ଧର୍ମକୁ, କର୍ମକୁ ଏତେ ସୁନ୍ଦର ସୁଚାରୁରୂପେ ପାଳନ କରି ଏ ସାରା ସଂସାରକୁ ଚେତନା ବାଣ୍ଟିବ l ଚାରି ଯୁଗକୁ ନେଇ I ପ୍ରତି ମୁହୂର୍ତ୍ତରେ କେବଳ ଯୁଗକୁ ଯୁଗରେ ଶିକ୍ଷା ଏ ସମାଜ ପାଇଁ ଦେଖିବାକୁ ମିଳେ, ଚିନ୍ତା ଭିତରେ ସମୟ ସରିଯାଏ କିନ୍ତୁ ଭାବିବା ସରେନା l ସତ୍ୟ, ତ୍ରେତୟା, ଦ୍ୱାପର, କଳି ସବୁ ଯୁଗରେ ସବୁ କର୍ମ ଯେ ବାର୍ତ୍ତାମୟ କେଉଁଠି ଭାଇ ଟିଏ ହୋଇ, ପୁଅଟିଏ ହୋଇ କେଉଁଠି ସଖାଟିଏ ହୋଇ କର୍ତ୍ତବ୍ୟ, ନିଷ୍ଠା, ସଦାଚାର, ଆଜ୍ଞା, ବଚନର ମୂଲ୍ୟକୁ ଚେତାଇ ଏ ସମାଜକୁ ରକ୍ଷା କରିବାର ମାଧ୍ୟମ ହୋଇଛ l ମହାକାଳ ବକ୍ଷରେ ମହା ଜୀବନର ପୃଷ୍ଠାରୁ ପୁରୁଷ ଶ୍ରେଷ୍ଠଙ୍କର ବାର୍ତ୍ତା ଯେତେ ବାଢିଲେବି ଆହୁରି ବାକି ରହିଯିବ କାଳ ରୁ କାଳକୁ I ଧର୍ମ, ନ୍ୟାୟ, ସତ୍ୟ ପାଇଁ କେତେ ଯେ ଯାତନା ହେ ପ୍ରାଣପ୍ରିୟ ମୋର ହେ ବିଶ୍ୱ ଚିନ୍ତାମଣି,ଅନ୍ତର୍ଯ୍ୟାମୀ ଜଞ୍ଜାଳର ଯେତେ କୋଳାହଳ ଭିତରେ ତୁମ ଅମୃତ ସାନିଧ୍ୟ ଜିଇଁବାର ଏକମାତ୍ର ଭରସା ମଣିମା ଧନ l ବିନ୍ଦୁ, ବିନ୍ଦୁ କରୁଣା ବାରିଧି ରେ ଟିକେ ଭାବ ପାଇ ଓଦା କରିଦିଅ ଏ ସାରା ସଂସାରକୁ, ଛାର ପାପୀଟିଏ ଧର୍ମlତ୍ମା ପାଲଟି ଯାଏ ଅହୋଭାଗ୍ୟ ପାଇ l ହେ କୃପାକୈବଲ୍ୟ ନାଥ ତାରିବା ପଣରେ ବଳିୟାର,ଗ୍ରହ ଜନାର୍ଦ୍ଦନ ହୋଇ ନିଜେ ଜ୍ୱରରେ ପୀଡିତ ହୋଇ ସାରା ସଂସାରକୁ ଚେତନାର ବାର୍ତ୍ତା ଦେଉଛ ଆପଣ l ଭାଗ୍ୟ ଉପରେ ଭଗବାନ ହୋଇ ସାଧାରଣ ମଣିଷ ପରି ଜଗତକୁ ଶିକ୍ଷା ଦେଉଛ ହେ ମୋର ପ୍ରାଣ ପ୍ରତିମ l ଆହା ଶ୍ରୀ ଅଙ୍ଗରେ କେତେ ପୀଡା, କେତେ ଯନ୍ତ୍ରଣା ଲେଖି ପାରୁନି ମୁଁ, ମୋ ହାତ ଥରି ଉଠୁଛି, ମୋ ହୃଦୟ କୋହରେ, ଆଖି ଲୁହରେ ମୋ ପଣତ ଭିଜି ଯାଉଛିରେ ଧନ, ମୋ ଗଳାମାଳି, ରଙ୍କୁଣୀ ଧନ କୋଟିଏ ହୃଦୟର ହୃଦ ଚନ୍ଦନ ରେ, ତୋର ସାମାନ୍ୟ କଟାକ୍ଷରେ ମୃତ୍ୟୁ ଫେରିଯାଏ, ଦୁବ ଦାରୁ ହୋଇ ଯାଏ, ଅନ୍ଧ, ମୂକରୁ ନିସ୍ତାର ମିଳେ, ହେ ବାଞ୍ଛା କଳ୍ପତରୁ ଆର୍ତ୍ତି ର ଆକୁଳ ପଣ ଉଭେଇ ଯାଏ ତା ହେଲେ କ'ଣ ପାଇଁ ଏ ବେଦନାକୁ ନିଜେ ପଦ୍ମ ପରି କୋମଳ ଶ୍ରୀ ଅଙ୍ଗରେ ପୀଡାକୁ ଆପଣାଇ ନେଉଛୁ ଧନ l ତୋତେ ଯନ୍ତ୍ରଣା ହେଉଛି ବୋଲି ମୋ ଆଖିରେ ପଲକ ପଡୁନି, ମୋତେ ତୋର ସେ ପଦ୍ମ ନେତ୍ରର ବିକଳ ଚାହାଣୀ ଅଥୟ କରୁଛି l ଏବେ ବି ଚାହିଁ ରହି ବ୍ୟଥା ପାଉଛୁ, ଜଗତ ଯେଉଁଠି ତୋତେ ଭରସା କରିଛି ତୁ କାହାକୁ ଖୋଜୁଛୁ ତୋ ବେଦନା ବ୍ୟଥା କୁ ହରିବା ପାଇଁରେ I


   ଜଗତ ପାଇଁ ଯେ ମହୌଷଧି, ସର୍ବ ଧର୍ମକୁ ଧାରଣ କର୍ତ୍ତା, ବିପଦର ବନ୍ଧୁ, କୃପା ବାରିଧି ତାଙ୍କର ବ୍ୟାକୁଳ ବ୍ୟଥାକୁ କିଏ ବୁଝି ପାରିବ l ଘୋର ଜଳରୁ ଗଜରାଜ ଉଦ୍ଧାର କର୍ତ୍ତା,ମୃଗୁଣୀ ର ରକ୍ଷାକାରୀ ଜୀବର ପ୍ରଦୋଷ କୁ ଜ୍ୟୋତି ପ୍ରଦାନ କାରୀ ଭାବବନ୍ଧୁ କି ପାଇଁ ଏ ଲୀଳା କରିଛ l ଅସାଧ୍ୟ ରୋଗର ଉପଶମ ନିଦାନ କାରୀ ହୋଇ ବିହୀ, ବିଧାନ କୁ ଶିକ୍ଷା ଦେଇ ନିଜେ ସ୍ୱୟଂ ଉତ୍ତାପରେ ଜର୍ଜରିତ କେମିତି ସହିବ ଏ ପ୍ରାଣ ମୋର, ପିଲାଟିଏ ଦେହ, ଦୁଃଖରେ ଘାଣ୍ଟି ହୋଇ ଯାଉଥିବା ବେଳେ l ମନ କଥା ମନ ହିଁ ବୁଝେ, ଆଉ କିଏ ବୁଝିବରେ I ସକାଳୁ ଭାବି, ଭାବି ନିରବରେ ଅଧିର ହୋଇ ଯାଉ ଥିଲି ତୋ ପାଇଁ l ସେଥିପାଇଁ ଏତେ କଷ୍ଟ ପାଇବି ଖାଇନି ବୋଲି ଅଭଡ଼ା, ତୁଳସୀ ପିଠା ଦେଇ ମୋତେ ବୁଝାଇବାକୁ ଚେଷ୍ଟା କଲୁ l ନା ଆହୁରି ଲୁହରେ ଭସେଇ ଦେଲୁରେ, ମୁଁ ତ ଛାର ମଣିଷ ଜନ୍ମ ପାଇଥିବା ନାରୀଟିଏ, ମାଆଟିଏ, ମୁଁ କ'ଣ ତୋ ବ୍ୟଥା ର ମଲମ ହୋଇ ପାରିବି l ହୃଦୟର ବ୍ୟଥା କୁ ରାତି ଉଜାଗର ହୋଇ ଲେଖୁଛି, ଭାବୁଛି ମୁଁ ଶୋଇ ପଡିଲେ ତୁ କାଳେ ଏକୁଟିଆ ବେଶୀ ଯନ୍ତ୍ରଣା କୁ ଅନୁଭବ କରିବୁ ବୋଲି l ଧନ୍ୟ ତୋର ଏ ପ୍ରଭୁ ପଣିଆ ରେ.."ଯସ୍ୟ ନାଥ ଜଗନ୍ନାଥ, ତସ୍ୟ ଦୁଃଖ କଥଂ ପ୍ରଭୁ "ନିସ୍ତାର ପଣରେ ବିସ୍ତାର ଭୁଜକୁ ଟେକି ଆଜି କାହିଁକି ଏ ସବୁ l ଭାବ, ଭକ୍ତି କ'ଣ ରେ ଭଲ ପାଉଛି ମାତୃତ୍ୱ ର ଆତ୍ମା ନେଇ, ଭିଜି ଯାଉଛି ବେଳ, ଅବେଳରେ ମୋ ମମତା ରଙ୍କୁଣୀ ମନଟିଏ ନେଇ, ମୋ ଗେଲ୍ହା ବୋଲି ମୋତେ ହିଁ ଲାଗିଯାଏ ତୋ ଅଳି ସବୁ ଭିତରେ ମାତୃତ୍ୱ ହୃଦୟର ଆବେଗ ଭରା ମାଆ ପଣଟିଏ ଯିଏ ସର୍ବ ରହସ୍ୟ ମୟ, ଅପାଣି ପାଦ, ଯାହାର ପାଦ ନ ଥାଇ ଯିଏ ଚାଲନ୍ତି, ହାତ ନ ଥାଇ ସହସ୍ର ହାତର କର୍ମ କରନ୍ତି ଯିଏ ସର୍ବ ବେଦ, ଉପନିଷଦ ର ଉର୍ଦ୍ଧରେ ଥାନ୍ତି ତାଙ୍କ ବିଷୟରେ ଏ ଅଜ୍ଞାନ କ'ଣ ବି ଲେଖି ପାରିବ l ଚୈତନ୍ୟ ମହାପ୍ରଭୁ ଭକ୍ତଙ୍କର ଛାଡି ଯାଇଥିବା ମହା ପ୍ରସାଦ କୁ ସେବନ କରୁଥିବା ବେଳେ ତାଙ୍କୁ ଜଣେ ପ୍ରଶ୍ନ କରିଥିଲେ ତୁମେ ଏତେ ବଡ଼ ସାଧୁ ହୋଇ ଏ ଫିଙ୍ଗିଥିବା ପତ୍ରରୁ କିପରି ଖାଉଛନ୍ତି l ଚୈତନ୍ୟ ମହାପ୍ରଭୁ କହିଥିଲେ ଭଗବାନ ଙ୍କର ପ୍ରସାଦ ଭକ୍ତ ର ପତ୍ରରୁ ସେବନ କରୁଛି ଏହା ଆହୁରି ଦୂର୍ମୁଲ୍ୟ l ଅଂହକାର ଶୂନ୍ୟ ହୋଇ ଥରେ ଦେଖିଲେ ସେ ଚୈତନ୍ୟ ଙ୍କର ହାତ ପଥର ରେ ସ୍ପର୍ଶ କରିବା କ୍ଷଣି ତାଙ୍କ ହାତର ଚିନ୍ହ ସେ ପଥର ରେ ଏବେବି ଶ୍ରୀ ମନ୍ଦିର ସାମ୍ନାରେ ରହିଛି l ଏ ସବୁ ପୂର୍ଣ୍ଣ ସମର୍ପଣତାର ସୁନ୍ଦର ଭାବର, ଭକ୍ତିର, ଭଲ ପାଇବାର ଅମୃତ ମଣୋହି I କାହିଁ ସେ ଭାବ କୈବଲ୍ୟ ମହାବାହୁ ହୃଦୟରେ l 


         କାମ, କ୍ରୋଧ, ଲୋଭ ନର୍କଗାମୀ କରାଏ କେବଳ ପୃଷ୍ଠା ଭିତରେ ରହି ଯାଇଛି ଯୁଗ ରୁ ଯୁଗ ପାଇଁ l ସବୁ ଜାଣି ବି ଆତ୍ମା ନର୍କରେ ହିଁ ଶେଷ ଜୀବନର ଅବଶୋଷ ନେଇ ବିଦାୟ ନିଏ, କାମନାର ହଳାହଳ ବିଷକୁ ସାଉଁଟି ଯାହା l ପରମ ଆନନ୍ଦର ଅଧିକାରୀ ଙ୍କୁ ବିସ୍ତୃତ ଅନୁଭୂତି, ଅନୁଭବ ପରେ ବି କ୍ଷଣିକ ସୁଖ, ସମ୍ଭୋଗ ତ୍ୟାଗ ନ କରି ମିଛ ମୋହ, ଲାଳସାରେ ମାୟାକୁ ଅଧିକ ଅତ୍ମୀୟତା ଦେଇ ନିଜସ୍ୱ ହରାଇ ବସନ୍ତି l ସବୁଠାରୁ ଶ୍ରେଷ୍ଠ ଗୁଣର ଅଧିକାରୀ ଯେ ତାଙ୍କ ଶାଶ୍ୱତ ଚେତନା ହୃଦୟକୁ ସମ୍ମୋହିତ କରି ପାରେନି ଏ ତୁମ ହାତଗଢ଼ା ଜୀବନକୁ l ସ୍ପନ୍ଦନ ଦେଇ କିଛି ମହତ୍ତ୍ୱ ଉଦ୍ଧେଶ୍ୟ ରଖିଥିବା ସ୍ରଷ୍ଟାଙ୍କର ସୃଷ୍ଟି କୁ ଏମିତି ଦେଖିବା ର ଯନ୍ତ୍ରଣାକୁ କିଏ ଉପଲ୍ଲବ୍ଧି କରିପାରିଛି ? ଅସାଧାରଣ ଭିତରେ ସାଧାରଣ ର ମମତ୍ୱକୁ ନିଶବ୍ଦରେ ପ୍ରଚଣ୍ଡ ଆଘାତ ପାଉଥିବା ସେ ହୃଦୟକୁ l ହେ ବାସୁଦେବ କୃଷ୍ଣ,ମାୟାର ସିଂହାସନ ରେ ବସି ତୁମ ହୃଦୟ ସିଂହାସନ କୁ କିଏ କ'ଣ ଉପଲବ୍ଧି କରିପାରେ ?ଏ ସାରା ସଂସାର ରେ ତୁମ ପରି ଉଦାର, ବିଶାଳ ହୃଦୟର ଆଉ କିଏ ଅଛି ଯାହାକୁ ଗୋପୀ ମାନେ ପ୍ରାପ୍ତ ହୋଇ ଥିଲେ ପ୍ରେମ ରେ,ସଖା ସୁଦାମା ପାଇଥିଲେ ବନ୍ଧୁତ୍ବରେ, ଦ୍ରୌପଦୀ ପାଇଥିଲେ ସମର୍ପଣ ରେ, ଅର୍ଜୁନ ଓ ଉଦ୍ଧବ ଜିଜ୍ଞାସା ରେ,ମାଆ ଯଶୋମତୀ ବlତ୍ସଲ୍ୟ ରେ, ଧ୍ରୁବ, ପ୍ରହଲ୍ଲାଦ ଭକ୍ତି, ବିଶ୍ୱାସ ଭାବରେ l ମାୟା ସ୍ବର୍ଣ୍ଣମୃଗ ପଛ ରେ ଧାଉଁଥିବା ସ୍ରୋତ ମୁହଁରେ ପତ୍ରଟିଏ ପରି ଏ ହୃଦୟ କ'ଣ ବା ବୁଝି ପାରିବ ସେ ଅମୃତତ୍ବକୁ l ମନର ଅନୁଭବ ରେ ଆବେଗ ଭରିଗଲେ ବିବେକ ର ଶାଶ୍ୱତ ଶ୍ରଦ୍ଧା, ପ୍ରୀତିର ଆଲୋଡନ, ଆକର୍ଷଣରେ ସମ୍ମୋହନର ଭାବତ ତୁମରି ପାଇଁ ହୃଦୟ ବେଳାଭୂମିକୁ ଚୁମିଯାଏ l ଭିଜିଯାଏ, ଭିଜାଇଦିଏ ଅନ୍ତର, ମନକୁ, ଆବୋରି ନିଏ ସମଗ୍ର ସତ୍ତାର ଜୀବନୀ ଶକ୍ତିକୁ, ତୁମ ଅସ୍ତିତ୍ୱରେ ତଲ୍ଲୀନ ହେବାର ଯେଉଁ ସୌରଭ, ଗୌରବ, ଆନନ୍ଦ ତା 'ଏ ମାୟାରେ କାହିଁ କେଶବ l ଯୁଗ ବଦଳେ, ଋତୁ ସହିତ ମାସ, ବର୍ଷ ବି, ଆତ୍ମା ରୁ ଦେହ ବି କିନ୍ତୁ ତୁମେ ତ ସତ୍ୟ, ଚିରନ୍ତନ ପୂର୍ଣ୍ଣପୁରୁଷ ହେ ମୋର ପ୍ରିୟ ମାଧବ, ମାୟା ବନ୍ଧନରୁ ଅବିଭାଜ୍ୟ କରି ତୁମ ଶରଣରେ ଯୁକ୍ତ କରିଦିଅ l ଆତ୍ମାକୁ ଘୃଣା କରି ତ ପରମ ପ୍ରେମମୟ ପରମାତ୍ମା ଙ୍କୁ ଭଲ ପାଇବା, ଆପଣାର କରାଯାଇ ପାରେନି, ସେଇ ହୃଦୟଟିଏ ଜଗତ ବାସୀଙ୍କୁ ଦେଇଦିଅ ପ୍ରିୟ l ସାରା ବିଶ୍ୱରେ ପ୍ରତି ହୃଦୟରୁ ମୋହନ ବଂଶୀର ନିନାଦରେ କୃଷ୍ଣମୟ ଜଗତ ସୃଷ୍ଟି ହେଉ l


  


Rate this content
Log in

Similar oriya story from Inspirational