Akshayakumar Dash

Abstract

2  

Akshayakumar Dash

Abstract

ସିନ୍ଦୁର( ଭାଗ ଅଷ୍ଟମ)

ସିନ୍ଦୁର( ଭାଗ ଅଷ୍ଟମ)

2 mins
317


ଏସ୍ପି କଂ ବକ୍ତବ୍ୟରେ ମିଡିଆ ସାମ୍ବାଦିକ ବଂଧୁ ମାନେ ଆଉକିଛି ପ୍ରଶ୍ନ ପଚାରିବାକୁ ଯିବାକୁ ଏସ୍ପି ବାହାନା କରି ପ୍ରେସ ମିଟିଂ ରୁ ଜରୁରୀ କାମରେ ଯିବାକୁ ପଡୁଛି କହି ପଳାଇଆସିଥିବା ଚର୍ଚ୍ଚା ହେଲା । ଶୋଭା ଦେବୀ ମିଡିଆ ଭାଇମାନକୁ ସଫାସଫା କହିଲେ ଆସାମୀ ଆରେଷ୍ଟ ନହେଲା ପର୍ଯ୍ୟନ୍ତ ଆମେ ମହିଳାମାନେ ଏଠାରେ ଧାରଣାରେ ବସିବୁ । ତାହାହିଁ ହେଲା ପଦାରେ ଶହଶହ ମହିଳା ଶୋଭାଯାତ୍ରା ଆସି ଏସ୍ପି କଯ୍ୟାଳୟ ସାମନାରେ ସଭା କଲେ । ମହିଳା ମାନେ ପ୍ରଶାସନ ତଥା ପୋଲିସର ନିଷ୍କ୍ରିୟତା ବିରୁଦ୍ଧରେ ଉତେଜନା ମୂଳକ ଭାଷଣ ଦେଇଚାଲିଲେ । ବିରୋଧୀ ନେତା ଓ ନେତ୍ରୀବୃନ୍ଦ ସାମିଲହେଲେ । ସ୍ୱଶ୍ଚ ସେବୀ ସଂଗଠନ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ଯୋଗ ଦେଲେ । ମିଡିଆ ର ପ୍ରତେକ ଟିଭି ପରଦାରେ ଚିତ୍ର ଘନଘନ ପ୍ରଚାର ହେଲା । ମୁଖ୍ୟମନ୍ତ୍ରୀକଂ ନିର୍ଦେଶକ୍ରମେ ସ୍ପେଶାଲ କମିଶନର କୁଁ ଦାଇତ୍ୱ ଦିଆଗଲା । ପରିସ୍ଥିତି ଏପରିରୂପଧାରଣ ହେବାପାଇଁ ଏସ୍ପି କୁଁ ନିନ୍ଦାକରାଗଲା । ପୋଲିସ କମିଶନର ସଭାସ୍ଥଳ କୁ ଆସି ବିନବ୍ର ନିବେଦନ କରି ଦୋଷୀକୁ ଆରେଷ୍ଟ କରି ହାଜତରେ ରଖିଛୁ । ଆଇନଅନୁଯାୟୀ କାର୍ଯ୍ୟକ୍ରମରହିଛି । ଆନ୍ଦୋଳନରୁ କ୍ଷାନ୍ତ ରୁହନ୍ତୁ କହିଲେ ।

ଶୋଭା ଦେବୀ କଂ ନିକଟକୁ ଫୋନ ଆସିଲା ଯେ ଆସାମୀ ହାଜତରେ । ସଭାର ମଞ୍ଚ ଉପରକୁ ଶୋଭା ଆସି ଉଦବୋଧନ ଦେଲେ , ଭୋଉଣୀ ମାନେ ଆସାମୀକୁ କୋଟ ଫରୱାଡ଼ ନହେଲା ପର୍ଯ୍ୟନ୍ତ ଆମର ଅଭିଯାନ ଅବ୍ୟାହତ ରହିବ । ମହିଳାମାନେ ସମର୍ଥନ କଲେ ।

ରାତ୍ରୀ ନଟା, ଉତ୍କଳ ଟିଭି ଚେନେଲ ରେ ଜଣେ ଗରିଷ୍ଟ ସାମ୍ବାଦିକ ତାଙ୍କ ମତପ୍ରକାଶ କରି କହିଥିଲେ । ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଚାପି ଦେବାକୁ ଚାହାଁନ୍ତି, ହେଲେ ଜନସାଧାରଣକଂ ପାଖରେ ତାହା ଅଛପା ହୋଇ ରହେନାହିଁ । ଏଥିପାଇଁ ସରକାରକଂ ନିରପେକ୍ଷତା ବିଚାରରେ ସନ୍ଦେହ ଆସେ । ଦୀର୍ଘଦିନ ଶାସନଭାର ନେଲେ ଗଣତନ୍ତ୍ର ଅସୁରକ୍ଷିତ ବା ସୁରକ୍ଷା ମିଳେନାହିଁ । ତେବେ ସାଧାରଣ ଜନତା ଯେଉଁଠି ଜାଗ୍ରତ ରହିବେ ସେଠି ସରକାର ହାର ମଣିବେ । ଜଣେ ନାରୀ ଦୁଷ୍କର୍ମର ଖବର ରାତ୍ରୀ ଦୁଇଟାରେ ପାଇ ନିଜେ ଥାନାକୁ ଯାଇ ଏତଲା ଦେଇ ପିଡ଼ିତା ଛାତ୍ରୀଟିକୁ ନାୟଦେବାକୁ ଆଗେଇଆସିବା ସମସ୍ତ ମହିଳା ଓ ସ୍ୱଶ୍ଚ।ସେବୀ ମାନଙ୍କ ପାଇଁ ଦୁଷ୍ଟାନ୍ତ । ଶୋଭା ଦେବୀକୁଁ ବଧେଇ ଜଣାଉଛି।



Rate this content
Log in

Similar oriya story from Abstract