The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Ranjit Sahu

Thriller

2.6  

Ranjit Sahu

Thriller

ସିକ୍ରେଟ ଫାଇଲ ନ. 1

ସିକ୍ରେଟ ଫାଇଲ ନ. 1

8 mins
499


ଚମକି ପଡିଲେ ଇନ୍ସ୍ପେକଟର ସାହୁ I ଏହା କିପରି ସମ୍ଭବ ହୋଇପାରେ? ଚାରି ଦିନ ପୂର୍ବର ଘଟଣାଟି ତାଙ୍କ ମନରେ ପୁଣି ସତେଜ ହେବାକୁ ଲାଗିଲା I ମୁଖ୍ୟ ସଡ଼କରେ କଡରେ ପଡିଥିବା ମୃତା ଦେହର ଆଉ ତାହାର ପାଖରୁ ମିଳିଥିବା ହତ୍ୟାର ବିବରଣୀକୁ ପୁଣି ଥରେ ପଢିଲେ I ଅନୁସନ୍ଧାନ ହୋଇ ସାରିଛି ଏବଂ ଅପରାଧୀ ଗିରଫ ହୋଇଛି ମଧ୍ୟ I ବିଭିନ୍ନ ଧରଣର ଛୋଟ ଛୋଟ ଅପରାଧରେ ଲିପ୍ତ ଥିବାରୁ ଏବଂ ବାରମ୍ବାର ହାଜତରେ ହାଜିରା ଦେଇଥିବାରୁ, ତାହାକୁ ଠାବ କରି ପୁଣି ଥରେ ଜେଲରେ ଆଣି ରଖିବାରେ କିଛି ଅସୁବିଧା ହୋଇ ନଥିଲା I ଅପରାଧର ଅଭ୍ୟସ୍ତ ଆସାମୀ ଜଣକ ଏଥର କିନ୍ତୁ ନିପୁଣ ଭାବରେ ହତ୍ୟା କରିଥିଲା ମହିଳା ଜଣକୁ, କୌଣସି ପ୍ରକାରର  ସୁରାଖ  ଛାଡିନି  କେବଳ ମୃତା  ମହିଳାର ପାଟିରେ ଥିବା କିଛି ଖଣ୍ଡ କେଶ ଆଉ ନଖରେ ଥିବା ରକ୍ତର ଛିଟାକୁ ବାଦ ଦେଲେ I ଡ଼ି ଏନ ଏ ପରୀକ୍ଷାରୁ ମଧ୍ୟ ପ୍ରାୟଃ ପ୍ରାମାଣିତ ହୋଇ ସାରିଥିଲା, ଅଭିଯୁକ୍ତା  ଜଣକ ହତ୍ୟା ସହିତ ସମ୍ପୃକ୍ତ ହୋଇଥିବାର I 

କିନ୍ତୁ ସତ୍ୟତା ଏଡ଼େଇ ଦେଇ ପାରୁ ନଥିଲେ ଇନ୍ସ୍ପେକଟର ସାହୁ  I ସେହି ରାତିରେ ତ ଅପରାଧୀ ଜଣକ ହାଜତରେ ଥିଲା ଏବଂ ସିଏ ନିଜେ ଥାନରେ ରାତ୍ରି ଡିଉଟିରେ ଥିଲେ , ତେଣୁ ଏହା ସମ୍ଭବ କିପରି ? ଅଧିକ ବିଚଳିତ କରିଥିଲା ତାଙ୍କୁ ଏହି ତଥ୍ୟଟି, ଅପରାଧୀ ଜଣଙ୍କର ଯାଆଁଳା ଭଉଣୀ  ମଧ୍ୟ ସେହି ରାତିରେ କୁଆଡେ ଯାଇ ନଥିଲା ଏବଂ ଜଣେ ସମ୍ପର୍କୀୟଙ୍କ ବାହାଘରରେ ଯୋଗ ଦେଇଥିବାର ସବୁ ପ୍ରମାଣ ଅଛି  I ଘଟଣା ସ୍ଥଳରୁ ମିଳିଥିବା ଡ଼ି ଏନ  ଏ ସହିତ ତାହାର ମଧ୍ୟ ମ୍ୟାଚିଙ୍ଗ ହେଇଛି ଅନେକାଂଶରେ I କିନ୍ତୁ ଏହି ଦୁଇ ଜଣଙ୍କ ବ୍ୟତୀତ ଆଉ କାହାର ଡ଼ି ଏନଏ ହୋଇ ପାରେ ଯାହା ଏକ ରକମର ହୋଇ ପାରିବ ? ଯଦିଓ ଏହା ସମ୍ପୂର୍ଣ୍ଣ ପ୍ରମାଣ ନୁହେଁ, ତଥାପି ସନ୍ଦେହ ଭିତରକୁ ଆସିଥିବା ଦୁଇ ଜଣ ଭଉଣୀ ଯଦି ଅପରାଧୀ ନୁଁହନ୍ତି ତାହା ହେଲେ ଅପରାଧୀ କିଏ?

ଘଟଣଟିର କୌଣସି ପ୍ରତ୍ୟେକ୍ଷ ସାକ୍ଷୀ ମଧ୍ୟ ନାହିଁ କେବଳ ଜଣେ ଭିକାରୀକୁ ଛାଡ଼ିଦେଲେ ଯିଏ ବହୁତ କମ ସମୟ ଲାଗି ଅପରାଧୀଟିର ଚେହେରାକୁ ଦେଖିଥିଲା ଏବଂ ସିଏ ମଧ୍ୟ କିଛି ଅଂଶରେ ଚିହ୍ନଟ କରିଛି I 

କିନ୍ତୁ ଇନ୍ସ୍ପେକଟର ଜାଣିଛନ୍ତି ନିଶ୍ଚୟ ତୃତୀୟ ବ୍ୟକ୍ତି ଜଣେ କେହି ଅଛି ଯିଏ ପ୍ରକୃତ ଅପରାଧୀ I କିନ୍ତୁ କିଏ ହୋଇପାରେ ?

ପୁରା ପରିବାରର ସମସ୍ତ ସଦସ୍ୟଙ୍କୁ ତ ଠାବ କରା ଯାଇଛି I ଏହି ଦୁଇ ଭଉଣୀ ବ୍ୟତୀତ ଆଉ କାହାର ଡ଼ି ଏନ  ଏ ରେ ଏତେ ସାମଞ୍ଜସ୍ୟ ମଧ୍ୟ ଦେଖା ଯାଉ ନାହିଁ I ଇନ୍ସପେକ୍ଟରଙ୍କୁ ଅଧିକ ବ୍ୟସ୍ତ କରୁଥିଲା ଯେ ସୁନିତା ନାମ୍ନୀ ମୃତା ଜଣକ ଥିଲେ ପୋଲିସର ଗୁଇନ୍ଦା ବିଭାଗ ସହିତ ଜଡ଼ିତ ଜଣେ ନାଗରିକ ଯିଏ ଅନେକ ସମୟରେ ସାହାଯ୍ୟ କରିଛନ୍ତି ପୁଲିସ ବିଭାଗକୁ I ତେଣୁ ଉପରୁ ମଧ୍ୟ ଚାପ ପଡୁଛି  ଅତି  ଶୀଘ୍ର କେସଟିର ସମାଧାନ କରିବାକୁ ଏବଂ ଅପରାଧିକୁ ଶାସ୍ତି ଦେବାକୁ I 

ବରିଷ୍ଠ ଅଧିକାରୀ ଜଣକ କହି ଯାଇଛନ୍ତି," ଓପେନ ଆଣ୍ଡ ଶଟ କେସ  I ଭିକାରିକୁ ଠିକ ସମୟଟି ଜଣା ନାହିଁ ନିଶ୍ଚିତ I ଭିକାରି ଜଣକ ଅନୁମାନ କରିଛି ରାତି ଦଶଟା I ତାହା ରାତି ନଅଟା  ମଧ୍ୟ ହୋଇ ପରେ I ଏକ ଘଣ୍ଟା ସମୟ କୌଣସି ସ୍ଥାନରୁ ଫେରାର ହେବା ଲାଗି ବହୁତ I ଅପରାଧୀ ଜଣକ ହତ୍ୟା  କଲା ପରେ ସେଠାରୁ ଯାଇ ଅନ୍ୟ ଛୋଟ ଅପରାଧ ଟେ କରିଛି ନିଜର ରହିଥିବା ସ୍ଥାନରେ ଯାହାର ସୂଚନା ପାଇ ପୁଲିସ ଆରେଷ୍ଟ କରିଛି I ପୁଲିସ ଆଖିରେ ଧୂଳି ଦେବାର ଏକ ନୂଆ ଉପାୟ ବ୍ୟତୀତ ଆଉ କିଛି ନୁହଁ !"

ଇସ୍ପେକଟର ସାହୁଙ୍କ ମନ କିନ୍ତୁ ମାନୁ ନାହିଁ I ଅପରାଧ କରିବା ଆଉ ହତ୍ୟା କରିବା ମଧ୍ୟରେ ବହୁତ ପାର୍ଥକ୍ୟ ଥାଏ I 

ଫାଇଲ୍ ପୁଣି ଥରେ ନିରୀକ୍ଷଣ କରିବାକୁ ଲାଗିଲେ ଇନ୍ସ୍ପେକଟର ସାହୁ ଏବଂ ଆଖିରେ ପଡିଲା ତାରିଖଟିଏ I 15 ମେ 1971! ଜନ୍ମ ତାରିଖ,ଅଭିଯୁକ୍ତାର !

ଆଉ ଟିକେ ଅଧିକ ଯାଞ୍ଚ କଲା ପରେ  ପରେ ଭୃକୁଞ୍ଚିତ ହୋଇଗଲା ଇନ୍ସ୍ପେକଟର ସାହୁଙ୍କର I ପରିବାର ସହିତ ଯୁଦ୍ଧରୁ ବଞ୍ଚିବାକୁ ବାଙ୍ଗଲାଦେଶରୁ ପଳାୟନ କରିଥିଲା ଅଭିଯୁକ୍ତାଙ୍କ ପୁରା ପରିବାର, ତାହାର ପିତା ମାତା ସିଏ ଆଉ ଯାଆଁଳା ଭଉଣୀ  ମିତା I ତାହାର ପିତା ମାତା ଦୁହେଁ ବହୁତ ଭଲ ମଣିଷ ଥିଲେ ଏବଂ ସମାଜ ସେବି ମଧ୍ୟ I ତେଣୁ ସହରରେ ନିଜକୁ ସ୍ଥାପିତ କରିବାରେ କୌଣସି ଅସୁବିଧା ହୋଇ ନଥିଲା I କିଛିବର୍ଷ ପରେ ଆଉ ଏକ ସଦସ୍ୟ ଆସଥିଲେ ସେମାନଙ୍କ ପରିବାରକୁ, ସେମାଙ୍କର ଭାଇ, ଅଙ୍କୁର I ପରିବାର ଜୀବନ ସୁଖ ଦୁଃଖରେ ଚାଲିଥିଲା I ମାଆ ସାର୍ବଜନ କାର୍ଯ୍ୟରେ ସମ୍ପୃକ୍ତ ଥିଲେ କିନ୍ତୁ ବ୍ୟକ୍ତିଗତ ଜୀବନରେ ବହୁତ କମ କଥାବାର୍ତ୍ତା  କରନ୍ତି I କିନ୍ତୁ ଅକସ୍ମାତ ଦୁର୍ଘଟଣାର ଶିକାର ହୋଇଥିଲେ ତାହାର ପିତା ମାତା ଏବଂ ଦଶ ବର୍ଷ ବୟସରେ ଦୁଇ ଭଉଣୀ ନିଜର ଛୋଟ ଭାଇଟିକୁ ନେଇ ଦୁନିଆଁର ଝଡ ବତାସ ଭିତରେ ନିଜର ଅସ୍ତିତ୍ଵକୁ ବଜାୟ ରଖିବା ପାଇଁ ବାଧ୍ୟ ହୋଇଥିଲେ I 

ଅନ୍ୟ ସବୁ ସମ୍ପର୍କୀୟ ମାନେ ଦୂର ଦୂର ଥିବାରୁ, ଅବା ଏକ ପ୍ରକାରର ପରିସ୍ଥିତିରେ ଥିବାରୁ ଅନ୍ୟ କେଉଁଠାରୁ ସାହାଯ୍ୟ ନ ପାଇ, ବେଳେ ବେଳେ ଛୋଟ ଛୋଟ ଅପରାଧରେ ଲିପ୍ତ ହୋଇଥିଲେ ଅଭିଯୁକ୍ତା ରିତାI  ଅନ୍ୟ ଭଉଣୀଟି ପ୍ରାୟ ଘରେ ହିଁ ରହୁଥିଲା ଏବଂ ନିଜର ଭାଇର ଯତ୍ନ ନେଉଥିଲା I ଅବଶ୍ୟ ଏବେ ଭାଇର ନିଜର ପରିବାର ଅଛି ଏବଂ ଦୁଇ ଭଉଣୀ ଅବିବାହିତା ଏବଂ ଏକାଠି ଅଲଗାରେ ରହିଛନ୍ତି I ନିଜର ଅଭ୍ୟାସକୁ ଛାଡି ନ ପାରୁଥିବାରୁ ଏବେ ମଧ୍ୟ ଅଭିଯୁକ୍ତା ଜଣକ ବେଳେ ବେଳେ ଛୋଟ ଛୋଟ ଅପରାଧ  ପାଇଁ ଥାନାରେ ହାଜର ହୁଅନ୍ତି I 

ନିଜେ ଅନେକ ସମୟ ପଚାର ଉଚୁରା କରି ସାରିଛନ୍ତି ଗତ ଦୁଇ ଦିନରେ ଅଭିଯୁକ୍ତାକୁ ଇନ୍ସ୍ପେକଟର ସାହୁ I ଅଭିଯୁକ୍ତା ଜଣକ କୈଫିୟତ ଦେଇଛନ୍ତି, "ଆପଣ ନିଜେ ପରା ମୋତେ ଦୋକାନରୁ ଚୋରି କରୁଥିବା ଅଭିଯୋଗରେ ରାତି ଦଶଟାରେ  ଆରେଷ୍ଟ କରିଛନ୍ତି, ଦୋକାନର ଫାଟକ ପଡିବା  ଆଗରୁ, ଦୋକାନୀର ଫୋନ କଲ ଆସିବାରୁ  !"

 ଅନେକ କିଛି କହିଛନ୍ତି  ଅଭିଯୁକ୍ତା  ବାର୍ତାଳାପରେ ଆଉ କେମିତ ତାଙ୍କ  ଲାଗି ଏହି ଦେଶ ହିଁ ସବୁ କିଛି ତେଣୁ ସିଏ କେବେ ମଧ୍ୟ ଦେଶର କୌଣସି ନାଗରିକର ହତ୍ୟା କରି ପାରିବ  ନାହିଁ I ତାହା ସହିତ କହିଛନ୍ତି  କିପରି ସେମାନଙ୍କର ମାଆ ତାଙ୍କୁ ସବୁ ବେଳେ ନିଜର ସଂଘର୍ଷର କାହାଣୀ କହି ଅନ୍ୟର ଅମଙ୍ଗଳ ନ କରିବା ଲାଗି ଶିଖା ଉଥିଲା I ରିତା କହିଥିଲା," ମାଆ ଏଠାରେ ବହୁତ ସୁଖରେ ଥିଲା I କିନ୍ତୁ ବେଳେ ବେଳେ ମାଆ ବାଙ୍ଗଲାଦେଶ ଫୋନ କରେ ଆଉ ବହୁତ କାନ୍ଦେ ଅପରପାର୍ଶ୍ବରୁ କାହାର କଣ୍ଠ  ଶୁଣି I ପଚାରିଲେ କହେ ତାହାର ସାଙ୍ଗ ସଲିମାର ଝିଅ ରୁକସାନା I କିନ୍ତୁ  ମୋ ଭାଇ ଜନ୍ମ ହେଲା ପରେ ଟିକିଏ ଅଧିକ ଖୁସି ଜଣା ପଡୁଥିଲା I ତଥାପି ଅନେକ ସମୟରେ ଅନ୍ୟମନସ୍କ ରହେ I ବାପା ଅନ୍ୟ ସହରରେ କାମ କରୁଥିଲେ ଏବଂ ବହୁତ କମ ସମୟ ଘରେ ରହୁଥିଲେ I ମାଆର ମୃତ୍ୟୁ ପରେ ମୁଁ ଏହି ଛୋଟ ଛୋଟ ଚୋରି କରିବାକୁ ଲାଗିଲି I କିନ୍ତୁ ବହୁତ କାମ ଆଉ ଅଧିକାଂଶ ସମୟରେ  ବଡ ବଡ ଦୋକାନରୁ ଛୋଟ ଛୋଟ ଜିନିଷ ! ଜୀବନରେ ବେଶ କିଛି ଆଉ ନାହିଁ ଆମର ସେହି ନିୟମିତ ନିମ୍ନ ମଧ୍ୟବିତ୍ତ ପରିବାର ଜୀବନ ଶୈଳୀ I ପ୍ରାୟ କୌଣସି ସମ୍ପର୍କୀୟ ଆଉ ଯିବା ଆସିବା କରୁନାହାନ୍ତି ଅଳ୍ପ କେତେ ଜଣଙ୍କୁ ଛାଡିଲେ I ସେଦିନ ମୋ ଭଉଣୀ ମିତା ବାହାଘରକୁ ଯାଇଥିଲା I ମୁଁ ଉପହାର ଧରି ପରେ  ଯିବାର କଥା ଥିଲା I ଉପହାର ଟିକିଏ ଅଧିକ ମହଙ୍ଗା ହୋଇଥିବାରୁ ମୁଁ ଚୋରି କରିନେବା ଲାଗି ଚେଷ୍ଠା କଲି, ଧରା ପଡିଲି ଆଉ ଆପଣ ମୋତେ ଆରେଷ୍ଟ କଲେ ! "


କିଛି ଭାବି ନିଜର ଫୋନ୍ ରେ ସହବୃନ୍ଦ ଜଣକୁ ଫୋନ କଲେ ଇନ୍ସ୍ପେକଟର ସାହୁ I ଚାରି ଦିନ ପୂର୍ବରୁ ମିଳିଥିଲା ଓଡ଼ିଶା  ସୀମାକୁ ଅବୈଧ ଭାବରେ ପ୍ରବେଶ କରିଥିବା ଗୋଟିଏ ଗାଡିର ସୂଚନା ବିଷୟରେ ! ସେହି କେସଟି ମଧ୍ୟ ସାମାଧାନ କରିବାକୁ ପଡିବI  ଗାଡିର ଡ୍ରାଇଭର ଗିରଫ ହୋଇଛି ଏବଂ ଦୁଇ ଜଣ ଯାତ୍ରୀ ମଧ୍ୟ ଧରା ପଡିଛନ୍ତି I କିନ୍ତୁ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ ବୋଧହୁଏ ଆଉ ଦୁଇ ଜଣ ସେହି ଗାଡ଼ିରେ ଥିଲେ I ରାତି ସମୟ ହୋଇଥିବାରୁ ସଠିକ ଭାବରେ ଜଣା ପଡିଲାନି ସେମାନେ ପଥିକ ଅଥବା ଗାଡ଼ିରୁ ବାହାରି ପାଦରେ ଚାଲିଚାଲି ବାହାରି ଗଲେ ଗାଡି ଜବତ ହୋଇଥିବା  ସ୍ଥାନରୁ  !

"ଅସମ୍ଭବ ନୁହେଁ ସେଥିରେ ଯେଉଁମାନେ ଥିଲେ ସେମାନଙ୍କୁ ମଧ୍ୟରୁ କେହି ଖସି ସହରର ଗହଳି ଭିତରେ ହଜି  ଯାଇଥିବା," ଇନ୍ସପେକ୍ଟର ସାହୁ କହିଲେ I

"ଭିକାରି ଜଣକ କଣ କହିଥିଲା ଆଉ ଥରେ କହିଲେ," ଫୋନରେ କିଛିଟା ନିର୍ଦ୍ଧେଶ ଦେଇ ପୁଣି କହିଲେ,ତଦନ୍ତ କରୁଥିବା କନଷ୍ଟେବଲକୁ ପଚାରିଲେ ଇନ୍ସପେକ୍ଟର ସାହୁ I 

"ଭିକାରୀ ଜଣକ କହିଥିଲା, ମହିଳା ଜଣକ ବୁର୍ଖା ପିନ୍ଧିଥିବାରୁ ସଠିକ ଦେଖି ପାରନଥିଲେ I କିନ୍ତୁ ମହିଳା ଜଣକ ମୁଁହରେ ହୁଏତ କିଛି ରକ୍ତ ଛିଟା ପଡିଥିଲା, ତାକୁ ପୋଛିବାକୁ ମୁଁହରୁ ବୁର୍ଖା ଟିକୁ ଉଠେଇଥିଲେ ଯେତେ ବେଳେ କିଛି ସମୟ ଲାଗି ଭିକାରି ଜଣକ ଦେଖି ପାରିଥିଲେ I ପରେ ପରେ ମହିଳା ଜଣକ ଦ୍ରୁତ ଗତିରେ ଚାଲି ଯାଇଥିଲେ ଆଉ ପ୍ରାୟ ଶହେ ମିଟର ଦୂରରେ ଥିବା ଏକ ଦୁଇଚକିଆ ବାହନରେ ଫେରାର ହେଇଥିଲେ I 

ନିଜର ଗୋଡ ନଥିବାରୁ ଭିକାରି ଜଣକ ତାଙ୍କର ପିଛା କରି ପାରିନଥିଲେ I ପୁଲିସ ସହିତ ସବୁ ପ୍ରକାର ସହଯୋଗ କରି ଆସୁଛନ୍ତି," କନଷ୍ଟେବଲ ଉତ୍ତର ଦେଲେ I 

" ମୋର ଅସୁବିଧା ହେଲା ଏହି ଡ଼ି ଏନ ଏ ରିପୋର୍ଟ," ଇନ୍ସପେକ୍ଟର ସାହୁ କହିଲେ, " ପ୍ରାୟ ମିତାର ଆଉ ରିତାର  ନମୁନା ଭଳି ଲାଗୁଛି I 

"ସେ ଯାହା ହେଉ ସେହି ଅବୈଧ ଅନୁପ୍ରବେଶ କେସ ମଧ୍ୟ ଦେଖିବାକୁ ପଡ଼ିବ I ସବୁଠାରୁ ଭାବିବାର ବିଷୟ ହେଲା ଆମର ଜଣେ  ସାଥୀର  ହତ୍ୟା ହୋଇଛି  ଯିଏ ଅବୈଧ ଡ୍ରଗ୍ସ କାରବାର ବିଷୟରେ ସୂଚନା ଦେଉଥିଲା I ସେହି ଦୃଷ୍ଟିକୋଣକୁ ମୁଁ ଅଦେଖା କରିବାକୁ ଚାହୁଁନି I ଆଉ ସେହି ଦିନ ସନ୍ଧ୍ୟାରେ ସେହି ଗାଡିଟି ମଧ୍ୟ ଜବତ ହୋଇଥିଲା I  ମୋର ସନ୍ଦେହ ହେଉଛି ସେହି ଗାଡ଼ିରେ ହୁଏତ କେହି ଆସିଥିଲା ଯିଏ ଏହି ହତ୍ୟା କରିଛି I କିନ୍ତୁ ଭିକାରୀର ଷ୍ଟେଟମେଣ୍ଟ ଆଉ ଏହି ଡ଼ି ଏନ ଏ ରିପୋର୍ଟ ମୋତେ ଅଡୁଆରେ ପକେଇ ଦେଇଛି I"


" ମୋତେ ଲାଗୁଛି ସେହି ହତ୍ୟାକାରୀ ନିଶ୍ଚୟ ଆହତ ହୋଇଛି ଏବଂ କୌଣସି ଘରୋଇ ଡାକ୍ତର ପାଖକୁ ଯାଇଥିବ କାରଣ ମୋତେ ମିତା ଦେହରୁ ଯେଉଁ ରାଂପୁଡା କ୍ଷତ ଦେଖା ଦେଇଛି, ତାହା କହିବା ଅନୁସାରେ ଦୋକାନୀ ତାହାର ହାତ ଟାଣି ଦେବାରୁ ହୋଇଛି, ତାହା ଏତେ ଗଭୀର ନୁହଁ ଯେ ଏତେ ପରିମାଣରେ ରକ୍ତ ବାହାରି ପାରିବ ଯାହା ଆମକୁ ମୃତା ସୁନିତାର ନଖରୁ ମିଳିଛି ଏବଂ ଯେଉଁଥିରୁ ଏହି ଡ଼ି ଏନ ଏ ରିପୋର୍ଟ ମିଳିଛି I ଟିକିଏ ତଦନ୍ତ କର ସେହି ରାତି ସେହି ଆଖ ପାଖରେ କେଉଁ ଘରୋଇ ଡାକ୍ତର ନିଜ କ୍ଲିନିକ  ଖୋଲା ରଖିଥିଲେ କି ?ଅଥବା ପାଖରେ କୌଣସି  ଔଷଧ ଦୋକାନ ଖୋଲା ଥିଲା କି I"

କିଛି ସମୟ ପରେ ଫେରି ଆସିଲେ  କନଷ୍ଟେବଲ ଜଣକ I 

"ସାର ଆପଣଙ୍କ ସନ୍ଦେହ ଠିକ ଜଣା ପଡୁଛି I ଦୁଇ କିଲୋମିଟର ଦୂରରେ ଥିବା ଗୋଟିଏ ଔଷଧ ଦୋକାନରୁ ସେହି ରାତିରେ ଜଣେ ବୁର୍ଖା ପିନ୍ଧା ମହିଳା କିଛି ଔଷଧ କିଣିଥିଲେ I ସିଏ ଯେଉଁ ଦୁଇ ଚକିଆ ଗାଡ଼ିରୁ ଓଲ୍ହେଇଥିଲେ ତାହା ଅନ୍ଧାରରେ ଥିଲା ତେଣୁ ତାହାର ଗାଡି ନମ୍ବର ପ୍ଲେଟ ଦେଖି ପାରି ନଥିଲେ ଦୋକାନୀ ଜଣକ ଇ ତାଙ୍କର ହାତରେ କିଛିଟା କ୍ଷତ ଥିଲା I କହିଥିଲା ତାଙ୍କର କୁକୁର ରାମ୍ପୁଡ଼ି ଦେଇଥିଲା I ମହିଳା ଜଣକର ମୁଁହ  ପୁରା ପୁରୀ ସ୍ପଷ୍ଟ ନଥିଲେ ମଧ୍ୟ ଦୋକାନୀ ତାଙ୍କୁ  ବୋଧ ହୁଏ ଚିହ୍ନି ପାରିବେ ବୋଲି କହୁଛନ୍ତି  ," କନଷ୍ଟେବଲ କହିଲେ ଆଉ ପଚାରିଲେ , "କିନ୍ତୁ ଆପଣ ଜାଣିଲେ କେମିତି ସାର?" 

"ମୃତାର ପର୍ସରୁ ମିଳିଥିଲା ରିତାର ଫୋଟଟିଏ I କିନ୍ତୁ ରିତା ସେଥିରେ ବୁର୍ଖା ପିନ୍ଧିଥିଲା," ଇନ୍ସପେକ୍ଟର କହିଲେ Iଆଉ ମୁଁ ରିତାକୁ ପଚାରିଲାରୁ ସିଏ କହିଲା ସିଏ କେବେ ବୁର୍ଖା ପିନ୍ଧେନି!"

"ରିତା ମିଛ କହୁଛି ସାର, କୌଣସି ଅପରାଧୀ ନିଜର ଅପରାଧକୁ ସହଜରେ ମାନେ ନାହିଁ, " କନଷ୍ଟେବଲ କହିଲେ I 

"ଆଉ ଗୋଟିଏ ଆଇଡେଣ୍ଟିଫିକେସନ ପ୍ୟାରେଡ଼ କରିବାକୁ ପଡ଼ିବ,ସେହି ଦୋକାନୀକୁ ଡାକିବାକୁ ପଡ଼ିବ I  ସେଇଥିରୁ ଜଣାପଡ଼ିଯିବ ରିତା  ମିଛ କହୁଛି ନା  ସତ I ଯଦି ଦୋକାନୀ  ଚିହ୍ନି ଦେଲା ତାହା ହେଲେ କେସ ସିଲ I ସାର ଠିକ ବୋଲି ଜାଣିବା I ଭିକାରିଟା  ସମୟ ଭୁଲ କହିଛି ଯାହା ଅସମ୍ଭବ ନୁହେଁ I ଏମିତିରେ ବି ସିଏତ କହିଛି ଅନୁମାନରେ ରାତି ଦଶଟା, " ଇନ୍ସପେକ୍ଟର ସାହୁ କହିଲେ  I "କିନ୍ତୁ ଯାହା ହେଲେ ମଧ୍ୟ ଫେରାର ହୋଇଥିବା ବ୍ୟକ୍ତିକୁ ଖୋଜିବାକୁ ପଡିବ କାରଣ ସିଏ ମଧ୍ୟ ଏହି କେସରେ ସମ୍ପୃକ୍ତ I ସହରର ସବୁ ହୋଟେଲରେ ତଦନ୍ତ କର ଏହି ସପ୍ତାହ ଭିତରେ କିଏ ନୂଆ ଆସିଛନ୍ତି କି? ଯଦି କିଛି ସନ୍ଦେହଜନକ ଦିଶେ କି  ମିଳେ ତୁରନ୍ତ ଥାନାକୁ ଖବର କରିବେ  ମୋତେ ସବୁ ଠାରୁ ବ୍ୟସ୍ତ କରୁଛି, ମୃତାର ପର୍ସରେ ଥିବା ରିତାର ଛବି I ରିତା ବିଷୟରେ ଅଧିକ କିଛି ଜାଣି ଯାଇଥିଲା କି ସୁନିତା ?"

ରିତାକୁ ଡାକିଲ ଏଠାକୁ,ଆଉ ଟିକେ ଜେରା କରିବା I 

ନିଜ ପକେଟ୍ ରେ  ଥିବା ଗଟିଏ ଛୋଟ ଲୋକେଟକୁ ବାହାର କଲେ ଇନ୍ସପେକ୍ଟର ସାହୁ I 

"ଏଇଟା କଣ ସାର?" କନଷ୍ଟେବଲ ପଚାରିଲେ I 

"ହତ୍ୟାର ଅସ୍ତ୍ର ଖୋଜିବାକୁ ଗଲା ବେଳେ ଏଇଟା ଆଖିରେ ପଡିଥିଲା I ମିତାକୁ ପଚାରିଲି ଏଇଟା କାହାର ସିଏ କହିଲା ହୁଏତ ରିତାର କାରଣ ଠିକ ଏମିତି ଲୋକେଟ ରିତାର ଅଛି I ମିତା ମଧ୍ୟ ଠିକ୍ସ ଏମିତି ଲକେତ୍ତ ଟିଏ ପିନ୍ଧିଥିଲା I କିନ୍ତୁ ମୁଁ ତ ଏବେ ଏବେ ଦେଖିଲି ଏମିତି ଲକେଟ ରିତା ପିନ୍ଧିଛି !"

କିଛି ସମୟ ମଧ୍ୟରେ ରିତା ଆସି ଯାଇଥିଲା ଆଉ ଲୋକେଟ୍ ତାଙ୍କ ଘରର ବୋଲି କହିଥିଲା I ଆଲମାରୀ ପ୍ରାୟ କେହି କେବେ ଏତେ ଭଲ ଭାବରେ ଖୋଲି ନାହାନ୍ତି ତେଣୁ ଆଉ ଗୋଟିଏ ଲୋକେଟ  ଥିବାର ସିଏ ଜାଣି ନଥିଲା I ନିଜ ବେକରେ ଥିବା ଲୋକେଟକୁ ଦେଖେଇଥିଲା ମଧ୍ୟ I ରିତା ପୁଣି କହିଲା,"  ହଁ ମା ଟିକିଏ ଅନ୍ଧ ବିଶ୍ୱାସୀ ଥିଲା I ବେଳେ ବେଳେ କହେ ମୋର ହାତରେ ତିନିଟା ସନ୍ତାନର ପାଳନ ଯୋଗ ଅଛି Iବୋଧ ହୁଏ ତିନିଟା ଲୋକେଟ  ତିଆରି କରିଥିବ I କିନ୍ତୁ ଭାଇଟିଏ ହୋଇଥିବାରୁ ଆଉ ଲୋକେଟଟି ଝିଅ ପିଲାଙ୍କ ଷ୍ଟାଇଲରେ ଥିବାରୁ ପିନ୍ଧେଇ ନଥିବ I ମାଆ ର ଆଲମାରୀ ପ୍ରାୟ କେହି ଖୋଲନ୍ତି ନାହିଁ I"


ନିଜ  ପକେଟରୁ ରିତାର ଫୋଟୋ ବାହାର କଲେ ଇନ୍ସପେକ୍ଟର ସାହୁ ଆଉ ରଖିଲେ ତାହାର ଆଗରେ I " ତୁମେ ତ କହିଥିଲ ତୁମେ କେବେ ବୁର୍ଖା ପିନ୍ଧା ନାହିଁ ବୋଲି, ଏ ଫୋଟୋ କୁଆଡୁ ଆସିଲା?" ପଚାରିଲେ ଇନ୍ସପେକ୍ଟର ସାହୁ  I 

ଆଶ୍ଚର୍ଯ୍ୟ ଯୋଇଗଲା ନିଜର ଫୋଟୋ ଦେଖିକି ରିତା I ଭୟରେ ତାହାର ହାତ ଥରିବାକୁ ଲାଗିଲା I ଫୋଟଟିକୁ ନେଇକି ବହୁତ ସମୟ ପର୍ଯ୍ୟନ୍ତ ଦେଖିଲା I ତାକୁ ଚାହିଁ ଥାଆନ୍ତି ଇନ୍ସପେକ୍ଟର ସାହୁ ଆଉ କନଷ୍ଟେବଲ I 

କିଛି ସମୟ ପରେ ରିତା କହିଲା, " ସାର  ଦେଖନ୍ତୁ ଭଲକି I ଏହି ସ୍ତ୍ରୀର ଆଖି ଡୋଳାରେ ଗୋଟିଏ କୋଣରେ ଛୋଟ ତିଳଟିଏ ଅଛି  I ମୋର ନାହିଁ କି ମିତାର ମଧ୍ୟ ନାହିଁ !"

ତାହାର ହାତରୁ ଫୋଟୋ ନେଇ ଇନ୍ସପେକ୍ଟର ସାହୁ ଦେଖିଲେ ଆଉ ମୁଣ୍ଡ ଟୁଙ୍ଗାରିଲେ I 

"ଚଢ଼ାଉ ପାଇଂ ପ୍ରସ୍ତୁତ କର ଟିମକୁ ବହୁତ ଜାଗାକୁ ଯିବାକୁ ପଡିବ I" ନିର୍ଦ୍ଧେଶ ଦେଲେ ସହକର୍ମୀଙ୍କ I 

 

ୱାଏରଲେସର ରିଂ ଶୁଣିକି କନଷ୍ଟେବଲ କଥା ବାର୍ତ୍ତା ହେଲେ I 

"ସାର 'ହୋଟେଲ ଫିଉଚର'ରୁ କଲ  ଆସିଥିଲା I ରୁମ 202 ରେ ଜଣେ ବୁର୍ଖା ପିନ୍ଧା ସ୍ତ୍ରୀ ଲୋକର ମୃତ ଦେହ  ମିଳିଛି ଆଉ କିଛି ଧଳା ପଦାର୍ଥ ମଧ୍ୟ ପଡ଼ିଛି I ହୋଟେଲ ଷ୍ଟାଫ ସମସ୍ତଙ୍କୁ ମ୍ୟାନେଜେର ଏକାଠି  କରି ସାରିଛି I ସେମାନ ବ୍ୟସ୍ତ ହେଇ ପଡିଛନ୍ତି I"

"ଆଉ ଅଧିକ ଜାଗାକୁ ଯିବାକୁ ପଡ଼ିବନି ତାହା ହେଲେ ଚଢ଼ାଉ ପାଇଁ, ଡଗ୍  ସ୍କ୍ୱାଡ ବି ରେଡି କର ଆଉ ମୁଁ ସାର୍ଙ୍କୁ ଭେଟ କରିକି ଆସିବି ପନ୍ଦର  ମିନିଟରେ ତାଙ୍କର ପରାମର୍ଶ ନେଇକିI  ହୁଏତ ଆମେ ଏକ ବହୁତ ବଡ ଗ୍ୟାଙ୍ଗ ସହ ଡୀଲ କରୁଛେ," ଇନ୍ସପେକ୍ଟର ସାହୁ କହିଲେ," ଏହି ଫୋଟଟି ସେହି ମହିଳାର ବୋଧ ହୁଏ," ଫୋଟଟିକୁ ଦେଖେଇ ଇନ୍ସପେକ୍ଟର ସାହୁ କହିଲେ  I 

"କେମିତି ଜାଣିଲେ ସାର," ପଚାରିଲେ କନଷ୍ଟେବଲ I 

"ହୁଏତ ସୁନିତା ଜାଣି ପାରିଥିଲା ସବୁ ଷଡ଼ଯନ୍ତ୍ର I ସେହି ଝିଅଟିଏ ବୋଧେ ରୁକସାନା ଯାହାକୁ ଗ୍ୟାଙ୍ଗ ବିଭିନ୍ନ ଅପରାଧରେ ଶାମିଲ କରି ଥାଆନ୍ତା I କିନ୍ତୁ ଏହି ଘଟଣାଗୁଡିକ କିଛି ଅନ୍ୟ ମୋଡ ନେଇଗଲା ସେମାନଙ୍କ ଦୁର୍ଭାଗ୍ୟ ଯୋଗୁଁ I ହୁଏତ ସବୁ ଅପରାଧ କରିବା ପରେ ସେମାନେ ଫେରି ଯାଇଥାଆନ୍ତେ ବାଙ୍ଗଲାଦେଶ ଆଉ ଆମେ ମାନେ ରିତାକୁ ଅପରାଧୀ ଭାବି କେସ କ୍ଲୋଜ କରି ଥାଆନ୍ତୁ ! କିନ୍ତୁ ଏଇଟା ତ ଏବେ ଜଟିଳ ହୋଇଗଲା I ଏହା ତ ଆରମ୍ଭ ମାତ୍ର I ଯଦି ସେହି ହୋଟେଲରେ ମରି ପଡିଥିବା ମହିଳାଟି ଏହି ଫୋଟୋରେ ଥିବା ମହିଳା, ତାହା ହେଲେ ସମସ୍ୟାର ସମାଧାନ ଯେତକି କି ହେଲା ସେତିକି ଅଧିକ ଜଟିଳ ହେଲା ମଧ୍ୟ ! କେଉଁ ଗ୍ୟାଙ୍ଗ ରେ କାମ କରୁଛି ରୁକସାନା ?କଣ ସେହି ଗ୍ୟାଙ୍ଗର କାରସାଦି ଆଉ ଲକ୍ଷ? ମିଳିଥିବା ସବୁତ ଅନୁସାରେ ମୋର ଧାରଣା ରିତାର ଗୋଟିଏ ଭଉଣୀ ବାଂଗଲା ଦେଶରେ ରହି ଯାଇଥିଲା .ସେମାନେ ତିନି ଭଉଣୀ ଅଟନ୍ତି  ଜାଅଁଳା ନୁହଁନ୍ତି I କୌଣସି ଗ୍ୟାଙ୍ଗ ଏହାର ସୁର୍ଖ ପାଇଁକି ଏହି ତଥ୍ୟର ଫାୟଦା ନେଉଛି ଏବଂ ରୁକସାନାକୁ ବ୍ୟବହାର କରୁଛି ଅପରାଧ କରିବା ଲାଗି, ରତର ଚାରିରା ସହ ପରିଚିତ ଥିବାରୁ  I ସୁନିତା ହୁଏତ ଏହି ସବୁ ବିଷୟରେ ଜାଣିଗଲା ତେଣୁ ତାକୁ ସେମାନେ ହତ୍ୟା କରିଛନ୍ତି! "

ବାହାରେ ପୋଲିସ ଭ୍ୟାନନ ରେଡି ହୋଇ ସାରି  ଥିଲା ଆଉ ଇନ୍ସପେକ୍ଟର ସାହୁ ବାହାରିଗଲେ ନିଜର ବରିଷ୍ଠ ଅଧିକାରୀଙ୍କ ପାଖକୁ  ରିତା ଅପରାଧୀ ନ ହେବାର ସମ୍ଭାବନା ର ପ୍ରମାଣ ସହିତ I 


Rate this content
Log in

Similar oriya story from Thriller