STORYMIRROR

Bidyut lata Mishra

Tragedy Inspirational

3  

Bidyut lata Mishra

Tragedy Inspirational

ଶୂନ୍ୟତା

ଶୂନ୍ୟତା

1 min
261


  ପିଲାଟି ଛାତ ଉପରେ ଦେଖୁଥିଲା ମା କାଉଟି ତା ଚଞ୍ଚୁରେ କିଛି ଖାଦ୍ୟ ଆଣି ଛୁଆ କାଉଟି ଚଞ୍ଚୁରେ ଦେଉଛି। ପିଲାଟି ମନେ ପକାଉଥିଲା ମାଆ କୋଳର ଉଷ୍ଣତାକୁ କାହିଁ ମନେ ପଡୁନଥିଲା । ଦୂର ବସ୍ତିରେ ପିଲାଟିକୁ କାନ୍ଧରେ ବସାଇ ତା ବାପା ବୁଲାଉଥିବା ଦେଖି ଭାବୁଥିଲା ବାପାଙ୍କ କାନ୍ଧରେ ବସି ମେଳା ଦେଖିବାର ଖୁସିଟା କେମିତି ହୋଇଥିବ।

   ଅନେକ ଭାବନା ଶୂନ୍ୟରେ ମିଳାଇ ଯାଉଥିଲା ଯେମିତି କାଉଟି ଆକାଶରେ ଉଡୁ ଉଡୁ ମିଶିଯାଏ ଶୂନ୍ୟରେ। ଦୁନିଆରେ ସବୁକିଛି ଶୂନ୍ୟଭାବି ପିଲାଟି ପାଲଟି ଯାଉଥିଲା ଶୂନ୍ୟତାର ମେସିନ ଟିଏ।

    ସମାଜରେ ଏହି ଯୁବ ପିଢ଼ିର ଶୂନ୍ୟତାର କଡା ନିନ୍ଦା ହେଉଥିଲା। ଯୁବ ସମାଜ ଉପରେ ଅଜାଡି ହେଉଥିଲା ଅଜସ୍ର ଗାଳି। ପିଲାଟିର କିନ୍ତୁ ଭ୍ରୁକ୍ଷେପ ନଥିଲା କେଉଁଥିରେ....

ତା ଉପରେ ବି ପ୍ରଶ୍ନ ଉଠିଲା....


-ବାପା ମା କିଛି ଶିଖେଇ ନାହାନ୍ତି ତୁମକୁ?


-ନା...


-ତ ,ସେମାନେ କରୁଥିଲେ କଣ?


-ରୋଜଗାର...


-କାହାପାଇଁ ??


-ଜାଣିନି ,କିନ୍ତୁ କହୁଥିଲେ ମୋର ପାଇଁ।


-ଆଛା କଣ ରୋଜଗାର କଲେ?


-ଶୂନ୍ୟତା ,ବାସ୍ ମେଞ୍ଚାଏ ଶୂନ୍ୟତା।


ପିଲାଟିର ଉତ୍ତରରେ କିଛି ପାଦ ଅଟକି ଗଲେ,କିଛି ଦୌଡୁଥିବା ପିତା କିଛି କ୍ଷଣ ଭାବବିହ୍ଵଳ ହୋଇଗଲେ,କାର୍ଯ୍ୟବ୍ୟସ୍ତ ମାଆ ମାନେ କିଛି ସମୟ ପାଇଁ ନିଜ ପିଲାଙ୍କୁ କୋଳରେ ନେବାକୁ ଚାହିଁଲେ କିନ୍ତୁ......


ବହୁତ ଡେରି ହୋଇଯାଇଥିଲା ସେତେବେଳକୁ ;ପିଲାଙ୍କ ନିରୀହ ଶୈଶବ ଶୂନ୍ୟରେ ମିଶିଯାଇଥିଲା। ପିତା ମାତାଙ୍କ ମିଳିତ ରୋଜଗାରରେ ପିଲାଟି ହୋଇଯାଇଥିଲା ସେତେବେଳେ ଖାଲି ଭାଵଶୂନ୍ୟ ଶୂନ୍ୟତାର ମେସିନଟିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy