Arjuni charan Behera

Inspirational Others

3  

Arjuni charan Behera

Inspirational Others

ଶୃତକୀର୍ତ୍ତିଙ୍କ କୀର୍ତ୍ତି

ଶୃତକୀର୍ତ୍ତିଙ୍କ କୀର୍ତ୍ତି

2 mins
11


   

ପିତୃସତ୍ୟ ପାଳନକରି ପ୍ରଭୁ ଶ୍ରୀରାମ ଚଉଦ ବର୍ଷ ବନବାସରେ ଚାଲି ଯାଇଛନ୍ତି l ପ୍ରଭୁଙ୍କ ପାଦୁକା ପୂଜାକରି, ନନ୍ଦୀଗ୍ରାମରେ ସନ୍ନ୍ୟାସୀ ଭରତ ଶାସନ କରୁଛନ୍ତି ରାମଶୂନ୍ୟ ଅବଧ ପୁରୀକୁ l କୁମାର ଶତ୍ରୁଘ୍ନ ତାଙ୍କ ନିର୍ଦ୍ଦେଶରେ ରାଜ୍ୟ ପରିଚାଳନା କରୁଛନ୍ତି l ଏପରି ବିତି ଯାଇଛି ଅନେକ ଦିନ l

ଦିନକର କଥା l ଦିନେ ରାତ୍ରିର ବିଳମ୍ବିତ ପ୍ରହରରେ ମାତା କୌଶଲ୍ୟାଙ୍କୁ ଲାଗିଲା ପ୍ରାସାଦ ଛାତ ଉପରେ ଯେପରି କେହି ଜଣେ ବିଚରଣ କରୁଛି l ଚାଉଁ କରି ମାତାଙ୍କ ନିଦ ଭାଙ୍ଗିଗଲା l ସେ ଦୋଉଡ଼ି ଯାଇ କିଏ କିଏ ବୋଲି ଚିତ୍କାର କରିବାକୁ ଲାଗିଲେ l କିନ୍ତୁ ସେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ l ସେ ଥିଲେ ମାତାଙ୍କ ସାନ ବୋହୁ ଶୃତିକୀର୍ତ୍ତି l କୁମାର ଶତୃଘ୍ନଙ୍କ ପତ୍ନୀ l 

କୌଶଲ୍ୟା ତାଙ୍କୁ ତଳକୁ ଡାକି ପଚାରିଲେ l ଆରେ ମାଆ ଶୃତି ! ତୁ ଏତେ ରାତିରେ ଏଠି କଅଣ କରୁଛୁ l କଅଣ ତୋତେ ନିଦ ଲାଗୁ ନାହିଁକି ? କୁଆଡ଼େ ଅଛି ପୁତ୍ର ଶତୃଘ୍ନ ? ଶୃତକିର୍ତ୍ତି ମାଆଙ୍କର କଥା ଶୁଣି ଆଉ କୋହ ସମ୍ଭାଳି ନପାରି କାନ୍ଦି କାନ୍ଦି ତାଙ୍କ କୋଳରେ ଲୋଟି ପଡ଼ିଲେ l ଯୋଡ଼ ହସ୍ତ ହୋଇ ମାଆ କୌଶଲ୍ୟାଙ୍କୁ ସେ କହିଲେ, "ମାଆ ! ତାଙ୍କ ସହ ମୋର ଶେଷ ଦେଖା ତେରବର୍ଷ ତଳେ ହୋଇଥିଲା l ମାଆ କୌଶଲ୍ୟାଙ୍କ ହୃଦୟ ଦୁଖରେ ଫାଟି ପଡ଼ିଲା l ମାଆ କୌଶଲ୍ୟା ସମସ୍ତଙ୍କୁ ଡାକପକାଇଲେ l ଅର୍ଦ୍ଧ ରାତ୍ରିରେ ପାଲିଙ୍କି ପ୍ରସ୍ତୁତହେଲା l ଶତୃଘ୍ନ କେଉଁଠାରେ ଅଛନ୍ତି ! ଖୋଜିବା ପାଇଁ ମାତା କୌଶଲ୍ୟା ବାହାରି ପଡ଼ିଲେ l ମାତା ଖୋଜି ଖୋଜି ଯାଇ ନନ୍ଦିଗ୍ରାମରେ ପହଞ୍ଚିଲେ l ଆଶ୍ଚର୍ଯ୍ୟ ହୋଇ ସେ ଦେଖିଲେ ରାମଙ୍କ ପାଦୁକା ପୂଜା ପାଉଥିବା କକ୍ଷ ଦ୍ଵାର ଦେଶରେ ହାତ ଦୁଇଟିକୁ ତକିଆ କରି ଶୋଇଛନ୍ତି ପୁତ୍ର ଶତ୍ରୁଘ୍ନ l ଶତୃଘ୍ନଙ୍କ ମୁଣ୍ଡ ପାଖରେ ବସିପଡ଼ିଲେ ମାତା l ତାଙ୍କ ମୁଣ୍ଡକୁ ଧିରେ ଧିରେ ଆଉଁସି ଦିଅନ୍ତେ, ଶତୃଘ୍ନଙ୍କ ନିଦ ଭାଙ୍ଗିଗଲା l ସେ ମାଆଙ୍କୁ ପାଖରେ ବସିଥିବା ଦେଖି ଉଠି ପଡ଼ି ପ୍ରଣାମ କରି କହିଲେ, "କଅଣ ହୋଇଛି ମା' l ଏତେ ରାତିରେ ଆପଣଙ୍କୁ ଆସିବା ପାଇଁ ପଡ଼ିଲା l ଆପଣ ତ ମୋତେ ଡାକି ନେଇପାରି ଥାନ୍ତେ l ମା' କୌଶଲ୍ୟା କୋହଭରହୋଇ କହିଲେ, ପୁତ୍ର ଶତ୍ରୁଘ୍ନ ! କହ ତୁ ଏଠି କାହିଁକି ? ଶତୃଘ୍ନ କଇଁକଇଁ କାନ୍ଦିଉଠି କହିଲେ, ମାଆ ! ଭ୍ରାତା ରାମ ପିତାଙ୍କ ଆଜ୍ଞାରେ ବଣକୁ ଚାଲି ଗଲେ l ଭ୍ରାତା ଲକ୍ଷ୍ମଣ ମଧ୍ୟ ତାଙ୍କ ପଛେ ପଛେ ଚାଲିଗଲେ l ଭ୍ରାତା ଭରତ ନନ୍ଦୀ ଗ୍ରାମରେ ସନ୍ନ୍ୟାସୀ ଜୀବନ ଅତିବାହିତ କରୁଛନ୍ତି l ତେବେ କୁହ ମାତା, ବିଧାତା କଅଣ ଏହି ସମସ୍ତ ରାଜ ଐଶ୍ୱର୍ଯ୍ୟ ମୋରି ପାଇଁ ରଖିଥିଲା lମମତାମୟୀ ମାତାଙ୍କ ମୁଖରୁ ଆଉ କୌଣସି ବାକ୍ୟ ସ୍ଫୁରିଲା ନାହିଁ l ନିରୁତ୍ତର ରହି ସେ ଫେରି ଆସିଲେ l ମନେମନେ ଭାବୁଥିଲେ, ସର୍ଵଗୁଣଧାମ ରାମ ଯେଉଁ କୂଳରେ ସମ୍ଭବ ସେଠି ସମସ୍ତେ ରାମମୟ l

        !!! ଜୟ ଶ୍ରୀରାମ !!!

      


Rate this content
Log in

Similar oriya story from Inspirational