ଶ୍ରୀରାଧାଙ୍କ ସଖୀ ତୁଙ୍ଗବିଦ୍ୟା
ଶ୍ରୀରାଧାଙ୍କ ସଖୀ ତୁଙ୍ଗବିଦ୍ୟା
ଶ୍ରୀରାଧାଙ୍କ ସଖୀ ତୁଙ୍ଗବିଦ୍ୟା
===============
ଶ୍ରୀରାଧାଙ୍କ ଅଷ୍ଟସଖୀଙ୍କ ମଧ୍ୟରେ ଅନ୍ୟତମା ପ୍ରିୟ ସଖୀ ଥିଲେ, ନୃତ୍ୟ, ସଂଗୀତ ନିପୂଣା ତୁଙ୍ଗବିଦ୍ୟା l ବରିଷ୍ଠ ଗୋପୀମାନଙ୍କ ମଧ୍ୟରେ ତାଙ୍କ ସ୍ଥାନ ଥିଲା ପଞ୍ଚମ l ସେ ଥିଲେ ପୁଷ୍କର ଗୋପଙ୍କ କନ୍ୟା l ତାଙ୍କ ମାତାଙ୍କ ନାମ ମେଧାଦେବୀ l ସ୍ଵାମୀଙ୍କ ନାମ, ବାଳିଶ l ସେ କୁଙ୍କୁମ ବର୍ଣ୍ଣି l ତାଙ୍କ ଦେହର ରଙ୍ଗ କୁଙ୍କୁମ, କର୍ପୁର, ଚନ୍ଦନ ମିଶା l ସେ ପୀତ ବସନା l
ସେ ଖୁବ୍ କୋପିସ୍ଵଭାବର l ସେ ଅଷ୍ଟାଦଶ ବେଦ ବିଦ୍ୟାରେ ପାରଙ୍ଗମ ବୋଲି, କୁହା ଯାଏ l ତେଣୁ ତାଙ୍କ ନାମ ତୁଙ୍ଗବିଦ୍ୟା l
ତୁଙ୍ଗବିଦ୍ୟାଙ୍କ ନୃତ୍ୟ,ବାଦ୍ୟ,ଗୀତକୁ ନେଇ ଏକ ଗୋପୀଯୁଥ ଅଛି, ଯାହାକୁ ପରିଚାଳନା ସେ ନିଜେ କରି ଥାନ୍ତି l ସେ ରାସଶାସ୍ତ୍ର ଓ ନୀତିଶାସ୍ତ୍ର ନିପୂଣା l ରାଧା କୃଷ୍ଣଙ୍କ ନୈସର୍ଗିକ ପ୍ରେମ ଲୀଳା ଉପରେ ତାଙ୍କର ଥିଲା ଅତୁଟ ବିଶ୍ୱାସ l ରାଧା କୃଷ୍ନଙ୍କୁ ମିଳନ କରାଇବାରେ ତାଙ୍କର ଖୁବ୍ ଦକ୍ଷତା ମଧ୍ୟ ଥିଲା l ସେ ବୀଣା ବଜାଇବାରେ ଖୁବ୍ ଧୂରନ୍ଧର l କୁହାଯାଏ ସେ ଯେତେବେଳେ ମାର୍ଗ ରାଗରେ ବୀଣାରେ ଧୂନ୍ ତୋଳନ୍ତି ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ସହିତ ସମସ୍ତ ଗୋପୀ ଆଉ ନନାଚି ରହି ପାରନ୍ତି ନାହିଁ l ତାଙ୍କ ଦଳରେ, ମଞ୍ଜୁମେଧାଙ୍କ ନେତୃତ୍ୱରେ ଆଠଜଣ ଗୋପୀ ଶ୍ରୀରାଧା କୃଷ୍ଣଙ୍କ ମଧ୍ୟରେ ବିରହର ସମାଧାନ କରିଥାନ୍ତି l ତାଙ୍କ ଦଳରେ ଥିବା ସବୁ ଗୋପୀଙ୍କ ସେ ଶିକ୍ଷା ଗୁରୁ l
ବୃନ୍ଦାବନର ମଦନ ସୁଖଣ୍ଡ କୁଞ୍ଜର ପଶ୍ଚିମ ଦିଗକୁ ରହିଛି ଅତିସୁନ୍ଦର ତୁଙ୍ଗବିଦ୍ୟା କୁଞ୍ଜ l ଏହା ତୁଙ୍ଗବିଦ୍ୟାନନ୍ଦଦାକୁଞ୍ଜ ଭାବେ ପ୍ରସିଦ୍ଧ l ଯେଉଁ ଭାବରେ ସେ ସେଠାରେ ବିରାଜ ମାନ କରିଛନ୍ତି ତାକୁ ବିପ୍ରଲବ୍ଧ ଭାବ ବୋଲି କୁହା ଯାଏ l କୃଷ୍ଣଙ୍କୁ ପାଇବାର ଏହା ଏକ ପ୍ରବଳ ଭାବ ବୋଲି ଜଣା l
ମୋଟରେ କହିଲେ ସଖୀ ତୁଙ୍ଗବିଦ୍ୟାଙ୍କ କାର୍ଯ୍ୟ ହେଲା ସଂଗୀତ ନୃତ୍ୟକରି ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ମନୋରଂଜନ କରିବା l
ତୁଙ୍ଗବିଦ୍ୟାଙ୍କୁ ମାଆ ପାର୍ବତୀଙ୍କ ଅବତାର ବୋଲି ଅଭିହିତ କରାଯାଏ l ଶ୍ରୀରାଧାଙ୍କ ଜନ୍ମସ୍ଥାନ ବର୍ସାନାର ଦକ୍ଷିଣ ଦିଗକୁ ଛଅ କିଲୋମିଟର ଦୂରରେ ରହିଛି ତୁଙ୍ଗବିଦ୍ୟାଙ୍କ ଜନ୍ମସ୍ଥାନ ଡଭାଲା ଗ୍ରାମ l
ବରସାନାର ଆଠ କିଲୋମିଟର ଦକ୍ଷିଣକୁ ରହିଛି ରଙ୍କୋଲି ଗ୍ରାମ l ଏହା ଶ୍ରୀରାଧାଙ୍କ ଅନ୍ୟ ଜଣେ ସଖୀ ରଙ୍ଗଦେବୀଙ୍କ ଜନ୍ମ ସ୍ଥାନ l
ତୁଙ୍ଗବିଦ୍ୟାଙ୍କ ଜନ୍ମ ଦିବସ ଭାଦ୍ରବ ଶୁକ୍ଳ ପଞ୍ଚମୀ l ଏହାକୁ ତୁଙ୍ଗବିଦ୍ୟା ପଞ୍ଚମୀ ଭାବେ ବୈଷ୍ଣବ ଭକ୍ତ ମାନେ ପାଳନ କରିଥାନ୍ତି l ଡଭାଲା ଠାରେ ଏକ ଛୋିଟିଆ ପାହାଡ଼ ଉପରେ ରହିଛି ତୁଙ୍ଗବିଦ୍ୟାଙ୍କ ମନ୍ଦିର l ତୁଙ୍ଗବିଦ୍ୟା, ରାଧାଙ୍କ ଠାରୁ ବୟସରେ ତିନିଦିନ ବଡ଼l ରଙ୍ଗଦେବୀ ପାଞ୍ଚ ଦିନ ସାନ l ତୁଙ୍ଗବିଦ୍ୟାଙ୍କ ଯୁଥରେ ଥିବା ସଖୀ ମାନଙ୍କର ନାମ ମଞ୍ଜୁମେଧା, ସୁମଧୁରା, ସୁମେଧା,ମଧୁରେଖା, ତନୁମଧ୍ୟା, ମଧୁଛନ୍ଦା, ଗୁଣଚୂଡ଼ା ଓ ବରାଙ୍ଗଦା l ବ୍ରଜ ଭୂମିରେ ତୁଙ୍ଗବିଦ୍ୟାଙ୍କ ଜନ୍ମସ୍ଥାନ ଏକ ପ୍ରମୁଖ ବୈଷ୍ଣବ ତୀର୍ଥ ବୋଲି ଗଣ୍ୟ ହୋଇ ଥାଏ l ବ୍ରଜ ମଣ୍ଡଳ ଦର୍ଶନାର୍ଥୀ ବୈଷ୍ଣବ ଭକ୍ତ ଗଣ ତୁଙ୍ଗବିଦ୍ୟା ଦେବୀଙ୍କ ଦର୍ଶନକୁ କେବେ ହାତଛଡ଼ା କରି ନଥାନ୍ତି l
!!! ଜୟ ଦେବୀ ତୁଙ୍ଗବିଦ୍ୟା !!!
🙏🙏🙏
ଅର୍ଜୁନୀ
----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
