Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Aravinda Das

Comedy Romance

3  

Aravinda Das

Comedy Romance

ଶ୍ରାବଣର ସ୍ମୃତି

ଶ୍ରାବଣର ସ୍ମୃତି

3 mins
573



ଆକାଶକୁ ଅନାଇଲା ବିନୋଦ। ମେଘଭରା ଶ୍ରାବଣ ଆକାଶ।କିଛି ସମୟ ପରେ ହୁଏତ ମେଘ ବର୍ଷିବା ଆରମ୍ଭ ହୋଇଯିବ।ବାଲକୋନିରେ ବସି ବର୍ଷାକୁ ଉପଭୋଗ କରିବାର ମଜା ହିଁ ନିଆରା। ବ୍ୟାକଗ୍ରାଉଣ୍ଡରେ ହାଲକା ସଙ୍ଗୀତ ଆଉ ହାତରେ ଚା କପ କିମ୍ବା ହ୍ବିସ୍କି ଗ୍ଲାସ।          


ସେତିକିବେଳେ ଯଦି ଶ୍ରାବଣର ରିମ ଝିମ ଆରମ୍ଭ ହୁଏ....ମନେ ପଡ଼ିଗଲା ହିନ୍ଦୀ ଗୀତ,"ରିମ ଝିମ୍ ଗିରେ ସାୱନ.....। ଓଡ଼ିଆ ଗୀତ,"ମେଘ ବରଷିଲା ଟୁପୁରୁ ଟାପୁରୁ କେଶୁର ମାଇଲା ଗଜା.....

ହାଠାତ୍ ବିଜୁଳି ଚମକିଲା ଆକାଶରେ। ପଛପଟୁ ସୀମାର ସ୍ବର


- ତମେ ଏଯାଏଁ ବାହାରିନ ? ଆଜି ପରା ଆମ ଲେଡିଜ ମାନଙ୍କର ସାୱନ ଗେଟ ଟୁଗେଦର ଅଛି ବୋଲି ସକାଳୁ କହିଥିଲି।ମିସେସ୍ ଅଗ୍ରୱାଲ ଓ ରାଠୋଡ଼ ଫୋନରେ ବ୍ୟସ୍ତ କରିଦେଲେଣି।ଏମିତି ଭୂତଙ୍କ ଭଳି ଠିଆ ହୋଇ କଣ ଭାଵ ତମେ ?


 ଚମକି ବୁଲିପଡ଼ି ବିନୋଦ କହିଲା,"ତମ ଲେଡିଜ ମାନଙ୍କୁ ଖାଲି ମଉକା ଦରକାର ପାର୍ଟି କରିବାର।ଶ୍ରାବଣ ହେଉ କି ବୈଶାଖ,ଭାଦ୍ରବ ହେଉ କି ଚୈତ୍ର: ସବୁ ମାସ ପାଇଁ ତିଥି ନକ୍ଷତ୍ର ଥୁଆ।ଏଇଟାତ ନର୍ଥ ଇଣ୍ଡିଆନଙ୍କ ପର୍ବ ,ତମେ କଣ କରିବ ?


- ମିସେସ୍ ଜାନକୀ ରାଓ ,ସ୍ଵାତୀ ରେଡ୍ଡୀ ବି ଆସୁଛନ୍ତି।ସାଉଥରେ ଶ୍ରାବଣ ଶୁକ୍ରବାରରେ ବରାହଲକ୍ଷ୍ମୀ ବ୍ରତ କରନ୍ତି।ନର୍ଥ ରେ ହରିୟାଲି ତିଜ୍।ଆଉ ଆମର ତ ସହଜେ ଶ୍ରାବଣ ସୋମବାର।ଶ୍ରାବଣ ପରା ଶୁଭ ମାସ।


-ଲେଡିଜ ଫଙ୍କସନ ରେ ମୁଁ କଣ କରିବି ?


- ସମସ୍ତଙ୍କ ସ୍ୱାମୀ ମାନେ ଆସୁଛନ୍ତି।ତମ ସାଙ୍ଗମାନେ ବି।ତା ଛଡ଼ା ତମ କମ୍ପାନୀ ଫଙ୍କସନରେ ଆମ କାମ କିଛି ନଥାଇ ବି ଆମକୁ ସାଙ୍ଗରେ ଟାଣିକି ନିଅ ;ମୁଁ ଯାଏ ନା ନାହିଁ ?ତା ଛଡ଼ା ଖାଇବା ବ୍ୟବସ୍ଥା ଅଛି।ଘରକୁ ଫେରି ପୁଣି ତମ ପାଇଁ ରାନ୍ଧିବି ନା କଣ ?


  କ୍ଲବରେ ପହଁଚିଲା ବେଳକୁ ସମସ୍ତେ ଆସିଯାଇଥିଲେ।ହଲରେ ଗୋଟେ ସୁସଜ୍ଜିତ ଦୋଳି,ଟେବୁଲ ଉପରେ ବିଭିନ୍ନ ରଙ୍ଗୀନ ପାଣି ଚୁଡ଼ି,ସିନ୍ଦୁର,ଗୋଟେ ପଟେ ଏକ ଠାକୁରାଣୀ ଫଟ ,ପୂଜା ସାମଗ୍ରୀ।ହୋହାଲ୍ଲା,ଚୁଡ଼ି ପିନ୍ଧା, ସିନ୍ଦୁର ଟିପା ଲଗା ହୋଇ ଦୋଳି ଖେଳ,ପୂଜା,ସାୱନ କଜରି ଗୀତରେ ମାତିଲେ ମହିଳାମାନେ।ଗୀତ ବାଜୁଥିଲା ," ସାୱନ କୋ ଆନେ ଦୋ।"


  ଆଉ ଗୋଟେ ହଲରେ ସବୁ ସ୍ୱାମୀମାନେ ଟିଭି ଓ ମୋବାଇଲରେ ବ୍ୟସ୍ତ ।


ଶୁଶାନ୍ତ ବଡ଼ ପାଟିରେ କହିଲା,"ଏଇ ଶ୍ରାବଣ ଲେଡିଜ ଫେଷ୍ଟିଭାଲ ଅର୍ଥ ହେଉଛି ସଜବାଜ,ମସ୍ତି,ସେଲ୍ଫି।ଆମ ପୁରୁଷମାନଙ୍କର କିଛି ପର୍ବ ନାହିଁ।"


 ରୁମକୁ ବୟ ହ୍ବିସ୍କି,ବିଅର ନେଇ ସର୍ଭ କରିବା ଆରମ୍ଭ କଲା।

       ହୋ ହୋ ହୋଇ ହସି ପ୍ରାଞ୍ଜଲ କହିଲା,"ହାତରେ ହ୍ବିସ୍କି ଗ୍ଲାସ ଆଉ ଚାର ୟାର ଥିଲେ ଆମର ତ ଫେଷ୍ଟିଭାଲ।ୠତୁ କଣ ଦରକାର ?ଚିଅର୍ସ।ମଦ ଗିଲାସ ଧରି କେଉଁ ପୁରୁଷ ସେଲ୍ଫି ନିଏ ?ଆମ ଆଖିରେ ଫଟ ଉଠାଉ।କିନ୍ତୁ ଯାହା କହ, ଶ୍ରାବଣ ମାସ ଦେହରେ ନିଆଁ ଲଗାଏ। "

ହ୍ବିସ୍କିରେ ଚୁମକ ଦେଇ ଦେବବ୍ରତ ,ଶୁଶାନ୍ତ କୁ କହିଲା,"କିଏ କହେ, ଶ୍ରାବଣ ହେଉଛି ବିରହର ୠତୁ।ପ୍ରାୟ ବର୍ଷା,ମେଘକୁ ଦେଖି ସମସ୍ତେ ପ୍ରଥମ ପ୍ରେମ,ପ୍ରେମିକା କିମ୍ବା ନିଜ ସ୍ତ୍ରୀ କଥା ମନେପକାନ୍ତି।କିଏ କହେ ଏହା ବି ମିଳନ ୠତୁ।"

 ବଡପାଟିରେ ବୟକୁ ଡାକି କହିଲା,"ଗଜଲ ଲଗା।ବର୍ଷା ଉପରେ କିଛି ଗଜଲ ଅଛି ?"


 ମ୍ୟୁଜିକ ସିଷ୍ଟମରେ ବାଜିଲା,"ଆଇୟେ ବାରିଷୋ କା ମୌସମ ହେ।....ପଙ୍କଜ ଉଦାସଙ୍କ ଗଜଲ।ମୁଣ୍ଡ ହଲାଉ ଥିଲେ ସମସ୍ତେ ଗୀତର ତାଳେ ତାଳେ।


- ଆରେ,ଆମ ଶୁଶାନ୍ତର ଶ୍ରାବଣୀ କଥା ଖୁବ ମାନେପଡୁଥିବ।ବିଚରା ବହୁତ ଟ୍ରାଏ କରିଥିଲା।"ଅଂଶୁମାନ ହସିଦେଇ କହିଲା।


  ଶୁଶାନ୍ତ ଟିକେ ଗମ୍ଭୀର ହୋଇ ବିନୋଦ ଆଡ଼କୁ ଚାହିଁଲା ଓ କହିଲା,"ମୁଁ ନୁହେଁ ବିନୋଦ ପଡ଼ିଥିଲା ତା ପଛରେ।ମୁଁ ସାକ୍ରି ଫାଇ କରିଦେଲି।ହେଲେ ଏଇ ନିକମା ଟା ପାରିଲାନି।"


- ପାଟି ଚୁପ୍ କର।ମୁଁ ଏତେ ସିରିଅସ ନଥିଲି।ତା ଛଡ଼ା ମୋ ବିଷୟରେ ବହୁତ ମିଛ କଥା ତୁ ଶ୍ରାବଣୀକୁ କହିଥିଲୁ।ନହେଲେ ମୁଁ ଏତେ ...


- କଣ ଅଧିକ କରିଥାନ୍ତୁ ?ଶ୍ରାବଣୀ ପରେ ଆଉ କଣ ତୁ କାହାକୁ ଭଲ ପାଇ ପାରିଲୁ ?


- ଆଉ ତୁ ?ତୁ ଯେମିତି ପଚାଶ ଟୋକିଙ୍କୁ ଲାଇନ ମାରି ଫସାଇଥିଲୁ।"କହିଲା ବିନୋଦ।


  ଅନ୍ୟମାନେ ମଜା ନେଉଥିଲେ ଏଇ କଳି ର।ଏହା ନୂଆ ନୁହେଁ।ନିଶା ଟିକେ ଚଢ଼ିଲେ ଏଇ ସାଙ୍ଗ ଦୁହେଁ ଲଢନ୍ତି।

 ଅଂଶୁମାନ ହାଠାତ୍ କହିଲା,"ଆଛା, ତମେ ଦୁହେଁ ଶ୍ରାବଣୀକୁ ଆଜି ଯାଏଁ ମନେ ରଖିଛ।ହେଲେ ସେ କଣ ତମ ଦୁଇଜଣଙ୍କୁ ଏବେ ମନେରଖିଥିବ ?ହୁଏତ ଆଜି ସେ ବି ସାୱନ ଝୁଲା ଝୁଲୁଥିବ ଖୁସିରେ।ସେ ବୁଢ଼ୀ ତମ ଦୁହିଁଙ୍କୁ ଭୁଲି ଯିବଣି।


- ବୁଢ଼ୀ କାହିଁକି ହେବ ସେ ? ତା ଫଟ ଦେଖେ ଫେସବୁକରେ।ଏବେ ବି ସେମିତି ଅଛି।ଫୋନ ବି କରେ ବେଳେବେଳେ।"ଶୁଶାନ୍ତ କହିଲା।


- ଶଳା, ତୁ ତା କଣ୍ଟାକ୍ଟରେ ଅଛୁ ,ଅଥଚ ମୋତେ କହିନୁ ?"ବିନୋଦ ପାଟି କରୁଥିଲା।


- ଆରେ ସାୱନ ଫଙ୍କସନରେ, ଆମ ଭଳି ମହିଳାମାନେ ବି ତାଙ୍କ ପ୍ରେମିକ କଥା ଭାବୁଥିବେ ?


ଚୁପ୍ ହୋଇଗଲେ ସମସ୍ତେ।କିଛି ସମୟ ପରେ ପୁଣି କଥାବାର୍ତ୍ତା,ଫୁସ୍ ଫାସ ; ନିଶା ପୁଣି ବଢ଼ୁଥିଲା।

ଖାଇସାରି ଫେରିଲା ବେଳେ ବିନୋଦ ସୀମାକୁ ପଚାରିଲା,"ଆଜି କଣ ସବୁ କଲ ?ଖିଆପିଆ,ସେଲ୍ଫି,ଡ୍ରେସ ଶାଢ଼ୀ ପ୍ରତିଯୋଗିତା ଓ ଅନ୍ୟ ନାଁରେ ଗପ ?"


- ଆମେ ସବୁ ତମ ଭଳି ନୋହୁଁ।ଶ୍ରାବଣ ଶୁକ୍ଳ ତୃତୀୟାରେ ଏଇ ହରିୟାଲି ତିଜ ରେ ସେମାନେ ଓପାସ କରନ୍ତି।ତା ପରେ ପୂର୍ଣ୍ଣିମା ଯାଏଁ ଏଇ ମଉଛଵ।ଦେଵୀ ପାର୍ବତୀ ଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ବିବାହ କରିଥିଲେ ତାଙ୍କୁ।ଏଇ ଦେଖ ମୋ ହାତରେ ରଙ୍ଗୀନ ପାଣି ଚୁଡ଼ି ଓ ମଥାରେ ସିନ୍ଦୁର।ସ୍ବାମୀର ସୁସ୍ଥ ଜୀବନ ଓ ଦାମ୍ପତ୍ୟ ଖୁସି କାମନା କରି ଏଇ ପର୍ବ ପାଳନ ହୁଏ ଓ ଆମେ କରୁଥିଲୁ।ସ୍ତ୍ରୀ ଟିଏ ଏସବୁ ମାମଲାରେ ଭାଷା,ପ୍ରଦେଶ ଭେଦଭାବ ଦେଖେନା।ଆଛା ତମେମାନେ ସବୁ କଣ କରୁଥିଲ ?"


  ବିନୋଦ ହ୍ବାଟ୍ସଅପରେ ଶୁଶାନ୍ତର ମେସେଜ୍।ଶ୍ରାବଣୀ'ର ଫେସବୁକ ପ୍ରୋଫାଇଲ ଫଟ ପଠାଇଛି ଶୁଶାନ୍ତ।

  ଶ୍ରାବଣୀ !ଛାତିରୁ ଅତଡା ଖସି ଗଲା ବିନୋଦର।

- କାହା ଫଟ ଏଇଟା ?

- ଶୁଶାନ୍ତ ର ଭଉଣୀ, ଆମେରିକା ଭିସା ପାଇଁ ଆପ୍ଲାଇ କରୁଛି।"

ବାହାରେ ବର୍ଷା ଆରମ୍ଭ ହୋଇଯାଇଥିଲା।

-ଜାଣିଛ ଆଜି ଆମେ ସମସ୍ତେ ମିଶିକି ବୋଳୁଥିଲୁ,"ସାୱନ କା ମହିନା ପୱନ କରେ ଶୋର ,ଜିଆରାରେ ଝୁମେ ଐସେ .......ଶୁଣୁଛ ମୋ କଥା ?ଶ୍ରାବଣ ର ରିମଝିମ ଧରା କେତେ ରୋମାଣ୍ଟିକ ନା ?


- ହଁ,ସତରେ ଶ୍ରାବଣ ବହୁତ କଥା ମନେ ପକାଇଦିଏ।

   କାନରେ ବ୍ଲୁ ଟୁଥ ଲଗାଇ ବିନୋଦ ଶୁଣୁଥିଲା ଗୁଲାମ ଅଲ୍ଲୀଙ୍କ ଗଜଲ,"ଚୁପକେ ଚୁପକେ ରାତ ଦିନ,ଆଂଶୁ ବାହା ନା ୟାଦ ହେ.......।ଆଖି ଆଗରେ ଅନେକ ସ୍ମୃତି...


Rate this content
Log in

More oriya story from Aravinda Das

Similar oriya story from Comedy