ଶ୍ରାବଣୀ
ଶ୍ରାବଣୀ


ଶ୍ରାବଣୀ ମୋ ନା ଦେଇଥିଲା ବୋଉ ,ଶ୍ରାବଣରେ ଜନ୍ମ ବୋଲି।ମନେ ପଡେ ପିଲାଦିନେ ବର୍ଷା ରେ ଭିଜିବାକୁ ବୋଉ ପାଖେ କରୁଥିବା ଅଳି।ଥଣ୍ଡା ଦେହ ଯୋଗୁ ବୋଉ ଅନୁମତି କେବେ ମିଳେନି।ଦେଖେ ବୋଉକୁ ଛାତ ନଳା ତଳେ ଡେକଚିରେ ପାଣି ଧରେ।
ଆମେ ବର୍ଷା ପାଗରେ ମୁଢି ମିକ୍ସଚୁର ଆଉ ପକୁଡି ବରାଦ କରୁ।ବୋଉ ଆମ ଦୁଇ ଭାଇ ଭଉଣୀ ଆଉ ବାପାଙ୍କୁ ଦିଏ।ଧୀରେ ଧୀରେ ମୁଁ ବଡ ହୁଏ ।ଆଉ ବାପା ଙ୍କ ଆସିବା ବି ସହରରୁ କମିଯାଏ।ବୋଉ ର କାମ ବଢିଯାଏ,ଘର ଖର୍ଚ ତୁଲେଇ ବାକୁ ସେ ଦୁନିଆ ଲୋକଙ୍କ ପାପ ଆଖି କୁ ଭ୍ରୁକ୍ଷେପ ନକରି ଆମ ପାଇଁ ଖାଦ୍ୟ ଯୋଗାଡ କରେ।ବାପା ଆଜିକାଲି ଆଉ ପଇସା ପଠାନ୍ତିନି।ଆମ ଘରେ ଫୋନ ବି ନଥାଏ।ଦୁଇବର୍ଷ ହୋଇଗଲା ବାପାଙ୍କୁ ଦେଖିନି। ବୋଉ ଅପାଠୋଇ କିନ୍ତୁ ମୋତେ କଲେଜରେ ପଢ଼ାଉଥାଏ।ବୋଉ ର କଷ୍ଟ ଆଉ ଦେଖିନାପରି ଦିନେ ବାହାରିଲି ଭୁବନେଶ୍ୱର।
ଭୁବନେଶ୍ୱର କୁ ଆସିବାର କେଇଦିନ ପରେ ଆରମ୍ଭ କଲି ମୋର ବାପା ଖୋଜା ଅଭିଯାନ।କିନ୍ତୁ ଥକି ଗଲି ସିନା ଖୋଜିପରିଲିନି।କିଛି ସ୍ବେଛାସେବୀ ସଂଗଠନରେ ମିଶି ସିଲାଇ କରି ଅର୍ଥ ଉପାର୍ଜନ କରି ମା କୁ ପଠାଉ ଥିଲି।ଧୀରେ ଧୀରେ ଲୋକ ପ୍ରୟତା ବଢ଼ିଲା।ସେଦିନ ଜୋର ବର୍ଷା ହଉଥାଏ ଇଛା ହୋଉଥିଲା ଭିଜିବାକୁ।ସିଲେଇ ସେଣ୍ଟର ରୁ ଘରକୁ ଯାଉଥିଲି ଅଜାଡି ହୋଇଗଲା ବର୍ଷା ।ବାଧ୍ୟ ହୋଇ ପଶିଗଲି ପାଖରେ ଥିବା ଗୋଟିଏ ଘରକୁ।ଭିତରୁ କିଏ ଗୋଟେ ବରାଦ କରୁଥିଲା ପକୁଡି ପାଇଁ।ଆଉ ମାଆଟି ଘରେ ବେଶନ ନାଇଁ ବୋଲି ଚିତ୍କାର କରୁଥିଲା।ଝରକା ଫାଂକ ରେ ଦେଖିଲି ଭିତରକୁ କାରଣ ନାରୀ ଆଉ ପୁରୁଷ କଣ୍ଠସ୍ୱର ଚିନହା ଲାଗିଲା।ଭିତରକୁ ଦେଖେ ତ ମୋ ବିଧବା ରୁନୁ ମାଉସୀ ଯିଏ ୯ବର୍ଷ ତଳ ଫେରାର ହୋଇଯାଇଥିଲେ ବୋଲି ଶୁଣୁଥିଲି।କବାଟ ବାଡେଇଲି ଖୋଲିଲା ସ୍ତ୍ରୀ ଲୋକଟି ମନେ ମୋ ମାଉସୀ।ଖୁସି ରେ ଜାବୁଡି ଧରିଲି ତାକୁ କିନ୍ତୁ ନା ସେ ଭିତରକୁ ଡାକିଲା ନା କଥା ହେଲା ,ବୋଧହୁଏ ବିଶ୍ୱାସ କରିପାରୁନଥିଲା ବା ଚିନ୍ହି ଅଚିହ୍ନା ହୋଉଥିଲା।ପଛରେ ଆଉ ଜଣେ ଆସି ଦେଖିଲା କିଏ ବୋଲି,ବିଶ୍ୱାସ କରିପାରୁନଥିଲି ଲୋକଟିକୁ ଦେଖି।
ଅତି ସ୍ନେହରେ ଆଦରରେ ମୋତେ ବଡ କରିଥିବା ଲୋକଟିକୁ ଦେଖି ଘୃଣାରେ ମୁଁହ ବୁଲାଇ ଚାଲିଆସିଲି।
ଭିଜୁଥିଲି ଶ୍ରାବଣର ଧାରା ରେ ଲୁହ ସବୁ ଧୋଇ ହେଲା ଯାଇଁ..........