Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Satyabati Swain

Tragedy


4  

Satyabati Swain

Tragedy


ଶୋଷର ଅବଶୋଶ

ଶୋଷର ଅବଶୋଶ

4 mins 23.5K 4 mins 23.5K


 ତୃଷାର୍ତ୍ତ ବାବୁ;


ଆଜି ଇଣ୍ଟରନ୍ୟାସନାଲ୍ ବିଜିନେସ୍ ମେଳା ଜନତା ମୈଦାନରର ତୁମକୁ ଦେଖିଲି।ତୁମେ ବୋଧେ ତୁମ ମିସେସ୍ ଓ ପିଲା ମାନଙ୍କ ସହ ମେଳା ବୁଲି ଆସିଥିଲ।ମୁଁ ଗୋଟିଏ ମଲଟିନ୍ୟାସନାଲ୍ କମ୍ପାନୀର ମାର୍କେଟିଙ୍ଗ୍ ଆଡ଼ଭାଇଜର ଭାବେ ସେଠି ଉପସ୍ଥିତ ଥିଲି।ମୁଁ ତୁମକୁ ଦେଖୁ ଦେଖୁ ଚିହ୍ନି ନେଲି।ଅଥଚ ତୁମେ...


ହଁ ତୁମ ଆତ୍ମା ବୋଧେ ଚିହ୍ନି ପାରିଥିଲା।ଯେଉଁଥି ପାଇଁ ତୁମ ଆଖିପତା କେଇ ଥର ଉଠିଥିଲା ଓ ପଡିଥିଲା ସଂଶୟରେ,ସନ୍ଦେହରେ ।କିବା ଡରୁଥିଲ?ତୁମ କିନ୍ତୁ ଗୁରୁତ୍ୱ ଦେଇ ନଥିଲ ହୃଦ ସ୍ପନ୍ଦନ କି ଆଖିର ପ୍ରଗଳ୍ଭତାକୁ।ମୋ ଠାରୁ ଆଖି ଫେରେଇ ନେଇ ମଜଗୁଲ୍ ହୋଇଥିଲ ନିଜ ମିସେସ୍ଙ୍କ ସହ ହସ ଖୁସିରେ।ତୁଷାର୍ତ୍ତ!ତୁମେ ସତରେ ଭୁଲି ଯାଇଛ ସବୁ! ମୋ କଥା ।ଆମ କଥା।ତୁମେ ସଂସାର କଲ ସବୁ ଭୁଲିଲ।ହେଲେ ମୁଁ କିଛି ଭୁଲି ପାରୁନି କାହିଁକି?


ମନେ ଅଛି ଭିଡ଼ ବସ୍ ରେ ସେଦିନ ଜଣେ ପୌଢ ମୋତେ ଅଶ୍ଳୀଳ ଇଙ୍ଗିତ କରି ମୋ ଉପରେ ବାରମ୍ବାର ବାଡେଇ ହୋଇ ଯାଉଥିଲେ ଗାଡି ଯେତେ ଥର ବ୍ରେକ ଦେଉଥିଲା।ଭାରି ବିରକ୍ତି ଲାଗିଲେ ବି କିଛି କହି ପାରୁ ନ ଥିଲି କି ଗାଡିରୁ ଓହ୍ଲେଇ ପାରୁ ନଥିଲି।କାରଣ ମୋର ଏଣ୍ଟ୍ରାନ୍ସ ପରୀକ୍ଷା ଅଛି।ମୋତେ ଯେମିତି ହେଉ ସେଣ୍ଟ

ରରେ ଠିକ୍ ସମୟରେ ପହଂଚିବାର ଅଛି।ମାତ୍ରାଧିକ ଭିଡର ସୁଯୋଗ ନେଇ କିଛି ଅଭଦ୍ର ପରିଣତ ବୟସ୍କ ଲୋକେ ଝିଅଙ୍କ ଉପରେ ନିଜ ଶରୀର ଏପରିକି..ଛିଃ ସେମାନଙ୍କ ଅବୟବକୁ ଚାପୁଥାଆନ୍ତି।କଣ ମିଳେ କେଜାଣି ଏପରି ବିକୃତ ଓ ଦୁଃସ୍ଥ ମାନସିକତା ରୁ।


ଅନେକ ଯୁବକ ସେଇ ବସ୍ ରେ ଠିଆ ହୋଇଥିଲେ।କିନ୍ତୁ କେହି ତ ମୋତେ ସାହାଯ୍ୟ କରିବାକୁ ଆଗେଇ ଆସିଲେ ନାହିଁ?ତୁମେ କିନ୍ତୁ ସେ ପୌଢ଼ ଲୋକ ପାଖକୁ ଆସି ଆଖି ତରାତି ଚାହିଁଲ।ତୁମ ଦୁଇ ହାତ ସୁରକ୍ଷା ବଳୟଭିତରେ

 ମୋତେ ରଖି ମୋ ପାଖେ ଠିଆ ହେଲ।ମୋ ମୁଣ୍ଡ ଯେତେଥର ବସ୍ ବ୍ରେକ ଦେଉଥିଲା ସେତେଥର ତୁମ ଛାତି,ବେକରେ ବାଡେଇ ହୋଇ ଯାଉଥିଲା। ପୁଣି ବସ୍ ଏତେ ଜୋରେ ବ୍ରେକ ଦେଲା ଯେ ମୁଁ ପଡି ଯାଉ ଯାଉ ତୁମେ ମୋତେ ତୁମ ସହ ଜାବୁଡି ଧରିଲା।କେଇ କ୍ଷଣ ଆମେ ଭୁଲି ଯାଇଥିଲେ ଦୁଇଜଣ ଅଚିହ୍ନା ଝିଅ ପୁଅ ବୋଲି।


ମୁଁ ତ ଏମିତିରେ ଗୋଟେ ସରଳ,ବଣ,ଜଙ୍ଗଲ ଘେରା ଆଦିବାସୀ ଝିଅ ବୋକି ଝିଅ।ତୁମର ମୋ ପ୍ରତି ଏତେଟା ଆପଣା ପଣ ମୋତେ ମୋଠୁ ଛଡାଇ ନେବାକୁ ଯଥେଷ୍ଟ ଥିଲା।ମୁଁ ବରମୁଣ୍ଡାରେ ଓହ୍ଲାଇଲି।ତୁମେ ବି।ମୋ ବ୍ୟାଗ ନେଇ ତୁମେ ଆଗେ ଆଗେ ଚାଲିଲ।ମୁଁ କହିଲି ତେଣିକି ନୁହେଁ ମୁଁ କିଟସ୍ ଯିବି।ମୋ ସାଙ୍ଗ କଟକ ରେଭେନ୍ସା କଲେଜରେ ପଢେ।ଛୁଟି ଥିଲା ତ ତା ହଷ୍ଟେଲ ଯାଇ

ଥିଲି।ଏବେ ମୋତେ ମୋ ହଷ୍ଟେଲ ଫେରିବାର ଅଛି।ନିର୍ଦ୍ଧାରିତ ସମୟ ପୂର୍ବରୁ ନ ପହଞ୍ଚିଲେ ଅନେକ ପ୍ରଶ୍ନର ସମ୍ମୁଖୀନ ହେବା ସହ ଆଉ କେବେ ମୋ ସାଙ୍ଗ ପାଖକୁ ଯିବାକୁ ଅନୁମତି ଦେବେ ନାହିଁ।


ଅନ୍ୟ କେଉଁ ଷ୍ଟପେଜରେ ଓହ୍ଲାଇ କିଟସ୍ ଯାଇ ହେବ।ମାତ୍ର ମୁଁ ଜାଣି ନାହିଁ ଏ ବରମୁଣ୍ଡା ଷ୍ଟପେଜ ବ୍ୟତୀତ କେଉଁ ରାସ୍ତା ଦେଇ ଯିବାକୁ ପଡିବ।ସାଙ୍ଗ ମାନେ ହସନ୍ତି।କୁହନ୍ତି ଏତେ ଦିନ ରହିଲେ ବି ତୁ ସେଇ ବଣୁଆ ହୋଇ ରହିଗଲୁ ରେ ରଜ୍ଜୁ।ମୋ ଲେଖା ନାମ ରଜନୀ କର୍ଜି।ସମସ୍ତେ ଡାକନ୍ତି ରଜ୍ଜୁ ବୋଲି।ତୁମେ କିନ୍ତୁ ମୋ କଥା ଶୁଣୁ ନଥିଲ।ମୁଁ ଗଦ ଶୁଙ୍ଘିଲା ପରି ତୁମକୁ କେବଳ ଅନୁସରଣ କରୁଥିଲି।କାରଣ ମୋ ବ୍ୟାଗ୍ ତୁମ ହାତରେ ଥିଲା।ଅଳ୍ପ ବାଟ ପରେ ତୁମେ ଗୋଟିଏ ଫ୍ଲାଟ ଗେଟ୍ ଖୋଲି ତା ଭିତରକୁ ଗଲ।ମୁଁ ଗେଟ୍ ପାଖରେ ଅଟକି ଗଲି,ଭିତରକୁ ଯିବାକୁ ସାହସ ହେଲା ନାହିଁ।ଦୁଇ ମିନିଟ୍ ହୋଇଛି କି ନାହିଁ ଜଣେ ମାଉସୀ ଆସି ମୋ ହାତ ଧରି ଭିତରକୁ ନେଇ କହିଲେ ବାହାରେ କାଇଁ ଠିଆ ହୋଇଛୁ ଝିଅ ଆ ଘର ଭିତରକୁ।


ମୁଁ ଆବା କାବା ହୋଇ ଯାଉଥାଏ।ଏ କି ଜବରଦସ୍ତି।ନାଇଁ ଆଜ୍ଞା ମୋ ବ୍ୟାଗଟି ଦିଅନ୍ତୁ ଡେରି ହେଉଛି।ମୋତେ ଗାଳି ଶୁଣିବାକୁ ପଡିବ।ମାଉସୀ ଜଣକ ହସି ହସି କହିଲେ ତୁ ବ୍ୟସ୍ତ ହଅ ନା,ବିନୁ,ବିରେନ୍ ତୋତେ ନେଇ ଛାଡି ଆସିବ।ଯା ଧୁଆ ଧୋଇ ହୋଇ ବରା ଆଳୁଦମ୍ କରିଛି,ଖାଇକି ଯିବୁ।ବିନୁ ଆଳୁଦମ୍ ବରା ଖୁବ୍ ଭଲ ପାଏ।


ମୋତେ ସବୁ ଆଶ୍ଚର୍ଯ୍ୟ ଲାଗୁଥାଏ,ଏ କି କଥା!ଚିହ୍ନା ନାହିଁ,ପରିଚୟ ନାହିଁ ନିଜ ଲୋକ ପରି ବ୍ୟବହାର!ମାଉସୀ ପ୍ଲେଟରେ ଆଳୁଦମ୍ ବରା ଥୋଇ ଚା କଲେ।ବିରେନ୍ କହିଲେ ଖାଉନୁ ରଜ୍ଜୁ।ଯିବୁନି କି ତୋ ହଷ୍ଟେଲ୍।ମୋ ନାଁ ଏ କେମିତି ଜାଣିଲେ ବୋଲି ମୁଁ ଆହୁରି ବିସ୍ମିତ ହେଲି।ମୁଁ ଧୁଆ ଧୋଇ ହୋଇ ଆସି ଯନ୍ତ୍ରବତ୍ ସୁଇଚି ଟିପିଲା ପରି ନିର୍ଦ୍ଦେଶ ମତେ କାମ କଲି।ବିରେନ୍ ମୋତେ ହଷ୍ଟେଲ୍ ରେ ନେଇ ଛାଡି ଆସିଲେ।ଫ୍ଲାଟରୁ ଆସିଲା ବେଳେ ମାଉସୀ କହିଲେ ଝିଅ ଘର ତ ଦେଖିଲୁ ମନ ଯେତେବେଳେ ହେବ ଆସିବୁ ମା।


ମୁଁ ହଷ୍ଟେଲ୍ ରେ ଏଇ ଘଟଣା କୁ ନେଇ ଦିନା କେତେ ବିଚଳିତ ହେଲି।ଏ ସ୍ୱାର୍ଥ ସର୍ବସ୍ବ ଦୁନିଆଁରେ ଏପରି ଅମାୟିକ ଲୋକ ପୁଣି ଅଛନ୍ତି,ମୋତେ ଅବିଶ୍ୱାସ ଲାଗୁଥିଲେ ବି ନିହାତି ସତ ଘଟଣାକୁ ଭୁଲି ହେଉ ନଥିଲା।ଏ ଘଟଣା ଟି ମୋ ଜୀବନର ଗତି ପଥ ବଦଳେଇ ଦେବ ଏଇଟି ବି ମୁଁ କଳ୍ପନା କରି ନଥିଲି।


2 ପରୀକ୍ଷାରେ ଖୁବ୍ ଭଲ ନମ୍ବର ରଖି ପାସ୍ କଲି।ଇଞ୍ଜିନିୟରିଙ୍ଗ୍ ଏଣ୍ଟ୍ରାନ୍ସରେ ବି ସଫଳତାର ସହ ଉତ୍ତୀର୍ଣ୍ଣ ହେଲି।ମୋତେ ଜଙ୍ଗଲ ଆକାଶ ଛାଡି ଗୋଟିଏ ସୁନ୍ଦର ଆକାଶ ମିଳିଗଲା ଉଡିବାକୁ।ମୋ ପରି ଆଦିବାସୀ ପିଲା ଏତେ ଉଚ୍ଚକୁ ଉଡ଼ିଗଲା ଯେ କୀଟ ସ୍ କର୍ତ୍ତୃପକ୍ଷ ମୋତେ କାନାଡ଼ା ପଠାଇଲେ ଇଣ୍ଟର ନ୍ୟାସନାଲ ବିଜିନେସ୍ ମାର୍କେଟିଙ୍ଗ ରେ।ଏବେ ମୁଁ ଆଗ ଧାଡ଼ିର ଇଣ୍ଟରନ୍ୟାସନାଲ୍ ବିଜିନେସ୍ ଆଡ଼ଭାଇଜର୍। ଦିଲ୍ଲୀରେ ଅବସ୍ଥାପିତ।ପୃଥିବୀର ସବୁ ଦେଶକୁ ମୋର ଯାତ୍ରା।ସବୁ ନାମୀ ଦାମୀ କମ୍ପାନୀ ମୋ ପରାମର୍ଶ ନେବାକୁ ଅଫର କରନ୍ତି ଲକ୍ଷ ଲକ୍ଷ ଟଙ୍କା।


ହେଲେ ତୁମେ କୁଆଡେ ହଜିଗଲ କେଉଁ ଭିଡ଼ ଭିତରେ ଯେ ମୁଁ ଖୋଜି ପାଇଲିନି।ଯେବେ କିଟସ୍ ଆସେ ତୁମେ ରହୁଥିବା ଘରକୁ ଯାଏ।ସେଠି କିନ୍ତୁ ତିନି ଥର ତାଲା ପଡି ଥିବାର ଦେଖି ଆଉ ଯାଇ ନାହିଁ।ତୁମେ ସତରେ କିଏ?ମୁଁ ସେମିତିରେ ତୁମକୁ କେତେ ବା ଜାଣିଛି?କିନ୍ତୁ ଆଖି ବୁଜିଲେ ତୁମେ କାହିଁକି ଦିଶ?ମୋତେ ଆତ୍ମୀୟତା ଦେଖାଇ ଗୁପ୍ତ ହେବା ପଛର କାରଣ ଖୋଜିଛୁ ଆଜିଯାଏ।ମୁଁ କେଡେ ବୋକା ଦେଖତ ତୁମକୁ ଜୀବନରେ ନିଶ୍ଚେ ପାଇବି ଭାବି ଅପେକ୍ଷା କରି ଆଜି ଯାଏ ଏକା ରହିଗଲି।ଆଉ ଆଜି ଦେଖା ହେଲା ତ କେମିତି।ଚିହ୍ନି ବି ଅଚିହ୍ନା ପରି ଚାଲିଗଲ?ତୁମେ ଗଲା ବେଳେ ପଛକୁ ଚାହୁଁଥିଲ।କାହିଁକି?


ବହୁତ କାହିଁକିର ଉତ୍ତର ଖୋଜୁଛି ବୋକା ପରି।ସବୁ ଥାଇ ମୋ ପାଖେ ବେଳେ ବେଳେ ଲାଗୁଥିଲା ମୋର କିଛି ନାହିଁ।ଆଜି ମୋର ଖୋଜିବା ଶେଷ ହୋଇଗଲା।ଶୋଷ ବି ମରିଗଲା।ତୁମେ ଗୋଟେ ଫୋଲିଂ ଡାଇନିଂ ଟେବୁଲ କିଣି ନେଲ ଯେଉଁ ଦୋକାନରୁ ସେଠୁ ତୁମ ଠିକଣା ସଂଗ୍ରହ କରି ଏ ଚିଠିଟି ଲେଖି ପଠାଉଛି।ପାରିବ ଯଦି ଉତ୍ତର ଦେବ।ତୁମେ ସେଦିନ ମୋତେ ଘରକୁ କାହିଁକି ନେଇ ଏତେ ଆତ୍ମୀୟତା ଦେଖେଇ ଥିଲା?କୁଆଡେ ଉଭାନ ହୋଇଗଲ ?କାହିଁକି ଉଭାନ ହେଲା?ଆଜି ଚିହ୍ନିଲେ ବି କାହିଁକି ଅଚିହ୍ନା ପରି ବ୍ୟବହାର କଲ।ଚିଠି ପଢି ଉତ୍ତର ଦେବ।ମୁହଁ ବହିରେ ଦେଲେ ମୁଁ ପଢି ପାରିବି।ଅପେକ୍ଷାରେ ରହୁଛି ।ଇତି


       ରଜ୍ଜୁ



Rate this content
Log in

More oriya story from Satyabati Swain

Similar oriya story from Tragedy