STORYMIRROR

Aravinda Das

Tragedy

3  

Aravinda Das

Tragedy

ଶିଶୁଦିବସ ଓ ଚିକୁ

ଶିଶୁଦିବସ ଓ ଚିକୁ

1 min
425


ଚିକୁ କ୍ୟାଲେଣ୍ଡର ଦେଖିଲା।

ନଭେମ୍ବର ୧୪,ଶିଶୁ ଦିବସ।ସ୍କୁଲ ଜଲଦି ବାହାରିବାକୁ ହେବ।

ବାରଣ୍ଡାରେ ଜେଜେ ଖବରକାଗଜ ପଢୁଥିଲେ।

ଚିକୁକୁ ଦେଖି କହିଲେ,"ଆଜି ତମର ସ୍କୁଲ ଛୁଟି ନାହିଁ କି ?"

- ନା,କ୍ଲାସ ଅଛି।

ଆଶ୍ଚର୍ଯ୍ୟ ହୋଇ ନବଘନ ବାବୁ କହିଲେ,"କ୍ଲାସ ଅଛି ମାନେ ?ଶିଶୁ ଦିବସ ରେ କି ପାଠ ପଢ଼ା ? ଆଜି ଖାଲି ନେହେରୁ ଙ୍କ ଉପରେ ଭାଷଣ ପ୍ରତିଯୋଗିତା ହୁଏ ;ଚକୋଲେଟ ବଣ୍ଟା ହୁଏ।କେଉଁ କେଉଁ ସ୍କୁଲରେ ଆଜି ପିଲାଙ୍କୁ ବୁଲାଇ ନିଅନ୍ତି ତ କେଉଁ କେଉଁ ସ୍କୁଳରେ ଆହୁରି କେତେ ମଜା ହୁଏ।"

- ଜେଜେ,ତମ ବେଳ ଏବେ ନାହିଁ।ଶିଶୁ ଦିବସ ଉପରେ କିଛି କାର୍ଯ୍ୟକ୍ରମ ପରେ ଆମର ଏକ୍ସଟ୍ରା କ୍ଲାସ ଅଛି।କାଲି ପରା ଗୁଡ଼ାଏ ହୋମ ୱା ର୍କ ଦିଆହୋଇଥିଲା।ପାଠପଢ଼ା ସବୁଦିନ।ଆସନ୍ତା କାଲି କ୍ଲାସ ଟେଷ୍ଟ ଅଛି।ସେଠାରୁ ସିଧା ଟିଉସନ ଯାଇ ସନ୍ଧ୍ୟା ସାଢ଼େ ସାତରେ ଫେରିବି ସବୁଦିନ ଭଳି।"

ନବଘନ ବାବୁ ବୋକାଙ୍କ ଭଳି ଅନାଉଥିଲେ।ଟେଷ୍ଟ, ପରୀକ୍ଷା,ପ୍ରୋଜେକ୍ଟ,ଟିଉସନ, ଭିତରେ ଭିତରେ ପିଲା ରୁନ୍ଧି ହୋଇଯାଉଛି।ବାହାରେ ଖେଳକୁଦା, ବୁଲାବୁଲି ନାହିଁ।ମୋବାଇଲ,ଟିଭି,କମ୍ପ୍ୟୁଟର ଭିତରେ ପିଲା ଦେଖୁଛି ତା ଦୁନିଆ।ପାଠ ପଢ଼ା ନାଁରେ ତା ଠାରୁ ଲୁଟି ନିଆ ଯାଉଛି ତା ଶୈଶବ।ପିଲାଦିନର ମଜା ସେମାନେ ଜାଣୁ ନାହାନ୍ତି।

ନିଜ ପିଲାବେଳ କଥା ମନେପକାଉଥିଲେ ସେ।

ଦୌଡ଼ାଦୌଡ଼ି ଖେଳ,ବାଗୁଡି,ଡାଳି ମାଙ୍କୁଡି, ପୋଖରୀରେ ପହଁରା,ଗଛ ଚଢା,ଗୁଡ଼ି ଉଡା ,ମାଛ ଧରା କେତେକଣ ମଜା।କୁଆଡେ ଗଲା ସେ ପିଲାଦିନ !ଆଜିର ବିଷାକ୍ତ ବାୟୁମଣ୍ଡଳ ଭଳି ଶିଶୁଙ୍କ ଶିଶୁ ଅଵସ୍ଥା ବି ବିଷାକ୍ତମୟ।ସରକାରଙ୍କ ଏ କି ପାଠ୍ୟକ୍ରମ ?

ଶିଶୁ ଆଉ ଶିଶୁ ହୋଇ ରହୁନି।ସେ ତ .....

ଚିକୁ ଗୁଡିବାଏ କହି ସ୍କୁଲ ବ୍ୟାଗ,ପାଣି ବୋତଲ ଓ ଟିଫିନ ଡବା ଧରି ଚାଲିଯାଉଥିଲା ରାସ୍ତାରେ ଠିଆ ହୋଇଥିବା ସ୍କୁଲ ବସ ଆଡ଼କୁ।

ନବଘନ ଦେଖୁଥିଲେ,ସ୍କୁଲ ବସ ଭିତରେ ବି ଗୁଡ଼ାଏ ପିଲା।ସତେ ଯେମିତି କାରାଗାରରେ ବନ୍ଦୀ କିଛି ପିଲା।

ପୁଣିଥରେ ଅନେଇଲେ ଚିକୁକୁ। ତାଙ୍କୁ ଲାଗିଲା ମଣିଷ ଶିଶୁ ବଦଳରେ ଗୋଟେ ମେସିନ ଯାଉଛି। ଚିକୁ ସତରେ ଶିଶୁ ନୁହେଁ,ଯନ୍ତ୍ର ମାନବ ବନିଯାଇଛି।

ଓଃ,ଆଜି ପୁଣି ଶିଶୁଦିବସ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy