ଵଳରାମ ତରାଈ

Inspirational

5.0  

ଵଳରାମ ତରାଈ

Inspirational

ଶିକ୍ଷା

ଶିକ୍ଷା

1 min
437


ରାଧାଷ୍ଟମୀ ଅବସରରେ ମୁଁ ଗତକାଲି ରାଧାକୃଷ୍ଣ ମନ୍ଦିର ଯାଇଥିଲି । ସେଠାରେ ପହଞ୍ଚି ଦେଖିଲି ମନ୍ଦିରରେ ବହୁତ ଭିଡ ଓ ଦର୍ଶନ ପାଇଁ ଦୁଇଟି ଲମ୍ବା ଲମ୍ବା ଧାଡି ଲାଗିଛି । ଭକ୍ତମାନଙ୍କ ସମାବେଶରେ ମନ୍ଦିର ପ୍ରାଙ୍ଗଣ ସମ୍ପୁର୍ଣ୍ଣ ଗହଳି ଓ କୋଳାହଳ ପରିପୁର୍ଣ୍ଣ। ଦର୍ଶନ କରିବା ପାଇଁ ହେଲେ ଧାଡିରେ ଠିଆ ହେବାକୁ ପଡିବ, ତେଣୁ ମୁଁ ବାଧ୍ୟ ହୋଇ ଧାଡିର ବହୁତ୍ ପଛରେ ଠିଆ ହେଲି । ଠିକ୍ ସେହି ସମୟରେ ଜଣେ ବ୍ରାହ୍ମଣ ଆସି କହିଲେ ଦର୍ଶନ କରୁକରୁ ଚାରି ଘଣ୍ଟା ଲାଗିଯିବ । ତୁମେ ୫୦୧ଟଙ୍କା ଦକ୍ଷିଣା ଦିଅ, ସଙ୍ଗେ ସଙ୍ଗେ ସ୍ପେଶାଲ ଦର୍ଶନ କରାଇଦେବି ।

ମୁଁ କହିଲି ୫୦୦୧ଟଙ୍କା ଦେଉଛି, ଭଗବାନଙ୍କୁ କୁହ ମୋତେ ଆସି ବାହାରେ ଦେଖା କରିବେ । ବ୍ରାହ୍ମଣ ମୁହଁର ରଙ୍ଗ ବଦଳି ଗଲା ସେ ମୋତେ କହିଲେ ତୁମେ ଭଗବାନଙ୍କୁ ଥଟ୍ଟା କରୁଛ ? ପୁନରର୍ବାର ମୁଁ କହିଲି ୧୦୦୦୧ଟଙ୍କା ଦେଉଛି, ଭଗବାନଙ୍କୁ କୁହନ୍ତୁ ମୋତେ ମୋ ଘରେ ଆସି ଦେଖାକରିବେ ।

ବ୍ରାହ୍ମଣ କହିଲେ ତୁମେ କଣ ଭାବିଛ କି ଭଗବାନଙ୍କୁ ? ମୁଁ ବି କହିଲି ଠିକ୍ ସେହି କଥା, ତୁମେମାନେ କଣ ଭାବିଛ କି ଭଗବାନଙ୍କୁ ? ଭଗବାନଙ୍କୁ ଦକ୍ଷିଣା ଦେବା ନାଁରେ ଗରିବ ଗୁରୁବାଙ୍କୁ ଲୁଟୁଛ । ଗରିବ ଲୋକଙ୍କୁ ଲମ୍ବା ଧାଡିରେ ଠିଆ କରାଇ, ପଇସା ଦେଉଥିବା ଧନାଡ୍ୟ ବ୍ୟକ୍ତିଙ୍କୁ ପ୍ରଥମେ ଦର୍ଶନ କରାଉଛ । ବ୍ରାହ୍ମଣ ମୁହଁରେ ଭାଷା ନଥିଲା, ହେଲେ ମୁଁ କଣ କରିପାରିବି ? ଆମେମାନେ ତ ସେମାନଙ୍କୁ ମନ୍ଦିରର ଭାର ଦେଇଛନ୍ତି । ବାହାରେ ଠିଆହୋଇ ଭଗବାନଙ୍କୁ ପ୍ରଣାମ କଲି ଓ ସାଙ୍ଗରେ ନେଇଥିବା ଭୋଗକୁ ବାହାରେ ବସିଥିବା କିଛି ଦୁଃଖୀ ଲୋକଙ୍କ ମଧ୍ୟରେ ବାଣ୍ଟି ଦେଇ ଫେରିଆସିଲି । 

କ'ଣ କହୁଛନ୍ତି ଆପଣମାନେ ? ଆଜି କିଛି ଲୋକ ଭଗବାନଙ୍କୁ ବି ପଇସା ରୋଜଗାର କରିବାର ସହଜ ବାଟ ଆପଣେଇ ନେଇଛନ୍ତି । ଆଶା କରେ ଏହାର ସମାଧାନ ଆପଣମାନଙ୍କ ପାଖରେ ଥିଲେ ନିଶ୍ଚୟ ମତାମତ ଦେବେ ।

କ୍ଷମା ମାଗୁଛି, ଯଦି ମୋର କିଛି ଭୁଲ୍ ଥାଏ ।


Rate this content
Log in

Similar oriya story from Inspirational