STORYMIRROR

LALIT MOHAN DASH

Inspirational

3  

LALIT MOHAN DASH

Inspirational

ଶିକ୍ଷା ଓ ଶୃଙ୍ଖଳା

ଶିକ୍ଷା ଓ ଶୃଙ୍ଖଳା

2 mins
832


ଶିକ୍ଷାରେ ଭକ୍ତି ଜୀବନର଼ ଏକ ଆମୂଲ୍ୟ ରତ୍ନ, ମାତୃଗର୍ଭରେ ହିଁ ଗର୍ଭିତ ଶିଶୁଠାରେ ଶିକ୍ଷାର ପ୍ରଭାବ ପରିଲକ୍ଷିତ ହୋଇଥାଏ । ଯେପରି ଅଭିମନ୍ୟୁ ମାତୃ ଗର୍ଭରେ ଥାଇ ମଧ୍ୟ ଯୁଦ୍ଧର କୌଶଳ ଶିକ୍ଷା କରିପାରିଥିଲେ । ସେହିପରି ବର୍ତ୍ତମାନ ଶିଶୁ ଠାରେ ମଧ୍ଯ ତାହା ପରିଲକ୍ଷିତ ହୋଇଛି । ଶିକ୍ଷା, ଶିଶୁ ପ୍ରଥମେ ତା'ର ମା'ଠାରୁ ଏବଂ ବାପାଙ୍କ ଠାରୁ ଶିକ୍ଷାଗ୍ରହଣ କରିବା ସଙ୍ଗେ ସଙ୍ଗେ ସମାଜ ଠାରୁ ଅନେକ ଜ୍ଞାନ ଶିଖିଥାଏ । ଖାଲି ଯେ ଏମାନଙ୍କ ପାଖରୁ ଶିକ୍ଷା କରିଥିବା ଗୁଣାବଳୀ ଦ୍ୱାରା ଯେପରି ପରିପୁଷ୍ଟ ହୋଇପାରିବ, ତାହା ନୁହେଁ, ତେଣୁ ସେ ବିଦ୍ୟାଳୟକୁ ଗମନ କରିଥାଏ । ବିଦ୍ୟାଳୟ ହିଁ ଶିଶୁର ଶିକ୍ଷାର ମୂଳଦୁଆ କହିଲେ ଅତ୍ୟୁକ୍ତି ହେବନାହିଁ । ଶିଶୁଟିଏ ବିଦ୍ୟାଳୟରେ ବ୍ୟାବହାରକ ଜ୍ଞାନ ଉପଲବ୍ଧ କରିବା ସଙ୍ଗେ ସଙ୍ଗେ ଅନେକ ପ୍ରକାର ଶିକ୍ଷା ଯଥା ନୀତିଶିକ୍ଷା, ବୌଦ୍ଧିକ ଶିକ୍ଷା, ବ୍ୟାବହାରିକ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ଶାରୀରିକ ଶିକ୍ଷା, ସାମରିକ ଶିକ୍ଷା ଓ ବୈଷୟିକ ଶିକ୍ଷା ଇତ୍ୟାଦି ଅନେକ ପ୍ରକାର ଯୁଗ ଉପଯୋଗୀ ଶିକ୍ଷାଗ୍ରହଣ କରିଥାଏ । ଏହି ସକାଶେ ବିଦ୍ୟାଳୟର ଗୁରୁଜୀ ଓ ଗୁରୁମାଙ୍କ ଅବଦାନ ଓ ତଥା ବିଦ୍ୟାଳୟର ଅବଦାନକୁ କଦାପି ଭୁଲି ହେବନାହିଁ ।

ଶିଶୁଟି ଶିକ୍ଷିତ ହେଲେ କେବଳ ଯେ ତାହାର ଉନ୍ନତି ହେବ ତାହା ନୁହେଁ, ଦେଶର ସେ ଜଣେ ସୁନାଗରିକ ହୋଇପାରିବ । ଏହା ସକାଶେ ବିଦ୍ୟାଳୟର ଭୂମିକା ଯେତିକି ମୁରୁତ୍ଵପୂର୍ଣ୍ଣ , ପରିବାରର ଅଙ୍ଗୀକାର ବଦ୍ଧତା ସେତିକି ତାତ୍ପର୍ଯ୍ୟପୂର୍ଣ୍ଣ । ତେଣୁ , ଶିକ୍ଷାର ମାନଦଣ୍ଡକୁ ଉଚ୍ଚତର କରିବା ପାଇଁ ବିଦ୍ୟାଳୟର ପ୍ରତ୍ୟେକ ଗୁରୁଜୀ ଓ ଗୁରୁମାଙ୍କର ବଳିଷ୍ଠ ଅବଦାନ ନିହାତି ଆବଶ୍ୟକ । ଖାଲି ଯେ ଗୁରୁଜୀ ଏବଂ ପୁରୁମା ଶିଶୁଟିକୁ ଶିକ୍ଷାର ମାନ ବଢ଼ାଇ ଦେବେ ତାହା ନୁହେଁ, ନିଜେ ଶିଶୁଟିକୁ ଶିକ୍ଷା ଏବଂ ସଂସ୍କାର ପ୍ରତି ଭତ୍କୃଷ୍ଟ ହେବା ନିହାତି ଆବଶ୍ୟକ ।

ଶିକ୍ଷାର ଉଚ୍ଚତର ମାନଦଣ୍ଡ ଶିଶୁଟିକୁ ଭବିଷ୍ୟତରେ ଉତ୍ତମ ନାଗରିକଟିଏ କରିବା ସଙ୍ଗେ ସଙ୍ଗେ ତାହା ଜୀବନର ସର୍ବମୟ କଲ୍ୟାଣ ସାଧିତ ହୋଇପାରିବ ।

ଶିକ୍ଷାର ଭିତ୍ତିଭୂମି ଶୃଙ୍ଗଳା ଉପରେ ପର୍ଯ୍ୟବେଶିତ, ଶୃଙ୍ଖଳାର ଅଭାବରେ ଶିକ୍ଷାର କୌଣସି ମାନ ନ ଥାଏ । ତେଣୁ ଶିକ୍ଷାର ପ୍ରଥମ ଲକ୍ଷ୍ୟ ଶୃଙ୍ଖଳିତ ହେବା ଉଚିତ୍ । କେବଳ ଯେ ଶୃଙ୍ଖଳିତ ଜ୍ଞାନଟା ଶିକ୍ଷା ଆହରଣ କରିବା ପାଇଁ ପର୍ଯ୍ୟାପ୍ତ ତାହା ନୁହେଁ । ଜୀବନର ପ୍ରତିଟି କ୍ଷେତ୍ରରେ ଶୃଙ୍ଖଳା ଜ୍ଞାନ ରହିବା ନିହାତି ଦରକାର । ପ୍ରଥମେ ଶିଶୁଟି ଶୃଙ୍ଖଳା ଜ୍ଞାନ ନିଜ ଘରୁ ଆହରଣ କରିବା ବିଧେୟ ପିତା, ମାତା ଏବଂ ପରିବାର ଗୁରୁଜନ ଯଦି ଶୃଙ୍ଖଳିତ ତାହା ହେଲେ ସେ ଶୃଙ୍ଖଳା ଜ୍ଞାନର ପ୍ରଭାବ ଶିଶୁଟି ଉପରେ ନିହାତି ପଡ଼ିବ ।

ଶିକ୍ଷାର ପୃଷ୍ଠଭୂମିର ଶିଶୁଟିକୁ ଶୃଙ୍ଖଳା ଜ୍ଞାନରେ ଉଦ୍ ବୁଦ୍ଧ କରାଇବା, ନିହାତି ଦରକାର । ସେ ନିଜର ପିତା, ମାତା, ଗୁରୁଜନ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଯଥାଯୋଗ୍ୟ ସମ୍ମାନ ଦେବା ପୂର୍ବକ ଉଚିତ୍ ଆଦେଶ ଗୁଡ଼ିକ ପାଳନ କରିବା ଶୃଙ୍ଖଳାର ଏକ ପରିମାପକ । ସେପରି ବିଦ୍ୟାଳୟରେ ଶ୍ରେଣୀ ଗୃହରେ ପାଠପଢ଼ାରେ, କ୍ରୀଡ଼ାକ୍ଷେତ୍ରରେ ନିଜର ଚାଳିଚଳନ ରେ ବେଶଭୂଷାରେ ଶୃଙ୍ଖଳା ଜ୍ଞାନ ନ ରହିଲେ ସବୁକିଛି ଧରାବନ୍ଧା ନିୟମର ଉଲ୍ଲଙ୍ଘନ ହେବ ।

ତେଣୁ ଶିକ୍ଷା ଏବଂ ଶୃଙ୍ଖଳା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଗୋଟିଏ ବିନା ଅନ୍ୟଟି ଅସମ୍ପୂର୍ଣ୍ଣ, ଏଣୁ ବିଦ୍ୟାଳୟରେ ଶିକ୍ଷାର ପୁଷ୍ଠଭୂମିରେ ଶୃଙ୍ଖଳା ଜ୍ଞାନ ଦେବା ସଙ୍ଗେ ସଙ୍ଗେ ଘରେ ମଧ୍ୟ ତାହା ପାଳନ କଲେ ଆଜିର ଶିଶୁଟି ଭବିଷ୍ୟତରେ ସୁନାଗରିକଟିଏ

ହୋଇପାରିବ ।


Rate this content
Log in

Similar oriya story from Inspirational